Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମନୋରଂଜନ»ଫିକି ଫ୍ଲୋ ଭୁବନେଶ୍ୱର ର ନିଆରା ଫ୍ୟାସନ ସୋ, ‘ଲାବଣ୍ୟବତୀ
ମନୋରଂଜନ

ଫିକି ଫ୍ଲୋ ଭୁବନେଶ୍ୱର ର ନିଆରା ଫ୍ୟାସନ ସୋ, ‘ଲାବଣ୍ୟବତୀ

July 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଫିକି ଫ୍ଲୋ ଭୁବନେଶ୍ୱର ର ନିଆରା ଫ୍ୟାସନ ସୋ, 'ଲାବଣ୍ୟବତୀ

ରିପୋର୍ଟ- ହରପ୍ରସାଦ ମହାପାତ୍ର

ଭୁବନେଶ୍ବର: ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲଠାରେ ଫିକି ଫ୍ଲୋ ଭୁବନେଶ୍ୱର ଚାପ୍ଟର ଆନୁକୁଲ୍ୟରେ ତଥା ଓଡ଼ିଶା ସରକାରଙ୍କ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ଏକ ନିଆରା ଫ୍ୟାଶନ୍ ସୋ ଲାବଣ୍ୟବତୀ (ହସ୍ତତନ୍ତ୍ରର କବିତା) ଆୟୋଜିତ ହୋଇଯାଇଛି।

“ଆମ ଅସ୍ମିତା ଆମ ଗର୍ବ, ଆମ ଗୌରବ” ଥିମ୍‌ରେ ଆୟୋଜିତ ଏହି ଅନନ୍ୟ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ତଥା ସମନ୍ୱୟ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପବଳ ସାମନ୍ତ।

ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ ଜଗନ୍ନାଥ ସଂସ୍କୃତି ଗବେଷକ, ପ୍ରବକ୍ତା ତଥା ପୁରୀ ଗୋବର୍ଦ୍ଧନ ମଠର ଉପଦେଷ୍ଟା ପଣ୍ଡିତ୍ ମାତୃପ୍ରସାଦ ମିଶ୍ର, ରୁଚି ଫୁଡ଼୍‌ଲାଇନ୍‌ର ପରିଚାଳନା ନିର୍ଦ୍ଦେଶକ ଡ଼.ଶରତ କୁମାର ସାହୁ। ଫ୍ଲୋ ଭୁବନେଶ୍ୱରର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମି ସାହୁ ସ୍ୱାଗତ ସମ୍ଭାଷଣ ସହ ପ୍ରକାଶ କରିଥିଲେ ଭାରତୀୟ ହସ୍ତତନ୍ତ୍ର ଜଗତରେ ଓଡ଼ିଶୀ ଶାଢୀର ସ୍ୱତନ୍ତ୍ର ସ୍ଥାନ ଓ ମାନ ରହିଛି, ଅପରୂପ ଛନ୍ଦଣୀରେ ବୁୂଣା ଯାଉଥିବା ପାଟ ସମ୍ଭାର ଆକର୍ଷଣ କରେ ଉଭୟ ସ୍ୱଦେଶୀ ତଥା ବିଦେଶୀ ଶାଢୀ ପ୍ରେମୀ ମାନଙ୍କୁ, ଏହାଛଡ଼ା ଆମ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ବେଶଭୂଷା ଆଦି ନିଆରା ଆଉ ଏହି ନିଆରାପଣକୁ ସ୍ୱତନ୍ତ୍ର ଉପସ୍ଥାପନା କରିବା ପାଇଁ ଫିକିର ଏହା ଏକ ଛୋଟ ପ୍ରୟାସ।

ଆଧୁନିକ ସ୍ପର୍ଶ ସହିତ ହ୍ୟାଣ୍ଡ୍‌ଲୁମ୍‌ର ମିଶ୍ରଣକୁ ନେଇ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ବେଶ୍ ପ୍ରଶଂସା କରିଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାମନ୍ତ । ସେ ପ୍ରକାଶ କରିଥିଲେ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଯେତେ ପ୍ରୟାସ କରାଯାଉଛି ତନ୍ମଧ୍ୟରୁ ଏହା ମଧ୍ୟ ଏକ ସୁନ୍ଦର ପ୍ରୟାସ । ଓଡ଼ିଶାର ବୁଣାକାର ତଥା ଯୁବ ଡ଼ିଜାଇନର୍ ମାନଙ୍କୁ ଏକ ଉପଯୁକ୍ତ ପ୍ଲାଟ୍‌ଫର୍ମ ଦେଇଛନ୍ତି ଫିକି ଅନୁସ୍ଥାନ। ସମ୍ମାନନୀୟ ଅତିଥି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ଯେ ପ୍ରଥମଥର ପାଇଁ ପ୍ରୟାସ କରିଥିବା ଫିକିର ଏ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ।

ଏହି ଅବସରରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୁଣାକାର ଯଥା ସୋନପୁର କ୍ଲଷ୍ଟରର ଗୀତା ମେହର, ଭାଗୀରଥୀ ମହେର, ଗ୍ୟାବ୍‌ଜୋର କ୍ଲଷ୍ଟରର ସଂଗୀତା ମେହେର, ଭୁବନେଶ୍ୱର ମେହେର, ଖୋଟପାଡ଼ କ୍ଲଷ୍ଟ୍‌ର୍‌ର ପ୍ରହଲ୍ଲାଦ ମହନ୍ତ ଓ ଛବି ଆଦିଙ୍କୁ ମାନ୍ୟବର ମନ୍ତ୍ରୀ ଫିକି ତରଫରୁ ଅର୍ଥ ରାଶି, ଉପଢୌକନ ଓ ଫଳକ ଦେଇ ସମ୍ମାନୀତ କରିଥିଲେ । ସେମାନଙ୍କ ନିଖିଣ କାରୁକାର୍ଯ୍ୟକୁ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ, ବ୍ୟକ୍ତିବିଶେଷମାନେ ପ୍ରଶଂସା କରିଥିଲେ ।

