Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଏପରି ଘରେ ବାସ କରନ୍ତି ନାହିଁ ମାତା ଲକ୍ଷ୍ମୀ, ଆପଣଙ୍କ ଘର ଏପରି ନୁହେଁ ତ, ଜାଣିରଖନ୍ତୁ କିପରି କରିବେ ଏହାର ସମାଧାନ
ଧର୍ମ

ଏପରି ଘରେ ବାସ କରନ୍ତି ନାହିଁ ମାତା ଲକ୍ଷ୍ମୀ, ଆପଣଙ୍କ ଘର ଏପରି ନୁହେଁ ତ, ଜାଣିରଖନ୍ତୁ କିପରି କରିବେ ଏହାର ସମାଧାନ

December 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଘରେ ସୁଖ ଶାନ୍ତି ଓ ସମୃଦ୍ଧି ରଖିବ ପାଇଁ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ। ଲକ୍ଷ୍ମୀଙ୍କର ବିଧିବଦ୍ଧ ଭାବେ ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିଥା’ନ୍ତି। ଏହା ଦ୍ବାରେ ଘରେ ଧନ,ସମ୍ପତ୍ତି ଓ ସୁଖ ସର୍ବଦା ରହିଥାଏ। ତେବେ କେବେ କେବେ ଘରେ ବହୁ ପୂଜା ଅର୍ଚ୍ଚନା କରିବା ପରେ ମଧ୍ୟ ଘରେ ସବୁବେଳେ ଅଭାବ ଅନାଟନ ଲାଗିରହିଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ଶୁକ୍ରବାରଦିନ ବିଶେଷ ପ୍ରକାରର ପୂଜା କରିପାରିବେ।

ଯଦି ଆପଣଙ୍କ ପାଖରେ ଟଙ୍କାର ଅଭାବ ପରିଲକ୍ଷିତ ହେଉଛି, ଅଧିକ ଖର୍ଚ୍ଚ ହେଉଛି, ତେବେ ଆପଣ ପୂଜାସ୍ଥଳରେ ମା’ଲକ୍ଷ୍ମୀଙ୍କର ଧନ ବର୍ଷା କରୁଥିବାର ଫଟୋ ଲଗାନ୍ତୁ। ଏହା ପରେ ମାଙ୍କ ସାମ୍ନାରେ ଏକ ଶୁଦ୍ଧ ଘିଅର ଦୀପ ଲଗାଇ ଅତର ଲଗାନ୍ତୁ। ଏହି ଅତରକୁ ସର୍ବଦା ଉପଯୋଗ କରନ୍ତୁ। ଏହାଦ୍ବାରା ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ।

ଯଦି ଆପଣଙ୍କର ଅଯଥା ଖର୍ଚ୍ଚ ହେଉଛି, ତେବେ ମା’ଙ୍କ ଚରଣରେ ପ୍ରତ୍ୟେକ ଦିନ ଏକ ଟଙ୍କିଆ ମୁଦ୍ରା ଅର୍ପଣ କରନ୍ତୁ ଏବଂ ଏକ ମାସ ପରେ ଏହାକୁ ଏକାଠି କରି  ଜଣେ ସୌଭାଗ୍ୟଶାଳୀ ସ୍ତ୍ରୀଙ୍କୁ ଦାନ କରନ୍ତୁ। ଏହାଦ୍ବାରା ଆପଣ ସଫଳତା ପାଇପାରିବେ।

ଯଦି ଆପଣଙ୍କୁ ସର୍ବଦା ଧନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ତେବେ ଆପଣଙ୍କୁ ଆପଣ କରୁଥିବା ଭୁଲ୍‌କୁ ସୁଧାରିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ସେହି ସବୁ ଭୁଲ୍‌ଗୁଡିକ ସମ୍ପର୍କରେ…।

-ଯେଉଁ ଘରେ ପୂଜାର ଦୀପକୁ ଫୁଙ୍କି ଲିଭାଯାଏ, ସେହି ଘରେ ମାତା ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ। ଏହି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ।

-ଭାଙ୍ଗିଥିବା ପାନିଆରେ ମୁଣ୍ଡ କୁଣ୍ଡାଇବା ଅତ୍ୟନ୍ତ ଅଶୁଭ ହୋଇଥାଏ।

-ଯଦି ଆପଣ ରାତିରେ ଗୋଡ ନ ଧୋଇକି କିମ୍ବା ଓଦା ଗୋଡରେ ଶୋଉଛନ୍ତି ତେବେ ଏହା ମଧ୍ୟ ଅଶୁଭ। ଏପରି କରିବା ଦ୍ବାରା ସର୍ବଦା ଧନ ସମସ୍ୟା ଲାଗି ରହେ। ଏଥିରୁ ନିବୃତ୍ତ ରୁହନ୍ତୁ।

-ରାତ୍ରିର କଦାପି ଅଇଁଠା ବାସନ ରଖନ୍ତୁ ନାହିଁ। ଏହା ଦ୍ବାରା ଲକ୍ଷ୍ମୀ ରୋଷ କରିଥା’ନ୍ତି।

-ଯଦି ଆପଣ ନଖ କାମୁଡିଛନ୍ତି ତେବେ ଏହାକୁ ବନ୍ଦ ରକନ୍ତୁ। ଏହା ଆପଣଙ୍କୁ ବହୁ ସମସ୍ୟାରେ ପକାଇବା।

-ଯେଉଁ ଘରେ ସୂ୍ର୍ଯ୍ୟାସ୍ତ ପରେ ଝାଡୁ କରାଯାଏ, ସେହି ଘରେ ମାତା ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ।

-ସେହିପରି ଯେଉଁ ଘରେ ନିୟମିତ ରୂପେ ଶଙ୍ଖ ବଜା ଯାଏ ନାହିଁ କିମ୍ବା ଭଗବାନଙ୍କୁ ଗାଳି ଦିଆଯାଇଥାଏ ସେହିଘରେ ମଧ୍ୟ ଭଗବାନ ବାସ କରନ୍ତି ନାହିଁ।

-ଯେଉଁ ଘରେ ପିତୃପୁରୁଷଙ୍କ ଶ୍ରାଦ୍ଧ ଦିଆଯାଏ ନାହିଁ, ସେହି ଘରେ ମଧ୍ୟ ଲକ୍ଷ୍ମୀ ବାସ କରନ୍ତି ନାହିଁ।

ଉପରୋକ୍ତ ଭୁଲ୍‌ଗୁଡିକ ସୁଧାରି ମାତା ଲକ୍ଷ୍ମୀଙ୍କୁ ଧ୍ୟାନରେ ସହକାରେ ପ୍ରାର୍ଥନା କରିବା ଦ୍ବାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇପାରିବେ।

ମାତା ଲକ୍ଷ୍ମୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଆଜି ଏପ୍ରିଲ ୨୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

April 27, 2026

ରାଶିଫଳ: ଆଜି ଏପ୍ରିଲ ୨୫ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 25, 2026

ରାଶିଫଳ: ଆଜି ଏପ୍ରିଲ ୨୪ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 24, 2026

ଆଜି ଏପ୍ରିଲ ୨୩ ତାରିଖ ଗୁରୁବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 23, 2026
Latest News

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026

ରାଶିଫଳ: ଆଜି ଏପ୍ରିଲ ୨୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

April 27, 2026

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.