Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଡ ମୂର୍ତ୍ତି ଓ ଛୋଟ ରାଜନୀତି
ବିଶେଷ ଖବର

ବଡ ମୂର୍ତ୍ତି ଓ ଛୋଟ ରାଜନୀତି

November 1, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

୧୮୨ ମିଟର ଉଚ୍ଚତା ର ଗୋଟେ ବିଶାଳ ପ୍ରତିମା, ୨୯୮୯ କୋଟି ଟଙ୍କାର ବଜେଟ, ୩୩ ମାସ ର ନିରବଚ୍ଛିନ୍ନ ପରିଶ୍ରମ ଓ ପ୍ରାୟ ୫୦୦ କୋଟି ଟଙ୍କାର ବିଜ୍ଞାପନ। ମୋଟାମୋଟି ଗୁଜରାଟରେ ଗତ ୩୧ ଅକ୍ଟୋବର ଦିନ ଉଦଘାଟିତ ହୋଇଥିବା “ଏକତାର ପ୍ରତିମା” ର କାହାଣୀ ସେତିକି ମାତ୍ର। ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବାସ୍ତବ ଉଚ୍ଚତାଠାରୁ ୧୦୦ ଗୁଣ ଅଧିକ ଉଚ୍ଚ ର ପ୍ରତିମା ନିର୍ମାଣ କରି ଦେଶ ଆଜି ସର୍ଦ୍ଦାରଙ୍କ ଅଭିଷେକ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ତେବେ ସର୍ଦ୍ଦାରଙ୍କ ଅଭିଷେକ ଲାଗି ୭୨ ଖଣ୍ଡ ଗାଁ ର ୭୨ ୦୦୦ ଆଦିବାସୀ ତାଙ୍କର ଜୀବନ ଓ ଜୀବିକା ହରାଇଛନ୍ତି। ସେମାନେ ଏହାର ପ୍ରତିବାଦ କଲେ ମଧ୍ୟ ତାଙ୍କ କଥା କେହି ଶୁଣିବାର ନାହିଁ। ୫୦୦ କୋଟି ଟଙ୍କାର ବିଜ୍ଞାପନ ଗଣମାଧ୍ୟମକୁ ଲୋଭରେ ପକାଇବାକୁ ଯଥେଷ୍ଟ।

ଏହି ମୂର୍ତ୍ତି କୁ  ୩୫୦ ଟଙ୍କାର ଟିକେଟ କାଟି ବର୍ଷକୁ ଅତି କମ ରେ ୪୦ ଲକ୍ଷ ପର୍ଯଟକ ଦେଖିବାକୁ ଆସିବେ ବୋଲି କୁହା ଯାଉଛି। ସତରେ ସେୟା ହେଲେ ମଧ୍ୟ ଅତି କମରେ ୫୦ ବର୍ଷ ପରେ ଏହି ମୂର୍ତ୍ତିର ମୂଳଧନ ଫେରିବ। ଏହାକୁ ଏକ ଲାଭଦାୟକ ପର୍ଯ୍ୟଟନ ପ୍ରକଳ୍ପ ବୋଲି ଯାହା କୁହାଯାଉଛି, ତାହା କେବଳ ଅତିରଞ୍ଜନ ମାତ୍ର । ତାଜମହଲ ଓ କୋଣାର୍କ ପରି ଦେଶର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ପରିଚାଳନା ସଠିକ ଢଙ୍ଗରେ କରିନପାରି, ସେହି ସବୁ ଐତିହ୍ୟ କୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆ ଯାଉଛି। ସେଥିରେ ଏ ନୂଆ ମୂର୍ତ୍ତି ଯେ ପର୍ଯ୍ୟଟନର ଆକର୍ଷଣ ହେବ, ତାହା ବିଶ୍ୱାସଯୋଗ୍ୟ ନୁହେଁ।

ଏହି ମୂର୍ତ୍ତି ନିର୍ମାଣ ପଛରେ ସବୁଠୁ ବଡ ଉଦ୍ଦେଶ୍ୟ ହେଉଛି, ଇତିହାସ କୁ ନିଜ ଇଚ୍ଛା ଅନୁସାରେ ବଦଳାଇବାର ଏକ ଚାଲାକି। ଗୁଜରାଟର ମହାନ ସ୍ଵାଧୀନତା ସଂଗ୍ରାମୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ବଡ କରି ଦେଖାଇବାର ଏହା ଏକ ପିଲାଳିଆ ପ୍ରୟାସ। ବଲ୍ଲଭଭାଇ ସେଇ ଗୁଜରାଟର ଅନ୍ୟତମ ମହାନାୟକ ଓ ଏ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ। ଗାନ୍ଧୀଙ୍କ ଜନ୍ମମାଟିରେ ତାଙ୍କ ଅନୁଗତଙ୍କ ଏ ବିଶାଳକାୟ ପ୍ରତିମା ଗାନ୍ଧୀଙ୍କ ବିଚାରକୁ ଖର୍ବ କରିବ ବୋଲି ଭାବିବା, ନିର୍ବୋଧତା ଇ ହେବ।

