Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ପାଞ୍ଚୋଟି ଚଳଚିତ୍ର ବିଭାଗକୁ ମିଶାଇ ଗୋଟିଏ କରିବାକୁ କ୍ୟାବିନେଟର ଅନୁମୋଦନ
ଜାତୀୟ ଖବର

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ପାଞ୍ଚୋଟି ଚଳଚିତ୍ର ବିଭାଗକୁ ମିଶାଇ ଗୋଟିଏ କରିବାକୁ କ୍ୟାବିନେଟର ଅନୁମୋଦନ

December 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କେନ୍ତ୍ର ସରକାରଙ୍କ ଚଳଚିତ୍ର କ୍ଷେତ୍ରରେ ଥିବା ପାଞ୍ଚୋଟି ବିଭାଗକୁ ମିଶାଇ ଗୋଟିଏ ବିଭାଗ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି । ଫଳତଃ ଚଳଚିତ୍ର ଗଣମାଧ୍ୟମ ଏକାଂଶର ଚାରୋଟି ଯାକ ୟୁନିଟ ଯଥା ଚଳଚିତ୍ର ପ୍ରଭାଗ (ଫିଲ୍ମ ଡିଭିଜନ), ଚଳଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ (ଡି ଏଫଏଫ), ଭାରତୀୟ ଜାତୀୟ ଚଳଚିତ୍ର ଅଭିଲେଖାଗାର (ଏନଏଫ ଏଆଇ) ଏବଂ ଭାରତୀୟ ଶିଶୁ ଚଳଚିତ୍ର ସମିତି (ସି ଏଫଏସଆଇ)ର ଜାତୀୟ ଚଳଚିତ୍ର ଉନ୍ନୟନ ନିଗମ ଲିମିଟେଡ (ଏନଏଫଡିସି) ସହ ମିଶ୍ରଣ ହୋଇଛି ।

କ୍ୟାବିନେଟ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ, ଏନଏଫଡିସିର ମେମୋରାଣ୍ଡମ ଅଫ ଆର୍ଟିକଲ ଅଫ ଆସୋସିଏସନର ସଂପ୍ରସାରଣ ଯୋଗୁଁ ଏବେ ଏନଏଫଡିସି ଚାରୋଟି ଯାକ ୟୁନିଟର ସମସ୍ତ କାର୍ଯ୍ୟ ପରିଚାଳନା କରିବ । ଚଳଚିତ୍ର ଗଣମାଧ୍ୟମ ଏକାଂଶଗୁଡିକର ଗୋଟିଏ ନିଗମ ଅଧୀନରେ ମିଶ୍ରଣ ଯୋଗୁଁ ସମନ୍ଵୟ ବୃଦ୍ଧି ପାଇବା ସହ କାର୍ଯ୍ୟକାରିତାରେ ମଧ୍ୟ ଯଥେଷ୍ଟ ସୁଧାର ଆସିବ ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିନସ୍ଥ କାର୍ଯ୍ୟାଳୟ ଭାବେ ପରିଗଣିତ ହେଉଥିବା ଫିଲ୍ମ ଡିଭିଜନ ୧୯୪୮ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ସରକାରୀ କାର୍ଯ୍ୟକ୍ରମ ଓ ଭାରତୀୟ ଇତିହାସର ଅଭିଲେଖ ପ୍ରସ୍ତୁତ କରୁଥିବା ଏହି ଡିଭିଜନ ମୂଳତଃ ବୃତଚିତ୍ର ଓ ସମ୍ବାଦ ପରିକ୍ରମା ପ୍ରସ୍ତୁତ ପାଇଁ ସ୍ଥାପିତ ହୋଇଥିଲା ।

ଭାରତୀୟ ଶିଶୁ ଚଳଚିତ୍ର ସମିତି ଏକ ସ୍ଵୟଂଶାସିତ ସଂସ୍ଥା ଭାବେ ୧୯୫୫ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ସୋସାଇଟି ଆଇନ ଅଧୀନରେ ପ୍ରତିଷ୍ଠିତ ଏହି ସଂସ୍ଥା ଚଳଚିତ୍ର ଜରିଆରେ ଶିଶୁ ଓ ଯୁବଗୋଷ୍ଠୀମାନଙ୍କ ନିମନ୍ତେ ମୂଲ୍ୟବୋଧ ଭିତ୍ତିକ ମନୋରଞ୍ଜନ କାର‌୍ୟ୍ୟକ୍ରମ ପରିବେଷଣ କରୁଥିଲା ।

