Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ଅଡିଓ ରିଲିଜ
ଆଜିର ଖବର

ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ଅଡିଓ ରିଲିଜ

November 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଓଡିଆ ଦର୍ଶକଙ୍କୁ ପୁଣି ଗୋଟିଏ ସିନେମା ଭେଟି ଦେଉଛି ଜୀ ସାର୍ଥକ। ଆସନ୍ତା ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ସିନେମା ‘ପାରି କରିବେ ଭୋଳା ଶଙ୍କର’। ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅଡିଓ ରିଲିଜ ହୋଇଛି।

ସିନେମାରେ ତିନିଟି ଗୀତ ରହିଥିବା ବେଳେ ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ। ପ୍ରଶାନ୍ତ ପାଢ଼ୀଙ୍କ ବଳିଷ୍ଠ ସଂଗୀତ ନିର୍ଦ୍ଦେଶନାରେ ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ, ସୋହିନୀ ମିଶ୍ର, ତାରିକ ଅଜିଜ ଓ ସ୍ୱସ୍ତିକ ପ୍ରମୁଖ କଣ୍ଠଦାନ କରିଛନ୍ତି।

ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର ହେଉଛି ‘ପାରି କରିବେ ଭୋଳା ଶଙ୍କର’। ଗାଁର କାହାଣୀକୁ ନେଇ ଆଗେଇଛି ସିନେମା। ନାୟକ ଶଙ୍କର ଉପରେ ରହିଛି ମହାଦେବଙ୍କ ଆଶୀର୍ବାଦ। ପ୍ରତ୍ୟେକ ସୋମବାରରେ ନାୟକ ଶଙ୍କର ଅଦ୍ଭୁତ ଐଶ୍ୱରୀୟ ଶକ୍ତି ପ୍ରାପ୍ତ ହୁଏ। ଯାହା ସାଧାରଣ ମଣିଷ ଭାବିପାରେନି ତାହା ସେ କରିପାରେ। ତେଣୁ ଗାଁର ଛୋଟ ଠୁ ବଡ ସମସ୍ତଙ୍କର ଶଙ୍କର ଅତି ଆପଣାର।

ତେବେ ଶଙ୍କରର ଲୋକପ୍ରିୟତାକୁ ସହିପାରନ୍ତିନି ଗାଁ ଜମିଦାର ଅବିନାଶବାବୁ। ଶଙ୍କରର ବିନାଶ ପାଇଁ ଜମିଦାର ଉପାୟ ଚିନ୍ତା କରନ୍ତି। ଜମିଦାରଙ୍କ ଝିଅ ପ୍ରତ୍ନତତ୍ତ୍ୱ ଗବେଷଣାରତ ଥିବା ବେଳେ ସେଇ ଆଳରେ ଗାଁ ମନ୍ଦିର ଜମି ହଡପ କରିବାକୁ ଜମିଦାର ଅବିନାଶ ବାବୁ ଚେଷ୍ଟା କରନ୍ତି। ଯେଉଁଥିରେ ବାଧକ ସାଜେ ଶଙ୍କର। ତେବେ ରୋମାଞ୍ଚ କର କାହାଣୀକୁ ନେଇ ଆଗକୁ ସିନେମା ଗତିଶୀଳ। ଅନ୍ୟାୟର ଆୟୁଷ କେତେ ଓ ଅବିନାଶ – ଶଙ୍କରର ଛକାପଞ୍ଝାର ପରିଣତି କଣ ହେବ ତାହା ସିନେମା ଦେଖିଲେ ଜାଣିହେବ।

ପାରି କରିବେ ଭୋଳା ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ଅଜୟ ରାଉତ ପ୍ରଯୋଜନା କରିଥିବା ବେଳେ କାହାଣୀକାର ଅଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ଆସନ୍ତା ନଭେମ୍ବର ୬ ତାରିଖ ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ତଥା ବଡଓଷା ଅବସରରେ ସଂଧ୍ୟା ୬ଟା ୩୦ରେ ଜୀ ସାର୍ଥକରେ ‘ପାରି କରିବେ ଭୋଳା ଶଙ୍କର’ ଦେଖିପାରିବେ।

ଅଡିଓ ରିଲିଜ ଓଡିଆ ଚଳଚ୍ଚିତ୍ର ଓଡିଆ ଦର୍ଶକ ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ପଡ଼ିପାରେ ଗାଡ଼ି ଚଲାଇବା ସମୟରେ ଫୋନ୍ ବ୍ୟବହାର କରିବା: ଜାଣନ୍ତୁ ଜରିମାନା 

August 27, 2026

ଛଅ ମାସ ମଧ୍ୟରେ ଏକ ଲକ୍ଷ ନିଯୁକ୍ତି: ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ମାୟାବତୀଙ୍କ ଟାର୍ଗେଟ

August 27, 2026

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୁଇଟି ପର୍ବ: ଜାଣନ୍ତୁ କଣ

August 27, 2026

ଆଜି ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଏହି ପାଞ୍ଚୋଟି ସାବଧାନତା

August 27, 2026
Latest News

ମହଙ୍ଗା ପଡ଼ିପାରେ ଗାଡ଼ି ଚଲାଇବା ସମୟରେ ଫୋନ୍ ବ୍ୟବହାର କରିବା: ଜାଣନ୍ତୁ ଜରିମାନା 

August 27, 2026

ଭାରତରେ ବ୍ରିକ୍ସ ଶିଖର ସମ୍ମିଳନୀ: ଥିମ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

August 27, 2026

ଛଅ ମାସ ମଧ୍ୟରେ ଏକ ଲକ୍ଷ ନିଯୁକ୍ତି: ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ମାୟାବତୀଙ୍କ ଟାର୍ଗେଟ

August 27, 2026

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୁଇଟି ପର୍ବ: ଜାଣନ୍ତୁ କଣ

August 27, 2026

ଆଜି ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଏହି ପାଞ୍ଚୋଟି ସାବଧାନତା

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.