Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଳାମ୍ବୁ ମହୋତ୍ସବ ୨୦୨୩: ୫ମ ସଂନ୍ଧ୍ୟାରେ ଢେମସା ଓ ପଶୁ ନୃତ୍ୟରେ ବିଭୋର ଦର୍ଶକ
ଆଜିର ଖବର

ନିଳାମ୍ବୁ ମହୋତ୍ସବ ୨୦୨୩: ୫ମ ସଂନ୍ଧ୍ୟାରେ ଢେମସା ଓ ପଶୁ ନୃତ୍ୟରେ ବିଭୋର ଦର୍ଶକ

February 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର/ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବଳରାମ ଦେବ ବିଦ୍ୟାପିଠ ଖେଳପଡିଆରେ ନିଳାମ୍ବୁ ମହୋତ୍ସବର ୫ମ ସଂନ୍ଧ୍ୟା। ୫ମ ସଂନ୍ଧ୍ୟାରେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ ଅତିଥି ଭାବରେ ମଂଚରେ ଉପସ୍ଥିତ ଥିଲେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ, ଟାଙ୍ଗୀ ଥାନା ଅଧିକାରୀ ଦିଗବିଜୟ ବିଶ୍ୱାଳ, ସିନେକଳାକାର ପ୍ରଫେସର ଗ୍ୟାନକୁମାର ପଲାଇ, ସିନେ କଳାକାର ସୋମା ହୋତା ପ୍ରମୁଖ ଯୋଗଦେଇ ଦେଇଥିବା ବେଳେ ମହୋତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ଓ ମହୋତ୍ସବ କମିଟିର ଉପଦେଷ୍ଟା ସମାଜସେବୀ ସଂଜୟ କୁମାର ପଟ୍ଟନାୟକ, ସାମ୍ବାଦିକ ସଂଘର ସଂମ୍ପାଦକ ମନୋଜ ପଟ୍ଟନାୟକ, ସାମ୍ବାଦିକ ସଂଘର ପ୍ରବକ୍ତା ସରୋଜ ପାଇକରାୟ ମଂଚରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରିଥିଲେ।

ମଂଚରେ ଉପସ୍ଥିତ ଥିବା ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତୋରିୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଂଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଅତିଥି ମାନେ ମାନପତ୍ର ଓ ଉତ୍ତୋରିୟ ଦେଇ ସମ୍ମାନିତ କରିଥିଲେ। ୫ମ ସଂନ୍ଧ୍ୟାରେ ରଗାଂରଗଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଜାଗଡ ମଧୁମଗଂଳ ଗୀତିନାଟ୍ୟ ପରିବେଷଣ, ସୋରଣ ର କଳାକାର ମାନଙ୍କ ଦ୍ୱାରା ଫାୟାର ଷ୍ଟଣ୍ଡ, ଚାନ୍ଦପୁର କଳିଙ୍ଗ ଡ୍ୟାନ୍ସ ଗ୍ରୃପ ପକ୍ଷରୁ ଡ୍ୟାନ୍ସ, ଟାଗିଂ କଳାକାର ମାନଙ୍କ ଦ୍ୱାରା ପାଇକ ଆଖଡା, ଚାନ୍ଦପୁର ଏଜି ମିଶନ ଶିକ୍ଷାନୁଷ୍ଠାନ ଦ୍ୱାରା ସମ୍ବଲପୁରୀ ନୃତ୍ୟ, କୋରାପୁଟ ମା ମାଉଲି କଳା ପରିଷଦ କଳାକାର ମାନଙ୍କ ଦ୍ୱାରା ଢେମସା ନୃତ୍ୟ, ଗଂଜାମ ଶ୍ରୀ ବାଲୂଙ୍କେଶ୍ୱର ପଶୁ ନୃତ୍ୟ ପରିବେଷଣ ବେଶ ମନୋ ମୁଗ୍ଧକର ଥିଲା।

ଶିତୁଆ ସଂନ୍ଧ୍ୟାରେ ଦର୍ଶକ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରି ବିଭୋର ହୋଇଥିଲେ। ୫ମ ସଂନ୍ଧ୍ୟାରେ ସାମ୍ବାଦିକ ସଂଘର ଆଇନ ପରାମର୍ଶ ଦାତା ସନ୍ଦିପନି ମିଶ୍ର, ସଂଘର ଉପ ସଭାପତି ମନୋଜ ନାଇଡୁ, ସହ ସମ୍ପାଦକ ବିକ୍ରମ କେଶରୀ ସାହୁ, ସଂଘର ଉପଦେଷ୍ଟା ପ୍ରଦ୍ଦୋଷ କୁମାର ଦାଶ, ଉପଦେଷ୍ଟା ଶ୍ୟାମସୁନ୍ଦର ପଟ୍ଟନାୟକ, ସାମ୍ବାଦିକ କମଳ ଲୋଚନ ପାଇକରାୟ, ରାକେଶ ଜଗଦେବ, ରଜନୀକାନ୍ତ ମିଶ୍ର, ରାକେଶ ମହାନ୍ତି, ପ୍ରଶାନ୍ତ ବେହେରା, ଦୁର୍ଗା ପ୍ରସାଦ ଦାଶ, ଲଛମନ ନାୟକ,ଅନନ୍ତ କୁମାର ପ୍ରଧାନ, ଜୟନ୍ତ ସୁବୁଦ୍ଧି, ହିମାଂଶୁ ଭୂଷଣ ଚମ୍ପତିରାୟ, ବିଭୁତି ଭୁଷଣ ଦାଶ, ରାମଚନ୍ଦ୍ର ପରିଡା, ବାଲୁଙ୍କେଶ୍ୱର ବେହେରା, ଅଜୟ ସେଠୀ, ସୂର୍ଯ୍ୟକାନ୍ତ ସାହୁ, ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।

ମଂଚ ପରିଚାଳନା କରିଥିଲେ ସତ୍ୟନାରାୟଣ ପ୍ରଧାନ।ମହୋତ୍ସବ ପଡିଆରେ ଆକର୍ଷଣୀୟ ଦୋଳି, ମହୋତ୍ସବ ପଡିଆରେ ବିଭିନ୍ନ ସରକାରୀ ଓ ବେସରକାରୀ ଷ୍ଟଲ ପଡିଥିବା ବେଳେ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟର ପସରା ମେଲିଥିଲା। ଦର୍ଶକ ମାନେ ମହୋତ୍ସବରେ ସାସ୍କୃତିକ କାର୍ଯ୍ୟକ୍ରମ କୁ ବେଶ ଉପଭୋଗ କରିଥିଲେ।

ନିଳାମ୍ବୁ ମହୋତ୍ସବ ୨୦୨୩ ପଶୁ ନୃତ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026
Latest News

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.