ଜୀ-ସାର୍ଥକ ନେଇ  ଆସୁଛି ଦମଦାର ରବିବାର 

Published: Feb 25, 2023, 8:47 am IST

ଭୁବନେଶ୍ବର: ଅନାବଶ୍ୟକ ପରିସ୍ଥିତି ପାଇଁ ଏହି ସପ୍ତାହରେ ଆମେ ଆପଣଙ୍କ ସହ ସଂପୂର୍ଣ୍ଣ ରୂପେ ଯୋଡି ହୋଇପାରିଲୁ ନାହିଁ। ନିଶ୍ଚିତ ଭାବରେ ଆମେ ଆମର ପ୍ରିୟ ଦର୍ଶକଙ୍କୁ ପୁରା ସପ୍ତାହ ମିସ କରିଛୁ। ଆପଣ ଏବଂ ଆମ ଭିତରେ ଥିବା ସମ୍ପର୍କ ପୁଣି ଥରେ ଯୋଡି ହେବାକୁ ଯାଉଛି। ଏହି ସପ୍ତାହର ସମସ୍ତ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମକୁ ମାତ୍ର ଗୋଟିଏ ଦିନରେ ଦେଖିପାରିବେ କେବଳ ଜୀ ସାର୍ଥକରେ। ଏଇ ରବିବାର, ଅର୍ଥାତ ୨୬ ତାରିଖ ହେବ ଦମଦାର ରବିବାର। ଗୋଟିଏ ଦିନରେ ଦେଖିବେ ସପ୍ତାହର ସମସ୍ତ ଧାରାବାହିକର ମିସ୍ କରିଥିବା ଏପିସୋଡ ଗୁଡିକ।

ସକାଳ ୭ରୁ ସଂଧ୍ୟା ୭ ଯାଏଁ ଚାଲିବ ଧାରାବାହିକର ଦମଦାର ଏପିସୋଡ ସବୁ। ସକାଳ ୭ରୁ ୯ଟାରେ ଦେଖିବେ ‘ମୁଁ ବି ବିଜୟୀନି’। ୯ରୁ – ୧୧ ଯାଏ ରେ ଦେଖିବାକୁ ପାଇବେ ‘ଝିଲ୍ଲୀ’। ୧୧ରୁ -୧ ଯାଏ ଦେଖିବେ ‘ସୁନା ଝିଅ’। ସେହିପରି ମଧ୍ୟାହ୍ନ ୧ରୁ -୩ ଯାଏ ଦେଖିବେ ‘ସାଥିରେ’। ୩ରୁ – ୫ ଯାଏ ପ୍ରସାରିତ ହେବ ’ତୁ ଖରା ମୁଁ ଛାଇ’। ସଂଧ୍ୟା ୫ରୁ ୭ ଯାଏ ଦେଖିବାକୁ ପାଇବେ ‘ଖୁସିର ଝୁଙ୍କ’।

ପୁରା ଏକ ସପ୍ତାହର ଏପିସୋଡକୁ ଦର୍ଶକଙ୍କୁ ପରସି ଦେବ ଜୀ-ସାର୍ଥକ। କେବୁଲରେ ଥିବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେବା ଯୋଗାଇବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା ଓ ଏବେ ସବୁ ସମସ୍ୟାର ଘଟିଛି ଅନ୍ତ। ଏଣିକି ସମସ୍ତ କେବୁଲରେ ଦେଖିପାରିବେ ଜୀ ସାର୍ଥକ। ତେଣୁ ଦର୍ଶକଙ୍କ ପ୍ରିୟ ଚ୍ୟାନେଲ ପୁଣି ଥରେ ଦର୍ଶକଙ୍କୁ ଭେଟିଦେବ ତାଙ୍କ ପ୍ରିୟ ଧାରାବାହିକ। ଏଇ ରବିବାର ଆପଣଙ୍କ ପାଇଁ ହେବ ଦମଦାର ରବିବାର।

Related posts