ଗୃହରେ ବାସ୍ତୁ ଦୋଷ ଥିଲେ କରନ୍ତୁ ଏହି ସରଳ ଉପାୟ: ଦୂର ହେବ ସବୁ ସମସ୍ୟା

Published: Jan 26, 2021, 9:54 pm IST

ନୂଆଦିଲ୍ଲୀ: ବାସ୍ତୁଶାସ୍ତ୍ର ଅନୁସାରେ ବାସ୍ତୁ ଦୋଷ ରହୁଥିବା ଘରେ ସୁଖ ଶାନ୍ତି ଏବଂ ପରିବାରର ଉନ୍ନତିରେ ସମସ୍ୟା ଦେଖାଯାଏ। ବାସ୍ତୁ ଦୋଷ କାରଣରୁ କୌଣସି ବ୍ଯକ୍ତିର ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାସହିତ ଘରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅନେକ ସମସ୍ୟା ଦେଖାଯାଏ।

ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ କର୍ପୂରକୁ ମହତ୍ବପୂର୍ଣ୍ଣ ଏବଂ ଫଳପ୍ରଦ ବୋଲି ବିଶ୍ବାସ କରାଯାଏ। କର୍ପୂରର ଏମିତି କିଛି ଉପାୟ ଅଛି, ଯେଉଁଥିରେ ବାସ୍ତୁ ଦୋଷ ଦୂର ହୋଇପାରିବ।

ବାସ୍ତୁ ଦୋଷ ଦୂର କରିବାର ଉପାୟ ଗୁଡିକ ହେଲା:

୧- ଘରର କୋଣରେ କିଛି କର୍ପୂର ରଖିଦିଅନ୍ତୁ, ତାହା ଆପେ ଆପେ ତରଳି ମିଶିଲା ପରେ ପୁନଶ୍ଚ ଆଉ କିଛି କର୍ପୂର ରଖିଦିଅନ୍ତୁ। ଏହା କରିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇପାରିବ ନାହିଁ।

୨- ଗୃହରେ ସବୁବେଳେ ସକାଳେ ଏବଂ ସନ୍ଧ୍ୟା ସମୟରେ ଦେଶୀ ଘିଅରେ କର୍ପୂରକୁ ମିଶାଇ ଜଳାନ୍ତୁ । ଏଥିରେ ଘରର ସକାରାତ୍ମକ ଶକ୍ତି ସୃଷ୍ଟି ହେବ। ସାଥିରେ ଘରର ସୁଖ ଶାନ୍ତି ଜାରି ରହିବ।

୩- ରାତିରେ ରୋଷେଇ କାମ ସରିଲା ପରେ ସଫା ଥିବା ଏକ କଟୋରୀରେ ଲବଙ୍ଗ ଏବଂ କର୍ପୂର ଜଳାଇବା ଲାଭଦାୟକ ଅଟେ। ଏଥିରେ ଘରର ଧାନର ଭଣ୍ଡାର ସବୁବେଳେ ଭରି ରହିବ।

୪- ଅନେକ ଥର ବହୁ ପରିଶ୍ରମ କରିଲା ପରେ ସଫଳତା ମିଳିନଥାଏ। ଏଭଳି ସ୍ଥଳେ କଟୋରୀରେ ନିୟମିତ ଭାବେ ଲବଙ୍ଗ ଏବଂ କର୍ପୂର ଜଳାଇ ଘରର ସବୁଆଡେ ବୁଲାନ୍ତୁ। ଏଥିରେ ସବୁ ସମସ୍ୟା ଦୂର ହେବ ଏବଂ କାମ ହେବାରେ ଲାଗିବ।

୫- ଗାଧୋଇବା ପରେ ପାଣିରେ କର୍ପୂର ତେଲର କିଛି ବୁନ୍ଦା ଢାଳିଲେ ଶରୀରରରେ ଶକ୍ତି ଏବଂ ଫୁର୍ତ୍ତି ଅନୁଭୂତି ହେବ। ଏହାଦ୍ବାରା ଭାଗ୍ୟ ମଧ୍ୟ ଚମକିବ।

୬- ଗୃହରେ ସକାରତ୍ମକ ଶକ୍ତି ପାଇଁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ କର୍ପୂର ଜଳାଇ ଗୋଟିଏ କୋଣରେ ରଖନ୍ତୁ

୭- ଗୃହର ଅଗ୍ନି କୋଣ ତଥା ଦକ୍ଷିଣ-ପୂର୍ବ ଦିଗରେ ପ୍ରତିଦିନ କର୍ପୂର ଜଳାଇଲେ ପରିବାରର ଆର୍ଥିକ ସମୃଦ୍ଧି ହେବ।

Related posts