Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନନ୍ଦନକାନନକୁ ବିଶ୍ବ ସ୍ତରୀୟ କରିବା ପାଇଁ 600 କୋଟି ଟଙ୍କାର ଦୀର୍ଘ ମିଆଦି ଯୋଜନା,ଜାଣନ୍ତୁ କଣ
ଜାତୀୟ ଖବର

ନନ୍ଦନକାନନକୁ ବିଶ୍ବ ସ୍ତରୀୟ କରିବା ପାଇଁ 600 କୋଟି ଟଙ୍କାର ଦୀର୍ଘ ମିଆଦି ଯୋଜନା,ଜାଣନ୍ତୁ କଣ

December 29, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନନ୍ଦନକାନନକୁ ବିଶ୍ବ ସ୍ତରୀୟ କରିବା ପାଇଁ 600 କୋଟି ଟଙ୍କାର ଦୀର୍ଘ ମିଆଦି ଯୋଜନା,ଜାଣନ୍ତୁ କଣ

ଭୁବନେଶ୍ୱର, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉନ୍ନତି ପାଇଁ ୬୦୦ କୋଟି ଟଙ୍କାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇଛି । ଆସନ୍ତା ୨୦ ବର୍ଷ ମଧ୍ୟରେ ଏହି ଅର୍ଥରାଶି ବିନିଯୋଗ ହୋଇ ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି।

ଆଜି ପୂର୍ବାହ୍ନରେ ନନ୍ଦନକାନନ ପରିସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ଆଜିକୁ ଠିକ୍ ୬୦ ବର୍ଷ ତଳେ ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ନନ୍ଦନକାନନ ପ୍ରତିଷ୍ଠା ହୋଇଥିଲା ।

ନନ୍ଦନକାନନର ଶୁଭାରମ୍ଭ ୩.୬୨ ବର୍ଗ କିଲୋମିଟର ଅଞ୍ଚଳରେ ହୋଇଥିଲାବେଳେ ଆଜି ଏହାର ପରିସର ୧୦୪୩.୩୨ ହେକ୍ଟରକୁ ବୃଦ୍ଧି ପାଇଛି । ୧୧ଟି ପ୍ରାଣୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଚିଡ଼ିଆଖାନାରେ ଆଜି ୩ ହଜାର ୭୮୭ ବନ୍ୟ ପଶୁ ପକ୍ଷୀ, ସରିସୃପ, ଉଭୟଚର ପ୍ରାଣୀ ୨୧୨ଟି ଖୁଆଡରେ ରହିଛନ୍ତି । ‘କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣର ସମସ୍ତ ନିୟମାବଳୀ ଦ୍ୱାରା ପରିଚାଳିତ ହେଉଛି।

ବିଶ୍ୱସ୍ତରୀୟ ଚିଡ଼ିଆଖାନା ଭାବେ ବିକଶିତ ହେବା ପାଇଁ ଦେଶର ୭୨ଟି ଚିଡିଆଖାନା ମଧ୍ୟରୁ ୧୫ଟି ଛାଯାଇଥିବା ଚିଡ଼ିଆଖାନା ମଧ୍ୟରେ ଏହା ସ୍ଥାନ ପାଇଛି । ନନ୍ଦନକାନନର ୨୭୦ରୁ ଊର୍ଦ୍ଧ ବନ୍ୟଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରାଯାଇଛି । ଏଥିରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ରାଜସ୍ୱ ମିଳିଛି । ଚଳିତ ବର୍ଷ ଗଧିଆ ଖୁଆଡ଼, ନୂତନ ବିଦେଶୀ ମାଙ୍କଡ଼ ଖୁଆଡ଼ ନିର୍ମିତ ହୋଇ ଦର୍ଶକମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି ।

ଏ ବର୍ଷ ୩୫ କୋଟି ଟଙ୍କା ବ୍ୟୟରେ ବହୁତଳବିଶିଷ୍ଟ ମଟର ଯାନ ରହଣି ସ୍ଥଳ, ୫ କୋଟି ଟଙ୍କା ବ୍ୟୟରେ ଶିଶୁ ରେଳଗାଡ଼ିର ପୁନରୁଦ୍ଧାର କାର‌୍ୟ୍ୟ ଚାଲୁରହିଛି । ୨୦ ଲକ୍ଷ ଟଙ୍କା ବ୍ୟୟରେ ପର‌୍ୟ୍ୟୟଟକମାନଙ୍କ ପାଇଁ ନୂତନ ପ୍ରସ୍ଥାନ ବାଟ ଓ ୭୪ ଲକ୍ଷ ଟଙ୍କା ବ୍ୟୟରେ ନୂତନ ସଫାରୀ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି ।

