Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏବେ ତାର ପ୍ରିୟ ଓଡିଆ ଦର୍ଶକଙ୍କ ପାଖରେ ପହଞ୍ଚିବ ଜୀ ସାର୍ଥକ 

ଭୁବନେଶ୍ଵର: ଜୀ-ସାର୍ଥକ ସର୍ବଦା ନୂଆ, ଭିନ୍ନ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’, ‘ଖୁସିର ଛୁଙ୍କ’ ଓ ‘ସାଥିରେ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି। ତେବେ ଏଇଠି ରହିବ ନାହିଁ ଜୀ-ସାର୍ଥକ ଓ ତାର ଦର୍ଶକଙ୍କ ସମ୍ପର୍କ। ଏହି ସମ୍ପର୍କକୁ ଆଗକୁ ନେବାକୁ ଓ ଆହୁରି ମଜବୁତ୍ କରିବା ପାଇଁ ଆହୁରି ଗୋଟେ ପାଦ ଆଗକୁ ଯାଉଛି ଓଡିଶାର ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ, ଜୀ-ସାର୍ଥକ।

ଜୀ-ସାର୍ଥକ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ, ଯାହା ମାଧ୍ୟମରେ ଜୀ-ସାର୍ଥକର ଟିମ୍ ତାଙ୍କର ପ୍ରଚାର ଗାଡିରେ ପହଁଚିବେ ଆପଣ ମାନଙ୍କ ପାଖରେ ଓ ଆପଣ ମାନଙ୍କ ସହ ବିଚାର ବିମର୍ଶ କରିବେ ଜୀ-ସାର୍ଥକର ସମସ୍ତ କାର୍ଯକ୍ରମ ଉପରେ। ଆପଣ ମାନଙ୍କର ପସନ୍ଦର କାହାଣୀ, ରିଆଲିଟି ସୋ ଓ ସେଥିରେ ଚାହୁଁଥିବା ପରିବର୍ତନ ସବୁ ଜାଣିବାକୁ ଚେଷ୍ଟା କରିବେ। ଓଡ଼ିଶାର ସମ୍ପୂର୍ଣ ୩୦ ଜିଲ୍ଲା ପରିଦର୍ଶନ କରିବେ ଜୀ-ସାର୍ଥକର ଏହି ଟିମ୍। କେବଳ ବିଚାର ବିମର୍ଶ ନୁହେଁ ଏହି ଟିମ୍ ଆପଣଙ୍କ ଗାଁ, ସହରରେ ବିଭିନ୍ନ ପ୍ରାନ୍ତରେ ତାର ଦର୍ଶକଙ୍କ ସହ ଭିନ୍ନ ଭିନ୍ନ ଖେଳ ସହ ଏହା ଆହୁରି ଅଧିକ ମଜାଦାର ହେବ ଓ ଦର୍ଶକ ମାନେ ମଧ୍ୟ ଜିତିବେ ଆକର୍ଷଣୀୟ ଉପହାର ସବୁ।

ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ତଥା ଉତ୍କଳୀୟ ନାରୀର ବୈଶିଷ୍ଟ୍ୟ ଓ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ ହେଉଥିବା ଜୀ-ସାର୍ଥକର ଲୋକପ୍ରିୟ ଚରିତ୍ରଗୁଡିକ ସର୍ବଦା ଦର୍ଶକଙ୍କ ମନକୁ ଜିତିବାରେ ସକ୍ଷମ ହୋଇଛି। ସମ୍ପର୍କ ଗଢିବା କିଛି ବଡ କଥା ନୁହେଁ କିନ୍ତୁ ସମ୍ପର୍କରେ ଯୋଡି ହୋଇ ରହିବା ସବୁଠାରୁ ବଡ କଥା, ଠିକ୍ ଯେମିତି ଜୀ ସାର୍ଥକ ଯୋଡି ହୋଇ ରହିଛି ଓଡ଼ିଶାର ସମସ୍ତ ଦର୍ଶକଙ୍କ ସହ। ଆମ ଚ୍ୟାନେଲ ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା ଛଡା ଆଉ ଗୋଟେ ପାଦ ଆଗେଇଛି ସିଧା ଦର୍ଶକମାନଙ୍କ ପାଖରେ ପହଞ୍ଚିବା ପାଇଁ। ଆମକୁ ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଦର୍ଶକଙ୍କୁ ବହୁତ ବହୁତ ଧନ୍ୟବାଦ। ନିଜର ମତାମତ ସହ ପ୍ରସ୍ତୁତ ହୋଇ ରୁହନ୍ତୁ, ଆମେ ପହଁଚିବୁ ଖୁବ ଶୀଘ୍ର ଆପଣଙ୍କ ପାଖରେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ଅଡିଓ ରିଲିଜ

ଭୁବନେଶ୍ବର: ଓଡିଆ ଦର୍ଶକଙ୍କୁ ପୁଣି ଗୋଟିଏ ସିନେମା ଭେଟି ଦେଉଛି ଜୀ ସାର୍ଥକ। ଆସନ୍ତା ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ସିନେମା ‘ପାରି କରିବେ ଭୋଳା ଶଙ୍କର’। ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅଡିଓ ରିଲିଜ ହୋଇଛି।

ସିନେମାରେ ତିନିଟି ଗୀତ ରହିଥିବା ବେଳେ ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ। ପ୍ରଶାନ୍ତ ପାଢ଼ୀଙ୍କ ବଳିଷ୍ଠ ସଂଗୀତ ନିର୍ଦ୍ଦେଶନାରେ ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ, ସୋହିନୀ ମିଶ୍ର, ତାରିକ ଅଜିଜ ଓ ସ୍ୱସ୍ତିକ ପ୍ରମୁଖ କଣ୍ଠଦାନ କରିଛନ୍ତି।

ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର ହେଉଛି ‘ପାରି କରିବେ ଭୋଳା ଶଙ୍କର’। ଗାଁର କାହାଣୀକୁ ନେଇ ଆଗେଇଛି ସିନେମା। ନାୟକ ଶଙ୍କର ଉପରେ ରହିଛି ମହାଦେବଙ୍କ ଆଶୀର୍ବାଦ। ପ୍ରତ୍ୟେକ ସୋମବାରରେ ନାୟକ ଶଙ୍କର ଅଦ୍ଭୁତ ଐଶ୍ୱରୀୟ ଶକ୍ତି ପ୍ରାପ୍ତ ହୁଏ। ଯାହା ସାଧାରଣ ମଣିଷ ଭାବିପାରେନି ତାହା ସେ କରିପାରେ। ତେଣୁ ଗାଁର ଛୋଟ ଠୁ ବଡ ସମସ୍ତଙ୍କର ଶଙ୍କର ଅତି ଆପଣାର।

ତେବେ ଶଙ୍କରର ଲୋକପ୍ରିୟତାକୁ ସହିପାରନ୍ତିନି ଗାଁ ଜମିଦାର ଅବିନାଶବାବୁ। ଶଙ୍କରର ବିନାଶ ପାଇଁ ଜମିଦାର ଉପାୟ ଚିନ୍ତା କରନ୍ତି। ଜମିଦାରଙ୍କ ଝିଅ ପ୍ରତ୍ନତତ୍ତ୍ୱ ଗବେଷଣାରତ ଥିବା ବେଳେ ସେଇ ଆଳରେ ଗାଁ ମନ୍ଦିର ଜମି ହଡପ କରିବାକୁ ଜମିଦାର ଅବିନାଶ ବାବୁ ଚେଷ୍ଟା କରନ୍ତି। ଯେଉଁଥିରେ ବାଧକ ସାଜେ ଶଙ୍କର। ତେବେ ରୋମାଞ୍ଚ କର କାହାଣୀକୁ ନେଇ ଆଗକୁ ସିନେମା ଗତିଶୀଳ। ଅନ୍ୟାୟର ଆୟୁଷ କେତେ ଓ ଅବିନାଶ – ଶଙ୍କରର ଛକାପଞ୍ଝାର ପରିଣତି କଣ ହେବ ତାହା ସିନେମା ଦେଖିଲେ ଜାଣିହେବ।

ପାରି କରିବେ ଭୋଳା ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ଅଜୟ ରାଉତ ପ୍ରଯୋଜନା କରିଥିବା ବେଳେ କାହାଣୀକାର ଅଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ଆସନ୍ତା ନଭେମ୍ବର ୬ ତାରିଖ ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ତଥା ବଡଓଷା ଅବସରରେ ସଂଧ୍ୟା ୬ଟା ୩୦ରେ ଜୀ ସାର୍ଥକରେ ‘ପାରି କରିବେ ଭୋଳା ଶଙ୍କର’ ଦେଖିପାରିବେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଅକ୍ଟୋବର ୩ ତାରିଖରୁ ଜୀ ସାର୍ଥକର ମେଗା ସିରିଏଲ ‘ସାଥୀରେ’ 

ଭୁବନେଶ୍ବର: ଓଡିଆ ଦର୍ଶକଙ୍କ ପାଇଁ ଜୀ ସାର୍ଥକ ଆସୁଅଛି ଆଉ ଏକ ଭିନ୍ନ ଧରଣର ନୂଆ ମେଗା ଧାରାବାହିକ। ଯାହାର ନାଁ ରହିଛି ‘ସାଥୀରେ’। ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ ‘ସାଥୀରେ’ ଲଞ୍ଚ ହୋଇଛି। ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ସୋମବାରରୁ ଶନିବାର ରାତି ୮ଟାରେ ଏହି ମେଗା ଧାରାବାହିକ ପ୍ରସାରିତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।

କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଧାରା ଓ ଅମ୍ବର। ଚୁଲବୁଲି ଅଭିନେତ୍ରୀ ଅନନ୍ୟାଙ୍କୁ ମୁଖ୍ୟ ଭୁମିକା ଧାରା ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମ୍ୟୁଜିକ ଭିଡିଓରେ କ୍ୟାରିୟର ଆରମ୍ଭ କରିଥିବା ନବାଗତ ଅଭିଜିତ ଅଭିନୟ କରିଛନ୍ତି ଅମ୍ବର ଭୁମିକାରେ।

କାହାଣୀରେ ଧାରା ଚୁଲବୁଲି ଚରିତ୍ରଟିଏ। ଯିଏ ପ୍ରତ୍ୟେକ ପରିସ୍ଥିତିକୁ ସାହସର ମୁକାବିଲା କରେ। ସେ ଖୁସି ଓ ଭାଗ୍ୟଶାଳୀ ଝିଅଟି, ଯିଏ କାନ୍ଦିବା ଶିଖିନି ବରଂ ହସି ହି ସବୁ ସମସ୍ୟାର ସମାଧାନ କରିଦିଏ। ଆଉ ଅମ୍ବର ଜଣେ ସଫଳ ବ୍ୟବସାୟୀ ଏବଂ ନିଜ ଲକ୍ଷ୍ୟପଥରେ ପହଂଚିବାରେ ସବୁବେଳେ ବ୍ୟସ୍ତ। ଏହି ସଫଳ ବ୍ୟବସାୟୀଙ୍କ ମତରେ ମହିଳାମାନେ ସଫଳତାର ରାସ୍ତାରେ ବାଧକ।

