Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତରେ ବର୍ତ୍ତମାନ କରୋନା ସ୍ଥିତି କଣ ରହିଛି, ଚଟାପଟ ଜାଣନ୍ତୁ ଏହି ୧୧ଟି ସଂକ୍ଷିପ୍ତ ଖବର
ଜାତୀୟ ଖବର

ଭାରତରେ ବର୍ତ୍ତମାନ କରୋନା ସ୍ଥିତି କଣ ରହିଛି, ଚଟାପଟ ଜାଣନ୍ତୁ ଏହି ୧୧ଟି ସଂକ୍ଷିପ୍ତ ଖବର

December 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା ଲଗାତର ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୩.୬ ଲକ୍ଷ ତଳେ (୩,୫୯,୮୧୯) ରହିଛି । ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ରୋଗୀ ସୁସ୍ଥ ହେବା ଏବଂ ଦୈନିକ ମୃତ୍ୟୁ ସଂଖ୍ୟା କମ ହେବା ଦେଶର ମୋଟ କରୋନା ସକ୍ରିୟ ମାମଲା ହ୍ରାସରେ ସହାୟକ ହୋଇପାରିଛି। ଭାରତର ବର୍ତ୍ତମାନ ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର ୩.୬୬% ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୩,୪୯୪ ରୋଗୀ ସୁସ୍ଥ ହେବା ପରେ ମୋଟ ସକ୍ରିୟ ମାମଲା ୩,୯୩୦ ହ୍ରାସ ପାଇଛି । ଚଟାପଟ କରୋନା ସଂପର୍କରେ ଜାଣନ୍ତୁ ଏହି ୧୨ଟି ତଥ୍ୟ

୧-ଗତ ସପ୍ତାହର ସ୍ଥିତିକୁ ଦେଖିଲେ ଜଣାପଡ଼ିଛି ଯେ ସର୍ବାଧିକ ପ୍ରଭାବିତ ୬ଟି ରାଜ୍ୟରେ ଦୈନିକ ନୂଆ କରୋନା ମାମଲା ହ୍ରାସ ପାଉଛି ।

୨-ଗତ ୧୫ ଦିନ ହେଲା ଦେଶର ଦୈନିକ ନୂଆ କରୋନା ମାମଲା ତୁଳନାରେ ଦୈନିକ ସୁସ୍ଥ ହେଉଥିବା ଲୋକ ସଂଖ୍ୟା ବେଶ ଅଧିକ ରହୁଛି । ଗତ ୨୪ ଘଣ୍ଟାରେ ୩୦,୦୦୬ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୩୩,୪୯୪ ରୋଗୀ ଆରୋଗ୍ୟ ଲାଭ ପରେ ବିଭିନ୍ନ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

୩-ସୁସ୍ଥ ରୋଗୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଆଜିର ଦିନରେ ଆରୋଗ୍ୟ ହାର ୯୪.୮୯%କୁ ବୃଦ୍ଧି ପାଇଛି ।

୪-ଦେଶରେ କରୋନା ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ମୋଟ ଲୋକ ସଂଖ୍ୟା ୯୩,୨୪,୩୨୮ରେ ପହଞ୍ଚିଛି । ସୁସ୍ଥ ରୋଗୀ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ଥିବା ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହି ବ୍ୟବଧାନ ୮୯,୬୪,୫୦୯ ରହିଛି ।

୫-ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ମୋଟ ରୋଗୀଙ୍କ ମଧ୍ୟରେ ୭୪.୪୬% ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।

୬-କେରଳରେ ଦିନକରେ ସର୍ବାଧିକ ୪,୭୪୮ ରୋଗୀ କରୋନା କବଳରୁ ବାହାରିଛନ୍ତି । ପଶ୍ଚିମବଙ୍ଗରେ ୨,୮୭୩ ଲୋକ ସୁସ୍ଥ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨,୭୭୪ ରୋଗୀ କରୋନାକୁ ହରାଇଛନ୍ତି ।

୭-ସେପଟେ ୭୪.୧୬% ନୂଆ ଦୈନିକ ମାମଲା ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ କରାଯାଇଛି ।

୮-କେରଳରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୪,୬୪୨ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ପଛକୁ ଥିବା ମହାରାଷ୍ଟ୍ରରେ ୪,୨୬୮ ନୂଆ ମାମଲା ଚିହ୍ନଟ କରାଯାଇଛି । ପଶ୍ଚିମବଙ୍ଗରେ ୨,୭୫୩ ନୂଆ ମାମଲା ସାମ୍ନାକୁ ଆସିଛି ।

୯-ଗତ ୨୪ ଘଣ୍ଟାରେ ଦେଶରେ ୪୪୨ ରୋଗୀ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି।

୧୦-ଦୈନିକ ନୂଆ ମୃତ୍ୟୁ ମଧ୍ୟରୁ ୭୮.୦୫% ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ (୮୭ ଜଣ) ମୃତ୍ୟୁ ହୋଇଛି । ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଯଥାକ୍ରମେ ୬୦ ଓ ୫୦ ଦୈନିକ ମୃତ୍ୟୁ ରେକର୍ଡ କରାଯାଇଛି ।

୧୧-ଅନେକ ଦିନ ହେଲା ଦେଶରେ ଦୈନିକ କରୋନା ମୃତ୍ୟୁ କ୍ରମାଗତ ଭାବେ ହ୍ରାସ ପାଉଛି। ଗତ ୭ ଦିନରେ ଦୈନିକ ମୃତ୍ୟୁ ୫୦୦ ତଳେ ରହିଆସୁଛି ।

ଭାରତରେ କରୋନା ସ୍ଥିତି
Share. Facebook Twitter LinkedIn Email WhatsApp Copy Link

Related Posts

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026
Latest News

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.