Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜିଠାରୁ ବଜେଟ ଅଧିବେସନ, ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କରିବେ ବର୍ଜନ 18ଟି ବିରୋଧୀ ଦଳ
ଜାତୀୟ ଖବର

ଆଜିଠାରୁ ବଜେଟ ଅଧିବେସନ, ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କରିବେ ବର୍ଜନ 18ଟି ବିରୋଧୀ ଦଳ

January 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। କଂଗ୍ରେସ ନେତୃତ୍ୟରେ 16 ଟି ବିରୋଧୀ ଦଳ କୃଷକ ଆନ୍ଦୋଳନକୁ ସମର୍ଥନ କରିବେ। ସେଥିପାଇଁ ଏହି ବିରୋଧୀ ଦଳଗୁଡିକ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବ ବୋଲି ଘୋଷଣା କରିଛନ୍ତି। ଆମ୍ ଆଦମୀ ପାର୍ଟି ଏବଂ ଅକାଳୀ ଦଳ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିସ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ 16 ବିରୋଧୀ ଦଳର ମିଳିତ ନିଷ୍ପତ୍ତି ସଂପର୍କରେ ଘୋଷଣା କରିଛନ୍ତି।

କଂଗ୍ରେସ ବ୍ୟତୀତ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରୁଥିବା ପ୍ରମୁଖ ଦଳଗୁଡ଼ିକ ହେଉଛି ତ୍ରୂଣମୂଳ କଂଗ୍ରେସ, ଏନସିପି, ଶିବସେନା, ଡିଏମକେ, ସମାଜବାଦୀ ପାର୍ଟି, ସିପିଆଇ-ଏମ, ସିପିଆଇ ଏବଂ ଆରଜେଡି। ଏହା ବ୍ୟତୀତ ନ୍ୟାସନାଲ କନଫରେନ୍ସ, IUML, RSP, PDP, କେରଳ କଂଗ୍ରେସ M ଏବଂ AIUDF ଭଳି ଛୋଟ ଦଳ ମଧ୍ୟ ଏହି ବର୍ଜନରେ ସାମିଲ ହୋଇଛନ୍ତି। ରାଜ୍ୟସଭାରେ କଂଗ୍ରେସର ଉପ ନେତା ଆନନ୍ଦ ଶର୍ମା ଏବଂ ଲୋକସଭାରେ ଦଳର ମୁଖ୍ୟ ହୁଇପ କେ ସୁରେଶ ମଧ୍ୟ ବିରୋଧୀ ଦଳର ଏହି ନିଷ୍ପତ୍ତି ସମ୍ପର୍କରେ ମିଳିତ ବିବୃତ୍ତି ଦେଇଛନ୍ତି।

ରାଲିରେ ହୋଇଥିବା ହିଂସାକୁ ନିନ୍ଦା କରି ମିଳିତ ବିବୃତ୍ତିରେ ଆହତ ପୋଲିସ କର୍ମଚାରୀଙ୍କୁ ସମବେଦନା ଜଣାଯାଇଛି। କୁହାଯାଇଥିଲା ଯେ ଏହି କାର୍ଯ୍ୟ କୃଷକଙ୍କ ଆନ୍ଦୋଳନକୁ ଅପମାନିତ କରିବା ଉଦ୍ଦେଶ୍ୟରେ କରାଯାଇଥିଲା। ନିରପେକ୍ଷ ଭାବରେ ଏହାର ଅନୁସନ୍ଧାନ କରାଯିବା ଉଚିତ୍ ।

AAP ର ରାଜ୍ୟସଭା ସାଂସଦ ସଂଜୟ ସିଂ ମଧ୍ୟ ତାଙ୍କ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ଯଦିଓ AAP ଏବଂ ଅକାଲୀ ଦଳ ବିରୋଧୀ ଦଳର ମିଳିତ ରଣନୀତିର ଅଂଶ ନୁହଁନ୍ତି, ତେବେ ଏହି ଦୁଇ ଦଳକୁ ମିଶାଇଲେ ବିରୋଧ କରୁଥିବା ଦଳ ସଂଖ୍ୟା 18 କୁ ବୃଦ୍ଧି ପାଇଛି।

କିନ୍ତୁ ବିଜୁ ଜନତା ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାଗ ନେବ ବୋଲି ନିଷ୍ପତ୍ତି ନେଇଛି। ଦଳ ଉଭୟ ଗୃହରେ ରାଜ୍ୟ ପ୍ରସଙ୍ଗ ଉଠାଇବ। ଏନେଇ ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖ୍ୟ ସଚେତକ ଡକ୍ଟର ସସ୍ମିତ ପାତ୍ର ସୂଚନା ଦେଇଛନ୍ତି।

ଆମ୍ ଆଦମୀ ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ସନ୍ଧ୍ୟା ୫ଟା ସୁଦ୍ଧା ୧୦ଟି ଫିଲ୍ମର ରେକର୍ଡ ଭାଙ୍ଗିଲା “ୱେଲକମ୍ ଟୁ ଦି ଜଙ୍ଗଲ” 

June 26, 2026
Latest News

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.