Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଆ ମନୋରଂଜନ ଚ୍ୟାନେଲ ଜୀ ସାର୍ଥକ ଉପସ୍ଥାପନ କରୁଛି ତାର ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ ପରିଚୟ 
ଆଜିର ଖବର

ଓଡିଆ ମନୋରଂଜନ ଚ୍ୟାନେଲ ଜୀ ସାର୍ଥକ ଉପସ୍ଥାପନ କରୁଛି ତାର ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ ପରିଚୟ 

June 15, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜୀ ସାର୍ଥକ, ସବୁଠୁ ଅଗ୍ରଣୀ ଓ ସବୁଠୁ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଓଡିଆ ଦର୍ଶକମାନଙ୍କ ସହ ଦୀର୍ଘ ଦିନରୁ ସୁସମ୍ପର୍କକୁ ଏକ ମହତ୍ୱପୂର୍ଣ୍ଣ ରୂପ ଦେବା ପାଇଁ ଏବଂ ଓଡିଶାର ନାରୀମାନଙ୍କ ପ୍ରତି ଉଚ୍ଛ୍ୱସିତ ପ୍ରଶସ୍ତି ଜଣାଇବା ପାଇଁ ଗୀତିକବିତା ମାଧ୍ୟମରେ ଆଜି ଏକ ନୂତନ ପ୍ରଚାରିଭାନ ଆରମ୍ଭ କରିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ତଥା ଉତ୍କଳୀୟ ନାରୀର ବୈଶିଷ୍ଟ୍ୟ ଓ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ ହେଉଥିବା ଚ୍ୟାନେଲର ଜନପ୍ରିୟ ଚରିତ୍ରଗୁଡିକ ଆଧାରରେ ନୂଆ ପ୍ରଚାରିଭାନଟି ପ୍ରସ୍ତୁତ କରାଯାଇଛି। ଏହି କ୍ୟାମ୍ପେନରେ ଗୀତଟି ଗାଇଛନ୍ତି ସୁପ୍ରସିଦ୍ଧ ପ୍ଲେ ବ୍ୟାକ୍ ସିଙ୍ଗର ଆକୃତି କାକର ଏବଂ ସଂଗୀତ ପରିଚାଳନା କରିଛନ୍ତି ଇନ୍ଦ୍ରଜୀତ ଦାସଗୁପ୍ତା। ଏହି ଚ୍ୟାନେଲର ଲକ୍ଷ୍ୟ ହେଉଛି ସମ୍ପୂର୍ଣ୍ଣ ଭିନ୍ନ ଧରଣର ଶୋ’। ସମ୍ପର୍କ ବନ୍ଧନରେ ବାନ୍ଧି ହେଉଥିବା ସରସ କାହାଣୀ ଏବଂ ସଦ୍ୟ ପରିବର୍ତ୍ତିତ ବ୍ରାଣ୍ଡ ପରିଚୟ, ଯାହାକି ସାମଗ୍ରିକ ଭାବେ ଆଣିଦିଏ ଏକ ବର୍ଦ୍ଧିତ ଦର୍ଶକଙ୍କ ଅନୁଭୂତି – ଏହିସବୁ ମାଧ୍ୟମରେ ଏଇ ଚ୍ୟାନେଲର ଆଭିମୁଖ୍ୟ ହେଉଛି ଦର୍ଶକମାନଙ୍କ ସହିତ ସମ୍ପର୍କକକୁ ଆହୁରି ନିବିଡ କରିବା।

ବିଗତ କିଛି ବର୍ଷ ମଧ୍ୟରେ ଜୀ ସାର୍ଥକ ତାର ଜନପ୍ରିୟ ଓ ପ୍ରଧାନ ଶୋ’ ଗୁଡିକ ଯେପରି ଝିଲୀ, ବିଜୟିନୀ, ସନାଝିଅ ସାଙ୍ଗକୁ ଦିଦି ନଂ ୧, ସାରେଗାମାପା ଏବଂ ଆହୁରି ଅନେକଗୁଡିଏ ଆଇପି ଫର୍ମାଟକୁ ନେଇ ନିଜର ପ୍ରାଧାନ୍ୟ ଯଥେଷ୍ଟ ବଢ଼ାଇଛି। ଫିକସନ ଓ ନନଫିକସନ ଶୋ’ ଗୁଡିକର ଉତ୍ତମ ମିକ୍ସ ତିଆରି ଓ ସଂଗ୍ରହ, ଯାହା ଦର୍ଶକମାନଙ୍କ ମଧ୍ୟରେ ଅନବରତ ବ୍ୟାପକ ଜନପ୍ରିୟତା ସୃଷ୍ଟି କରି ଆସୁଛି, ସେ କ୍ଷେତ୍ରରେ ପ୍ରଧାନ ଚ୍ୟାନେଲ ହିସାବରେ ଜୀ ସାର୍ଥକ ଦୃଢ଼ ଭାବରେ ଅନୁସରଣ କରିଚାଲିଛି ଏକ ଉପଭୋକ୍ତା କେନ୍ଦ୍ରିକ ଦୃଷ୍ଟିଭଙ୍ଗୀ। ସମ୍ପୂର୍ଣ୍ଣ ନୂଆ କ୍ୟାମ୍ପେନଟିରେ ରହିଛି ଉତ୍କଳୀୟ ନାରୀମାନଙ୍କର ଆବେଗ ଓ ନମନୀୟତା ଯାହା ଚ୍ୟାନେଲର ବିଷୟବସ୍ତୁ ବା କଣ୍ଟେଣ୍ଟ ତତ୍ୱ ମଧ୍ୟରେ ପ୍ରତିଫଳିତ।

ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀ ପ୍ରତିକ ସିଲ୍ ଚ୍ୟାନେଲର ନୂଆ କ୍ୟାମ୍ପେନ ବିଷୟରେ ଦର୍ଶାଇ କହିଥିଲେ “ ଆମେ ଆଶା କରୁ ଦର୍ଶକଙ୍କ ପ୍ରଥମ ଫିଲୋସଫି ବିଷୟରେ ଅବଗତ ହୋଇ ଆମର ଦର୍ଶକମଣ୍ଡଳୀଙ୍କୁ ଅବ୍ୟାହତ ମନୋରଂଜନ ଦେଇପାରିବୁ। ଝିଲୀ ଓ ଦିଦି ନଂ ୧ ଭଳି ସାମ୍ପ୍ରତିକ ଶୋ’ରୁ ଯେଉଁ ସାଫଲ୍ୟ ମିଳିଛି, ତାହା ଆହୁରି ସୁନ୍ଦର ମନୋରଂଜନ ପ୍ରଦାନ କରିବା ପାଇଁ ଆମର ପ୍ରତିଶ୍ରୁତିକୁ ଅଧିକ ଦୃଢ଼ କରିବାର ବଡ ଭୂମିକା ଦେଇଛି। ଆଗାମୀ ଦିନରେ ଆମ ଦର୍ଶକମଣ୍ଡଳୀଙ୍କ ପାଇଁ ଆମ ପାଖରେ ରହିଛି ବିଶେଷ ଆକର୍ଷକଣୀୟ କଣ୍ଟେଣ୍ଟ ମାନ , ଯାହା ମଧ୍ୟରେ ଅଛି ନୂଆ ସିଜିନର ଖୁବ ଜନପ୍ରିୟ ଶୋ’ ସା ରେ ଗା ମା ପା, ଡ୍ୟାନ୍ସ ଓଡିଶା ଡ୍ୟାନ୍ସ ଏବଂ ଆହୁରି ଅନେକ ନୂଆ କାହାଣୀ। ଆମେ ମଧ୍ୟ ବହୁ ପ୍ରତ୍ୟାଶିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ରଥଯାତ୍ରାର ଧାରା ବିବରଣୀ ସମ୍ପ୍ରସାରଣ କରିବୁ। ଚ୍ୟାନେଲର ମନୋରଂଜନ କ୍ଷେତ୍ରରେ ସାଫଲ୍ୟ ରହିଛି, ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ ପରିଚୟ ହେଉଛି ଆଉ ଏକ ଉଚ୍ଚତା, ଯାହା ଆମର ଦର୍ଶକ ଅନୁଭୂତି ବଢ଼ାଇବା ସହିତ ଦର୍ଶକମଣ୍ଡଳୀଙ୍କ ସହ ଆମର ସମ୍ପର୍କକୁ ଆହୁରି ଘନିଷ୍ଠ କରିବ।”