ଦୁହେଁ ଦୁହିଁଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ। ଏମାନଙ୍କ ଭିତରେ କଣ ପ୍ରେମ ସମ୍ଭବ ହୋଇପାରେ । କଣ ସତରେ ଏକାଠି ହୋଇପାରିବେ ଅମ୍ବର ଓ ଧାରା। ଏହାକୁ ନେଇ ଧାରାବାହିକ ‘ସାଥୀରେ’ ଆଗକୁ ବଢ଼ିଛି ଓ ଅନେକ କିଛି ଏଥିରେ ଦେଖିବାକୁ ମିଳିଛି। ପୂର୍ବରୁ ଜୀ-ସାର୍ଥକର ପ୍ରତିଟି ମେଗା ଧାରାବାହିକକୁ ମିଳିଛି ଦର୍ଶକୀୟ ଆଦୃତି। ଏଥର ବି ଏହି ନୂଆ ଧାରାବାହିକ ‘ସାଥୀରେ’କୁ ଓଡିଆ ଦର୍ଶକ ନିଶ୍ଚିତ ଭଲପାଇବେ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି। ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ସୋମବାରରୁ ଶନିବାର ରାତି ୮ଟାରେ ଏହି ମେଗା ଧାରାବାହିକ ପ୍ରସାରିତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆସନ୍ତା ୧୮ ଜୁଲାଇରୁ ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ମା ଯାହାର ସାହା’ 

ଭୁବନେଶ୍ବର: ଜୀ ସାର୍ଥକ ଓଡିଆ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି ଆଉ ଏକ ନୂଆ ମେଗା ସିରିୟଲ। ‘ମା ଯାହାର ସାହା’ ନାମରେ ଏହି ନୂଆ ସିରିୟଲଟି ଆସନ୍ତା ୧୮ ଜୁଲାଇ ଠାରୁ ପ୍ରସାରିତ ହେବ। ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ଦର୍ଶକମାନେ ‘ମା ଯାହାର ସାହା’ ଦେଖିପାରିବେ। ବିଜ୍ଞାନ ଓ ଇଶ୍ୱର ଭକ୍ତିର ଅପୂର୍ବ ସଂଯୋଗ ଏହି ସିରିୟଲରେ ଦେଖିବାକୁ ମିଳିବ। ଓଡିଆ ମନୋରଂଜନ ଦୁନିଆରେ ଏହି ମେଗା ସିରିୟଲ ‘ମା ଯାହାର ସାହା’ ଏକ ବଡ ମାଇଲଖୁଣ୍ଟ ହେବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି।

ବିଜ୍ଞାନକୁ ବିଶ୍ୱାସ କରୁଥିବା ଡା. ଶିବ ପ୍ରସାଦ ତ୍ରିପାଠୀ ଓ ମା’ କାଳୀଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରଖୁଥିବା ପାର୍ବତୀ ମଧ୍ୟରେ ପ୍ରେମ ସମ୍ପର୍କକୁ ଅତି ନିଛକ ଢ଼ଙ୍ଗରେ ପରିବେଷଣ କରାଯାଇଛି। ବିଜ୍ଞାନ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଉଥିବା ଜଣେ ଦାବି କରୁଥିବା ବେଳେ ଇଶ୍ୱର ହିଁ ସର୍ବଶକ୍ତିମାନ ଓ ସାରା ସଂସାର ଇଶ୍ୱରଙ୍କ ନିର୍ଦ୍ଦେଶରେ ଚାଲେ ବୋଲି ଆଉ ଜଣେ ଦାବି କରେ ।ସେହିଭଳି ଶୈଳଭାମା ଓ ଶକ୍ତି ପ୍ରସାଦ ନାମରେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବାକୁ ଘରେ ରହିଥିବା ଖଳନାୟକମାନଙ୍କୁ ବି ବେଶ ଚମତ୍କାର ଭାବେ ଚିତ୍ରଣ କରାଯାଇଛି। ମା’ କାଳୀଙ୍କ ଆଶୀର୍ବାଦରେ କିଭଳି ସୁନା ସଂସାର ଆଗକୁ ବଢ଼େ ଓ କେଉଁ ଘଟଣା ପ୍ରଭାବିତ କରେ ତାହା ଅତି ନିଖୁଣ ଭାବେ ଦେଖାଯାଇଛି।

ଓଡିଆ ଦର୍ଶକଙ୍କ ଭାବନାକୁ ବୁଝି ପାରୁଥିବା ଜୀ ସାର୍ଥକରେ ପ୍ରସାରିତ ହେବାକୁ ଥିବା ଏହି ନୂଆ ମେଗା ସିରିୟଲରେ ପାର୍ବତୀ ଭୂମିକାରେ ଜସ୍ମିନ ରଥ ଅଭିନୟ କରିଥିବା ବେଳେ ଡା. ଶିବପ୍ରସାଦ ଭୁମିକାରେ ଆଲୋକ ଅଭିନୟ କରିଛନ୍ତି। ଶୈଳଭାମା ଚରିତ୍ରରେ ଛନ୍ଦିତା ପାଢ଼ୀ ଓ ଶକ୍ତିପ୍ରସାଦ ଭାବେ ବିରେନ ମିତ୍ର ଚମତ୍କାର ଅଭିନୟ କରିଛନ୍ତି। ଆସନ୍ତା ଜୁଲାଇ ୧୮ରୁ ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ଦେଖିବାକୁ ଭୁଲିବେନି ‘ମା ଯାହାର ସାହା’। ଏଥି ପୂର୍ବରୁ ସୁନା ଝିଅ ଧାରାବାହିକ କୁ ଦର୍ଶକମାନେ ବହୁତ ଭଲ ପାଇବା ଦେଇଛନ୍ତି। “ମା ଯାହାର ସାହା” ବି ଦର୍ଶକମାନଙ୍କ ଦ୍ଵାରା ଆଦୃତ ହେବ ବୋଲି ଜୀ ସାର୍ଥକ ର ଚ୍ୟାନେଲ ମୁଖ୍ୟ ପ୍ରତିକ ସିଲ୍ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୁଲାଇ ୩ ତାରିଖରେ ଜୀ ସାର୍ଥକରେ ଦେଖନ୍ତୁ ‘ସିନେ ମହାମିଳନ’ 

