Categories
ଆଜିର ଖବର ରାଜ୍ୟ ଖବର

ଦେଶରେ କରୋନା ସହ ବୃଦ୍ଧି ପାଇବାରେ ଲାଗିଛି ଓମିକ୍ରନ ମାମଲା , ଆଜି ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୬୮ ହଜାର ୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ମୋଟ ଓମିକ୍ରନ୍ ମାମଲା ୬, ୦୪୧ କୁ ବୃଦ୍ଧି ପାଇଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୬୮ ଲକ୍ଷ ୫୦ ହଜାର ୯୬୨ କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ବର୍ତ୍ତମାନ ସକ୍ରିୟ ମାମଲା ୧୪, ୧୭, ୮୨୦ ଅଛନ୍ତି। ସମଗ୍ର ଦେଶରେ ସମୁଦାୟ ୩,୪୯,୪୭,୩୯୦ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧,୨୨,୬୮୪ ରୋଗୀ ସୁସ୍ଥ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୦୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୫,୭୫୨ କୁ ବୃଦ୍ଧି ପାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଦେଶରେ କରୋନା ମୃତ୍ୟୁ ୫୮୫ ହୋଇଥିବା ବେଳେ, କେବଳ କେରଳର ସଂଖ୍ୟା ସମସ୍ତଙ୍କୁ କରିଛି ଚକିତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୮୫ ହୋଇଥିବା ବେଳେ କେବଳ କେରଳର ମୃତ୍ୟୁ ସଂଖ୍ୟା ୪୮୨ ଜଣ ବୋଲି ଜଣାପଡିଛି। ଏହାଦ୍ବାରା ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫ ହଜାର ୬୫୩ କୁ ବୃଦ୍ଧି ପାଇଛି। କିଛି ମାସ ଧରି କେରଳର କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି।

ବିଭିନ୍ନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟରେ କେରଳ ରାଜ୍ୟ ସର୍ବାଧିକ ରହିଛି। ଏହି ସଂଖ୍ୟାକୁ ମିଶାଇଲେ ବର୍ତ୍ତମାନ କେରଳର ମୋଟ ମୃତ୍ୟୁ ସଂଖ୍ୟା ୨୯ ହଜାର ୩୫୫ରେ ରହିଛି। ଏହି ରାଜ୍ୟକୁ ଛାଡିଦେଲେ ଅନ୍ୟ ରାଜ୍ୟର ମୃତ୍ୟୁ ସଂଖ୍ୟା ଗତ ୨୪ ଘଣ୍ଟାରେ ପଚାଶ ତଳେ ମୃତ୍ୟୁ ସଂଖ୍ୟା ରହିଛି।

ହିସାବ ଅନୁସାରେ କେରଳ ପରେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଗତ ୨୪ ଘଣ୍ଟାରେ ୩୨ ଜଣଙ୍କର ହୋଇଛି। ସେହିପରି ତାମିଲନାଡୁ ଏବଂ ପଶ୍ଚିିମବଂଗରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ଜଣ ଲେଖାଏଁ ରହିଛି। ମିଜୋରାମରେ ୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ କର୍ଣ୍ଣାଟକରେ ୭ ଜଣ ମୃତ୍ୟୁବରଣ କରିଛନ୍ତି। ଓଡିଶା ଏବଂ ଗୋଆରେ ୪ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

ଗତ ୨୪ ଘଣ୍ଟାରେ ୧୯ଟି ରାଜ୍ୟରେ କୌଣସି ମୃତ୍ୟୁ ହୋଇ ନ ଥିବାର ଜଣାପଡିଛି। ହିସାବ ଅନୁସାରେ ବର୍ତ୍ତମାନ ସମଗ୍ର ଦେଶରେ ସମୁଦାୟ ୩ କୋଟି ୩୫ ଲକ୍ଷ ୯୭ ହଜାର ୩୩୯ ଆରୋଗ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୨୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟ ହାର ୯୮.୧୯ ପ୍ରତିଶତକୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର

ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ଦେଶର କରୋନା ସଂକ୍ରାମଣ ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କରୋନା ସଂକ୍ରମଣ ସଂଖ୍ୟା ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ହିସାବ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାର ୪୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧ ଲକ୍ଷ ୬୨ ହଜାର ୬୬୧ ରହିଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୮ ପ୍ରତିଶତ ଅଟେ।

