Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ସକାଳୁ ଅହମଦାବାଦର ଏକ ବୁଥରେ ଅମିତ ସାହା ଦେଲେ ଭୋଟ, ଜାଣନ୍ତୁ କଣ ପାଇଁ
ଜାତୀୟ ଖବର

ଆଜି ସକାଳୁ ଅହମଦାବାଦର ଏକ ବୁଥରେ ଅମିତ ସାହା ଦେଲେ ଭୋଟ, ଜାଣନ୍ତୁ କଣ ପାଇଁ

February 21, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ସକାଳୁ ଅହମଦାବାଦର ଏକ ବୁଥରେ ଅମିତ ସାହା ଦେଲେ ଭୋଟ, ଜାଣନ୍ତୁ କଣ ପାଇଁ

ଅହମଦାବାଦ, ଆଜି ସକାଳୁ ବିଜେପିର ତୁଙ୍ଗ ନେତା ତଥା ଗୃହମନ୍ତ୍ରୀ ଅମିତ ସାହା ଅହମଦାବାଦର ଏକ ବୁଥରେ ଭୋଟ ପ୍ରଦାନ କରିଛନ୍ତି। ସେ ସସ୍ତ୍ରୀକ ଅହମଦାବାଦର ନାରଣପୁରା ଅଞ୍ଚଳର ଏକ ବୁଥରେ ଭୋଟ ଦେଇଛନ୍ତି। ଆଜି ଅହମଦାବାଦ ସହିତ ଛଅଟି ମ୍ୟୁନିସପାଲ୍ କର୍ପୋରେସନର ନିର୍ବାଚନ ଅନୁଷ୍ଠିତ ହେଉଛି। ସେହି ଗଣତନ୍ତ୍ର ପର୍ବରେ ନିଜକୁ ସାମିଲ କରିବା ପାଇଁ ଅମିତ ସାହା ଗୁଜୁରାଟ ଗସ୍ତରେ ଅଛନ୍ତି।

ଆଜି ଅହମଦାବାଦ ସହିତ ବଦଦୋରା, ସୁରତ, ରାଜକୋଟ, ଜାମନଗର ଏବଂ ଭବନଗରର ମହାନଗର ପାଇଁ ଭୋଟ ଗ୍ରହଣ ଚାଲିଛି।  ସକାଳ ସାତଟାରୁ ଏହି ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଯାହା ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲିବ। ଆସନ୍ତା 23 ତାରିଖରେ ଭୋଟ ଗଣତି କରାଯିବ। ଏହି ଛଅଟି ସହରରେ ମୋଟ 575ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏଥିରେ ପ୍ରାୟ 1 କୋଟି 14 ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

ବର୍ତ୍ତମାନ ଏହି ଛଅଟି ସହରରେ ବିଜେପି ଶାସନରେ ରହିଛି। ଏଥର ନିର୍ବାଚନରେ ବିଜେପି ସହିତ କଂଗ୍ରେସର କଡା ଟକ୍କର ହେଉଛି। ଏହି ନିର୍ବାଚନରେ ଆମ ଆଦମୀ ପାର୍ଟି ମଧ୍ୟ ପ୍ରତିଦ୍ବନ୍ଦିତାରେ ସାମିଲ ହୋଇଛି। ସେହିପରି ଆସାଦ୍ଦୁନୀ ଓୱାସୀଙ୍କ AIMIM ଦଳ ମଧ୍ୟ ଗୁଜୁରାଟ ପୌର ନିର୍ବାଚନରେ 21ଟି ଆସନରେ ପ୍ରାର୍ଥୀ ଦେଇଛି।

ଅମିତ ସାହା
Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶରେ ଜିହାଦୀ ଆତଙ୍କବାଦ ବିରୋଧରେ ସୋଲାନରେ ପ୍ରତିବାଦ

December 25, 2025

ସୁଦୃଢ଼ ​​କରାଯିବ ଭାରତ-ପାକିସ୍ତାନ ସୀମା, ବିଏସଏଫ ର ଅପରେସନ୍ ‘ସର୍ଦ୍ଦ ହାୱା’ ଜାରି

December 25, 2025

ଆସନ୍ତାକାଲି ବୀର ବାଳ ଦିବସ: ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର’ ପ୍ରଦାନ କରିବେ ରାଷ୍ଟ୍ରପତି

December 25, 2025

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ନମିଳିବା ନେଇ ଶଶି ଥରୁର କ୍ଷୁବ୍ଧ: ବିସିସିଆଇ କୁ କଲେ ପ୍ରଶ୍ନ

December 25, 2025
Latest News

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ଓ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ

December 25, 2025

ବାଂଲାଦେଶରେ ଜିହାଦୀ ଆତଙ୍କବାଦ ବିରୋଧରେ ସୋଲାନରେ ପ୍ରତିବାଦ

December 25, 2025

ସୁଦୃଢ଼ ​​କରାଯିବ ଭାରତ-ପାକିସ୍ତାନ ସୀମା, ବିଏସଏଫ ର ଅପରେସନ୍ ‘ସର୍ଦ୍ଦ ହାୱା’ ଜାରି

December 25, 2025

ଆସନ୍ତାକାଲି ବୀର ବାଳ ଦିବସ: ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର’ ପ୍ରଦାନ କରିବେ ରାଷ୍ଟ୍ରପତି

December 25, 2025

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ନମିଳିବା ନେଇ ଶଶି ଥରୁର କ୍ଷୁବ୍ଧ: ବିସିସିଆଇ କୁ କଲେ ପ୍ରଶ୍ନ

December 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.