Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ଭାରତ ଓ ଭୁଟାନ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି
ଅନ୍ତରାଷ୍ଟ୍ରୀୟ

ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ଭାରତ ଓ ଭୁଟାନ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

December 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ଭାରତ ଓ ଭୁଟାନ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ଭୂଟାନ ମଧ୍ୟରେ ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ନିମନ୍ତେ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ କରିଛି। ଏହି ଏମଓୟୁ ଉଭୟ ପକ୍ଷଙ୍କ ଦ୍ୱାରା ନଭେମ୍ବର ୧୯,୨୦୨୦ରେ ବାଙ୍ଗାଲୋରର ଥିମ୍ପୁ ଠାରେ ମିଳିତ ଭାବେ ସ୍ୱାକ୍ଷରିତ ହୋଇଥିଲା।

ଏହି ବୁଝାମାଣାରେ କଣ ରହିଛି 

ଏହି ଏମଓୟୁ ଫଳରେ ପୃଥିବୀର ରିମୋଟ ସେନ୍ସିଂ, ଉପଗ୍ରହ ସଞ୍ଚାର ଏବଂ ଉପଗ୍ରହ ଆଧାରିତ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଏବଂ ଗ୍ରହ ଅନୁସନ୍ଧାନ, ମହାକାଶ ଯାନ ଏବଂ ମହାକାଶ ପ୍ରଣାଳୀ ତଥା ଭୂ ପ୍ରଣାଳୀର ଉପଯୋଗ ଏବଂ ମହାକାଶ ପ୍ରଯୁକ୍ତିର ଉପଯୋଗ ଭଳି ସମ୍ଭାବ୍ୟ ହିତ ଆଧାରିତ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିବ।

ଏହି ଏମଓୟୁ ଫଳରେ ଏକ ଯୁଗ୍ମ କାର‌୍ୟ୍ୟଗୋଷ୍ଠୀ ଗଠନ କରାଯିବ। ଏଥିରେ ଡିଓଏସ/ଇସ୍ରୋ ଏବଂ ଭୂଟାନର ସୂଚନା ଓ ସଞ୍ଚାର ମନ୍ତ୍ରଣାଳୟ (ଏମଓଆଇସି)ର ସଦସ୍ୟମାନଙ୍କର ଏକ ମିଳିତ କାର‌୍ୟ୍ୟକାରୀ ଗୋଷ୍ଠୀ ଗଠନ କରାଯିବ, ଯାହା କାର‌୍ୟ୍ୟକାରିତାର ସମୟସୀମା ଏବଂ ସାଧନ ସମେତ କାର‌୍ୟ୍ୟ ଯୋଜନା ଉପରେ କାମ କରିବ।

କାର୍ଯ୍ୟକାରୀ ରଣନୀତି ଏବଂ ଲକ୍ଷ୍ୟ

ଏହି ଏମଓୟୁ କାର‌୍ୟ୍ୟକାରିତାର ସମୟସୀମା ଏବଂ ସାଧନ ସମେତ କାର‌୍ୟ୍ୟଯୋଜନା ଉପରେ କାମ କରିବା ଲାଗି ସହଯୋଗର ବିଶେଷ କ୍ଷେତ୍ରରେ କାର‌୍ୟ୍ୟକାରିତାର ବ୍ୟବସ୍ଥା କରାଯିବ ତଥା ଏକ ମିଳିତ କାର‌୍ୟ୍ୟଗୋଷ୍ଠୀ ଗଠନ କରାଯିବ।

ପ୍ରମୁଖ ପ୍ରଭାବ

ଏମଓୟୁ ଫଳରେ ପୃଥିବୀର ରିମୋଟ ସେନ୍ସିଂ, ଉପଗ୍ରହ ସଞ୍ଚାର ଏବଂ ଉପଗ୍ରହ ଆଧାରିତ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଏବଂ ଗ୍ରହ ଅନୁସନ୍ଧାନ, ମହାକାଶ ଯାନ ଏବଂ ମହାକାଶ ପ୍ରଣାଳୀ ତଥା ଭୂ ପ୍ରଣାଳୀର ଉପଯୋଗ ଏବଂ ମହାକାଶ ପ୍ରଯୁକ୍ତିର ଉପଯୋଗ ଭଳି ସମ୍ଭାବ୍ୟ ହିତ ଆଧାରିତ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିବ।

ହିତାଧିକାରୀଙ୍କ ସଂଖ୍ୟା

ଏହି ଏମଓୟୁ ମାଧ୍ୟମରେ ଭୂଟାନ ସରକାରଙ୍କ ସହିତ ସହଯୋଗ ଫଳରେ ମାନବ ଜଗତର ହିତା ଲାଗି ମହାକାଶ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ମିଳିତ ଗତିବିଧିକୁ ପ୍ରୋତ୍ସାହନ ମିଳିବ। ଯାହାଫଳରେ ଦେଶର ସମସ୍ତ ସମୁଦାୟ ଏବଂ କ୍ଷେତ୍ର ଲାଭବାନ ହେବେ।

କ୍ୟାବିନେଟ ମଂଜୁରୀ ବୁଝାମଣା
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026
Latest News

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.