ହିସାବ ଅନୁସାରେ ବର୍ତ୍ତମାନ ସମଗ୍ର ଦେଶରେ ସମୁଦାୟ ୩ କୋଟି ୩୫ ଲକ୍ଷ ୯୭ ହଜାର ୩୩୯ ଆରୋଗ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୨୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟ ହାର ୯୮.୧୯ ପ୍ରତିଶତକୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଧିରେଧିରେ ହ୍ରାସ ପାଉଛି କରୋନା ସଂକ୍ରାମଣ, ନୂଆ ମୃତ୍ୟୁ ସଂଖ୍ୟା ୪୩୧

ନୂଆଦିଲ୍ଲୀ :  ଧିରେ ଧିରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୩ ଲକ୍ଷ ୪୭ ହଜାର ୩୨୫ କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ସଂଖ୍ୟା ୩ ଲକ୍ଷ ୪୨ ହଜାର ୯୨୩ ରେ ପହଁଚିଛି।

ସମଗ୍ର ଦେଶରେ ସମୁଦାୟ ୩ କୋଟି ୨୫ ଲକ୍ଷ ୬୦ ହଜାର ୪୭୪ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୮ ହଜାର ୩୦୩ ରୋଗୀ ସୁସ୍ଥ ହୋଇଛନ୍ତି।  ସେହିପରି ଗତ ୨୪ ଘଣ୍ଟାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୧ ହୋଇଛି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୩ ହଜାର ୯୨୮ କୁ ବୃଦ୍ଧି ପାଇଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ପାଞ୍ଚୋଟି ରାଜ୍ୟର କରୋନା ସ୍ଥିତି ଗମ୍ଭୀର, କ୍ରମାଗତ ଭାବେ ଦୈନିକ କରୋନା ମାମଲାରେ ବୃଦ୍ଧି

ନୂଆଦିଲ୍ଲୀ,  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୨୯୧ ଟି ନୂଆ କରୋନା ମାମଲା ଆସିଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୬,୬୨୦ ଅର୍ଥାତ ଦୈନିକ ନୂଆ ମାମଲାର ୬୩.୨୧%  ଆସିଛି । ଏହା ପଛକୁ କେରଳରୁ ୧୭୯୨ ଏବଂ ପଞ୍ଜାବରୁ ୧୪୯୨ଟି ମାମଲା ଆସିଛି ।

ଆଠଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧିର ସ୍ପଷ୍ଟ ତଥ୍ୟ ଆସୁଛି । ଏସବୁ ରାଜ୍ୟ ହେଲା ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆନା ।

ଗତ ଏକ ମାସ ହେଲା କେରଳରେ ନୂଆ ମାମଲାର ଧାରା ନିମ୍ନମୁଖୀ ରହିଛି ।
ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ରହିଛି ୨,୧୯,୨୬୨ । ମୋଟ ପଜିଟିଭ୍ ମାମଲାର ଏହା ୧.୯୩% । ବର୍ତ୍ତମାନ ଦେଶରେ ଥିବା ମୋଟ ସକ୍ରିୟ ମାମଲାର ୭୭% ତିନୋଟି ରାଜ୍ୟ ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ ରହିଛି।
ଦେଶର ମୋଟ ସକ୍ରିୟ ମାମଲାର ୫୮% କେବଳ ଅଛି ଏକାକୀ ମହାରାଷ୍ଟ୍ରରେ ଅଛି।

ଅପରପକ୍ଷରେ ଭାରତ ଟିକାକରଣକୁ ୩ କୋଟିରେ ପହଞ୍ଚାଇବା ଦିଗରେ ଦ୍ରୁତଗତିରେ ଚାଲିଛି । ଆଜି ସକାଳ ୭ଟା ସୁଦ୍ଧା ୫,୧୩,୦୬୫ ସେସନରେ ମୋଟ ୨,୯୯,୦୮,୦୩୮ ଡୋଜ୍ ଟିକା ପ୍ରଦାନ କରାଯାଇଛି ।

ଏହା ମଧ୍ୟରେ ରହିଛି, ୭୩,୫୫,୭୫୫ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୪୩,୦୫,୧୧୮ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୩,୪୦,୪୨୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୧୧,୫୦,୫୩୫ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ରୋଗାକ୍ରାନ୍ତ ୧୪,୬୪,୦୧୪ ହିତାଧିକାରୀ ଓ ୬୦ ବର୍ଷରୁ ଅଧିକ ବୟସର ୮୨,୯୨,୧୯୩ ଜଣ ହିତାଧିକାରୀ ।

