Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁରୀ, ଲିଙ୍ଗରାଜଙ୍କ ପରେ ଏବେ ମା ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣ, ବିସ୍ତାପିତଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ
ଜାତୀୟ ଖବର

ପୁରୀ, ଲିଙ୍ଗରାଜଙ୍କ ପରେ ଏବେ ମା ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣ, ବିସ୍ତାପିତଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ

January 19, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁରୀ, ଲିଙ୍ଗରାଜଙ୍କ ପରେ ଏବେ ମା ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣ, ବିସ୍ତାପିତଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ। ଏଥିସହିତ ମନ୍ଦିର ଏବଂ ସେ ଅଞ୍ଚଳର ବିକାଶ ସଂପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ ।

ଏହି ପୀଠର ଗୁରୁତ୍ବ ଓ ମହିମାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ର ଠିକ୍ ପୂର୍ବରୁ ମନ୍ଦିର ପରିଦର୍ଶନ ଅବସରରେ ଘୋଷଣା କରିଥିଲେ।

ସମଲେଶ୍ବରୀ ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିରର ସୌନ୍ଦଯ୍ୟକରଣ ସହିତ ପାରିପାର୍ଶିକ ବିକାଶ, ଐତିହ୍ୟ କରିଡରର ବିକାଶ, ଭୋଗମଣ୍ଡପ, ଯାତ୍ରୀ ଓ ଭକ୍ତ ନିବାସ, ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏଥିରେ ମନ୍ଦିର ର ପୂଜାରୀ ତଥା ଜମି ହରାଉଥିବା ଲୋକମାନଙ୍କର ଥଇଥାନ ଓ ପୁନର୍ବାସ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ବୋଲି ଜଣାଯାଇଛି। ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି ପ୍ରତିନିଧି ଦଳରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ ଯାଇ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହିତ ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ପୂର୍ତ୍ତ ସଚିବ ଓ ସମ୍ବଲପୁରର ଜିଲ୍ଲାପାଳ ଏ ଯୋଜନା ସଂପର୍କରେ ଉପସ୍ଥାପନା ଦେଇଥିଲେ। ଉତ୍ତରାଞ୍ଚଳ ଆର୍‌.ଡି.ସି, ଡି.ଆଇ.ଜି ଏବଂ ଏସ୍‌.ପି ପ୍ରମୁଖ ଉପସ୍ଥିତ ଥିଲେ।

ଭି.କେ ପାଣ୍ଡିୟାନ ମା ସମଲେଶ୍ବରୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026
Latest News

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.