Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୧୭ତମ ସଂସ୍କରଣ
ଆଜିର ଖବର

ଆଜିଠାରୁ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୧୭ତମ ସଂସ୍କରଣ

May 29, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମଆଇଏଫଏଫ)ର ୧୭ତମ ସଂସ୍କରଣ ୨୨ ମେ, ୨୦୨୨ ଅପରାହ୍ଣ ୫ଟାରେ ଶୁଭାରମ୍ଭ ହେବ। ମୁମ୍ବାଇର ଓ୍ବର୍ଲିସ୍ଥିତ ନେହେରୁ ସେଣ୍ଟର ଅଡିଟୋରିୟମ ଠାରେ ଆୟୋଜିତ ହେବାକୁ ଥିବା ଉଦଘାଟନୀ ସମାରୋହକୁ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମେ ୨୯ରୁ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏମଆଇଏଫଏଫରେ ସାରା ବିଶ୍ବରୁ ପ୍ରାମାଣିକ ଚଳଚ୍ଚିତ୍ର, କ୍ଷୁଦ୍ର କାଳ୍ପନିକ ଚଳଚ୍ଚିତ୍ର, ଓ ଏନିମେସନ ଚଳଚ୍ଚିତ୍ର ହାଇବ୍ରିଡ୍ ମୋଡରେ ପ୍ରଦର୍ଶିତ ହେବ।

ଉଦଘାଟନୀ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ମତ୍ସ୍ୟ ପାଳନ, ପଶୁ ସମ୍ପଦ  ଓ ଡାଏରୀ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ଅଧ୍ୟକ୍ଷା କରିବେ। ରେଳ, କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ ଦାନଭେ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଠାଓ୍ବଲେ, ପଞ୍ଚାୟତିରାଜ ରାଷ୍ଟ୍ର ମନ୍ତ୍ରୀ କପିଲ ମୋରେଶ୍ବର ପାଟିଲ, ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାଗବତ ରାଓ କରାଡ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶ୍ରୀ ଶାଜି ଏନ କରୁନ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଏମଆଇଏଫଏଫ ୧୭ତମ ସଂସ୍କରଣ ଅନେକ ଦୃଷ୍ଟିରୁ ବିଶେଷ। ପ୍ରତିଯୋଗିତା ବର୍ଗରେ ୧୧୯ଟି ଜାତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସ୍କ୍ରିନିଂ ହେବାକୁ ଥିବା ବେଳେ ୨୬୪ଟି ଚଳଚ୍ଚିତ୍ର ଅଣପ୍ରତିଯୋଗିତା ବର୍ଗରେ ସ୍କ୍ରିନିଂ ହେବ। ଏମଆଇଏଫଏଫରେ ସ୍ବତନ୍ତ୍ର ପ୍ୟାକେଜ୍ ରହିବ। ବିଟୁବି, ମାଷ୍ଟର କ୍ଲାସେସ ଓ ବିଭିନ୍ନ କର୍ମଶାଳା ମଧ୍ୟ ଆୟୋଜନ କରାଯିବ।

ବାଂଲାଦେଶ ସ୍ବାଧୀନତା ସଂଗ୍ରାମର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତ ବର୍ଷ ଏହି ଦେଶକୁ “ଫୋକସ୍ କଣ୍ଟ୍ରୀ” ଭାବେ ଚୟନ କରାଯାଇଛି। ବାଂଲାଦେଶର ୧୧ଟି ଚଳଚ୍ଚିତ୍ରକୁ ଚଳିତ ବର୍ଷ ପ୍ରଦର୍ଶିତ କରାଯିବ। ଏମଆଇଏଫଏଫ ୨୦୨୨ରେ ଲୋକପ୍ରିୟ ଚଳଚ୍ଚିତ୍ର ହାସିନା – ଏ ଡଟର୍ସ ଟେଲ୍ ପ୍ରଦର୍ଶିତ ହେବ।

