Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରାକ ନିର୍ବାଚନୀ ହିଂସା : ପଶ୍ଚିମବଂଗର ମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା ଏକ ରାଜନୈତିକ ଚକ୍ରାନ୍ତ ବୋଲି କହିଲେ ମମତା
ଜାତୀୟ ଖବର

ପ୍ରାକ ନିର୍ବାଚନୀ ହିଂସା : ପଶ୍ଚିମବଂଗର ମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା ଏକ ରାଜନୈତିକ ଚକ୍ରାନ୍ତ ବୋଲି କହିଲେ ମମତା

February 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରାକ ନିର୍ବାଚନୀ ହିଂସା : ପଶ୍ଚିମବଂଗର ମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା ଏକ ରାଜନୈତିକ ଚକ୍ରାନ୍ତ ବୋଲି କହିଲେ ମମତା

ବାହରାମପୁର (ପଶ୍ଚିମବଙ୍ଗ): ନିର୍ବାଚନ ଘୋଷଣା ହେବାର ସମୟ ଯେତିକି ପାଖଉଛି ପଶ୍ଚିମ ବଂଗରେ ହିଂସାତ୍ମକ କାର୍ଯ୍ୟ ସେତିକି ବଢିବାରେ ଲାଗିଛି। ଦଳବଦଳଠାରୁ ଆରମ୍ଭ କରି ସଭାସ୍ଥଳରେ ଭଙ୍ଗାରୁଜା କରିବା, ନେତାମାନଙ୍କୁ ଆକ୍ରମଣ କରିବା ପରି ପରିସ୍ଥିତି ମଧ୍ୟ ପରିଲକ୍ଷିତ ହେବାରେ ଲାଗିଛି। ବିଶେଷ କରି ବିଜେପି ଓ ତ୍ରୁଣମୂଳ କଂଗ୍ରେସ ମଧ୍ୟରେ ଏହା ତୀବ୍ର ରୂପ ଧାରଣ କରିଛି।

ଗତକାଲି ରାତିରେ କେତେକ ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ରାଜ୍ୟ ମନ୍ତ୍ରୀ ଜାକିର ହୁସେନ୍ ଗୁରୁତର ଆହତ ହୋଇଛନ୍ତି।ଏହି ଆକ୍ରମଣରେ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା ଅତି କମରେ ଦୁଇଜଣ ଲୋକ ମଧ୍ୟ ଆହତ ହୋଇଥିବା ପୋଲିସ କହିଛି।ପଶ୍ଚିମବଙ୍ଗ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାତି 10 ଟା ସମୟରେ ହୁସେନ୍ ଷ୍ଟେସନର 2 ନମ୍ବର ପ୍ଲାଟଫର୍ମରେ କୋଲକାତା ଯାଉଥିବା ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କ ଉପରେ କେତେକ ଦୁର୍ବୁତ ବୋମା ପିଙ୍ଗି ମାରାଣତ୍ମାକ ଆକ୍ରମଣ କରିଥିଲେ। ଏଥିରେ ମନ୍ତ୍ରୀଙ୍କ ଗୋଡ ଏବଂ ତଳ ପେଟରେ ଆଘାତ ଲାଗିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ମନ୍ତ୍ରୀ ଜାକିର ହୁସେନ୍‌ଙ୍କ ଉପରେ ହୋଇଥିବା ଏହି ବୋମା ଆକ୍ରମଣ ଏକ ଷଡଯନ୍ତ୍ରର ଅଂଶ ଏବଂ କିଛି ଲୋକ ଅନ୍ୟ ଦଳରେ ଯୋଗଦେବାକୁ ଚାପ ପକାଉଛନ୍ତି। ସେ ତାହାକୁ ନ ମାନିଲେ ତାଙ୍କ ଉପରେ ଏପରି ଆକ୍ରମଣ କରାଯାଉଛି। ଯାହାର ଶିକାର ଜାକିର ବୋଲି ମମତା କହିଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୁସେନ୍‌ଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ମନ୍ତ୍ରୀ ଜାକିର ହୁସେନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣ ଏକ ଯୋଜନାବଦ୍ଧ ଷଡଯନ୍ତ୍ର।  ଗତ କିଛି ମାସ ଧରି ଜାକିର ହୁସେନ୍‌ଙ୍କ ଉପରେ ଏକ ଦଳର ନେତାମାନେ ତାଙ୍ଚାକ ଦଳରେ ଯୋଗଦେବାକୁ ଚାପ ପକାଉଥିଲେ । ତେବେ ଏହାର ତଦନ୍ତ ଚାଲିଥିବାରୁ ମୁଁ ଅଧିକ ସୂଚନା ଦେବି ନାହିଁ। ‘

ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ପ୍ରତ୍ୟେକଙ୍କୁ 1 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ଏହି ଆକ୍ରମଣରେ 26 ଜଣ ଆହତ ହୋଇଥିବା ବାନାର୍ଜୀ କହିଛନ୍ତି। ରାଜ୍ୟ ସରକାର ଏହି ତଦନ୍ତକୁ ଅପରାଧ ଅନୁସନ୍ଧାନ ବିଭାଗ ବା ସିଆଇଡି କୁ ହସ୍ତାନ୍ତର କରିଛନ୍ତି।

ଏହି ଆକ୍ରମଣକୁ ନେଇ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ କହିଛନ୍ତି ଯେ ଏହି ଘଟଣା ଦର୍ଶାଉଛି ପଶ୍ଚିମବଙ୍ଗ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ ନୁହେଁ। ସରକାର ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଫଳ ହୋଇଛନ୍ତି। ସେପଟେ ବୁଧବାର ରାତିରେ ଉତ୍ତର କୋଲକାତାର ବେଲାଘାଟା ଅଞ୍ଚଳରେ ଅଜ୍ଞାତ ବ୍ୟକ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ରାଲିରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଦଳର ଉତ୍ତର କୋଲକାତା ଜିଲ୍ଲା ସଭାପତି ଶିବାଜୀ ସିଙ୍ଗା ରୟଙ୍କ ସମେତ ଦୁଇ ବିଜେପି କର୍ମୀ ଆହତ ହୋଇଛନ୍ତି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Westbangel Election Westbangel Politics ପଶ୍ଚିମବଂଗ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.