୧୯୭୩ ମସିହାରେ ସୂଚନା ଓ ପ୍ରସାରଣ ସହ ସଂଶ୍ଳିଷ୍ଟ ହୋଇଥିବା ଚଳଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ ଭାରତୀୟ ଚଳଚିତ୍ରର ପ୍ରଚାର ପ୍ରସାର ସହ ସାଂସ୍କୃତିକ ବିନିମୟ କାର‌୍ୟ୍ୟର ମଧ୍ୟ ପରିଚାଳନା କରୁଥିଲା । ଭାରତୀୟ ଚଳଚିତ୍ର ଶିଳ୍ପର ସମନ୍ଵିତ ବିକାଶ ଓ ଯୋଜନା ଆଭିମୁଖ୍ୟ ନେଇ ଏନଏଫଡିସି କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଭାବେ ୧୯୭୫ ମସିହାରେ ଗଠନ କରାଯାଇଥିଲା ।

କେନ୍ଦ୍ର କ୍ୟାବିନେଟ ଏହି ମିଡିଆ ୟୁନିଟଗୁଡିକର ମିଶ୍ରଣ ସହ ଏହାର ସମ୍ପତ୍ତି ଓ କର୍ମଚାରୀମାନଙ୍କ ସ୍ଥାନାନ୍ତର କାର‌୍ୟ୍ୟ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଆଇନ ଓ ଆର୍ଥିକ ପରାମର୍ଶଦାତାଙ୍କ ନିଯୁକ୍ତିକୁ ମଧ୍ୟ ଅନୁମୋଦନ କରିଛନ୍ତି । ମିଶ୍ରଣ ପ୍ରକ୍ରିୟା ଯୋଗୁଁ ସମସ୍ତ ମିଡିଆ ୟୁନିଟର କର୍ମଚାରୀମାନଙ୍କ ସ୍ଵାର୍ଥରକ୍ଷା ସହ କେହି ଯେପରି ଛଟେଇ ନହୁଅନ୍ତି ତାହା ଦେଖାଯିବ ।

ମୁଖ୍ୟ ସଂସ୍ଥା ଭାବେ ଏନଏଫଡିସି ଚଳଚିତ୍ର ମିଡିଆ ୟୁନିଟଗୁଡିକର ମିଶ୍ରଣ ସହ ଚଳଚିତ୍ରଗୁଡିକର ପ୍ରସାରଣ, ନିର୍ମାଣ ଓ ସଂରକ୍ଷଣ ଭଳି କାର‌୍ୟ୍ୟର ପରିଚାଳନା କରିବ । ଭାରତୀୟ ଚଳଚିତ୍ରଗୁଡ଼ିକର ବିକାଶ ସହ ଶିଶୁ ଚଳଚିତ୍ର ବିଷୟବସ୍ତୁ, ଆନିମେସନ, କ୍ଷୁଦ୍ର ଓ ବୃତ ଚିତ୍ର ଇତ୍ୟାଦି ସବୁଥିରେ ଭାରସାମ୍ୟ ରକ୍ଷା କରିବାକୁ ପଡିବ । ସମସ୍ତ ୟୁନିଟ ଗୋଟିଏ ସଂସ୍ଥା ଅଧୀନରେ ରଖିବା ଫଳରେ ଏହାର ଭିତ୍ତିଭୂମି ଓ ମାନବ ସମ୍ବଳର ଯଥାର୍ଥ ଉପଯୋଗ ହେବା ସହ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।

କ୍ୟାବିନେଟ ନିଷ୍ପତି
Share. Facebook Twitter LinkedIn Email WhatsApp Copy Link

Related Posts

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026
Latest News

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026

ଚମ୍ପୁଆରେ ଭୟାବହ ଭୂସ୍ଖଳନ: NH-520ର ବାରବାଙ୍କ ଘାଟିରେ ରାସ୍ତା ଅବରୋଧ

August 24, 2026

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026

ଅମରାବତୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁ ମୃତ, ୬ ଗୁରୁତର

August 24, 2026

କାହାକୁ ଅଧିକ କାମୁଡ଼େ ମଶା? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.