ଟିକାକରଣ ଅଭିଯାନର ୫୮ତମ ଦିବସ (୧୪ ମାର୍ଚ୍ଚ ୨୦୨୧)ରେ ୧,୪୦,୮୮୦ ଡୋଜ୍ ଟିକା ପ୍ରଦାନ କରାଯାଇଛି । ରବିବାର ଥିବାରୁ ଅନେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତକାଲି ଟିକାକରଣ ପ୍ରକ୍ରିୟା ବନ୍ଦ ରହିଥିଲା ।

ଏହା ମଧ୍ୟରେ ୨୨୧୧ ସେସନରେ ୧,୨୦୮୮୫ ଜଣ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍ ଏବଂ ୧୯,୯୯୫ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଭାରତରେ ମୋଟ ୧,୧୦,୦୭,୩୫୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଜାତୀୟ ସୁସ୍ଥତା ହାର ରହିଛି ୯୬.୬୮% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭,୪୫୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ମଧ୍ୟରୁ ୮୪.୧୦% ଅଛନ୍ତି ୬ ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୮୮୬୧ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

ଏମାନଙ୍କ ମଧ୍ୟରୁ ୮୨.୨୦% ପ୍ରାଣ ହରାଇଛନ୍ତି ୬ଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୫୦ ଜଣ ପ୍ରାଣ ହରାଇଛନ୍ତି । ଏହା ପଛକୁ ପଞ୍ଜାବରେ ୨୦ ଜଣ ଏବଂ କେରଳରେ ୧୫ ଜଣ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏଗୁଡ଼ିକ ହେଲା ଆସାମ, ଚଣ୍ଡିଗଡ଼, ଜମ୍ମୁ ଏବଂ କାଶ୍ମୀର (କେନ୍ଦ୍ରଶାସିତ ଅଞ୍ଚଳ), ଓଡ଼ିଶା, ଝାଡ଼ଖଣ୍ଡ, ଲାକ୍ଷାଦ୍ୱୀପ, ସିକିମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମଣିପୁର, ଦାଦ୍ରା ଓ ନଗର ହାବେଲି ଏବଂ ଦାମନ ଓ ଡିଉ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଓଡିଶା ସମେତ ଆଠଟି ରାଜ୍ୟର କରୋନା ସ୍ଥିତି ଗମ୍ଭୀର, ପୁରୁଣା କଟକଣା ଲାଗୁ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଏବଂ ଡକ୍ଟର ବିନୋଦ କେ. ପାଲ, ସଦସ୍ୟ ,ସ୍ୱାସ୍ଥ୍ୟ , ନୀତି ଆୟୋଗ, ଆଜି ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡିଶା, ଗୋଆ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ଚଣ୍ଡିଗଡ଼ର ସ୍ୱାସ୍ଥ୍ୟ ସଚିବ ଏବଂ ଏନଏଚଏମର ଏମ୍.ଡି. ମାନଙ୍କ ସହିତ ଆଲୋଚନା କରିଛନ୍ତି । ସମ୍ପ୍ରତି ଏହି ରାଜ୍ୟଗୁଡିକ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ଓ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି।

ଏହି ଆଠଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ନୂତନ ସଂକ୍ରମଣର କ୍ରମାଗତ ବୃଦ୍ଧି ଏବଂ ଅଧିକ ସଂଖ୍ୟକ ସକ୍ରିୟ ଆକ୍ରାନ୍ତ ରିପୋର୍ଟ ହେବା ପରେ ସେମାନେ କୋଭିଡ ସଂକ୍ରମଣର ନୀରିକ୍ଷଣ, କଣ୍ଟେନମେଣ୍ଟ ଏବଂ କୋଭିଡ ପରିଚାଳନା ଉପରେ ଚାଲିଥିବା ଜନସ୍ୱାସ୍ଥ୍ୟ ପଦକ୍ଷେପଗୁଡିକର ସମୀକ୍ଷା କରିଥିଲେ।

ଏକ ବିସ୍ତୃତ ଉପସ୍ଥାପନାରେ ଦର୍ଶାଯାଇଛି ଯେ ଦିଲ୍ଲୀର ୯ ଟି ଜିଲ୍ଲା, ହରିୟାଣାରେ ୧୫ଟି, ଆନ୍ଧ୍ର ପ୍ରଦେଶରେ ୧୦ଟି, ଓଡିଶାରେ ୧୦ଟି, ହିମାଚଳ ପ୍ରଦେଶରେ ୯ଟି, ଉତ୍ତରାଖଣ୍ଡରେ ୭ଟି, ଗୋଆରେ ୨ଟି, ଚଣ୍ଡିଗଡ଼ରେ ଗୋଟିଏ ଜିଲ୍ଲା ଚିନ୍ତାର କାରଣ ପାଲଟିଛି ।