ପ୍ରଥମ ଥର ପାଇଁ ଏମଆଇଏଫଏଫ ଅନଲାଇନ ପ୍ରଦର୍ଶିତ ହେବ। ହାଇବ୍ରିଡ୍ ମୋଡରେ ପ୍ରତିଯୋଗିତାରେ ଚଳଚ୍ଚିତ୍ରଗୁଡ଼ିକ ଅଂଶଗ୍ରହଣ କରିପାରିବେ ଏବଂ ପ୍ରିଜମ ସେକ୍ସନକୁ ଲୋକେସନ ବାହାରେ ଥିବା ସାରା ବିଶ୍ବର ପ୍ରତିନିଧିମାନେ ସେମାନଙ୍କର ବ୍ୟକ୍ତିଗତ କମ୍ପ୍ୟୁଟରରେ ଦେଖିପାରିବେ।

ଓସ୍କାର ଫିଲ୍ମ ପ୍ୟାକେଜ, ଇଟାଲୀ ଓ ଜାପାନରୁ ସ୍ବତନ୍ତ୍ର କ୍ୟୁରେଟ୍ ପ୍ୟାକେଜ, ଭାରତୀୟ ପାନୋରାମା ଆଦି ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ। ଉତ୍ତର ପୂର୍ବାଞ୍ଚଳର ଚଳଚ୍ଚିତ୍ର, ଛାତ୍ରଛାତ୍ରୀଙ୍କ ଚଳଚ୍ଚିତ୍ର ପ୍ୟକେଜ, ପଟେକ ଫିଲ୍ମ ପ୍ଲାଟଫର୍ମରୁ କ୍ଷୁଦ୍ର କାଳ୍ପନିକ ଚଳଚ୍ଚିତ୍ର, ବିଶେଷ କରି ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର ସୁକୁମାର ରାୟର ପୁନରୁଦ୍ଧାର ସଂସ୍କରଣ ପ୍ରଦର୍ଶିତ ହେବ।

ଶିଳ୍ପ ବିଶେଷଜ୍ଞ ଓ ରିସୋର୍ସ ପର୍ସଙ୍କ ଦ୍ବାରା ମାଷ୍ଟର କ୍ଲାସ ଓ କର୍ମଶାଳା ଆୟୋଜନ କରାଯିବ। ଏସିଆର ବିଶିଷ୍ଟ ଚଳଚ୍ଚିତ୍ର ସାଉଣ୍ଡ ଟେକ୍ନିସିଆନ ପଦ୍ମଶ୍ରୀ ପୁରସ୍କାର ବିଜେତା ଡକ୍ଟର ରସୁଲ ପୁକୁଟ୍ଟୀ ଚଳଚ୍ଚିତ୍ରରେ ସାଉଣ୍ଡ ବା ଶବ୍ଦ ଗ୍ରହଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ମିଡିଆ ପେସାଦାର ରିଜଓ୍ବାନ ଅହମ୍ମଦ ବଡ଼ ପରଦା ଠାରୁ ଆରମ୍ଭ କରି ଓଟିଟି ପ୍ଲାଟଫର୍ମ ପର୍ଯ୍ୟନ୍ତ ଚଳଚ୍ଚିତ୍ରର କ୍ରମ ବିକାଶ-କୋଭିଡ ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ର ଦୁନିଆ  ଉପରେ ମାର୍ଗଦର୍ଶନ କରିବେ। ଓସ୍କାର ଓ ବାଫଟାର ବିଚାରକ କାର୍ଟର ପିଲଚର ଆମେରିକାରୁ ଏଥିରେ ଯୋଗ ଦେଇ ଓସ୍କାର ପୁରସ୍କାର ପାଇଁ ଚଳଚ୍ଚିତ୍ରର ଯୋଗ୍ୟତା ଅର୍ଜନ କରିବା ଉପରେ ମାଷ୍ଟର କ୍ଲାସରେ ଯୋଗ ଦେବେ। କାହାଣୀ କହିବାର ପରିବର୍ତ୍ତନଶୀଳ ମାଧ୍ୟମ ଭାବେ ବିଏଫଏକ୍ସ ଉପରେ ଆୟୋଜିତ କର୍ମଶାଳାରେ ପିସି ସନଥ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦର୍ଶନ କରିବେ।