ଭୁବନେଶ୍ବର: ଜୀ ସାର୍ଥକ ଓଡିଆ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି “ସିନେ ମହାମିଳନ”। ଏଇ ରବିବାର ସଂଧ୍ୟା ୬ଟା ୩୦ରେ ଏହାର ପ୍ରସାରଣ ହେବ। ଏହି ମହାମଞ୍ଚରେ ଓଡିଶା ସିନେ ଇଣ୍ଡଷ୍ଟ୍ରିର ସବୁ ମେଗାଷ୍ଟାରମାନଙ୍କୁ ଦେଖିବାକୁ ପାଇବେ। ଯେଉଁମାନେ ଦର୍ଶକଙ୍କୁ ଭରପୁର ମନୋରଂଜନ ଯୋଗାଇବେ।

ସିଦ୍ଧାନ୍ତ, ବାବୁସାନ, ଅରିନ୍ଦମ, ସବ୍ୟସାଚ୍ଚୀ,ଶ୍ରୀତମ ଦାସ, ବୁଦ୍ଧାଦିତ୍ୟ, ସ୍ୱରାଜ, ଜ୍ୟୋତି, ଦେବାଶୀଷ, ଆକାଶ, ପୁପିନ୍ଦର ଓ ରାକେଶଙ୍କ ସହ ମହାଶ୍ୱେତା ରାୟ, ଅନୁ ଚୌଧୁରୀ, ଭୂମିକା, ଶିବାନୀ, ନିକିତା ମିଶ୍ର, ଶୀତଳ, ସୂର୍ଯ୍ୟମୟୀ, ପ୍ରକୃତି, ଏଲି, ତମ୍ମନା ବ୍ୟାସ, ଦିବ୍ୟା, ବିଦୁସ୍ମିତା ଓ ଉଷସୀ ମିଶ୍ରଙ୍କ ଏମିତି ବହୁତସାରା ମେଗାଷ୍ଟାରଙ୍କୁ ଗୋଟିଏ ମଂଚରେ ଦେଖିବାକୁ ପାଇବେ।

ଧମାକାଦାର ପରଫମାନ୍ସ ସହ ନାଚଗୀତର ଆସରରେ ଝୁମିବ ପୁରା ଓଡିଶା। ସବୁ ମେଗାଷ୍ଟାରମାନଙ୍କୁ ଏକାଠି ଗୋଟିଏ ମଂଚରେ ଦେଖିବାକୁ ସମସ୍ତଙ୍କର ଆଗ୍ରହ ଓ ଉତ୍ସାହ ବଢ଼ିଚାଲିଛି।

ଏହି କାର୍ଯ୍ୟକ୍ରମରେ ନାଚଗୀତ ସାଙ୍ଗକୁ ଆହୁରି ବହୁତ କିଛି ମଜାମସ୍ତୀ ଦେଖିବାକୁ ମିଳିବ। ଏହା ଏକ ଭିନ୍ନ ଧରଣର ମନୋରଂଜନର କାର୍ଯ୍ୟକ୍ରମ ଯେଉଁଥିରେ ଓଲିଉଡର ସମସ୍ତ ମେଗାଷ୍ଟାର ମାନେ ଅଂଶଗ୍ରହଣ କରିଛନ୍ତି। ଓଡିଆ ମନୋରଂଜନ ଚ୍ୟାନେଲ ଦୁନିଆରେ ପ୍ରଥମ ଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏଇ ରବିବାର ସଂଧ୍ୟା ୬ଟା ୩୦ରେ ଦେଖନ୍ତୁ ଜୀ ସାର୍ଥକରେ ‘ସିନେ ମହାମିଳନ’।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡିଆ ମନୋରଂଜନ ଚ୍ୟାନେଲ ଜୀ ସାର୍ଥକ ଉପସ୍ଥାପନ କରୁଛି ତାର ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ ପରିଚୟ 

ଭୁବନେଶ୍ୱର: ଜୀ ସାର୍ଥକ, ସବୁଠୁ ଅଗ୍ରଣୀ ଓ ସବୁଠୁ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଓଡିଆ ଦର୍ଶକମାନଙ୍କ ସହ ଦୀର୍ଘ ଦିନରୁ ସୁସମ୍ପର୍କକୁ ଏକ ମହତ୍ୱପୂର୍ଣ୍ଣ ରୂପ ଦେବା ପାଇଁ ଏବଂ ଓଡିଶାର ନାରୀମାନଙ୍କ ପ୍ରତି ଉଚ୍ଛ୍ୱସିତ ପ୍ରଶସ୍ତି ଜଣାଇବା ପାଇଁ ଗୀତିକବିତା ମାଧ୍ୟମରେ ଆଜି ଏକ ନୂତନ ପ୍ରଚାରିଭାନ ଆରମ୍ଭ କରିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ତଥା ଉତ୍କଳୀୟ ନାରୀର ବୈଶିଷ୍ଟ୍ୟ ଓ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ ହେଉଥିବା ଚ୍ୟାନେଲର ଜନପ୍ରିୟ ଚରିତ୍ରଗୁଡିକ ଆଧାରରେ ନୂଆ ପ୍ରଚାରିଭାନଟି ପ୍ରସ୍ତୁତ କରାଯାଇଛି। ଏହି କ୍ୟାମ୍ପେନରେ ଗୀତଟି ଗାଇଛନ୍ତି ସୁପ୍ରସିଦ୍ଧ ପ୍ଲେ ବ୍ୟାକ୍ ସିଙ୍ଗର ଆକୃତି କାକର ଏବଂ ସଂଗୀତ ପରିଚାଳନା କରିଛନ୍ତି ଇନ୍ଦ୍ରଜୀତ ଦାସଗୁପ୍ତା। ଏହି ଚ୍ୟାନେଲର ଲକ୍ଷ୍ୟ ହେଉଛି ସମ୍ପୂର୍ଣ୍ଣ ଭିନ୍ନ ଧରଣର ଶୋ’। ସମ୍ପର୍କ ବନ୍ଧନରେ ବାନ୍ଧି ହେଉଥିବା ସରସ କାହାଣୀ ଏବଂ ସଦ୍ୟ ପରିବର୍ତ୍ତିତ ବ୍ରାଣ୍ଡ ପରିଚୟ, ଯାହାକି ସାମଗ୍ରିକ ଭାବେ ଆଣିଦିଏ ଏକ ବର୍ଦ୍ଧିତ ଦର୍ଶକଙ୍କ ଅନୁଭୂତି – ଏହିସବୁ ମାଧ୍ୟମରେ ଏଇ ଚ୍ୟାନେଲର ଆଭିମୁଖ୍ୟ ହେଉଛି ଦର୍ଶକମାନଙ୍କ ସହିତ ସମ୍ପର୍କକକୁ ଆହୁରି ନିବିଡ କରିବା।

