Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ସମେତ ଆଠଟି ରାଜ୍ୟର କରୋନା ସ୍ଥିତି ଗମ୍ଭୀର, ପୁରୁଣା କଟକଣା ଲାଗୁ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ
ଜାତୀୟ ଖବର

ଓଡିଶା ସମେତ ଆଠଟି ରାଜ୍ୟର କରୋନା ସ୍ଥିତି ଗମ୍ଭୀର, ପୁରୁଣା କଟକଣା ଲାଗୁ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ

March 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଏବଂ ଡକ୍ଟର ବିନୋଦ କେ. ପାଲ, ସଦସ୍ୟ ,ସ୍ୱାସ୍ଥ୍ୟ , ନୀତି ଆୟୋଗ, ଆଜି ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡିଶା, ଗୋଆ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ଚଣ୍ଡିଗଡ଼ର ସ୍ୱାସ୍ଥ୍ୟ ସଚିବ ଏବଂ ଏନଏଚଏମର ଏମ୍.ଡି. ମାନଙ୍କ ସହିତ ଆଲୋଚନା କରିଛନ୍ତି । ସମ୍ପ୍ରତି ଏହି ରାଜ୍ୟଗୁଡିକ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ଓ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି।

ଏହି ଆଠଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ନୂତନ ସଂକ୍ରମଣର କ୍ରମାଗତ ବୃଦ୍ଧି ଏବଂ ଅଧିକ ସଂଖ୍ୟକ ସକ୍ରିୟ ଆକ୍ରାନ୍ତ ରିପୋର୍ଟ ହେବା ପରେ ସେମାନେ କୋଭିଡ ସଂକ୍ରମଣର ନୀରିକ୍ଷଣ, କଣ୍ଟେନମେଣ୍ଟ ଏବଂ କୋଭିଡ ପରିଚାଳନା ଉପରେ ଚାଲିଥିବା ଜନସ୍ୱାସ୍ଥ୍ୟ ପଦକ୍ଷେପଗୁଡିକର ସମୀକ୍ଷା କରିଥିଲେ।

ଏକ ବିସ୍ତୃତ ଉପସ୍ଥାପନାରେ ଦର୍ଶାଯାଇଛି ଯେ ଦିଲ୍ଲୀର ୯ ଟି ଜିଲ୍ଲା, ହରିୟାଣାରେ ୧୫ଟି, ଆନ୍ଧ୍ର ପ୍ରଦେଶରେ ୧୦ଟି, ଓଡିଶାରେ ୧୦ଟି, ହିମାଚଳ ପ୍ରଦେଶରେ ୯ଟି, ଉତ୍ତରାଖଣ୍ଡରେ ୭ଟି, ଗୋଆରେ ୨ଟି, ଚଣ୍ଡିଗଡ଼ରେ ଗୋଟିଏ ଜିଲ୍ଲା ଚିନ୍ତାର କାରଣ ପାଲଟିଛି ।

ଏହି ଜିଲ୍ଲାଗୁଡ଼ିକରେ ଚାଲିଥିବା ମୋଟ ପରୀକ୍ଷଣରେ ହ୍ରାସ, କମ୍ ଆରଟି-ପିସିଆର ପରୀକ୍ଷଣ, ସାପ୍ତାହିକ ପଜିଟିଭ ହାର ବୃଦ୍ଧି ଏବଂ କୋଭିଡ ପଜିଟିଭ ମାମଲା ଗୁଡ଼ିକର କଣ୍ଟାକ୍ଟ ଟ୍ରେସିଂ କମ୍ କରାଯାଉଥିବା ଦେଖାଯାଉଛି । ଏହା ମିଳିତ ଭାବେ ପଡୋଶୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଅଧିକ ସଂକ୍ରମଣର ବିପଦ ସୃଷ୍ଟି କରିପାରନ୍ତି । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜିଲ୍ଲାମାନଙ୍କରେ କୋଭିଡ ସଂକ୍ରମଣର ବିଶ୍ଳେଷଣ କରି ଜଣାଇବାକୁ କୁହାଯାଇଛି।

ରାଜ୍ୟମାନଙ୍କୁ ବିଶେଷ ଭାବରେ କୁହାଯାଇଛି :

1- ‘ଟେଷ୍ଟ୍ ଟ୍ରାକ୍ ଏବଂ ଟ୍ରିଟ୍’ ର ପ୍ରଭାବଶାଳୀ ରଣନୀତି ଜାରି ରଖନ୍ତୁ ଯାହା ମହାମାରୀ ବୃଦ୍ଧି ରେକିବା ଦିଗରେ ପ୍ରମୁଖ କାର‌୍ୟ୍ୟ ଥିଲା ।

