Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଅ ବୋଲି କେନ୍ଦ୍ର ନିକଟରେ ଏପରି କାହିଁକି କହିଲେ ନବୀନ ?
ଜାତୀୟ ଖବର

ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଅ ବୋଲି କେନ୍ଦ୍ର ନିକଟରେ ଏପରି କାହିଁକି କହିଲେ ନବୀନ ?

February 21, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ରାଜ୍ୟରେ ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଅ, ନିର୍ବାଚିତ ସରକାରଙ୍କ ପ୍ରତିଟି କାର୍ଯ୍ୟକୁ ରାଜନୈତିକ ଦୃଷ୍ଟି କୋଣରୁ ଦେଖା ନ ଯାଉ। କେନ୍ଦ୍ର ସରକାରଙ୍କ ଆଗରେ ଏହିପରି ଏକ ତଥ୍ୟ ବାଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୀତି ଆୟୋଗ ବୈଠକରେ ନବୀନ ଭିଡିଓ କନଫ୍ରେସିଂ ମାଧ୍ୟମରେ ସେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତିରେ ଏକ ପ୍ରକାରର କମ୍ପନ ସୃଷ୍ଟି ହୋଇଛି। କାରଣ ହେଲା ନବୀନ ଏପରି କାହିଁକି କହିଲେ। ପ୍ରଶ୍ନ ଉଠିଛି ଯେ, ତେବେ ବିଭିନ୍ନ ରାଜ୍ୟରେ ଥିବା ନିର୍ବାଚିତ ସରକାର କଣ ଠିକରେ କାମ କରିପାରୁ ନାହାଁନ୍ତି କି ?

ଭାରତର ରାଜନୈତିକ ସମୀକ୍ଷକମାନେ ଭଲ ଭାବରେ ଜାଣନ୍ତି ଯେ, ନବୀନ ଏବଂ ମୋଦୀଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି। ସଂସଦରେ ବିଭିନ୍ନ ବିଲ ପାଶ କରିବା ନେଇ ବିଜେଡି ହେଉଛି ଏକ ମାତ୍ର ଅଣ ଏନଡିଏ ଦଳ ଯେ କି ସବୁ ପ୍ରକାରର ସାହାର୍ଯ୍ୟ କରିଆସୁଛି। କେବଳ ସରକାରକୁ ନହେଁ, ଗତ ରାଜ୍ୟସଭା ନିର୍ବାଚନରେ ନବୀନ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରି ଦଳୀୟ ସହଯୋଗ ମଧ୍ୟ କରିଛନ୍ତି। ଏପରି କ୍ଷେତ୍ରରେ ହଠାତ ନବୀନଙ୍କ ଏହି ଉକ୍ତି ଅନେକଙ୍କୁ ସନ୍ଦେହ ଘେରରେ ପକାଇଛି।

ନବୀନ ପଟ୍ଟନାୟକଙ୍କ ଏପରି ଉକ୍ତିରୁ ସ୍ପଷ୍ଟ ହେଉଛି ଯେ ନବୀନ ମୋଦୀ ଏକ ବୋଲି ଯାହା କୁହାଯାଉଛି ତାହା ଠିକ ନୁହେଁ। କାରଣ ତାହା ଯଦି ଠିକ ହୋଇଥାଆନ୍ତା ତେବେ ନବୀନ ଏପରି କହି ନ ଥାଆନ୍ତା। କାରଣ କୌଣସି ରାଜ୍ୟର ନିର୍ବାଚିତ ସରକାରଙ୍କ କାମରେ କେହି ବାଧା ଦେଇପାରିବେ ନାହିଁ। ଯଦି କେହି ବାଧା ଦିଏ ତେବେ ସେ ହେଉଛି କେନ୍ଦ୍ର ସରକାର। ତେଣୁ ନବୀନ ଓଡିଶାର ବିକାଶରେ କେନ୍ଦ୍ର ସରକାର ବାଧା ସୃଷ୍ଟି କରୁଛି ବୋଲି ସିଧା ନ କହି ଏପରି ବୁଲେଇ କହିଥିବାରୁ ସ୍ପଷ୍ଟ ପ୍ରତୀୟମାନ ହୋଇଛି। ନବୀନ ତାଙ୍କ ବକ୍ତବ୍ୟରେ ନା କେନ୍ଦ୍ର ସରକାରଙ୍କ ନାଁ ନେଇଛନ୍ତି ନା ସେ ପ୍ରଧାନମନ୍ତ୍ରୀଙ୍କ ନାମ ନେଇଛନ୍ତି। ସାପ ମରିବ ହେଲେ ବାଡି ଭାଙ୍ଗିବ ନାହିଁ ନ୍ୟାୟରେ ସେ ଏହାକୁ ବୁଲେଇ ବଙ୍କେଇ କହିଛନ୍ତି।

ନବୀନଙ୍କ ଆଉ ଗୋଟିଏ ବାକ୍ୟକୁ ଧ୍ୟାନର ସହିତ ବିଶ୍ଲେଷଣ କରିବା ଉଚିତ। ନବୀନ କହିଛନ୍ତି ଯେ, ନିର୍ବାଚିତ ସରକାରଙ୍କ ପ୍ରତିଟି କାର୍ଯ୍ୟକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖା ଯାଉଛି। ନବୀନଙ୍କ ଏହି ବକ୍ତବ୍ୟଟି ନିଶ୍ଚିତ ଭାବେ ଏକ ସାଂଘାତିକ କଥା। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଓଡିଶାର ବିକାଶ ଦିଗରେ କେନ୍ଦ୍ର ରାଜନୈତିକ ବାଧକ ସାଜୁଛନ୍ତି। ଯାହାକୁ ନେଇ ନବୀନ ପରୋକ୍ଷରେ କେନ୍ଦ୍ରକୁ ଦୋଷ ଦେଇଛନ୍ତି।

