Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଥ ଯାତ୍ରାକୁ ଆସିବ ନୂଆ ଓଡିଆ ଚଳଚ୍ଚିତ୍ର “ଲାଗେ ପ୍ରେମ ନଜର”
ଆଜିର ଖବର

ରଥ ଯାତ୍ରାକୁ ଆସିବ ନୂଆ ଓଡିଆ ଚଳଚ୍ଚିତ୍ର “ଲାଗେ ପ୍ରେମ ନଜର”

June 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଚଳିତ ବର୍ଷ ରଥଯାତ୍ରାରେ ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ ରିଲିଜ ହେବାକୁ ଯାଉଛି। ନିକଟରେ ଏହାର ମ୍ୟୁଜିକ ରିଲିଜ୍ ହୋଇଯାଇଛି। ସିନେମାର କଳାକାର ଓ କ୍ରିଉକୁ ନେଇ ମ୍ୟୁଜିକ ରିଲିଜ୍ ହୋଇଥିବା ବେଳେ ରଥଯାତ୍ରାରେ ଏହାର ଶୁଭମୁକ୍ତି ହେବ ବୋଲି ପ୍ରଯୋଜନା ସଂସ୍ଥା ଘୋଷଣା କରିଛି।

ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଏହି ସିନେମାରେ ନାୟକ ରହିଛନ୍ତି ଅମ୍ଳାନ ଓ ତାଙ୍କ ସହ ରିୟା, ପ୍ରିୟା, ରାଗିଣୀ। ବିବାହ ପରେ ଓଲିଉଡରୁ ଏକପ୍ରକାର ଦୂରେଇ ଯାଇଥିବା ଚୁଲବୁଲି ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏହି ସିନେମାରେ କମବ୍ୟାକ୍ କରିଛନ୍ତି। ଅନେକ ଦିନ ପରେ ଅମ୍ଳାନଙ୍କ ସହ ରିୟାଙ୍କ ଅନସ୍କ୍ରିନ୍ ରୋମାନ୍ସ ଓଡିଆ ଦର୍ଶକଙ୍କୁ ମତୁଆଲା କରିବ। ସେହିଭଳି ବଙ୍ଗୀୟ ସୁନ୍ଦରୀ ରାଗିଣୀ ଅନ୍ୟତମ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବବି ମିଶ୍ର, ପପି ସନ୍ତୁକା, ଅମର, ବାପି, ରିପନ, ବିନୋଦ, ଅଜୟ ପ୍ରଧାନ, ଧାରାଶ୍ରୀ ପ୍ରମୁଖ ନଜର ଆସିଛନ୍ତି।

ଖଗେଶ୍ୱର ଶେଜପଡାଙ୍କ କାହାଣୀକୁ ଆଧାର କରି ଚିନ୍ମୟ ଦାସପଟ୍ଟନାୟକ ସଂଳାପ ଲେଖିଛନ୍ତି। ପ୍ରଯୋଜନା ଭାର ବ୍ୟୋମକେଶ ତୁଲାଇଥିବା ବେଳେ ଏସ ଦିଲିପ୍ ପଣ୍ଡା ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଣୟ ଜେଠୀ ଅଛନ୍ତି ଏହାର କ୍ରିଏଟିଭ ହେଡ।

ଚଳଚ୍ଚିତ୍ରର ଟ୍ରେଲର ଅଧିକ ଲୋକପ୍ରିୟତା ହାସଲ କରିସାରିଛି। ସଂପୂର୍ଣ୍ଣ ଚଳଚ୍ଚିତ୍ର ଟି ନିଶ୍ଚୟ ଦର୍ଶକମାନଙ୍କ ଦ୍ଵାରା ଆଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥାର ସିଇଓ ରୂପାଲି ଦ୍ବିବେଦୀ ଆଶାବାଦୀ।

ବୈଦ୍ୟନାଥ ଦାସଙ୍କ ସିନେମାର ସଂଗୀତ ସଜାଇଥିବା ବେଳେ ହ୍ୟୁମାନ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଦିପ୍ତୀରେଖା ପାଢ଼ୀ ଓ ଅନନ୍ୟା ଶ୍ରୀତମ ନନ୍ଦ ପ୍ରମୁଖ କଣ୍ଠଦାନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଚଳଚ୍ଚିତ୍ର ଲାଗେ ପ୍ରେମ ନଜରର ଗୀତ ଓ ଭିଡିଓ ଆମରା ମ୍ୟୁଜିକ ୟୁଟୁବ୍ ଚ୍ୟାନେଲରେ ପ୍ରଚାରିତ ହୋଇ ଲୋକପ୍ରିୟତା ହାସଲ କରିସାରିଛି।

ନୂଆ ଓଡିଆ ଚଳଚ୍ଚିତ୍ର ରଥ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026

କିଏ ହେବ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା, ବିସିସିଆଇର ନୂତନ ଯୋଜନା କ’ଣ?

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026
Latest News

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026

କିଏ ହେବ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା, ବିସିସିଆଇର ନୂତନ ଯୋଜନା କ’ଣ?

October 15, 2026

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.