ଏହି ଫ୍ୟାଶନ ସୋ ସଂଧ୍ୟ୍ୟାରେ ରାଜ୍ୟର ପ୍ରତିଷ୍ଠିତ ଫ୍ୟାସନ ଡ଼ିଜାଇନିଂ ପ୍ରତିଷ୍ଠାନ ରିମିଲି ଷ୍ଟୁଡ଼ିଓ, ଅରେଞ୍ଜ୍ ଷ୍ଟ୍ରିମ୍‌, ଲେବଲ୍ ବାହାର୍‌, ଗ୍ୟାଲାଙ୍ଗ୍ ଗବାନ୍‌, ସୋଲ୍ ବୟ ଇଣ୍ଡିଆନ୍ ଏବଂ କିମ୍ବଦନ୍ତୀ ଆଦି ପ୍ରସ୍ତୁତ କରିଥିବା ବେଳେ ଆଡ଼ିକ୍ସନ୍ ଟିମ୍‌ର ମୁଖ୍ୟ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ୧୪ ଜଣ ଝିଅ ଓ ୬ ଜଣ ପୁଅ ମଡ଼େଲରମାନେ ର‌୍ୟାମ୍ପ୍ ୱାକ୍ କରିଥିଲେ ।

ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବେଶ୍ ସୁନାମ ଅର୍ଜନ କରିଥିବା ଓଡ଼ିଶାର କଳାକାର ଯଥା ପ୍ରକୃତି ମିଶ୍ର, ସୂର୍ଯ୍ୟମୟୀ ମହାପାତ୍ର, ମାଷ୍ଟରସେଫ୍ ସ୍ମୁତିଶ୍ରୀ ସିଂହ, ବିଗ୍‌ବସ୍ ଫ୍ରେମ ସବ୍ୟସାଚୀ ଶତପଥୀ ଏବଂ ଅଭିନେତ୍ରୀ ବି.ଏମ୍‌. ବୈଶାଲୀ ପ୍ରମୁଖ ସ୍ୱତନ୍ତ୍ର ରାମ୍ପ୍ ୱାକ୍ ପରିବେଷଣ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମ ପରିଶେଷରେ ଏହି କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ଫାଲକନ୍‌ର ମାର୍କେଟିଙ୍ଗ୍ ବିଭାଗୀୟ ମୁଖ୍ୟ ବିକ୍ରାନ୍ତ ଗୁପ୍ତା, ଏସ୍‌.ଏନ୍‌.ଏମ୍ ର ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି, ରୁଚି ଫୁଡ଼୍ ଲାଇନର ନିର୍ଦ୍ଦେଶିକା ସଙ୍ଗୀତା ସାହୁ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଫିକିଫ୍ଲୋର ସମସ୍ତ ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବା ସହ ଉପସ୍ଥାପନା କରିଥିଲେ ଶୁଭଜିତ୍ । ଏହି ଇଭେଚା୍‌ର ସଂପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଥିଲେ ହ୍ୱାଇଟ୍‌କାନ୍‌ଭାସ୍ ଇଭେଚା୍‌ର କର୍ମକର୍ତ୍ତା ମାନେ।

ficci ଫିକି
Share. Facebook Twitter LinkedIn Email WhatsApp Copy Link

Related Posts

ଚତୁର୍ଥ ପ୍ରାକ୍-ବଜେଟ୍ ପରାମର୍ଶର ଅଧ୍ୟକ୍ଷତା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

November 18, 2025

ପ୍ରଦାନ ହେଲା ଅକ୍ଷୟ ସାହିତ୍ୟ ଓ ସଂଗୀତ ସମ୍ମାନ, ଜାଣନ୍ତୁ କାହାକୁ ମିଳିଲା ପୁରସ୍କାର

November 18, 2025

ଭୋଟର ତାଲିକାର SIR ସମୀକ୍ଷା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବ ନିର୍ବାଚନ କମିଶନଙ୍କ ଦଳ

November 18, 2025

ଏସୀୟ ତୀରନ୍ଦାଜୀ ଚାମ୍ପିଅନସିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 18, 2025
Latest News

ଚତୁର୍ଥ ପ୍ରାକ୍-ବଜେଟ୍ ପରାମର୍ଶର ଅଧ୍ୟକ୍ଷତା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

November 18, 2025

ପ୍ରଦାନ ହେଲା ଅକ୍ଷୟ ସାହିତ୍ୟ ଓ ସଂଗୀତ ସମ୍ମାନ, ଜାଣନ୍ତୁ କାହାକୁ ମିଳିଲା ପୁରସ୍କାର

November 18, 2025

ଭୋଟର ତାଲିକାର SIR ସମୀକ୍ଷା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବ ନିର୍ବାଚନ କମିଶନଙ୍କ ଦଳ

November 18, 2025

ଏସୀୟ ତୀରନ୍ଦାଜୀ ଚାମ୍ପିଅନସିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 18, 2025

RJD ବିଧାୟକ ଦଳର ନେତା ହେଲେ ତେଜସ୍ୱୀ ଯାଦବ: ସଂଗଠନକୁ ମଜବୁତ କରିବାକୁ ଦେଲେ ପ୍ରତିଶ୍ରୁତି 

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.