Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପରୀ ଆନ୍ଦୋଳନ ପାଇଁ ଦିଲ୍ଲୀର ନେତା ଭୁବନେଶ୍ବରେ, ହେଲେ ଭୁବନେଶ୍ବର ସାଂସଦ ଯାଜପୁରରେ, ବିଜେପିରେ ଚାଲିଛି କଣ ?
ଜାତୀୟ ଖବର

ପରୀ ଆନ୍ଦୋଳନ ପାଇଁ ଦିଲ୍ଲୀର ନେତା ଭୁବନେଶ୍ବରେ, ହେଲେ ଭୁବନେଶ୍ବର ସାଂସଦ ଯାଜପୁରରେ, ବିଜେପିରେ ଚାଲିଛି କଣ ?

December 21, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପରୀ ଆନ୍ଦୋଳନ ପାଇଁ ଦିଲ୍ଲୀର ନେତା ଭୁବନେଶ୍ବରେ, ହେଲେ ଭୁବନେଶ୍ବର ସାଂସଦ ଯାଜପୁରରେ, ବିଜେପିରେ ଚାଲିଛି କଣ ?

ଭୁବନେଶ୍ବର, ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ଏକ ପ୍ରକାରର ଅଣ୍ଟା ଭିଡି ଆନ୍ଦୋଳନ କରିବାରେ ଲାଗିଛି। କେବଳ ରାଜ୍ୟ ବିଜେପି ନୁହେଁ ଦିଲ୍ଲୀରୁ ମଧ୍ୟ ନେତାମାନେ ଆସି ଏହି ଆନ୍ଦୋଳନରେ ସାମିଲ ହେବାରେ ଲାଗିଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ଭୁବନେଶ୍ବରର ସାଂସଦ ଅପରାଜିତା ଷଡଙ୍ଗୀ କିନ୍ତୁ ଚୁପ। କେବଳ ଚୁପ ନୁହଁନ୍ତି ସେ ଏହି ଆନ୍ଦୋଳନରେ ନିଜକୁ ବିଲକୁଲ ସାମିଲ ମଧ୍ୟ କରାଉ ନାହାଁନ୍ତି। ତାଙ୍କର ନିର୍ବାଚନ ମଣ୍ଡଳୀ ଭୁବନେଶ୍ବରରୁ  ପରୀକୁ ନ୍ୟାୟ ଦେବା ପାଇଁ ଏକ ଶୋଭାଯାତ୍ରା ବାହାର କରାଗଲା। ଏଥିରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ଭି. ଶ୍ରୀନିବାସନ ଦିଲ୍ଲୀରୁ ଆସି ଯୋଗ ଦେଲେ। ହେଲେ ଆଶ୍ଚର୍ଯ୍ୟର କଥା ଖୋଦ୍ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏଥିରେ ଯୋଗ ଦେଲେ ନାହିଁ।

କେବଳ ଭୁବନେଶ୍ବରର ଘଟଣା ନୁହେଁ। ନୟାଗଡ ଜିଲ୍ଲାରେ ବିଜେପି ଦୀର୍ଘଦିନ ଧରି  ଧାରଣା ଦେଇଥିଲେ ମଧ୍ୟ ସେଥିରେ ଅପରାଜିତା ଯୋଗ ଦେଉ ନାହାଁନ୍ତି। ଏହି ଧାରଣାରେ ଦିଲ୍ଲୀରୁ ଆସି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ଓଡିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଯୋଗ ଦେଇଛନ୍ତି। ହେଲେ ଅପରାଜିତା ବିଲକୁଲ ସେ ପାଖ ମାଡୁ ନାହାଁନ୍ତି। ଓଡିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଯେଉଁ ଦିନ ଭୁବନେଶ୍ବର ଆସିଥିଲେ ସେତେବେଳେ ବିମାନ ବନ୍ଦରରେ ଅପରାଜିତା ତାଙ୍କୁ ସ୍ବାଗତ କରିବାକୁ ଯାଇଥିଲେ। ହେଲେ ତାଙ୍କ ସହିତ କିନ୍ତୁ ନୟାଗଡ ଯାଇ ନ ଥିଲେ।