ବିଗତ କିଛି ବର୍ଷ ମଧ୍ୟରେ ଜୀ ସାର୍ଥକ ତାର ଜନପ୍ରିୟ ଓ ପ୍ରଧାନ ଶୋ’ ଗୁଡିକ ଯେପରି ଝିଲୀ, ବିଜୟିନୀ, ସନାଝିଅ ସାଙ୍ଗକୁ ଦିଦି ନଂ ୧, ସାରେଗାମାପା ଏବଂ ଆହୁରି ଅନେକଗୁଡିଏ ଆଇପି ଫର୍ମାଟକୁ ନେଇ ନିଜର ପ୍ରାଧାନ୍ୟ ଯଥେଷ୍ଟ ବଢ଼ାଇଛି। ଫିକସନ ଓ ନନଫିକସନ ଶୋ’ ଗୁଡିକର ଉତ୍ତମ ମିକ୍ସ ତିଆରି ଓ ସଂଗ୍ରହ, ଯାହା ଦର୍ଶକମାନଙ୍କ ମଧ୍ୟରେ ଅନବରତ ବ୍ୟାପକ ଜନପ୍ରିୟତା ସୃଷ୍ଟି କରି ଆସୁଛି, ସେ କ୍ଷେତ୍ରରେ ପ୍ରଧାନ ଚ୍ୟାନେଲ ହିସାବରେ ଜୀ ସାର୍ଥକ ଦୃଢ଼ ଭାବରେ ଅନୁସରଣ କରିଚାଲିଛି ଏକ ଉପଭୋକ୍ତା କେନ୍ଦ୍ରିକ ଦୃଷ୍ଟିଭଙ୍ଗୀ। ସମ୍ପୂର୍ଣ୍ଣ ନୂଆ କ୍ୟାମ୍ପେନଟିରେ ରହିଛି ଉତ୍କଳୀୟ ନାରୀମାନଙ୍କର ଆବେଗ ଓ ନମନୀୟତା ଯାହା ଚ୍ୟାନେଲର ବିଷୟବସ୍ତୁ ବା କଣ୍ଟେଣ୍ଟ ତତ୍ୱ ମଧ୍ୟରେ ପ୍ରତିଫଳିତ।

ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀ ପ୍ରତିକ ସିଲ୍ ଚ୍ୟାନେଲର ନୂଆ କ୍ୟାମ୍ପେନ ବିଷୟରେ ଦର୍ଶାଇ କହିଥିଲେ “ ଆମେ ଆଶା କରୁ ଦର୍ଶକଙ୍କ ପ୍ରଥମ ଫିଲୋସଫି ବିଷୟରେ ଅବଗତ ହୋଇ ଆମର ଦର୍ଶକମଣ୍ଡଳୀଙ୍କୁ ଅବ୍ୟାହତ ମନୋରଂଜନ ଦେଇପାରିବୁ। ଝିଲୀ ଓ ଦିଦି ନଂ ୧ ଭଳି ସାମ୍ପ୍ରତିକ ଶୋ’ରୁ ଯେଉଁ ସାଫଲ୍ୟ ମିଳିଛି, ତାହା ଆହୁରି ସୁନ୍ଦର ମନୋରଂଜନ ପ୍ରଦାନ କରିବା ପାଇଁ ଆମର ପ୍ରତିଶ୍ରୁତିକୁ ଅଧିକ ଦୃଢ଼ କରିବାର ବଡ ଭୂମିକା ଦେଇଛି। ଆଗାମୀ ଦିନରେ ଆମ ଦର୍ଶକମଣ୍ଡଳୀଙ୍କ ପାଇଁ ଆମ ପାଖରେ ରହିଛି ବିଶେଷ ଆକର୍ଷକଣୀୟ କଣ୍ଟେଣ୍ଟ ମାନ , ଯାହା ମଧ୍ୟରେ ଅଛି ନୂଆ ସିଜିନର ଖୁବ ଜନପ୍ରିୟ ଶୋ’ ସା ରେ ଗା ମା ପା, ଡ୍ୟାନ୍ସ ଓଡିଶା ଡ୍ୟାନ୍ସ ଏବଂ ଆହୁରି ଅନେକ ନୂଆ କାହାଣୀ। ଆମେ ମଧ୍ୟ ବହୁ ପ୍ରତ୍ୟାଶିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ରଥଯାତ୍ରାର ଧାରା ବିବରଣୀ ସମ୍ପ୍ରସାରଣ କରିବୁ। ଚ୍ୟାନେଲର ମନୋରଂଜନ କ୍ଷେତ୍ରରେ ସାଫଲ୍ୟ ରହିଛି, ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ ପରିଚୟ ହେଉଛି ଆଉ ଏକ ଉଚ୍ଚତା, ଯାହା ଆମର ଦର୍ଶକ ଅନୁଭୂତି ବଢ଼ାଇବା ସହିତ ଦର୍ଶକମଣ୍ଡଳୀଙ୍କ ସହ ଆମର ସମ୍ପର୍କକୁ ଆହୁରି ଘନିଷ୍ଠ କରିବ।”

