ପୁଣି ଥରେ ଉଠିଲା ଓଡିଶା ବିଧାନ ପରିଷଦ ଗଠନ ପ୍ରସଂଗ, ଲାଗୁ କରିବା ପାଇଁ ରାଜ୍ୟସଭାରେ ବିଜେଡିର ଦୃଢ ଦାବୀ

Published: Feb 9, 2021, 5:10 pm IST

ନୂଆଦିଲ୍ଲୀ, ଆଜି ପୁଣିଥରେ ଓଡିଶାରେ ବିଧାନ ପରିଷଦ ଗଠନ ଦାବୀ ପ୍ରଂସଗ ଉଠିଛି। ରାଜ୍ୟ ସଭାରେ ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ଏହି ପ୍ରଂସଗ ଉଠାଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଜନସଂଖ୍ୟା ଏବଂ ଭୌଗଳିକ ସ୍ଥିତିକୁ ଦେଖି ବିଧାନ ପରିଷଦର ଆବଶ୍ୟକତା ରହିଛି। ସେଥିପାଇଁ କେନ୍ଦ୍ର ସରକାର ଏହି ବିଲ କୁ ପାରିତ କରିବା ପାଇଁ ତ୍ବରିତ ପଦକ୍ଷେପ ନିଅନ୍ତୁ ବୋଲି ଦାବୀ କରିଛନ୍ତି। ଏ ନେଇ ଓଡିଶା ବିଧାନ ସଭାରେ ଏକ ସଂକଳ୍ପ ପାରିତ ହୋଇଛି। ଏହା ପୂର୍ବରୁ ରାଜ୍ୟ କ୍ୟାବିନେଟ ମଧ୍ୟ ଏହାକୁ ମଂଜୁରୀ କରିଛନ୍ତି। ବର୍ତ୍ତମାନ ସଂସଦରେ ଏହା ପାରିତ ହେବାର ଆବଶ୍ୟକତା ରହିଛି ବୋଲି ସସ୍ମିତ ଉଲ୍ଲେଖ କରିଥିଲେ।

ବିଧାନ ପରିଷଦ ଗଠନ ସହିତ ସସ୍ମତି ଆଜି ପୁଣି ଏକ ପୁରୁଣା ପ୍ରଂସଗକୁ ଦୋହାରାଇଥିଲେ। ତାହା ଥିଲା ଓଡିଶାକୁ ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପ୍ରଦାନ। ସେ ଉଲ୍ଲେଖ କରିଥିଲେ ଯେ ପ୍ରତି ବର୍ଷ ଓଡିଶା ବିଭିନ୍ନ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି। ଯାହା ବିକାଶ ହେଉଛି ତାହା ବାତ୍ୟା ପବନରେ ଉଡିଯାଉଛି। କେନ୍ଦ୍ର ସରକାର ଏହାକୁ ଧ୍ୟାନରେ ରଖି ଓଡିଶାକୁ ସ୍ବତନ୍ତ୍ର ପ୍ରଦେଶ ଘୋଷଣା କରନ୍ତୁ ବୋଲି ସେ ଦାବୀ କରିଥିଲେ।

ଆଜି ସସ୍ମିତ ଓଡିଶା ବିକାଶକୁ ନେଇ ରାଜ୍ୟ ସଭାରେ ଆଠଟି ପ୍ରଂସଗ ଉଲ୍ଲେଖ କରିଥିଲେ। ସେଥିମଧ୍ୟରେ ରହିଛି ସୁନ୍ଦରଗଡରେ ଦ୍ବିତୀୟ ଏମସ ହସପିଟାଲ ନିର୍ମାଣ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ନିଷ୍ପତି କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସସ୍ମିତ ଗୃହରେ ଦାବୀ କରିଥିଲେ। ସେହିପରି ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରାଯାଉ ବୋଲି ମଧ୍ୟ ସେ ରାଜ୍ୟସଭାରେ ଉଲ୍ଲେଖ କରିଥିଲେ। ଏ ନେଇ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ହେଲେ ତାହାକୁ ଏ ପର୍ଯ୍ୟନ୍ତ ବିଚାରକୁ ନିଆଯାଉ ନାହିଁ ବୋଲି ସେ ଗୃହକୁ ଅବଗତ କରାଇଥିଲେ।

ପୁରୀ ବର୍ତ୍ତମାନ ବିଶ୍ବର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ବିବେଚନା କରାଯାଇଛି। ପ୍ରତି ବର୍ଷ ପୁରୀକୁ ଶହଶହ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ହେଲେ ସେମାନେ ନୂଆଦିଲ୍ଲୀରୁ ଭୁବନେଶ୍ବର ହୋଇ ପୁରୀ ଯିବାକୁ ପଡୁଛି। ଫଳରେ ଯେଉଁ ପର୍ଯ୍ୟଟକ ଅଳ୍ପ ସମୟ ମଧ୍ୟରେ ବୁଲି ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ପୁରୀରେ ବିମାନ ବନ୍ଦରର ନିହାତି ଆବଶ୍ୟକତା ରହିଛି। ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2235 ଟି ଗ୍ରାମକୁ ଟେଲିଫୋନ ସଂଯୋଗ ହୋଇପାରି ନାହିଁ। ସେ ନେଇ ବିଭାଗ ତରଫରୁ କଣ ପଦକ୍ଷେପ ନିଆଯାଇଛି ବୋଲି ସେ ଜାଣିବାକୁ ଚାହିଁଥିଲେ।

ଅନ୍ୟ ଏକ ପ୍ରଂସଗରେ ଓଡିଶାରେ ବ୍ୟାଙ୍କ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମଧ୍ୟ ସେ ଗୃହକୁ ଅବଗତ କରାଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଓଡିଶାର 70 ପ୍ରତିଶତ ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବା ଉପଲବ୍ଧ ହୋଇପାରି ନାହିଁ। ଅର୍ଥ ବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ସସ୍ମିତ ଗୃହକୁ ଜଣାଇଥିଲେ। ତେବେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ମଧ୍ୟ ସେ ଗୃହର ନଜରକୁ ଆଣିଥିଲେ। ତାହା ଥିଲା କୋଇଲା ରୟାଲିଟ ବୃଦ୍ଧି। ଦୀର୍ଘ ବର୍ଷ ଧରି ରାଜ୍ୟ ସରକାର କୋଇଲା ରୟାଲିଟ ବୃଦ୍ଧି କରିବା ପାଇଁ ଦାବୀ କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ତାହା ଶୁଣୁ ନାହାଁନ୍ତି। ଏହା ଉପରେ ଧ୍ୟାନ ଦେବା ପାଇଁ ଗୃହ ଅଧକ୍ଷଙ୍କୁ ସେ ଅବଗତ କରାଇଥିଲେ।

Related posts