ଅପରାଜିତା ଯୋଗ ଦେଇ ନ ଥିଲେ ନା ତାଙ୍କୁ ଡକାଯାଇ ନ ଥିଲା

ଅପରାଜିତା ହେଉଛନ୍ତି ଭୁବନେଶ୍ବରର ସାଂସଦ, ଆଉ ଭୁବନେଶ୍ବରରେ ବିଜେପିର ଏକ ଶୋଭାଯାତ୍ରା ହେଉଛି। ଏଥିରେ ସେ ନିଜେ ଯୋଗ ଦେଲେ ନାହିଁ ନା ତାଙ୍କୁ ଡକାଯାଇ ନାହିଁ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ବିଜେପିର ଜଣେ ଆଗଧାଡିର ନେତାଙ୍କ ଅନୁସାରେ ତାଙ୍କୁ ଏହି ଶୋଭାଯାତ୍ରା କରିବା ପାଇଁ ବାରମ୍ବାର କୁହାଯାଇଛି। ଏହାର ପ୍ରସ୍ତୁତି ବୈଠକରେ ମଧ୍ୟ ଯୋଗ ଦେବା ପାଇଁ କୁହାଯାଇଛି। ହେଲେ ପ୍ରସ୍ତୁତି ବୈଠକ ଦୂରେ ଥାଉ ମୁଖ୍ୟ ବୈଠକକୁ ମଧ୍ୟ ଆସିଲେ ନାହିଁ। ବିଜେପିରେ ବର୍ତ୍ତମାନ ଅପରାଜିତା ସମାନ୍ତରଳରେ ନିଜେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ବିଜେପିର କୌଣସି ଆଗଧାଡିର ନେତାଙ୍କୁ ମଧ୍ୟ ଡାକନ୍ତି ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଅପରାଜିତା ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖି ନିଜେ ସମାନ୍ତରଳରେ କାର୍ଯ୍ୟକ୍ରମ କରିବାରେ ଲାଗିଛନ୍ତି।

ପରୀ ଘଟଣାରେ ଅପରାଜିତା ଲୁଚୁଛନ୍ତି କାହିଁକି ?

ପରୀ ଘଟଣାରେ ବିଜେପି ଦୀର୍ଘ ଦିନ ଧରି ଆନ୍ଦୋଳନ କରିବାରେ ଲାଗିଛି। ଏ ନେଇ ଅନେକ ଥର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରାଯାଇଛି। ହେଲେ ଏ ସବୁଥିରୁ ଅପରାଜିତା ନିଜକୁ ସଂପୂର୍ଣ୍ଣ ଭାବେ ଦୂରେଇ ରଖିଛନ୍ତି। ଏହାର କାରଣରେ ଦୁଇଟି କଥା ଆଲୋଚନାକୁ ଆସେ। ପ୍ରଥମ କଥା ହେଲା ଯେ, ଅପରାଜିତା ବୋଧହୁଏ ରାଜ୍ୟ ନେତାଙ୍କୁ ଖାତିରି କରିବାକୁ ଆବଶ୍ୟକତା ମନେ କରୁ ନାହାଁନ୍ତି। ଦଳୀୟ କାର୍ଯ୍ୟରେ ସେ ନିଜକୁ ସାମିଲ କରିବାକୁ ମଧ୍ୟ ଚାହୁଁ ନାହାଁନ୍ତି।

କେବଳ ପରୀ ଘଟଣା ନୁହେଁ, କାଁ ଭାଁ କେତୋଟି କାର୍ଯ୍ୟକ୍ରମକୁ ଛାଡି ଦେଲେ ଅପରାଜିତା ଅନେକ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁ ନାହାଁନ୍ତି। ଦ୍ବିତୀୟ କାରଣଟି ହୋଇପାରେ ଯେ, ପରୀ ଘଟଣାରେ ବିଜେପି କେତେ ଉପରକୁ ଉଡିପାରୁଛି ତାହାକୁ ଦୂରରେ ରହି ସେ ଗଣନା କରୁଛନ୍ତି। ସେ ବୋଧହୁଏ ଜାଣିଛନ୍ତି ଯେ ଏହି ଆନ୍ଦୋଳନରେ କୌଣସି ଫଳ ମିଳିବ ନାହିଁ। ସେଥିପାଇଁ ଘଟଣାରେ ଜଡିତ ରହି ଲୋକହସା ହେବା ଅପେକ୍ଷା  ନିଜକୁ ଦୂରେଇ ରଖିବା ଭଲ ବୋଲି ଅପରାଜିତା ଭାବି ନେଇଛନ୍ତି।