ଏହ ଘୋଷଣା ଉପରେ ମୁଖ୍ୟ କ୍ଲଷ୍ଟର ଅଫିସର – ଇଷ୍ଟ ଜୀ ଏଣ୍ଟରଟେନମେରଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଜୀଲ୍‌) ଶ୍ରୀ ସମ୍ରାଟ ଘୋଷ କହିଥିଲେ, “ ଜୀରେ ଆମେ ସର୍ବଦା ଦର୍ଶକମାନଙ୍କୁ କେନ୍ଦ୍ରରେ ରଖିଥାଉ। ଏହା ସହିତ ଆମର କଣ୍ଟେଣ୍ଟ ସ୍ଲେଟର ଅଙ୍ଗ ହିସାବରେ ଶୋ’ ଗୁଡିକର କଠିନ ଅଥଚ ମନୋରଂଜନଧର୍ମୀ ମିକ୍ସକୁ ପ୍ରସ୍‌ୁତ କରିବା ପାଇଁ ଡିଜାଇନର ଚିନ୍ତାଧାରା ଭଳି ଦିଗଗୁଡିକୁ ବି ଆଗେଇ ନେଇଛୁ। ଜୀ ସାର୍ଥକ ହେଉଛି ନଂ ୧ ଓଡିଆ ଜିଇସି ଚ୍ୟାନେଲ ଓ ଭାରତର ଅନ୍ୟତମ ସଫଳ ଆଞ୍ଚଳିକ ଜିଇସି ଚ୍ୟାନେଲ । ଆମର ବ୍ରାଣ୍ଡ ଏବଂ କଣ୍ଟେଣ୍ଟ ସବୁବେଳେ ପ୍ରଗତୀଶୀଳ ଓ ସାଂସ୍କୃତିକ ମୂଳ ଚିନ୍ତାଧାରା ଉପରେ ଭିତ୍ତି କରିଥାଏ, ଯାହା ମଧ୍ୟବିତ ଶ୍ରେଣୀର ଓଡିଆ ଲୋକଙ୍କର ମୂଲ୍ୟବୋଧ ସହିତ ପରିପୂରକ। ଏହି ସଂସ୍କୃତିସମ୍ପନ୍ନ ପ୍ରଗତୀଶୀଳ ଚିନ୍ତାଧାରା ହିଁ ସବୁବେଳେ ପ୍ରତିଫଳିତ ହୋଇଛି ଆମର ଅସାଧାରଣ କାହାଣୀଗୁଡିକରେ ଓ ସଶକ୍ତ ନାରୀ ଚରିତ୍ରଗୁଡିକରେ ଆଉ ତାହା ଦର୍ଶାଇ ଦେଇଛି ସଂସ୍କୃତି ଓ ଓଡିଆ ନାରୀମାନଙ୍କର ଅମାୟିକତା (ଓଡିଆ ଗୃହିଣୀ ‘ଲକ୍ଷ୍ମୀ’)। ଏହାହିଁ ହେଉଛି ଜନପ୍ରିୟତାର ମୂଳ କାରଣ । ଉପଭୋକ୍ତା କେନ୍ଦ୍ରିକତାକୁ ସୁନିଶ୍ଚିତ କରିବା ଏବଂ ଏଠାରେ ଦର୍ଶକମଣ୍ଡଳୀକୁ ‘ଖାଣ୍ଟ ଓଡିଆ’ କଣ୍ଟେଣ୍ଟ ପ୍ରଦାନ କରିବା ସମ୍ବନ୍ଧୀୟ ଚ୍ୟାନେଲର କଣ୍ଟେଣ୍ଟ ଫିଲୋସଫିର ସମରେଖାରେ ରହି ମଧ୍ୟବିତ ଓଡିଆ ନାରୀମାନଙ୍କର ପ୍ରକୃତ ଆବେଗ ଓ କଥାକୁ ସଂଶ୍ଳିଷ୍ଟ କରି ଯେଉଁ ନୂଅ୍ରା ବ୍ରାଣ୍ଡ କ୍ୟାମ୍ପେନ ଘୋଷଣା କରାଯାଇଛି ସେଥିପାଇଁ ଜୀ ସାର୍ଥକ ଗର୍ବିତ । ଏହାଛଡା ବେଶ କିଛି ବର୍ଷ ଧରି ଓଡିଶାର ନାରୀମାନଙ୍କୁ ସଶକ୍ତ ବା କ୍ଷମତାସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଜୀ ସାର୍ଥକ ଅନେକ ଗୁଡିଏ ଉଦ୍ୟୋଗ ହାତକୁ ନେଇଛି । ଯେଉଁ ଗୀତଟି ଆଜି ଆରମ୍ଭ କରାଯାଇଛି ତଥା ‘ନାଲିବନ୍ଧୁ’ ଉଦ୍ୟୋଗ ହେଉଛି ସେହି ଉଦ୍ୟୋଗ ଗୁଡିକ ମଧ୍ୟରେ ନାରୀମାନଙ୍କର ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟରକ୍ଷା, ଅଧିକାର ସମ୍ବନ୍ଧରେ ସଚେତନତା ବୃଦ୍ଧି ପାଇଁ ଜୀ ସାର୍ଥକ ସମ୍ପ୍ରତି ରଜପର୍ବ ସହିତ ଯୁକ୍ତ କରି ନାରୀବନ୍ଧୁ କ୍ୟାମ୍ପେନ ଆରମ୍ଭ କରିବା କଥା ଘୋଷଣା କରି ସାରିଛି । ଆହୁରି ଆଗକୁ ଯିବା ତଥା ଜନପ୍ରିୟତା ବଢ଼ାଇବା ଉଦ୍ଦେଶ୍ୟରେ ଏହି ଚ୍ୟାନେଲ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରିଛି । ତାହା ହେଉଛି ଝିଅମାନଙ୍କ ଶିକ୍ଷାକୁ କେନ୍ଦ୍ର କରି ଏକ ମର୍ମସ୍ପର୍ଶୀ ଫିଲ୍ମ ପ୍ରସ୍ତୁତ । ଏହି ଧରଣର ତାତ୍ପର୍ଯ୍ୟପୂର୍ଣ୍ଣ ଫିଲ୍ମଟି ସଫଳ ଓ ସକ୍ରିୟ ହେବା ପାଇଁ ଆହ୍ୱାନ ଦିଆଯାଇଛି ଯେ ଦର୍ଶକମାନେ ଝିଅମାନଙ୍କ ଶିକ୍ଷାକୁ ସମର୍ଥନ କରିବା ପାଇଁ ନାଲି ବିନ୍ଦୁ ୱେବସାଇଟରେ ଡୋନେଟ କରିବାକୁ ଆଗେଇ ଆସନ୍ତୁ ।