ଆମାଜନ ପ୍ରାଇମ, ମୁବି, ପକେଟ ଫିଲ୍ମର୍ସ, ମାଇ ସିନେମା ହଲ, ପ୍ଲାନେଟ୍ ମରାଠୀ, ଡକ୍ୟୁବେ ଓ ସର୍ଟସ୍ ଟିଭି ଭଳି ପ୍ରମୁଖ ଓଟିଟି ସଂସ୍ଥା ପ୍ରମାଣିକ ଚଳଚ୍ଚିତ୍ର, କ୍ଷୁଦ୍ର କାଳ୍ପନିକ ଚଳଚ୍ଚିତ୍ର ଏବଂ ଏନିମେସନ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ବିଟୁବି ସୁଯୋଗ ଦେବେ।

ଏମଆଇଏଫଏଫରେ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ସ୍ବର୍ଣ୍ଣ ଶଙ୍ଖ ସହିତ ୧୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଦିଆଯିବ ଯାହାକି ଏସୀୟ କ୍ଷେତ୍ରରେ ସର୍ବାଧିକ। ଅନ୍ୟ ପୁରସ୍କାର ବିଜେତାମାନଙ୍କୁ ରୁପା ଶଙ୍ଖ ସହିତ ୧ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ। ଶ୍ରେଷ୍ଠ ବିଦ୍ୟାର୍ଥୀ ଚଳଚ୍ଚିତ୍ରକୁ ୧ ଲକ୍ଷ ଟଙ୍କା ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ। ଶ୍ରେଷ୍ଠ ଅଭିନବ ଚଳଚ୍ଚିତ୍ର ପାଇଁ ପ୍ରମୋଦ ପତି ପୁରସ୍କାର, ଶ୍ରେଷ୍ଠ ପଦାର୍ପଣକାରୀ ନିର୍ଦ୍ଦେଶକଙ୍କୁ ଦାଦାସାହେବ ଫାଲକେ ଚିତ୍ରନଗରୀ ସମ୍ମାନ ପ୍ରଦାନ କରାଯିବ।

ପିଆଇବି ଇଣ୍ଡିଆର ୟୁ ଟ୍ୟୁବ ଚାନେଲରେ ୨୯ ତାରିଖ ଅପରାହ୍ଣ ୫ଟା ଠାରୁ ଉଦଘାଟନୀ ସମାରୋହର ସିଧା ପ୍ରସାରଣ ହେବ: https://youtu.be/JVFAnWn1u-w

ଡିଡି ନେସନାଲ ଏବଂ ଦୂରଦର୍ଶନ ନେଟଓ୍ବର୍କର ଅନ୍ୟ ଚ୍ୟାନେଲରେ ମହୋତ୍ସବର ସିଧାପ୍ରସାରଣ କରାଯିବ।

ପଞ୍ଜୀକରଣ ଏବଂ ଅଧିକ ବିବରଣୀ www.miff.in ରେ ଉପଲବ୍ଧ। ମହୋତ୍ସବ ସମ୍ପର୍କରେ କୌଣସି ପ୍ରଶ୍ନ ରହିଥିଲେ miffindia@gmail.com ମହୋତ୍ସବ ନିର୍ଦ୍ଦଶୋଳୟ ସହ ଯୋଗାଯୋଗ କରାଯାଇପାରିବ।

ଏମଆଇଏଫଏଫ ନେହେରୁ ସେଣ୍ଟର ଅଡିଟୋରିୟମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ, ଟିଏମସି କର୍ମୀ କରିଥିବା ଅଭିଯୋଗ

August 5, 2025
Latest News

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.