Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଦଳିଲା ସ୍କୁଲ ସମୟ, ଏଣିକି ସକାଳ 7ଟାରୁ ହେବ ସ୍କୁଲ
ବିଶେଷ ଖବର

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଦଳିଲା ସ୍କୁଲ ସମୟ, ଏଣିକି ସକାଳ 7ଟାରୁ ହେବ ସ୍କୁଲ

February 26, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଦଳିଲା ସ୍କୁଲ ସମୟ, ଏଣିକି ସକାଳ 7ଟାରୁ ହେବ ସ୍କୁଲ

ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ ଯେପରି ଗ୍ରୀଷ୍ମ ପ୍ରବାହ ହେବାରେ ଲାଗିଛି ସେଥିପାଇଁ ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଏ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛନ୍ତି। ସେହି ଅନୁସାରେ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ ସମୟ ପରିବର୍ତ୍ତନ କରିବେ।

ଚିଠି ଅନୁସାରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ଏଣିକି ସକାଳ 7ଟାରୁ ସ୍କୁଲ ଆରମ୍ଭ ହେବ। ଏହା ଦିନ 1ଟା ପର୍ଯ୍ୟନ୍ତ ଚାଲିବ। ତେବେ ଯେଉଁଠାରେ ସକାଳ 8ଟା 30ରୁ ଦିନ 10ଟା ପର୍ଯ୍ୟନ୍ତ ସ୍କୁଲ କରୁଥିଲେ ସେମାନଙ୍କ ପାଇଁ ଏହା ଲାଗୁ କରାଯିବ।

ସେହିପରି ଯେଉଁ ସ୍କୁଲ ଗୁଡିକ ଦିନ 11 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ସ୍କୁଲ କରୁଥିଲେ ସେମାନେ ମଧ୍ୟ ଏଥିରେ ପରିବର୍ତ୍ତନ କରିବେ। ସେମାନେ ସକାଳ 9ଟାରୁ ଦିନ 1 ଟା ପର୍ଯ୍ୟନ୍ତ ସ୍କୁଲ କରିବେ ବୋଲି ଏହି ଚିଠିରେ କୁହାଯାଇଛି। ଏହି ନୂଆ ସମୟ ମାର୍ଚ୍ଚ 1 ତାରିଖରୁ ଲାଗୁ କରିବା ପାଇଁ କୁହାଯାଇଛି।

ସେହିପରି ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି, ଓଆରଏସ ପ୍ୟାକେଟ ମଧ୍ୟ ମହଜୁଦ ରଖିବା ପାଇଁ କୁହାଯାଇଛି। ଯଦି କୌଣସି ସ୍କୁଲରେ ନଳକୂପ ଖରାପ ରହିଛି ତେବେ ତାହାକୁ ତୁରନ୍ତ ମରାମତି କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସ୍କୁଲ ବସ ବା ଗାଡି ଛାତ୍ରଛାତ୍ରୀ କିମ୍ବା କର୍ମଚାରୀଙ୍କୁ ନବାଆଣିବା କରିବା ପାଇଁ ସୁବନ୍ଦୋବସ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ କରାଯାଇଛି। ବାଟରେ ଯେପରି ଖରାରେ ପାଲିମାନେ ହଇରାଣ ନ ହୁଅନ୍ତୁ ସେ ନେଇ ନିଶ୍ଚିତ ହେବାକୁ କୁହାଯାଇଛି।

'ସକାଳୁଆ ସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ପୋଲିସ କବଜାରେ ଦୁର୍ଦ୍ଦାନ୍ତ ମାଓନେତା ଅସୀମ: ମୁଣ୍ଡ ଉପରେ ଥିଲା ୨.୨୦ କୋଟିର ପୁରସ୍କାର

September 18, 2026

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର: ବୃଦ୍ଧି ହେବ କି ଫି’?

September 18, 2026

ପୁଅର ଚିକିତ୍ସା ପାଇଁ ଛାଡ଼ିଥିଲେ ଚାକିରି: ମହିଳା ବିଚାରପତିଙ୍କୁ ପୁନଃନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 18, 2026
Latest News

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026

ଆଉ କିଛି ସମୟ ପରେ ଏସୀୟ କ୍ରୀଡ଼ାର କ୍ୱାର୍ଟରଫାଇନାଲ: ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ

September 18, 2026

ପୁରୁଣା ରୂପା ଅଳଙ୍କାରକୁ ଦିଅନ୍ତୁ ନୂଆ ଲୁକ୍‌; ଜାଣନ୍ତୁ ସଫା କରିବାର ସହଜ ଉପାୟ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.