ତେଣୁ ଏହି ଯାତ୍ରାରେ ଆଗକୁ ବଢ଼ିବା ସହିତ ଆମେ ଆମର ଦର୍ଶକମଣ୍ଡଳୀ ଏବଂ ପାର୍ଟନରମାନଙ୍କ ସହ ସମ୍ପର୍କକୁ ଯତ୍ନ କରିବା ପାଇଁ ଚାହୁଁ ଏବଂ ସେମାନଙ୍କ ସହ ଏକାଠି ଆଗେଇ ଯିବୁ ଏକ ଅନନ୍ୟ ଯାତ୍ରାରେ, ଯେଉଁଥିରେ ପ୍ରତିଫଳିତ ହେଉଛି – ନୂଆ କାହାଣୀ ନୂଆ ରଙ୍ଗରେ, ଅତୁଟ ସମ୍ପର୍କ ଆମ ସାଙ୍ଗରେ !!

ଚିଫ୍ ମାର୍କେଟିଙ୍ଗ ଅଫିସର, କଣ୍ଟେଣ୍ଟ ଏସବିୟୁ, ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ୍ (ଜୀଲ) ଶ୍ରୀ କାର୍ତ୍ତିକ ମହାଦେବ, ନୂଆ ବ୍ରାଣ୍ଡ ପରିଚୟ ସମ୍ବନ୍ଧରେ କହିଲେ, “ ଜୀରେ, ଉପଭୋକ୍ତା ଆମର କଣ୍ଟେଣ୍ଟ ଏବଂ ବ୍ରାଣ୍ଡ ଡିଜାଇନର କେନ୍ଦ୍ରରେ ରହିଛନ୍ତି । ମାର୍କେଟରେ ନେତୃତ୍ୱର ଅବସ୍ଥାନ ବଜାୟ ରଖିବା କ୍ଷେତ୍ରରେ ଆମର ଓଡିଆତ୍ୱକୁ ବୋଧଗମ୍ୟ କରିବାର ଶକ୍ତି ହିଁ ବଡ ଭୂମିକା ନେଇଛି । ଏହି ନୂଆ ପରିଚୟ ଜୀ ସାର୍ଥକ – ଉଭୟ ଗଭୀର ଉତ୍ସ ବିଶିଷ୍ଟ ଏବଂ ସମସାମୟିକ , ଏହି ଅନୁପ୍ରେରଣା ଆମେ ପାଇଛୁ ସାଂସ୍କୃତିକ ଭାବେ ତାତ୍ପର୍ଯପୂର୍ଣ୍ଣ ନମୁନା ଏବଂ ଆଞ୍ଚଳିକ କଳାଶିଳ୍ପୀ ଅଭିବ୍ୟକ୍ତିରୁ, ଯେପରି ପବିତ୍ର ‘ନୀଳଚକ୍ର’ ଏବଂ ସ୍ଥାନୀୟ ଡିଜାଇନ, ଯେପରି ସମ୍ବଲପୁରୀ ଶାଢ଼ୀର ବୟନ ଏବଂ ମନୋରମ ତାରକସୀ ଅଳଙ୍କାର । ଆମର ବିଶ୍ୱାସ, ଏହି ନୂତନ ରୂପରେ ସଜ୍ଜିତ ବ୍ରାଣ୍ଡ ପରିଚୟ ଓଡିଶାରେ ଦର୍ଶକମଣ୍ଡଳୀ ସହିତ ଆମର ଆବେଗପୂର୍ଣ୍ଣ ସମ୍ପର୍କକୁ ଶକ୍ତୀଶାଳୀ କରିବ । ଚ୍ୟାନେଲର ନାମ ପାଇଁ ଚକ୍ରକାର ଧାରକ ପ୍ରତୀକୀକରଣ କରୁଛି ଯେ କେମିତି ଅନ୍ତଃଚକ୍ର (ପରିବାର ଓ ସମାଜ) ହେଉଛି ଅଭିନ୍ନ ଓଡିଆ । ଜୀ ସାର୍ଥକର ନୂତନ ପରିଚୟ ପ୍ରତିବିମ୍ବିତ କରେ ଏହି ଭୂଖଣ୍ଡର ସାଂସ୍କୃତିକ ଐତିହ୍ୟକୁ ଆଉ ସମ୍ପର୍କ ଆଧାରିତ ବର୍ଣ୍ଣନାମୟ ଓ ଅନ୍ତର୍ଦୃଷ୍ଟି ସମ୍ପନ୍ନ କାହାଣୀ ମାଧ୍ୟମରେ ମାର୍କେଟରେ ସବୁଠୁ ପସନ୍ଦ ଯୋଗ୍ୟ ମନୋରଂଜନକାରୀ ହୋଇ ପାରିବାର ଆମର ଦୂରଦୃଷ୍ଟି ଓ ପ୍ରତିଶ୍ରୁତିକୁ ଉଜ୍ୱଳ କରି ତୋଳେ ।”