ଏହ ଘୋଷଣା ଉପରେ ମୁଖ୍ୟ କ୍ଲଷ୍ଟର ଅଫିସର – ଇଷ୍ଟ ଜୀ ଏଣ୍ଟରଟେନମେରଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଜୀଲ୍‌) ଶ୍ରୀ ସମ୍ରାଟ ଘୋଷ କହିଥିଲେ, “ ଜୀରେ ଆମେ ସର୍ବଦା ଦର୍ଶକମାନଙ୍କୁ କେନ୍ଦ୍ରରେ ରଖିଥାଉ। ଏହା ସହିତ ଆମର କଣ୍ଟେଣ୍ଟ ସ୍ଲେଟର ଅଙ୍ଗ ହିସାବରେ ଶୋ’ ଗୁଡିକର କଠିନ ଅଥଚ ମନୋରଂଜନଧର୍ମୀ ମିକ୍ସକୁ ପ୍ରସ୍‌ୁତ କରିବା ପାଇଁ ଡିଜାଇନର ଚିନ୍ତାଧାରା ଭଳି ଦିଗଗୁଡିକୁ ବି ଆଗେଇ ନେଇଛୁ। ଜୀ ସାର୍ଥକ ହେଉଛି ନଂ ୧ ଓଡିଆ ଜିଇସି ଚ୍ୟାନେଲ ଓ ଭାରତର ଅନ୍ୟତମ ସଫଳ ଆଞ୍ଚଳିକ ଜିଇସି ଚ୍ୟାନେଲ । ଆମର ବ୍ରାଣ୍ଡ ଏବଂ କଣ୍ଟେଣ୍ଟ ସବୁବେଳେ ପ୍ରଗତୀଶୀଳ ଓ ସାଂସ୍କୃତିକ ମୂଳ ଚିନ୍ତାଧାରା ଉପରେ ଭିତ୍ତି କରିଥାଏ, ଯାହା ମଧ୍ୟବିତ ଶ୍ରେଣୀର ଓଡିଆ ଲୋକଙ୍କର ମୂଲ୍ୟବୋଧ ସହିତ ପରିପୂରକ। ଏହି ସଂସ୍କୃତିସମ୍ପନ୍ନ ପ୍ରଗତୀଶୀଳ ଚିନ୍ତାଧାରା ହିଁ ସବୁବେଳେ ପ୍ରତିଫଳିତ ହୋଇଛି ଆମର ଅସାଧାରଣ କାହାଣୀଗୁଡିକରେ ଓ ସଶକ୍ତ ନାରୀ ଚରିତ୍ରଗୁଡିକରେ ଆଉ ତାହା ଦର୍ଶାଇ ଦେଇଛି ସଂସ୍କୃତି ଓ ଓଡିଆ ନାରୀମାନଙ୍କର ଅମାୟିକତା (ଓଡିଆ ଗୃହିଣୀ ‘ଲକ୍ଷ୍ମୀ’)। ଏହାହିଁ ହେଉଛି ଜନପ୍ରିୟତାର ମୂଳ କାରଣ । ଉପଭୋକ୍ତା କେନ୍ଦ୍ରିକତାକୁ ସୁନିଶ୍ଚିତ କରିବା ଏବଂ ଏଠାରେ ଦର୍ଶକମଣ୍ଡଳୀକୁ ‘ଖାଣ୍ଟ ଓଡିଆ’ କଣ୍ଟେଣ୍ଟ ପ୍ରଦାନ କରିବା ସମ୍ବନ୍ଧୀୟ ଚ୍ୟାନେଲର କଣ୍ଟେଣ୍ଟ ଫିଲୋସଫିର ସମରେଖାରେ ରହି ମଧ୍ୟବିତ ଓଡିଆ ନାରୀମାନଙ୍କର ପ୍ରକୃତ ଆବେଗ ଓ କଥାକୁ ସଂଶ୍ଳିଷ୍ଟ କରି ଯେଉଁ ନୂଅ୍ରା ବ୍ରାଣ୍ଡ କ୍ୟାମ୍ପେନ ଘୋଷଣା କରାଯାଇଛି ସେଥିପାଇଁ ଜୀ ସାର୍ଥକ ଗର୍ବିତ । ଏହାଛଡା ବେଶ କିଛି ବର୍ଷ ଧରି ଓଡିଶାର ନାରୀମାନଙ୍କୁ ସଶକ୍ତ ବା କ୍ଷମତାସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଜୀ ସାର୍ଥକ ଅନେକ ଗୁଡିଏ ଉଦ୍ୟୋଗ ହାତକୁ ନେଇଛି । ଯେଉଁ ଗୀତଟି ଆଜି ଆରମ୍ଭ କରାଯାଇଛି ତଥା ‘ନାଲିବନ୍ଧୁ’ ଉଦ୍ୟୋଗ ହେଉଛି ସେହି ଉଦ୍ୟୋଗ ଗୁଡିକ ମଧ୍ୟରେ ନାରୀମାନଙ୍କର ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟରକ୍ଷା, ଅଧିକାର ସମ୍ବନ୍ଧରେ ସଚେତନତା ବୃଦ୍ଧି ପାଇଁ ଜୀ ସାର୍ଥକ ସମ୍ପ୍ରତି ରଜପର୍ବ ସହିତ ଯୁକ୍ତ କରି ନାରୀବନ୍ଧୁ କ୍ୟାମ୍ପେନ ଆରମ୍ଭ କରିବା କଥା ଘୋଷଣା କରି ସାରିଛି । ଆହୁରି ଆଗକୁ ଯିବା ତଥା ଜନପ୍ରିୟତା ବଢ଼ାଇବା ଉଦ୍ଦେଶ୍ୟରେ ଏହି ଚ୍ୟାନେଲ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରିଛି । ତାହା ହେଉଛି ଝିଅମାନଙ୍କ ଶିକ୍ଷାକୁ କେନ୍ଦ୍ର କରି ଏକ ମର୍ମସ୍ପର୍ଶୀ ଫିଲ୍ମ ପ୍ରସ୍ତୁତ । ଏହି ଧରଣର ତାତ୍ପର୍ଯ୍ୟପୂର୍ଣ୍ଣ ଫିଲ୍ମଟି ସଫଳ ଓ ସକ୍ରିୟ ହେବା ପାଇଁ ଆହ୍ୱାନ ଦିଆଯାଇଛି ଯେ ଦର୍ଶକମାନେ ଝିଅମାନଙ୍କ ଶିକ୍ଷାକୁ ସମର୍ଥନ କରିବା ପାଇଁ ନାଲି ବିନ୍ଦୁ ୱେବସାଇଟରେ ଡୋନେଟ କରିବାକୁ ଆଗେଇ ଆସନ୍ତୁ ।

