Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ମୋଟା କମାଇବାକୁ ଚାହୁଁଛନ୍ତି କି? ତେବେ ସକାଳୁ ପିଅନ୍ତୁ ଏହି ସବୁ ପାନୀୟ
ଜୀବନ ଶୈଳୀ

ମୋଟା କମାଇବାକୁ ଚାହୁଁଛନ୍ତି କି? ତେବେ ସକାଳୁ ପିଅନ୍ତୁ ଏହି ସବୁ ପାନୀୟ

December 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଫିଟ୍‌ ରହିବା ପାଇଁ କିଏ ନ ଚାହାନ୍ତି। ସମେସ୍ତ ପତଳା ଓ ସୁଢଳ ରହିବାକୁ ଚାହାନ୍ତି। ମୋଟାପାକୁ ନେଇ ଏବେ ଯୁବପିଢି ବ୍ୟସ୍ତ ଓ ବିବ୍ରତ। ଆଜିକାଲିର ଖାଇବା ପିଇବା ଓ ଜୀବନଶୈଳୀ ଯୋଗୁଁ ଓଜନ ବୃଦ୍ଧି ହୋଇଛି। ଥରେ ମୋଟା ହୋଇଗଲେ ଏହାକୁ କମାଇବା ବହୁତ କଷ୍ଟ। ତେବେ ଆପଣ ଯଦି ମୋଟାପାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣ କିଛି ପାନୀୟ ପିଇ ନିଜକୁ ମୋଟାରୁ ପତଳା କରିପାରିବେ। ଏହି ପାନୀୟ ଗୁଡିକ ଶରୀରର ମେଟାବଲିଜିମ୍‌କୁ ବଢାଇ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ସେହି ଡ୍ରିଙ୍କ୍‌ଗୁଡିକ ସମ୍ପର୍କରେ।

ଗ୍ରୀନ୍‌ ଟି:  ଗତ କିଛି ଦଶକ ଧରି ଗ୍ରୀନ୍‌ ଟି ବେଶ୍‌ ଲୋକପ୍ରିୟ ହୋଇପାରିଛି। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଯାହା ଦ୍ବାରା ମେଟାବଲିଜିମ୍‌ କରାଇଥାଏ। ତେବେ ଏଥିରେ ଆପଣ ଚିନିର ଉପଯୋଗ ନ କରି ଏହାର ସ୍ବାଦ ବଢାଇବା ପାଇଁ ଲେମ୍ବୁ ରସ ଓ ମହୁ ମିଶାଇ ପିଇ ପାରିବେ। ଏହା ଓଜନ ହ୍ରାସ ପାଇଁ ବେଶ୍‌ ସହାୟକ ହେବ।

ଲେମ୍ବୁ ପାଣି: ଯଦି ଆପଣ ଆପଣଙ୍କ ଦିନକୁ ଗ୍ଲାସେ ଲେମ୍ବୁ ପାଣିରୁ ଆରମ୍ଭ କରିବେ ତେବେ ଏହା ଆପଣଙ୍କୁ ବହୁତ ଫାଇଦା ଦେବ। ଏହା ଶରୀରର ମେଟାବଲିଜମ୍‌କୁ ବଢାଇ ମୋଟାପାକୁ କମ୍‌ କରିଥାଏ। ଏହି ପାନୀୟରେ ଆଣ୍ଟିଅକ୍ସିଡେଣ୍ଟ  ସହ ପୌଷ୍ଟିକ ଫାଇବର ମଧ୍ୟ ରହିଥାଏ। ଯାହା ପେଟରେ ଥିବା ଚର୍ବିକୁ ତରଳାଇବାରେ ସାହାଯ୍ୟ କରିଥାଏ। ଆପଣ ଏଥିରେ ମହୁ ମିଶାଇ ପିଇ ପାରିବେ।

ଜୁଆଣି ପାଣି: ଜୁଆଣି ପାଣି ଆପଣଙ୍କୁ ହଜମ କ୍ରିୟାରେ ବେଶ୍‌ ସାହାଯ୍ୟ କରିଥାଏ। ଏହା ଦ୍ବାରା ପାଚନ ଶକ୍ତି ବୃଦ୍ଧି ପାଇଥାଏ। ଆପଣ ଗୋଟିଏ ଗ୍ଲାସ ପାଣିରେ ଏକ ଚାମଚ ଭଜା ଜୁଆଣିକୁ ପକାଇ ରାତିସାରା ଭିଜାନ୍ତୁ। ଏହାକୁ ସକାଳେ ଛାଣି ପିଅନ୍ତୁ। ଏହାଦ୍ବାରା ଆପଣ ଓଜନକୁ ନିୟନ୍ତ୍ରଣ କରିପାରିବେ।

ଧନିଆ ପାଣି: ଧନିଆ ଶରୀରରେ ମେଟାବଲିଜିମ୍‌କୁ ବଢାଇବା ସହିତ ହଜମ କ୍ରିୟାରେ ସାହାଯ୍ୟ କରିଥାଏ। ଏହାକୁ ରାତି ସାରା ଭିଜେଇ ସକାଳେ ଛାଣି ଖାଲିପେଟରେ ପିଇବା ଦ୍ବରା ଏହାର ଫାଇଦା ମିଳିଥାଏ।

ଜୀରା ପାଣି: ଭାରତୀୟ ମସଲାରେ ଜୀରା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମସଲା। ଜୀରା ପାଚନ ଶକ୍ତିକୁ ବଢାଇବା ସହିତ ପେଟର ଚର୍ବିକୁ ତରଳାଇବାରେ ସାହାଯ୍ୟ କରିଥାଏ। ଏହା ଭୋକକୁ କମାଇବା ସହିତ ଓଜନ ହ୍ରାସରେ ବହୁତ ସାହାଯ୍ୟ କରିଥାଏ। ଏକ ଗ୍ଲାସ୍‌ ପାଣିରେ ଏକ ଚାମଚ ଜୀରାକୁ ପକାଇ ରାତିସାରା ଭିଜାନ୍ତୁ। ସକାଳୁ ଏହାକୁ ଛାଣି ଖାଲିପେଟରେ ପିଅନ୍ତୁ। ଦେଖିବେ ଏହା ଦ୍ବାରା ଆପଣ ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିପାରିବେ।

fat fatcutterdrink
Share. Facebook Twitter LinkedIn Email WhatsApp Copy Link

Related Posts

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026

କାହାକୁ ଅଧିକ କାମୁଡ଼େ ମଶା? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

‘ଓଡ଼ିଶା ଫାର୍ମାସୀ ଅଧିକାରୀ ସେବା ସଂଘ’ର ବାର୍ଷିକ ସମ୍ମିଳନୀରେ ଯୋଗଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

August 23, 2026
Latest News

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026

ବୌଦ୍ଧରେ ଗଞ୍ଜେଇ କାରବାର ନେଇ ଭାଇରାଲ୍ ଅଡିଓ: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

August 24, 2026

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.