2-କମ୍ ପରୀକ୍ଷଣ ରିପୋର୍ଟ କରୁଥିବା ଜିଲ୍ଲାଗୁଡ଼ିକରେ ସାମଗ୍ରିକ ପରୀକ୍ଷଣରେ ଉନ୍ନତି ଆଣନ୍ତୁ।

3-ଅଧିକ ଆଣ୍ଟିଜେନ୍ ପରୀକ୍ଷଣ ଉପରେ ନିର୍ଭରଶୀଳ ଜିଲ୍ଲାମାନଙ୍କରେ ଆରଟି-ପିସିଆର ପରୀକ୍ଷଣ ହାର ବୃଦ୍ଧି କରନ୍ତୁ ।

4-ମନୋନୀତ ଜିଲ୍ଲାଗୁଡ଼ିକର ସେହି ଅଞ୍ଚଳଗୁଡିକର ତଦାରଖ ଏବଂ କଣ୍ଟେନମେଣ୍ଟ ଉପରେ ଅଧିକ ଦୃଷ୍ଟି ଦିଅନ୍ତୁ ଯେଉଁଠାରେ କ୍ଲଷ୍ଟର ସଂକ୍ରମଣ ଦେଖିବାକୁ ମିଳୁଛି ।

5-ସର୍ବନିମ୍ନ ୨୦ ପଜିଟିଭ ଚିହ୍ନଟ କ୍ଷେତ୍ରରେ କଣ୍ଟାକ୍ଟ ଟେସିଂ କରନ୍ତୁ ।

6-ଅଧିକ ମୃତ୍ୟୁ ଘଟୁଥିବା ଜିଲ୍ଲାଗୁଡ଼ିକରେ କ୍ଲିନିକାଲ୍ ପରିଚାଳନା ଉପରେ ଧ୍ୟାନ ଦିଅନ୍ତୁ।

7-ସମସ୍ତ ରୋଗୀଙ୍କୁ ପ୍ରଭାବଶାଳୀ କ୍ଲିନିକାଲ୍ ପରିଚାଳନା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସକ୍ରିୟ କରନ୍ତୁ, କାରଣ ସେହି ଜିଲ୍ଲାମାନଙ୍କରେ ମୃତ୍ୟୁ ହାର ମଧ୍ୟ ପ୍ରଭାବିତ ହେବ।

8-ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ଅଗ୍ରାଧିକାର ଭିତ୍ତିରେ ଟିକାପାଇବାକୁ ଥିବା ପ୍ରାଥମିକ ଜନସଂଖ୍ୟା ଗୋଷ୍ଠୀ ପାଇଁ ଟିକାକରଣକୁ ତ୍ୱରାନ୍ୱିତ କରନ୍ତୁ ।

9-ଉପଲବ୍ଧ ଟିକା ଡୋଜର ସର୍ବୋତ୍ତମ ଉପଯୋଗ କରନ୍ତୁ ଏବଂ ସ୍ଥିତି ଜଟିଳ ଥିବା ଜିଲ୍ଲା ଉପରେ ଅଧିକ ଧ୍ୟାନ ଦିଅନ୍ତୁ।

10-ଘରୋଇ ଡାକ୍ତରଖାନାରେ ସର୍ବନିମ୍ନ ୧୫ ଦିନ ଏବଂ ସର୍ବାଧିକ ୨୮ ଦିନ ମଧ୍ୟରେ ଟୀକାକରଣ ସମୟ- ସରଣୀ ଖୋଲିବା ପାଇଁ ସହଯୋଗ କରନ୍ତୁ।

11-ଯୋଗାଯୋଗ ଏବଂ କାର‌୍ୟ୍ୟକାରିତା ମାଧ୍ୟମରେ କୋଭିଡର ଉପଯୁକ୍ତ ଆଚରଣକୁ ପ୍ରୋତ୍ସାହିତ କରନ୍ତୁ।

ଏହି ରୋଗର ହ୍ରାସ ପାଇଁ ଶୀଘ୍ର ଚିହ୍ନଟ ଏବଂ ସଂଗରୋଧରେ ଥିବା ସକ୍ରିୟ ଆକ୍ରାନ୍ତଙ୍କ ପାଇଁ ତୁରନ୍ତ ଡାକ୍ତରୀ ନିରୀକ୍ଷଣ ବ୍ୟବସ୍ଥା ଯୋଗାଇଦେବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଅଧିକ ବ୍ୟାପୁଥିବା ସଂକ୍ରମଣ ପାଇଁ ସକ୍ରିୟ ଭାବରେ ସତର୍କ ରହିବାକୁ ଏବଂ ରୋଗ ପରିବହନ ଶୃଙ୍ଖଳା ଭାଙ୍ଗିବା ପାଇଁ ସର୍ବୋତ୍ତମ ପଦକ୍ଷେପ ବିଷୟରେ ମଧ୍ୟ ଜଣାଇବାକୁ ରାଜ୍ୟମାନଙ୍କୁ କୁହାଯାଇଥିଲା।

corona update ଦେଶରେ କରୋନା ସ୍ଥିତି
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.