ଜାନୁୟାରୀ ପହିଲାରୁ ଖୋଲିବ ସ୍କୁଲ, ମାର୍ଚ୍ଚ 17ରୁ ଆରମ୍ଭ ହେବ ବୋର୍ଡ ପରୀକ୍ଷା, ରାଜ୍ୟ ସରକାର କଲେ ଘୋଷଣା

Published: Dec 17, 2020, 4:10 pm IST

ଥିରୁଅନ୍ତପୁରମ, ଆସନ୍ତା ମାର୍ଚ୍ଚା 17ରୁ ଆରମ୍ଭ ହେବ 10ମ ଏବଂ 12ଶ ପରୀକ୍ଷା। ଆଜି ଏ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଘୋଷଣା କରିଛନ୍ତି। ଆଜି ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କର ଏକ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଶିକ୍ଷା ବିଭାଗ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଯେହେତୁ ଚଳିତ ବର୍ଷ ଶିକ୍ଷା ବର୍ଷ ଶେଷ ହେବାକୁ ଆଉ ମାସ କେଇଟା ବାକି ଅଛି ସେଥିପାଇଁ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରାଯାଇଥିଲା।

ଏହି ବୈଠକରେ ଜାନୁୟାରୀ ପହିଲାରେ ସ୍କୁଲ ଖୋଲିବା ପାଇଁ ନିଷ୍ପତି କରାଯାଇଛି। ପିଲାଙ୍କ ବୋର୍ଡ ପରୀକ୍ଷା ପାଇଁ ଆବଶ୍ୟକୀୟ ସନ୍ଦେହ ମୋଚନ ପାଇଁ ଏହି କ୍ଲାସ କରାଯିବ। ସେହିପରି ପ୍ରାଟିକାଲ ପାଇଁ ମଧ୍ୟ ସଂପୃକ୍ତ ସ୍କୁଲ ନିଷ୍ପତି ନେବ ବୋଲି କୁହାଯାଇଛି। ପିତାମାତାଙ୍କ ଅନୁମତି ନେଇ ଏହି କ୍ଲାସ କରାଯିବ ବୋଲି ନିଷ୍ପତି ହୋଇଛି।

ସେହିପରି କୋଭିଡ19 ସଂକ୍ରାମଣକୁ ରୋକିବା ପାଇଁ ସ୍କୁଲ କର୍ତ୍ତୁପକ୍ଷ କଡା ନଜର ରଖିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ମାସ୍କ ପିନ୍ଧିବା ଏବଂ ସାନାଟାଇଜେସନ କରିବା ପ୍ରଭୃତି ରହିଛି। ସେହିପରି ଗେଟରେ ସମସ୍ତ ଛାତ୍ରଛାତ୍ରୀଙ୍କ  ଥର୍ମାଲଟେଷ୍ଟ କରି ଭିତରକୁ ଯିବା ପାଇଁ  ନିୟମ କରାଯାଇଛି।

Related posts