ତେଣୁ ଏହି ଯାତ୍ରାରେ ଆଗକୁ ବଢ଼ିବା ସହିତ ଆମେ ଆମର ଦର୍ଶକମଣ୍ଡଳୀ ଏବଂ ପାର୍ଟନରମାନଙ୍କ ସହ ସମ୍ପର୍କକୁ ଯତ୍ନ କରିବା ପାଇଁ ଚାହୁଁ ଏବଂ ସେମାନଙ୍କ ସହ ଏକାଠି ଆଗେଇ ଯିବୁ ଏକ ଅନନ୍ୟ ଯାତ୍ରାରେ, ଯେଉଁଥିରେ ପ୍ରତିଫଳିତ ହେଉଛି – ନୂଆ କାହାଣୀ ନୂଆ ରଙ୍ଗରେ, ଅତୁଟ ସମ୍ପର୍କ ଆମ ସାଙ୍ଗରେ !!

ଚିଫ୍ ମାର୍କେଟିଙ୍ଗ ଅଫିସର, କଣ୍ଟେଣ୍ଟ ଏସବିୟୁ, ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ୍ (ଜୀଲ) ଶ୍ରୀ କାର୍ତ୍ତିକ ମହାଦେବ, ନୂଆ ବ୍ରାଣ୍ଡ ପରିଚୟ ସମ୍ବନ୍ଧରେ କହିଲେ, “ ଜୀରେ, ଉପଭୋକ୍ତା ଆମର କଣ୍ଟେଣ୍ଟ ଏବଂ ବ୍ରାଣ୍ଡ ଡିଜାଇନର କେନ୍ଦ୍ରରେ ରହିଛନ୍ତି । ମାର୍କେଟରେ ନେତୃତ୍ୱର ଅବସ୍ଥାନ ବଜାୟ ରଖିବା କ୍ଷେତ୍ରରେ ଆମର ଓଡିଆତ୍ୱକୁ ବୋଧଗମ୍ୟ କରିବାର ଶକ୍ତି ହିଁ ବଡ ଭୂମିକା ନେଇଛି । ଏହି ନୂଆ ପରିଚୟ ଜୀ ସାର୍ଥକ – ଉଭୟ ଗଭୀର ଉତ୍ସ ବିଶିଷ୍ଟ ଏବଂ ସମସାମୟିକ , ଏହି ଅନୁପ୍ରେରଣା ଆମେ ପାଇଛୁ ସାଂସ୍କୃତିକ ଭାବେ ତାତ୍ପର୍ଯପୂର୍ଣ୍ଣ ନମୁନା ଏବଂ ଆଞ୍ଚଳିକ କଳାଶିଳ୍ପୀ ଅଭିବ୍ୟକ୍ତିରୁ, ଯେପରି ପବିତ୍ର ‘ନୀଳଚକ୍ର’ ଏବଂ ସ୍ଥାନୀୟ ଡିଜାଇନ, ଯେପରି ସମ୍ବଲପୁରୀ ଶାଢ଼ୀର ବୟନ ଏବଂ ମନୋରମ ତାରକସୀ ଅଳଙ୍କାର । ଆମର ବିଶ୍ୱାସ, ଏହି ନୂତନ ରୂପରେ ସଜ୍ଜିତ ବ୍ରାଣ୍ଡ ପରିଚୟ ଓଡିଶାରେ ଦର୍ଶକମଣ୍ଡଳୀ ସହିତ ଆମର ଆବେଗପୂର୍ଣ୍ଣ ସମ୍ପର୍କକୁ ଶକ୍ତୀଶାଳୀ କରିବ । ଚ୍ୟାନେଲର ନାମ ପାଇଁ ଚକ୍ରକାର ଧାରକ ପ୍ରତୀକୀକରଣ କରୁଛି ଯେ କେମିତି ଅନ୍ତଃଚକ୍ର (ପରିବାର ଓ ସମାଜ) ହେଉଛି ଅଭିନ୍ନ ଓଡିଆ । ଜୀ ସାର୍ଥକର ନୂତନ ପରିଚୟ ପ୍ରତିବିମ୍ବିତ କରେ ଏହି ଭୂଖଣ୍ଡର ସାଂସ୍କୃତିକ ଐତିହ୍ୟକୁ ଆଉ ସମ୍ପର୍କ ଆଧାରିତ ବର୍ଣ୍ଣନାମୟ ଓ ଅନ୍ତର୍ଦୃଷ୍ଟି ସମ୍ପନ୍ନ କାହାଣୀ ମାଧ୍ୟମରେ ମାର୍କେଟରେ ସବୁଠୁ ପସନ୍ଦ ଯୋଗ୍ୟ ମନୋରଂଜନକାରୀ ହୋଇ ପାରିବାର ଆମର ଦୂରଦୃଷ୍ଟି ଓ ପ୍ରତିଶ୍ରୁତିକୁ ଉଜ୍ୱଳ କରି ତୋଳେ ।”

