
ତାଇପେଇ: ଆଜି ତାଇୱାନ ସୀମା ନିକଟକୁ ଚୀନର ଯୁଦ୍ଧ ବିମାନ ପହଞ୍ଚିଥିଲା। ଏହାସହିତ ସେଠାରେ କିଛି ପରମାଣୁ ବୋମା ପ୍ରୟୋଗ କରିବାରେ ଚୀନ ସକ୍ଷମ ହୋଇଥିଲା। ଏନେଇ ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଶନିବାର ଦିନ ଚୀନର ୮ ଟି ବୋମା ବହନକାରୀ ବିମାନ ଏବଂ ୪ ଟି ଯୁଦ୍ଧ ବିମାନ। ତାଇୱାନର ଏୟାର ଡ଼ିଫେନ୍ସ ଆଇଡେଣ୍ଟିଫିକେସନ ଜୋନ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏନେଇ ଚୀନ ଯୁଦ୍ଧ ବିମାନକୁ ଚେତାବନୀ ଦିଆଯିବା ସହିତ ସୁରକ୍ଷା ବଢାଇ ଦିଆଯାଇଛି।
ସୂଚନା ଯୋଗ୍ୟ ଯେ, ଚୀନ ସବୁବେଳେ ତାଇୱାନକୁ ନିଜର ଅଂଶ ବୋଲି ମାନୁଛି। ଏଥିପାଇଁ ବହୁ ମାସ ହେଲା ଦୁଇ ଦେଶ ମଧ୍ୟରେ ବିବାଦ ଲାଗିରହିଛି।
ତେବେ ଏହି ଘଟଣା ପରେ ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଚୀନକୁ ଚେତାବନୀ ଦିଆଯାଇଛି। ଏନେଇ ଚୀନ ତାଇୱାନ ଉପରେ ସୈନ୍ୟ, କୂଟନୀତି ଏବଂ ଆର୍ଥିକ ଚାପ ବନ୍ଦ କରିବାକୁ ଆମେରିକା ପକ୍ଷରୁ କୁହାଯାଇଛି। ଏହା ସହିତ ଆମେରିକା ସବୁବେଳେ ଏହି ଘଟଣା ଉପରେ ନଜର ରଖୁଛି ଏବଂ ଏଥିପାଇଁ ତାଇୱାନକୁ ସହଯୋଗ କରିବା ବୋଲି ଘୋଷଣା ମଧ୍ୟ କରିଛି। ଏହା ପରେ ବାଇଡେନ ସରକାରକୁ ତାଇୱାନ ଧନ୍ୟବାଦ ଜଣାଇଛି।