ସର୍ଦ୍ଦାରଙ୍କ ପ୍ରତିମା ଯେତେ ଉଚ୍ଚ ହେଲେବି ସେ ଗାନ୍ଧୀଙ୍କ ଶିଷ୍ୟ ଓ ଇତିହାସରେ ସେ ଗାନ୍ଧୀବାଦର ସେବକ। ତେଣୁ ମୂର୍ତ୍ତି ଯେତେ ବଡ ହେଲେ ବି ଇତିହାସରେ ଯେ ଯାହାର ଭୂମିକା ନେଇ ରହିବେ। ହୁଏତ କେହି କେହି କହିପାରନ୍ତି, ଗାନ୍ଧୀ ଜୟନ୍ତୀର ୧୫୦ ବର୍ଷ ପାଳନ ଅବସରରେ ବାପୁଙ୍କର ଏମିତି ଏକ ଭବ୍ୟ ମୂର୍ତ୍ତି ହେଲାନାହିଁ କାହିଁକି ?

ବାପୁଙ୍କ ଲାଗି ବଡ ମୂର୍ତ୍ତି ତିଆରି କରିବା, ବାପୁଙ୍କ ଲାଗି ସବୁଠୁ ବଡ ଅପମାନ ହେବ। ସେଇ ସମାନ ଯୁକ୍ତିରେ କୁହାଯାଇପାରେ ଏ ବିଶାଳ ମୂର୍ତ୍ତି ସର୍ଦ୍ଦାରଙ୍କ ପାଇଁ ଖୁବ ଗୋଟେ ବଡ ସମ୍ମାନ ନୁହେଁ।

ସର୍ଦ୍ଦାରଙ୍କ ମୂର୍ତ୍ତି ତିଆରି କରି ସେଇ ଆଢୁଆଳରେ ନିଜକୁ ବଡ କରି ଦେଖେଇବାର ଏକ ଅସୁସ୍ଥ ମାନସିକତା ଯେ ଏ ପ୍ରକଳ୍ପରେ ରହିଛି, ତାହା ଆପେ ଆପେ ବାରି ହୋଇ ପଡୁଛି। ମୋଦୀ ସରକାର ଆସିଲା ପରେ କୌଣସି ଗୋଟିଏ ବି ବଡ ସରକାରୀ ଯୋଜନାକୁ ସର୍ଦ୍ଦାରଙ୍କ ନାମରେ ନାମିତ କରାଯାଇନାହିଁ। ସରକାରୀ ଯୋଜନାରେ ଦୀନଦୟାଲ ଉପାଧ୍ୟାୟଙ୍କ ନାଁ ରେ ଯେତିକି ଯୋଜନା ରହିଛି, ତାହାର ଅଧା ଯୋଜନା ସର୍ଦ୍ଦାରଙ୍କ ନାଁ ରେ ନାମିତ ହୋଇଥିଲେ କଣ ଅସୁବିଧା ହୋଇଥାନ୍ତା କି?

ବଡ ମୂର୍ତ୍ତି ତିଆରି କରିବା ପଛରେ ରହିଥିବା ଛୋଟ ରାଜନୀତିର ଉଦ୍ଦେଶ୍ୟ ଯେ ଲୋକଙ୍କ ଆଖିରେ ପଡୁ ନାହିଁ, ଏକଥା ସରକାର ଭାବନ୍ତୁ ନାହିଁ। ସର୍ଦ୍ଦାରଙ୍କ ବଡ ମୂର୍ତ୍ତିର ଛାଇ ରେ ଆଉ କିଏ ନିଜକୁ ବଡ କରି ଦେଖେଇବାକୁ ଚାହୁଁଛି, ସେ କଥା ଲୋକେ ବେଶ ଭଲ ଭାବରେ ଜାଣନ୍ତି!!  

Modi
Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆଇଜିଓଏମ ବୈଠକ

March 29, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.