ଏହି କ୍ୟାମ୍ପେର ଏକ ଅଙ୍ଗଭାବେ , ଚ୍ୟାନେଲ ସଂଗୀତ ଉପରେ ଜୀ ସାର୍ଥକ ଆହୁରି ଏକ ସିଗନେଚର ଷ୍ଟେପ୍ ଚ୍ୟାଲେଞ୍ଜ ଘୋଷଣା କରିଛି । ଜୀ ସାର୍ଥକ ଚ୍ୟାନେଲରେ ଏହି ଶକ୍ତିଶାଳୀ କ୍ୟାମ୍ପେନ ଆରମ୍ଭ ହୋଇଯାଇଛି ଏବଂ ଏହାକୁ ୩୬୦ ଡିଗ୍ରୀ ଢ଼ଙ୍ଗରେ ସବୁ ମାଧ୍ୟମରେ – ଓଓଏଚ୍‌, ଛପା ଏବଂ ସୋସିଆଲ ମିଡିଆ ଚାନେଲରେ ଯେପରି ୟୁଟୁବ, ଇନଷ୍ଟାଗ୍ରାମ ଫେସବୁକରେ ପ୍ରଚାର କରାଯିବ ।

ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ୍ (ଜିଲ) ସମ୍ପର୍କରେ :
ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ୍ (ଜିଲ) ହେଉଛି ଏକ ଅଗ୍ରଣୀ କଣ୍ଟେଣ୍ଟ କମ୍ପାନୀ, ଯିଏ ବିଭିନ୍ନ ପ୍ରକାର ଦର୍ଶକମଣ୍ଡଳୀଙ୍କୁ ଦେଇଥାଏ ଏଣ୍ଟରଟେନମେଣ୍ଟକଣ୍ଟେଣ୍ଟ । ୧୬୦ଟି ଦେଶରେ ଉପସ୍ଥିତି ଏବଂ ସାରା ବିଶ୍ୱରେ ୧୩୦କୋଟି ଲୋକଙ୍କ ପାଖରେ ପହଞ୍ଚେ ତଥା ଶୈଳୀ, ଭାଷା ଏବଂ ସମନ୍ୱିତ କଣ୍ଟେଣ୍ଟ ପ୍ଲାଟଫର୍ମ ନିର୍ବିଶେଷରେ ଜୀଲ ହେଉଛି ଅନ୍ୟତମ ବୃହତ୍ତମ ଗ୍ଲୋବାଲ ମିଡିଆ ଏଣ୍ଟରଟେନମେଣ୍ଟ କମ୍ପାନୀ ।

ଓଡିଆ ଦର୍ଶକ ଜୀ ସାର୍ଥକ ନୂଆ ବ୍ରାଣ୍ଡ ପରିଚୟ ନୋରଂଜନ ଚ୍ୟାନେଲ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.