Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଶ୍ଚିମବଂଗ ନିର୍ବାଚନରେ ପ୍ରାର୍ଥୀ ଦେବ ଶିବସେନା, ଏହାଦ୍ବାରା ଲାଭ କାହାର, ବିଜେପିର ନା ଟିଏମସିର !
ଜାତୀୟ ଖବର

ପଶ୍ଚିମବଂଗ ନିର୍ବାଚନରେ ପ୍ରାର୍ଥୀ ଦେବ ଶିବସେନା, ଏହାଦ୍ବାରା ଲାଭ କାହାର, ବିଜେପିର ନା ଟିଏମସିର !

January 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଡୁଆରେ ଦିଦି: ପଶ୍ଚିମବଂଗ ନିର୍ବାଚନରେ ପ୍ରାର୍ଥୀ ଦେବ ଶିବସେନା, ସଂଜୟ ରାଉତ କଲେ ଘୋଷଣା

ମୁମ୍ବାଇ, ପଶ୍ଚିମବଂଗ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ ମହାରଷ୍ଟ୍ର ସରକାରରେ ଥିବା ଶିବସେନା ଦଳ। ଆଜି ଏ ନେଇ ଦଳର ବରିଷ୍ଠ ନେତା ତଥା ସାଂସଦ ସଂଜୟ ରାଉତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମବଂଗରେ ନିର୍ବାଚନ ଲଢିବା ପାଇଁ ବହୁ ଆଗରୁ ପ୍ରସ୍ତୁତି ଚାଲିଥିଲା। ହେଲେ ତାହା ଠିକରେ ରୂପରେଖ ନେଇପାରି ନ ଥିଲା। ବର୍ତ୍ତମାନ ଦଳର ମୁଖ୍ୟ ଉଦ୍ଧବ ଠାକରେ ରାଜି ହେବା ପରେ ଆମେ ପଶ୍ଚିମବଂଗରେ ପ୍ରାର୍ଥୀ ଠିଆ କରାଇବୁ।

ଏହାକୁ ନେଇ ଉଭୟ ମହାରାଷ୍ଟ୍ର ଏବଂ ପଶ୍ଚିମବଂଗ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବିଶେଷ କରି ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଚିନ୍ତାରେ ପଡି ଯାଇଛନ୍ତି।ଜୟ ହିନ୍ଦ ଜୟ ବଙ୍ଗଳା କହି ସଂଜୟ କହିଛନ୍ତି ଯେ, ଖୁବ ଶିଘ୍ର ଆମେ କୋଲକାତାରେ ପହଁଞ୍ଚିବୁ।

ଶିବସେନାର ଏପରି ଘୋଷଣା ପରେ ବର୍ତ୍ତମାନ ରାଜନୈତିକ ମହଲରେ ଅଙ୍କ କଷା ଆରମ୍ଭ ହୋଇଯାଇଛି। କାରଣ ପୂର୍ବରୁ ଏଆଇଏମଆଇଏମ ମଧ୍ୟ ପଶ୍ଚିମବଂଗରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ଫଳରେ ଏହି ସମୀକରଣ ବିଜେପି ନା ଟିଏମସି କାହାକୁ ସୁହାଇବ ତାହା ଜଣାପଡି ନାହିଁ।

ମହାରାଷ୍ଟ୍ରରେ ଶିବ ସେନା କଂଗ୍ରେସ ଏବଂ ଏନସିପି ସହିତ ମିଳିତ ଭାବେ ସରକାର ଗଠନ କରିଛନ୍ତି। ବିଜେପିକୁ କଡା ଟକ୍କର ଦେଇ ଏହି ମେଣ୍ଟ ସରକାରକୁ ଆସିଛି। ବର୍ତ୍ତମାନ ପଶ୍ଚିମ ବଂଗରେ ଦଳର ଆଭିମୁଖ୍ୟ କଣ ରହିବ ତାହା ସ୍ପଟ ହୋଇ ନାହିଁ। ହେଲେ ଏହା ନିଶ୍ଚିତ ଯେ, ଶିବ ସେନା ନିଶ୍ଚିତ ଭାବେ ବିଜେପି ବିରୋଧରେ ଲଢେଇ ଜାରି ରଖିବ।

ତେବେ ଶିବ ସେନା କଂଗ୍ରେସ ସହିତ ପଶ୍ଚିମ ବଂଗରେ ମେଣ୍ଟ କରିବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ପଶ୍ଚିମ ବଂଗର ରାଜନୈତିକ ସମୀକ୍ଷକଙ୍କ ମତରେ ଶିବ ସେନା ପଶ୍ଚିମ ବଂଗରେ ତାହା ଭିତ୍ତିଭୂମି ନାହିଁ। ହେଲେ ବିଜେପିକୁ ପରାସ୍ତ କରିବା ପାଇଁ ହୁଏତ ଶିବସେନା ଟିଏମସି ସହିତ ମେଣ୍ଟ କରିପାରେ ବୋଲି ଅନୁମାନ କରାଯାଉଛି।

ପଶ୍ଚିମବଂଗ ସରକାରଙ୍କ କାର୍ଯ୍ୟକାଳ ଆସନ୍ତା ମେ 27  ତାରିଖରେ ଶେଷ ହେଉଛି। 294 ଆସନ ପାଇଁ ଏପ୍ରିଲ ମେ ରେ ନିର୍ବାଚନ ହେବ ବୋଲି ଜଣାପଡିଛି।

ଉଦ୍ଧବ ଠାକରେ ପଶ୍ଚିମବଂଗ ନିର୍ବାଚନ ମମତା ବାନାର୍ଜୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.