ରେଳପଥରେ ଆଧୁନିକୀକରଣ କାମ ପାଇଁ କେତେକ ବାତିଲ ଏବଂ କିଛି ଆଶିଂକ ବାତିଲ ହେଲା ଏହି ଟ୍ରେନ

Published: Feb 11, 2021, 10:38 pm IST

ଭୁବନେଶ୍ବର, ଦକ୍ଷିଣ-ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସଂରକ୍ଷଣ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବାରୁ କେତେକ ଟ୍ରେନର ଗତିରଥ ବଦଳା ଯାଇଛି। ଏଥିସହିତ କେତେକ ଟ୍ରେନକୁ ବାତିଲ ମଧ୍ୟ କରାଯାଇଛି। ନିମ୍ନରେ ସେଗୁଡିକର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଗଲା।

1-ଭୁବନେଶ୍ୱର ରୁ ଛାଡୁଥିବା ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ ଫେବୃୟାରୀ ମାସ ୧୧ ରୁ ୨୩ ତାରିଖ ମଧ୍ୟରେ ସତ୍ୟସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ।

2-ଫେବୃୟାରୀ ମାସ ୧୯ ତାରିଖ ରେ ପୁରୀ ଠାରୁ ଛାଡିବାକୁ ଥିବା ପୁରୀ-ଯଶୋବନ୍ତପୁର ସାପ୍ତାହିକ ବିଶେଷ ଟ୍ରେନ ବାତିଲ ରହିବ।

3-ଚାରିଟି ପାର୍ସଲ ବିଶେଷ ଟ୍ରେନ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ।

ଦକ୍ଷିଣ-ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ୟେଲହଂକା-ଧର୍ମାଭରମ ରେଳ ସେକ୍ସନ ମଧ୍ୟରେ ଦୋହରୀକରଣ କାର‌୍ୟ୍ୟ ସମ୍ପାଦନ ପାଇଁ ୟେଲହଂକା-ମକ୍ଲିଦୃଗ ଷ୍ଟେସନ ମଧ୍ୟରେ   ଆଧୁନିକୀକରଣ କାର୍ଯ୍ୟ ତଥା ନନ-ଇଣ୍ଟରଲକିଙ୍ଗ ପାଇଁ ଏହି ମାର୍ଗରେ ଟ୍ରେନ ସେବା ପ୍ରଭାବିତ ହେବ। ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟଦେଇ ଚଳାଚଳ କରୁଥିବା କେତେକ ଟ୍ରେନ ନିମ୍ନମତେ ଆଂଶିକ ବାତିଲ, ବାତିଲ ଓ ମାର୍ଗ ପରିବର୍ତ୍ତିତ ହୋଇ ଚଳାଚଳ କରିବ।

ଟ୍ରେନ ବାତିଲ୍:

ଫେବୃୟାରୀ ମାସ ୧୯ ତାରିଖରେ ପୁରୀରୁ ଛାଡ଼ିବାକୁଥିବା ଏବଂ ୨୦ ତାରିଖରେ ଯଶୋବନ୍ତପୁର ଠାରୁ ଛାଡିବାକୁ ଥିବା ୦୨୦୬୩/୦୨୦୬୪ ପୁରୀ-ଯଶୋବନ୍ତପୁର-ପୁରୀ ସାପ୍ତାହିକ ବିଶେଷ ଟ୍ରେନ ବାତିଲ ରହିବ।

ଟ୍ରେନର ଆଂଶିକ ବାତିଲ୍:

ଫେବୃୟାରୀ ମାସ ୧୧ ରୁ ୨୩ ତାରିଖ ମଧ୍ୟରେ ଭୁବନେଶ୍ୱର ରୁ ଛାଡ଼ିବାକୁଥିବା ଏବଂ ଫେବୃୟାରୀ ମାସ ୧୨ ରୁ ୨୪ ତାରିଖ ମଧ୍ୟରେ ବାଙ୍ଗାଲୋର ଠାରୁ ଛାଡ଼ିବାକୁଥିବା ୦୮୪୬୩/୦୮୪୬୪ ଭୁବନେଶ୍ୱର-ଭୁବନେଶ୍ୱର ବିଶେଷ ପ୍ରଶାନ୍ତି ଏକ୍ସପ୍ରେସ ଭୁବନେଶ୍ୱର ଏବଂ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ ଏବଂ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଓ ବାଙ୍ଗାଲୋର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

ଟ୍ରେନର ମାର୍ଗ ପରିବର୍ତ୍ତନ :

ଫେବୃୟାରୀ ମାସ ୧୪ରୁ ୨୧ ତାରିଖ ମଧ୍ୟରେ ବାଙ୍ଗାଲୋର ଠାରୁ ଛାଡିବାକୁ ଥିବା ୦୦୬୧୭ ବାଙ୍ଗାଲୋର-ଦିମାପୁର ବିଶେଷ ପାର୍ସଲ ଏକ୍ସପ୍ରେସ, ଫେବୃୟାରୀ ମାସ ୧୬ ରୁ ୨୧ ତାରିଖ ମଧ୍ୟରେ ବାଙ୍ଗାଲୋର ଠାରୁ ଛାଡିବାକୁ ଥିବା ୦୦୬୧୯ ବାଙ୍ଗାଲୋର-ଗୌହାଟୀ ବିଶେଷ ପାର୍ସଲ ଏକ୍ସପ୍ରେସ, ଫେବୃୟାରୀ ମାସ ୧୭ ତାରିଖ ଦିନ ଦିମାପୁର ଠାରୁ ଛାଡିବାକୁ ଥିବା ୦୦୬୧୮ ଦିମାପୁର-ବାଙ୍ଗାଲୋର ବିଶେଷ ପାର୍ସଲ ଏକ୍ସପ୍ରେସ ଏବଂ ଫେବୃୟାରୀ ମାସ ୨୦ ତାରିଖ ଦିନ ଗୌହାଟୀ ଠାରୁ ଛାଡିବାକୁ ଥିବା ୦୦୬୨୦ ଗୌହାଟୀ-ବାଙ୍ଗାଲୋର ବିଶେଷ ପାର୍ସଲ ଏକ୍ସପ୍ରେସ ଧର୍ମାଭରମ ଓ ଅନନ୍ତପୁର ମାର୍ଗ ପରିବର୍ତ୍ତେ ଉଭୟ ପାର୍ଶ୍ୱରୁ ତୁମକୁର-ଆରସିକେରେ-ରାୟଦୃଗ-ବେଲାରୀ-ଗୁଣ୍ଟାକାଲ-ଧୋନ ଷ୍ଟେସନ ମାର୍ଗରେ ଚଳାଚଳ କରିବ।

Related posts