ଦିଦି ନଂ-୧ ରେ ବିବାହ ମହୋତ୍ସବ, ଦିଦି ଶିଖାଇବେ ପତି ପତ୍ନୀର ପରିଭାଷା

Published: Mar 26, 2023, 4:47 pm IST

ଭୁବନେଶ୍ଵର: ଜୀ-ସାର୍ଥକରେ ଚାଲିଛି ବିବାହ ମହୋତ୍ସବ। ଏହି ଧାରାରେ ସାମିଲ ହୋଇଛି ଦିଦି ନଂ-୧ । ଏହି ସପ୍ତାହ ଦିଦି ନଂ ୧ ରେ ଦିଦି ମାନେ ସେମାନଙ୍କର ବୈବାହିକ ଜୀବନର ତିକ୍ତ – ମଧୁର ସମ୍ପର୍କ ବିଷୟରେ ଆଲୋଚନା କରିବେ। ନିଜର ସ୍ଵତନ୍ତ୍ର ଦିନର ସ୍ମୃତି ଚାରଣ କରୁଛନ୍ତି। ଏହା ସହିତ ଆଜିର ଯୁବ ପୀଢ଼ିଙ୍କୁ ବର୍ତ୍ତମାନର ପାରିପାର୍ଶୀକ ପରିବେଶରେ ପତୀ – ପତ୍ନୀ ସମ୍ପର୍କର ପରିଭାଷା କିପରି ହେବ ଉଚିତ ତାହା ଶିକ୍ଷା ଦେଉଛନ୍ତି।

ବିବାହ ମହୋତ୍ସବରେ ଦେଖିବାକୁ ମିଳିବ ବିବାହକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଆସୁଥିବା ପ୍ରତିଯୋଗୀ ସେମାନଙ୍କ ସ୍ବାମୀ ମାନଙ୍କ ସହ ଶିଖାଇବେ ସ୍ବାମୀ – ସ୍ତ୍ରୀ ସମ୍ପର୍କର ସଠିକ୍ ପରିଭାଷା। ମନୋରଞ୍ଜନ ଭିତ୍ତିକ ଲୋକପ୍ରିୟ କାର୍ଯ୍ୟକ୍ରମ ଦିଦି ନଂ – ୧ ହେବ ଆହୁରି ଏଣ୍ଟରଟେନିଂ। କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଉପସ୍ଥାପନା ଶୈଳୀ ଦର୍ଶକଙ୍କୁ କରୁଛି ବେଶ୍ ଆକୃଷ୍ଟ। ବର୍ତ୍ତମାନ ଲୋକପ୍ରିୟ ପାଲଟିଛି ଦିଦି ନଂ – ୧ର ସିଜନ୍ – ୨। ଏଥର ପ୍ରତିଯୋଗୀ କରିବେ ଆହୁରି ମନୋରଞ୍ଜନ। କାରଣ ନାଚ – ଗୀତ ସହିତ ଆପଣଙ୍କୁ ପରସୀ ଦେବେ ସେମାନଙ୍କ ଦାମ୍ପତ୍ୟ ଜୀବନର ମିଠା ଅନୁଭୂତି। ଯାହା ଆପଣଙ୍କ ପାଇଁ ପାଲଟିବ ପ୍ରେରଣା। ତାହା ପୁଣି ଭିନ୍ନ ଅନ୍ଦାଜରେ, ଭିନ୍ନ ଢ଼ଙ୍ଗରେ..

ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ସୋମବାରରୁ ରବିବାର ସନ୍ଧ୍ୟା ୫ ଟାରେ ରିଅଲିଟି ଶୋ ‘ଦିଦି ନମ୍ବର -୧’ ସିଜନ-୨ର ପ୍ରସାରଣ ଜାରି ରହିଛି। ଜୀ ସାର୍ଥକର ଏହି ଲୋକପ୍ରିୟ ରିଅଲିଟି ଶୋ’ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛି। ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଦିଦି ନମ୍ବର-୧ ଏକ ମାଧ୍ୟମ ହୋଇଛି। ଏହା ସହ ଏଥର ପତି – ପତ୍ନୀ ସମ୍ପର୍କର ପରିଭାଷା କଣ ତାହା ମଧ୍ୟ ଶିଖାଇବେ ଆମର ଦିଦିମାନେ। କର୍ମମୟ ଜଞ୍ଜାଳ ଭିତରେ ଗତିଶୀଳ ଜୀବନକୁ ଏହି ମଞ୍ଚରେ କରିପାରିବେ ପରିପ୍ରକାଶ। ଯାହା ସେମାନଙ୍କୁ ଦେବ ଏକ ସ୍ବତନ୍ତ୍ର ପରିଚୟ।

Related posts