
ପୁରୀ, ଚାଷୀ ଆନ୍ଦୋଳନ ନେଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ସେଲିବ୍ରିଟ ଭାରତ ବିରୋଧୀ ପ୍ରଚାର କରିବାରେ ଲାଗିଛନ୍ତି। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସେମାନେ ଏହି ଟୁଇଟ କରି ଦେଶ ଦେଶ ଭିତରେ ଏକ ବିଭେଦ ସୃଷ୍ଟି କରୁଛନ୍ତି। ଯାହାକୁ ନେଇ ଭାରତକ କଳାକାରମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ ଦେଶ ଭିତର ସମସ୍ୟା ଦେଶ ବୁଝିବ ବୋଲି ମତାମତ ଦେଇଛନ୍ତି।
ଏହିପରି ପରିସ୍ଥିତିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜର କଳା ମାଧ୍ୟମରେ ଭାରତ ବିରୋଧୀ ବିବୃତିକୁ ନିନ୍ଦା କରିଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ ଚାଷୀମାନଙ୍କୁ ନେଇ ଏକ ଆକର୍ଷଣୀୟ ସ୍ଥାପତ୍ୟ ନିର୍ମାଣ କରିଛନ୍ତି। ଚାଷୀମାନେ ଆମର ଗର୍ବ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥିସହିତ ସେ ଏହି ସ୍ଥାପତ୍ୟ ତଳେ ଭାରତ ବିରୋଧୀ ପ୍ରଚାରରେ ସମସ୍ତେ ଏକାଠି ହେବା ବୋଲି ଇଂରାଜୀରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ଚାଲିଛି।
ଗତ ଦୁଇ ମାସ ଧରି ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅନ୍ତର୍ଜାତୀୟ ପପ ତାରକା ରିହାନା ଟ୍ୱିଟ କରିଛନ୍ତି। ଏହା ପରେ ବିରାଟ କୋହଲି, ଅକ୍ଷୟ କୁମାର, ସଚିନ ତେନ୍ଦୁଲକର, ଲତା ମଙ୍ଗେସକରଙ୍କ ପରି ଅନେକ ସେଲିବ୍ରିଟି ଏହାର ପ୍ରତିକ୍ରିୟା ଦେବା ଆରମ୍ଭ କରିଥିଲେ। ସେମାନେ ସୋସିଆଲ ମିଡିଆରେ India Together ଏବଂ India Against Propaganda ଭଳି ହ୍ୟାସଟ୍ୟାଗ ବ୍ୟବହାର କରି ଆନ୍ତର୍ଜାତୀୟ ପ୍ରଚାର ବିରୋଧରେ ଖୋଲାଖୋଲି ଭାବେ ସ୍ୱର ଉତ୍ତୋଳନ କରିଥିଲେ। ଏଥିରେ ସାମିଲ ହୋଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।