ସଂପୂର୍ଣ୍ଣ ନୂତନ ଓ ଆଧୁନିକ ଯନ୍ତ୍ରପାତି ସହିତ ପଶୁ ଚିକିତ୍ସାଳୟ, ଆଇସୋଲେସନ ଗୃହ, କ୍ୱାରାଣ୍ଟାଇନ୍ ଗୃହ, ପରୀକ୍ଷାଗାର ଓ ଅସ୍ତ୍ରୋ ପଚାର ଗୃହ ପଶୁ ପକ୍ଷୀଙ୍କ ସ୍ୱାସ୍ଥ୍ୟସେବାର ନୂତନ ଦିଗନ୍ତ ସୃଷ୍ଟି କରିଛି । ଅଭିଜ୍ଞ ପଶୁଡାକ୍ତରମାନଙ୍କ ଦ୍ୱାରା ଏହି ଚିକିତ୍ସାଳୟରେ ୨୪ ଘଣ୍ଟିଆ ପ୍ରାଣୀସେବା ଉପଲବ୍ଧ ହେଉଛି । ପଶୁମାନଙ୍କ ଖାଦ୍ୟର ନିରବଚ୍ଛିନ୍ନ ଉତ୍ପାଦନ ପାଇଁ ଘାସଚାଷ, ଜୀବନ୍ତ ପ୍ରାଣୀ ଉତ୍ପାଦନ କେନ୍ଦ୍ର ଓ ଏକ ବାସଗୃହ ନିର୍ମିତ ହୋଇଛି।

ଆଗାମୀ ଦିନରେ ଅନ୍ୟାନ୍ୟ ଚିଡ଼ିଆଖାନାରୁ ଗଧିଆ, ବଳିଆ କୁକୁର, ଜିରାଫ, ଜେବ୍ରା, ଗଣ୍ଡା, ଆସାମୀ ମାଙ୍କଡ଼, ପିଗ୍‌ଟେଲ୍ ମାଙ୍କଡ଼, ଷ୍ଟଟେଲ୍ ମାଙ୍କଡ଼, ବବୁନ୍ ମାଙ୍କଡ଼, ଗିବନ୍ ଇତ୍ୟାଦି ଅଣାଯିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ସୂଚନା ଦେଇଥିଲେ ।

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଜଙ୍ଗଲ ଓ ପରିବେଶ) ଡ. ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟ ପ୍ରାଣୀ) ହରିଶଂକର ଉପାଧ୍ୟାୟ, ନନ୍ଦନକାନନ ନିର୍ଦ୍ଦେଶକ ଶଶୀ ପଲ୍‌, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓଡିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ ରୁମା ଦେ, ଜିନ୍ଦଲ ଷ୍ଟିଲ୍‌ର ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ ରାକେଶ ମିଶ୍ର ପ୍ରମୁଖ ଯୋଗ ଦେଇ ନନ୍ଦନକାନନର ଶ୍ରୀବୃଦ୍ଧି ଉପରେ ସୁଚିନ୍ତିତ ମତାମତ ଦେଇଥିଲେ ।

୨୦ ଲକ୍ଷ ଟଙ୍କା ବ୍ୟୟରେ ପର‌୍ୟ୍ୟଟକମାନଙ୍କ ପାଇଁ ନୂତନ ପ୍ରସ୍ଥାନ ବାଟ ଓ ୭୪ ଲକ୍ଷ ଟଙ୍କା ବ୍ୟୟରେ ନୂତନ ସଫାରୀ ବସ୍‌ଷ୍ଟାଣ୍ଡ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ସେଫ ବାଘ ଓ ସ୍ନେହା ବାଘୁଣୀଙ୍କ ଦୁଇ ଶାବକ ଲବ ଓ କୁଶ ନାମରେ ନାମିତ ହୋଇଥିଲେ । ନନ୍ଦନକାନନ ବାର୍ଷିକ ବିବରଣୀ ୨୦୧୯-୨୦, ପର୍ଯ୍ୟଟକମାନଙ୍କ ପାଇଁ ନୂତନ ବ୍ରୋସିଅର୍ ଓ ସୁଦୃଶ୍ୟ କ୍ୟାଲେଣ୍ଡର୍‌କୁ ମନ୍ତ୍ରୀ ଉନମୋଚନ କରିଥିଲେ ।

ନନ୍ଦନକାନନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡି ଗଠନ କଲା ନୂଆ ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମ୍, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ବ

October 3, 2025

ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାରେ ମିଳିଛି ୧,୧୫,୩୫୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ: ଅଶ୍ୱିନୀ ବୈଷ୍ଣବ

October 3, 2025

ଏଣିକି ଭାରତ ଓ ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା

October 2, 2025

ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା, ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

October 2, 2025
Latest News

ବିଜେଡି ଗଠନ କଲା ନୂଆ ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମ୍, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ବ

October 3, 2025

ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାରେ ମିଳିଛି ୧,୧୫,୩୫୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ: ଅଶ୍ୱିନୀ ବୈଷ୍ଣବ

October 3, 2025

ସବୁ ସ୍ଥାନରେ ସତ୍ ଲୋକ ଥାଆନ୍ତି କି ?? କଣ କହୁଛନ୍ତି ଆଚାର୍ଯ୍ୟ ଚାଣକ୍ୟ

October 3, 2025

ଆଜି ଅକ୍ବୋବର ତିନି ତାରିଖ ଶୁକ୍ରବାରରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2025

ଏଣିକି ଭାରତ ଓ ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା

October 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.