ଅବଶ୍ୟ ଏହାର ପ୍ରମାଣ ବେଶୀ ପଛକୁ ଯିବାକୁ ପଡିବ ନାହିଁ, ନିକଟରେ ଐତିହ୍ୟ ବାଇ-ଲ ହେଉଛି ଏହାର ଏକ ବଡ ଉଦାହରଣ। ଏପରି ଏକ ବାଇ-ଲ ଲାଗୁ କରି କେନ୍ଦ୍ର ସରକାର ରାଜ୍ୟର ବିକାଶରେ ବାଧକ ସୃଷ୍ଟି କରିବାକୁ ଯାଉଥିଲେ। ଯାହାକୁ ନେଇ ରାଜ୍ୟରେ ପ୍ରବଳ ବିରୋଧ ଯୋଗୁଁ ତାହା ପ୍ରତ୍ୟାହାର ହେଲା। ଏହି ବାଇ ଲ କୁ ନେଇ ନବୀନ ଅସନ୍ତୁଷ୍ଠ ଥିଲେ।

କେବଳ ଏହି ଗୋଟିଏ ଘଟଣା ନୁହେଁ, କେନ୍ଦ୍ର ସରକାର ଅଣ ବିଜେପି ଶାସିତ ରାଜ୍ୟଗୁଡିକ ଉପରେ ଯେପରି ଏକଚାଟିଆ ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହା ଅନେକ ମୁଖ୍ୟମନ୍ତ୍ରୀଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି। ଏପରି ମଧ୍ୟ ହୋଇଛି ମୋଦୀସାହା ଅଣ ବିଜେପି ରାଜ୍ୟର ସରକାରକୁ ଭାଙ୍ଗି ଦେବାରେ ମଧ୍ୟ ପଛଘୁଞ୍ଚା ଦେଉ ନାହାଁନ୍ତି।

ଏପରି କୂଟନୀତିରେ ସେମାନେ ବିଜୟୀ ହେଉଛନ୍ତି ସତ ହେଲେ ସାଧାରଣରେ ନିନ୍ଦିତ ମଧ୍ୟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ନବୀନ ଏପରି କହିଛନ୍ତି ବୋଲି ସ୍ପଷ୍ଟ ଭାବେ ଜଣାପଡିଛି। ସେ ଏହା ମଧ୍ୟ କହିଛନ୍ତି ଯେ, ନିର୍ବାଚିତ ସରକାରଙ୍କୁ କାମ କରିବାର ସୁଯୋଗ ନ ଦେଲେ ଦେଶର ଅସ୍ଥିରତା ତଥା ଅଶାନ୍ତି ବାଧାପ୍ରାପ୍ତ ହେବ। ନବୀନଙ୍କ ଏପରି ତେରଚ୍ଛା ବାଣ ମୋଦୀସାହାଙ୍କ ଛାତିରେ କେତେଦୂର ବିଧ କରିଥିବା ତାହା ଜାଣିବା ମୁସ୍କିଲ। ହେଲେ ଏହା ଜାତୀୟ ରାଜନୀତିକୁ ଦୋହଲାଇ ଦେବାରେ ସକ୍ଷମ ହୋଇପାରିଛି।

ରାଜ୍ୟର ଗୋଟିଏ ନିର୍ବାଚିତ ସରକାର କେନ୍ଦ୍ର ସରକାରଙ୍କୁ ଯେ ସାହାର୍ଯ୍ୟ କରିବ ସେପରି କିଛି ନାହିଁ। ମାତ୍ର କେନ୍ଦ୍ରର ଦାୟିତ୍ବ ହେଲା ରାଜ୍ୟର ବିକାଶ ଦିଗରେ ସାହାର୍ଯ୍ୟ କରିବ। ହେଲେ ମୋଦୀସାହା ସରକାରରେ ତାହା କେଉଁଠି ନା କେଉଁଠି ଅଭାବ ପରିଲକ୍ଷିତ ହେଉଥିବାର ନବୀନ ଅନୁଭବ କରିସାରିଲେଣି। ନବୀନ ସବୁ କ୍ଷେତ୍ରରେ ମୋଦୀସାହା ସରକାରଙ୍କୁ ସହଯୋଗ ଦେଇଆସୁଥିଲେ ମଧ୍ୟ ସେମାନେ ଯେପରି ସହଯୋଗ କରିବା କଥା ତାହା କରୁ ନାହାଁନ୍ତି। ଫଳରେ ପରବର୍ତ୍ତି ସମୟରେ କେନ୍ଦ୍ର ପ୍ରତି ନବୀନଙ୍କ ଆଭିମୁଖ୍ୟ କଣ ରହିବ ତାହା ଏବେଠାରୁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026

କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଲେ ଉପରାଷ୍ଟ୍ରପତି

January 23, 2026

ଆସନ୍ତାକାଲିଠାରୁ ଚାରିଦିନ ପାଇଁ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ୍, ଜାଣନ୍ତୁ କାରଣ

January 23, 2026
Latest News

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026

୩୨୫ କୋଟିର କ୍ଷତି!: ICC ସହିତ ମୁହାଁମୁହିଁ ହେବା ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପଡ଼ିବ ମହଙ୍ଗା?

January 23, 2026

କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଲେ ଉପରାଷ୍ଟ୍ରପତି

January 23, 2026

ଆସନ୍ତାକାଲିଠାରୁ ଚାରିଦିନ ପାଇଁ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ୍, ଜାଣନ୍ତୁ କାରଣ

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.