ଏହି ଜିଲ୍ଲାଗୁଡ଼ିକରେ ଚାଲିଥିବା ମୋଟ ପରୀକ୍ଷଣରେ ହ୍ରାସ, କମ୍ ଆରଟି-ପିସିଆର ପରୀକ୍ଷଣ, ସାପ୍ତାହିକ ପଜିଟିଭ ହାର ବୃଦ୍ଧି ଏବଂ କୋଭିଡ ପଜିଟିଭ ମାମଲା ଗୁଡ଼ିକର କଣ୍ଟାକ୍ଟ ଟ୍ରେସିଂ କମ୍ କରାଯାଉଥିବା ଦେଖାଯାଉଛି । ଏହା ମିଳିତ ଭାବେ ପଡୋଶୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଅଧିକ ସଂକ୍ରମଣର ବିପଦ ସୃଷ୍ଟି କରିପାରନ୍ତି । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜିଲ୍ଲାମାନଙ୍କରେ କୋଭିଡ ସଂକ୍ରମଣର ବିଶ୍ଳେଷଣ କରି ଜଣାଇବାକୁ କୁହାଯାଇଛି।

ରାଜ୍ୟମାନଙ୍କୁ ବିଶେଷ ଭାବରେ କୁହାଯାଇଛି :

1- ‘ଟେଷ୍ଟ୍ ଟ୍ରାକ୍ ଏବଂ ଟ୍ରିଟ୍’ ର ପ୍ରଭାବଶାଳୀ ରଣନୀତି ଜାରି ରଖନ୍ତୁ ଯାହା ମହାମାରୀ ବୃଦ୍ଧି ରେକିବା ଦିଗରେ ପ୍ରମୁଖ କାର‌୍ୟ୍ୟ ଥିଲା ।

2-କମ୍ ପରୀକ୍ଷଣ ରିପୋର୍ଟ କରୁଥିବା ଜିଲ୍ଲାଗୁଡ଼ିକରେ ସାମଗ୍ରିକ ପରୀକ୍ଷଣରେ ଉନ୍ନତି ଆଣନ୍ତୁ।

3-ଅଧିକ ଆଣ୍ଟିଜେନ୍ ପରୀକ୍ଷଣ ଉପରେ ନିର୍ଭରଶୀଳ ଜିଲ୍ଲାମାନଙ୍କରେ ଆରଟି-ପିସିଆର ପରୀକ୍ଷଣ ହାର ବୃଦ୍ଧି କରନ୍ତୁ ।

4-ମନୋନୀତ ଜିଲ୍ଲାଗୁଡ଼ିକର ସେହି ଅଞ୍ଚଳଗୁଡିକର ତଦାରଖ ଏବଂ କଣ୍ଟେନମେଣ୍ଟ ଉପରେ ଅଧିକ ଦୃଷ୍ଟି ଦିଅନ୍ତୁ ଯେଉଁଠାରେ କ୍ଲଷ୍ଟର ସଂକ୍ରମଣ ଦେଖିବାକୁ ମିଳୁଛି ।

5-ସର୍ବନିମ୍ନ ୨୦ ପଜିଟିଭ ଚିହ୍ନଟ କ୍ଷେତ୍ରରେ କଣ୍ଟାକ୍ଟ ଟେସିଂ କରନ୍ତୁ ।

6-ଅଧିକ ମୃତ୍ୟୁ ଘଟୁଥିବା ଜିଲ୍ଲାଗୁଡ଼ିକରେ କ୍ଲିନିକାଲ୍ ପରିଚାଳନା ଉପରେ ଧ୍ୟାନ ଦିଅନ୍ତୁ।

7-ସମସ୍ତ ରୋଗୀଙ୍କୁ ପ୍ରଭାବଶାଳୀ କ୍ଲିନିକାଲ୍ ପରିଚାଳନା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସକ୍ରିୟ କରନ୍ତୁ, କାରଣ ସେହି ଜିଲ୍ଲାମାନଙ୍କରେ ମୃତ୍ୟୁ ହାର ମଧ୍ୟ ପ୍ରଭାବିତ ହେବ।