ଏହି କ୍ୟାମ୍ପେର ଏକ ଅଙ୍ଗଭାବେ , ଚ୍ୟାନେଲ ସଂଗୀତ ଉପରେ ଜୀ ସାର୍ଥକ ଆହୁରି ଏକ ସିଗନେଚର ଷ୍ଟେପ୍ ଚ୍ୟାଲେଞ୍ଜ ଘୋଷଣା କରିଛି । ଜୀ ସାର୍ଥକ ଚ୍ୟାନେଲରେ ଏହି ଶକ୍ତିଶାଳୀ କ୍ୟାମ୍ପେନ ଆରମ୍ଭ ହୋଇଯାଇଛି ଏବଂ ଏହାକୁ ୩୬୦ ଡିଗ୍ରୀ ଢ଼ଙ୍ଗରେ ସବୁ ମାଧ୍ୟମରେ – ଓଓଏଚ୍‌, ଛପା ଏବଂ ସୋସିଆଲ ମିଡିଆ ଚାନେଲରେ ଯେପରି ୟୁଟୁବ, ଇନଷ୍ଟାଗ୍ରାମ ଫେସବୁକରେ ପ୍ରଚାର କରାଯିବ ।

ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ୍ (ଜିଲ) ସମ୍ପର୍କରେ :
ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ୍ (ଜିଲ) ହେଉଛି ଏକ ଅଗ୍ରଣୀ କଣ୍ଟେଣ୍ଟ କମ୍ପାନୀ, ଯିଏ ବିଭିନ୍ନ ପ୍ରକାର ଦର୍ଶକମଣ୍ଡଳୀଙ୍କୁ ଦେଇଥାଏ ଏଣ୍ଟରଟେନମେଣ୍ଟକଣ୍ଟେଣ୍ଟ । ୧୬୦ଟି ଦେଶରେ ଉପସ୍ଥିତି ଏବଂ ସାରା ବିଶ୍ୱରେ ୧୩୦କୋଟି ଲୋକଙ୍କ ପାଖରେ ପହଞ୍ଚେ ତଥା ଶୈଳୀ, ଭାଷା ଏବଂ ସମନ୍ୱିତ କଣ୍ଟେଣ୍ଟ ପ୍ଲାଟଫର୍ମ ନିର୍ବିଶେଷରେ ଜୀଲ ହେଉଛି ଅନ୍ୟତମ ବୃହତ୍ତମ ଗ୍ଲୋବାଲ ମିଡିଆ ଏଣ୍ଟରଟେନମେଣ୍ଟ କମ୍ପାନୀ ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଦର୍ଶକଙ୍କ ପ୍ରଥମ ପସନ୍ଦ ଜୀ ସାର୍ଥକର ମେଗା ଧାରାବାହିକ ସର୍ବଜୀତା ଅନୁ

ଭୁବନେଶ୍ୱର: ଓଡିଆ ଦର୍ଶକଙ୍କ ମନ କିଣୁଛି ‘ସର୍ବଜୀତା ଅନୁ’। ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ଏହି ନୂଆ ମେଗା ଧାରାବାହିକ ମାତ୍ର ୧୫ ଏପିସୋଡରେ ସର୍ବାଧିକ ଜନାଦୃତି ହାସଲ କରିଛି। ମାର୍ଚ୍ଚ ୧୪ ତାରିଖରୁ ‘ସର୍ବଜୀତା ଅନୁ’ର ପ୍ରସାରଣ ଆରମ୍ଭ ହୋଇଥିବା ବେଳେ ମାତ୍ର କମ୍ ଦିନ ମଧ୍ୟରେ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଏହି ମେଗା ଧାରାବାହିକ।

‘ସର୍ବଜୀତା ଅନୁ’ର ଆଗାମୀ ଅଧ୍ୟାୟରେ ରହିଛି ଭରପୁର ରୋମାଞ୍ଚ । ଯେଉଁଥିରେ ସୋସାଇଟି ମଧ୍ୟରେ ଏକ ନୃତ୍ୟ ପ୍ରତିଯୋଗୀତା ଆରମ୍ଭ ହେଉଥିବା ବେଳେ ଏଥିରେ ଅନୁର ଝିଅ ସାରା ବି ଅଂଶ ଗ୍ରହଣ କରିବାକୁ ଚାହୁଁଛି କିନ୍ତୁ ତାକୁ ଜଣେ ପାର୍ଟନରର ଆବଶ୍ୟକତା ରହିଛି। ତେବେ ସାରା ପାଇଁ କଣ ପାର୍ଟନର ହେବେ କି ମା ଅନୁ? ଆଉ ଯଦି ମାଙ୍କ ସହ ସାରା ଏହି ପ୍ରତିଯୋଗିତାରେ ଭାଗ ନିଏ ତାହା ହେଲେ କଣ ସେ ପ୍ରତିଯୋଗିତା ଜିତିପାରିବ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଦର୍ଶକଙ୍କୁ ଆଗାମୀ ଅଧ୍ୟାୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

ସୋମବାରରୁ ଶନିବାର ରାତି ୮ଟାରେ ଜୀ ସାର୍ଥକରେ ମେଗା ଧାରାବାହିକ ‘ସର୍ବଜୀତା ଅନୁ’ ପ୍ରସାରିତ ହେଉଛି। ମାତ୍ର କମ୍ ଦିନରେ ଦର୍ଶକଙ୍କ ଆଦୃତି ଲାଭ କରିଥିବା ‘ସର୍ବଜୀତା ଅନୁ’କୁ ଦର୍ଶକ ଆଗକୁ ଆହୁରି ଭଲପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।