ବିଜେପି ନେତାଙ୍କ ଭୁବନେଶ୍ବରରେ ବନାମ ଅପରାଜିତାଙ୍କ ଯାଜପୁରରେ ଶୋଭାଯାତ୍ରା

ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ସହିତ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରମୁଖ ଲିଙ୍ଗରାଜ ମନ୍ଦିର ସାମନାରେ ଗର୍ଜନ କରିଥିଲେ। ସେଠାରୁ ଶତାଧିକ କର୍ମି ପରୀକୁ ନ୍ୟାୟ ଶୋଭାଯାତ୍ରାରେ ବାହାରିଥିଲେ। ଠିକ୍ ସେତିକି ବେଳେ ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ଛାଡି ଯାଜପୁରରେ ଶୋଭାଯାତ୍ରା କରୁଥିଲେ। ବିଜେଡିର ଶକ୍ତିଶାଳି ନେତା ବବି ଦାସଙ୍କ ଗଡରେ ଅପରାଜିତାଙ୍କ ଏହି ଶୋଭାଯାତ୍ରାକୁ ନେଇ ବିଭିନ୍ନ ପ୍ରଶ୍ନ ମଧ୍ୟ ସୃଷ୍ଟି ହେବାରେ ଲାଗିଛି। କାରଣ କୌଣସି ଉଦ୍ଦେଶ୍ୟ ନ ଥାଇ ଏପରି ଶୋଭାଯାତ୍ରା କରିବା ପଛରେ କାରଣ ହେଉଛି ନିଜକୁ ପରୀ ଘଟଣାରୁ ଦୂରେଇ ରଖିବା। ଭୁବନେଶ୍ବରରୁ ଦୂରରେ ରହିବା ପାଇଁ ଏହା ଥିଲା ଅପରାଡିତାଙ୍କ ଏକ ବାହାନା ଶୋଭାଯାତ୍ରା

ତେବେ ଅପରାଜିତାଙ୍କ ପରୀ ଶୋଭାଯାତ୍ରାରେ ଯୋଗ ନ ଦେବାକୁ ନେଇ ପୁରା ବିଜେପି ନେତୃ ମଣ୍ଡଳରେ ଟୁପୁରୁଟାପର ଆରମ୍ଭ ହୋଇଛି। ଏପରିକି ରାଜ୍ୟ ରାଜନୀତିରେ ମଧ୍ୟ ବେଶ୍ ସମାଲୋଚନା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଓଡିଶାରେ ପୁରା ବିଜେପି ଗୋଟିଏ ପଟେ ଯାଉଥିବା ବେଳେ ଅପରାଜିତାଙ୍କ ବିଜେପି ଆଉ ଗୋଟେ ପଟେ ଯାଉଛି। ଏପରି କାର୍ଯ୍ୟକୁ ନେଇ ରାଜ୍ୟ ବିଜେପି ବର୍ତ୍ତମାନ ସାଧାରଣରେ ସମାଲୋଚିତ ହେବାରେ ଲାଗିଛି, ଯାହା ଦଳର ଭବିଷ୍ୟତ ପାଇଁ ଭଲ ନୁହେଁ।

ଅପରାଜିତା ଷଡଙ୍ଗୀ ସାଂସଦ ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆ ପାଇଁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ନେଲେ ଏହି ପଦକ୍ଷେପ

March 11, 2026

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026

ହାଇଦ୍ରାବାଦରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆ ବିମାନର ହାର୍ଡ ଲ୍ୟାଣ୍ଡିଂ: ଭାଙ୍ଗିଲା ନୋଜ୍ ଗିଅର୍

March 11, 2026
Latest News

ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆ ପାଇଁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ନେଲେ ଏହି ପଦକ୍ଷେପ

March 11, 2026

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026

ହାଇଦ୍ରାବାଦରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆ ବିମାନର ହାର୍ଡ ଲ୍ୟାଣ୍ଡିଂ: ଭାଙ୍ଗିଲା ନୋଜ୍ ଗିଅର୍

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.