Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ କମ୍ୟୁନିଟି ରେଡିଓକୁ ପୂରିଲା ଦଶ ବର୍ଷ
ଆଜିର ଖବର

ସୋଆ କମ୍ୟୁନିଟି ରେଡିଓକୁ ପୂରିଲା ଦଶ ବର୍ଷ

October 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦଶ ବର୍ଷ ପୂରଣ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪। ଦଶ ବର୍ଷ ପୂର୍ତୀ ଅବସରରେ ସୋଆର ଉପସଭାପତି ଶାଶ୍ୱତୀ ଦାସ ବାତ୍ୟା ଏବଂ କରୋନା ମହାମାରୀ ସମୟରେ ଏହି କମ୍ୟୁନିଟି ରେଡ଼ିଓର କାର୍ଯ୍ୟଧାରା ଓ ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

କିଛି ବର୍ଷ ତଳେ ବାତ୍ୟା ‘ଫନି’ ଯେତେବେଳେ ଓଡ଼ିଶା ଉପକୂଳକୁ ବିପର୍ଯ୍ୟସ୍ତ କରିଥିଲା ଓ ବିଶେଷ କରି ଭୁବନେଶ୍ୱରରେ ଖୁବ୍ କ୍ଷୟକ୍ଷତି ଘଟିଥିଲା ଓ କୋଭିଡ ମହାମାରୀ ଜନ ଜୀବନକୁ ବେଶ ପ୍ରଭାବିତ କରିଥିଲା ସେହି ସମୟରେ ସୂଚନା ପ୍ରଦାନ ଓ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସୋଆ କମ୍ୟୁନିଟି ରେଡିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଶନିବାର ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀମତି ଦାସ କହିଛନ୍ତି।

ସୋଆ ରେଡ଼ିଓ ଭାବରେ ପରିଚିତ ଏହି କମ୍ୟୁନିଟି ରେଡ଼ିଓ ସ୍ୱାସ୍ଥ୍ୟସେବା ଏବଂ କୃଷି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରସାରଣ କରିଥିବା ବେଳେ ବିଭିନ୍ନ ଶିକ୍ଷାବିତ୍‌, ଡାକ୍ତର, ବୈଜ୍ଞାନିକ ଏବଂ ଗବେଷକମାନଙ୍କର ମତକୁ ଜନହିତରେ ପ୍ରସାରିତ କରିଛି।
ଶ୍ରୀମତି ଦାସ ସୋଆ ରେଡ଼ିଓର କର୍ମଚାରୀ ଏବଂ ଆର୍‌ଜେ ମାନଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇବା ସହ ରେଡ଼ିଓର ସଫଳତା କାମନା କରିଛନ୍ତି। ସେହିପରି ସେ କରୋନାରେ ମୃତ୍ୟୁ ବରଣ କରିଥିବା ଆର୍‌ଜେ ସବ୍‌ନମ୍ ଶିରିନ୍‌ଙ୍କର ଅବଦାନକୁ ମଧ୍ୟ ମନେ ପକାଇଥିଲେ। ସବ୍‌ନମ୍‌ଙ୍କ ସ୍ମୃତିରେ କାର୍ଯ୍ୟକ୍ରମରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ଅବସରରେ ସୋଆର କୁଳାଧିପତି ପ୍ରଫେସର ଡି.ପି.ରାୟ, କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଫେସର ରାୟ ସୋଆ ରେଡ଼ିଓର କର୍ମଚାରୀ ଏବଂ ଆର୍‌ଜେମାନଙ୍କୁ କରୋନା ସମୟରେ ସେମାନଙ୍କର ଉଚ୍ଚକୋଟୀର କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଳେ। ସେହିପରି ପ୍ରଫେସର (ଡାକ୍ତର) ମହାପାତ୍ର କହିଥିଲେ ଯେ ସମାଜକୁ ଆଗେଇ ନେବାରେ ରେଡ଼ିଓ ଏକ ମାଧ୍ୟମ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଅନେକ ସ୍ଥାନରେ ଅନ୍ୟ ସୂଚନାକାରୀ ମାଧ୍ୟମ ପହଂଚିପାରୁ ନଥିବା ବେଳେ ରେଡ଼ିଓ ପହଂଚିଥାଏ ବୋଲି କହିବା ସହ ଉତମ ମାନର କାର୍ଯ୍ୟକ୍ରମ ପରିବେଷଣ କରିବା ନିମନ୍ତେ ସେ ରେଡ଼ିଓର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ଅଫିସର୍ ଇନ୍‌ଚାର୍ଜ ହନି ପଟ୍ଟନାୟକ ରେଡ଼ିଓରେ ପ୍ରଚାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସେହିପରି ଆର୍‌ଜେ ରମାବଲ୍ଲଭ ବାତ୍ୟା ‘ଫନି’ ସମୟରେ ସହରବାସୀଙ୍କୁ ସୂଚନା ଦେବା ଅନୁଭୂତି ବଖାଣିବା ସହ କିଭଳି ଅନ୍ୟ ଆର୍‌ଜେ ମାନଙ୍କ ସହ ଦୁଇ ଦିନ ଧରି ଷ୍ଟୁଡିଓ ଭିତରେ ରହିଥିଲେ ସେ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସୋଆ ରେଡ଼ିଓର ଦଶ ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ଜଏଂଟ ରେଜିଷ୍ଟ୍ରାର୍ ଡକ୍ଟର ମଧୁବ୍ରତା ମହାନ୍ତି, ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ସିଇଓ ସୁନୀଲ୍ ଦାସ, ନ୍ୟୁଜ୭ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, ପ୍ରମେୟର ବ୍ୟୁରୋ ଚିଫ୍ ଦେବେନ୍ଦ୍ର ସୁଆର, ସୋଆ ଆଉଟ୍‌ରିଚ୍ ପ୍ରୋଗ୍ରାମ୍‌ର ମ୍ୟାନେଜର ସୁଜାତା ପାଢ଼ୀ ଓ ଯୋଗ ପ୍ରଶିକ୍ଷକ ଅଖିଳଚନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ଥିଲେ।

ଛାତ୍ର ଆର୍‌ଜେ କୁମାରୀ ଶୁଭଶ୍ରୀ ରଥ, ଶାଶ୍ୱତ ପାଣ୍ଡେ ଓ ମହମ୍ମଦ ୟୁସୁଫ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସୋଆ କମ୍ୟୁନିଟି ରେଡ଼ିଓର ଜୁନିୟର୍ ପ୍ରୋଗ୍ରାମ୍ କୋର୍ଡିନେଟର ଶ୍ରୀମତି ଶୁଭ୍ରସିମା ମହାନ୍ତି ପରିଚାଳନା କରିଥିଲେ।

ସୋଆ ସୋଆ କମ୍ୟୁନିଟି ରେଡିଓ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026

ବ୍ରିକ୍ସରେ ଗର୍ଜିଲା ଇରାନ! ଆମେରିକା-ଇସ୍ରାଏଲକୁ ପେଜେଶକିୟାନଙ୍କ କଡ଼ା ଜବାବ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026
Latest News

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026

ବ୍ରିକ୍ସରେ ଗର୍ଜିଲା ଇରାନ! ଆମେରିକା-ଇସ୍ରାଏଲକୁ ପେଜେଶକିୟାନଙ୍କ କଡ଼ା ଜବାବ

September 13, 2026

ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.