8-ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ଅଗ୍ରାଧିକାର ଭିତ୍ତିରେ ଟିକାପାଇବାକୁ ଥିବା ପ୍ରାଥମିକ ଜନସଂଖ୍ୟା ଗୋଷ୍ଠୀ ପାଇଁ ଟିକାକରଣକୁ ତ୍ୱରାନ୍ୱିତ କରନ୍ତୁ ।

9-ଉପଲବ୍ଧ ଟିକା ଡୋଜର ସର୍ବୋତ୍ତମ ଉପଯୋଗ କରନ୍ତୁ ଏବଂ ସ୍ଥିତି ଜଟିଳ ଥିବା ଜିଲ୍ଲା ଉପରେ ଅଧିକ ଧ୍ୟାନ ଦିଅନ୍ତୁ।

10-ଘରୋଇ ଡାକ୍ତରଖାନାରେ ସର୍ବନିମ୍ନ ୧୫ ଦିନ ଏବଂ ସର୍ବାଧିକ ୨୮ ଦିନ ମଧ୍ୟରେ ଟୀକାକରଣ ସମୟ- ସରଣୀ ଖୋଲିବା ପାଇଁ ସହଯୋଗ କରନ୍ତୁ।

11-ଯୋଗାଯୋଗ ଏବଂ କାର‌୍ୟ୍ୟକାରିତା ମାଧ୍ୟମରେ କୋଭିଡର ଉପଯୁକ୍ତ ଆଚରଣକୁ ପ୍ରୋତ୍ସାହିତ କରନ୍ତୁ।

ଏହି ରୋଗର ହ୍ରାସ ପାଇଁ ଶୀଘ୍ର ଚିହ୍ନଟ ଏବଂ ସଂଗରୋଧରେ ଥିବା ସକ୍ରିୟ ଆକ୍ରାନ୍ତଙ୍କ ପାଇଁ ତୁରନ୍ତ ଡାକ୍ତରୀ ନିରୀକ୍ଷଣ ବ୍ୟବସ୍ଥା ଯୋଗାଇଦେବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଅଧିକ ବ୍ୟାପୁଥିବା ସଂକ୍ରମଣ ପାଇଁ ସକ୍ରିୟ ଭାବରେ ସତର୍କ ରହିବାକୁ ଏବଂ ରୋଗ ପରିବହନ ଶୃଙ୍ଖଳା ଭାଙ୍ଗିବା ପାଇଁ ସର୍ବୋତ୍ତମ ପଦକ୍ଷେପ ବିଷୟରେ ମଧ୍ୟ ଜଣାଇବାକୁ ରାଜ୍ୟମାନଙ୍କୁ କୁହାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦେଶରେ ଅଣଆୟତ କଲାଣି କରୋନା ମହାମାରୀ, ଦିଲ୍ଲୀ ମୁମ୍ବାଇ ସହିତ 10ଟି ସହରର ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ କରୋନା ସ୍ଥିତି ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୪୪ ହଜାର ୫୯ ଜଣ ନୂତନ ସଂକ୍ରାମକ ଚିହ୍ନଟ ହୋଇଛନ୍ତି। ସେହିପରି ୫୧୧ ଜଣ କରୋନା ପଜେଟିଭ ମଧ୍ୟ ଏହି ସମୟରେ ମୃତ୍ୟୁବରଣ କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ବର୍ତ୍ତମାନ ଆଠମାସ ପରେ ମଧ୍ୟ ଅନେକ ରାଜ୍ୟରେ ସ୍ଥିତି ଚରମ ସୀମାରେ ପହଁଚିଛି।

କରୋନାକୁ ରୋକିବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ସଂପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରିଛନ୍ତି। ସେହି ଅନୁସାରେ ବିଭିନ୍ନ ରାଜ୍ୟ ତାଙ୍କର ପରିସ୍ଥିତିକୁ ନଜରରେ ରଖି ବିଭିନ୍ନ କଟକଣା ଲାଗୁ କରିଛନ୍ତି। ହେଲେ ତାହା ମଧ୍ୟ ରୋକିବା ଦିଗରେ କାମ ଦେଉ ନାହିଁ। ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶର ୧୦ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଏହାର ସ୍ଥିତି ସର୍ବାଧିକ ରହିଛି। ସେଗୁଡିକ ହେଲା

ଦିଲ୍ଲୀ – ୬,୭୪୬

କେରଳ – ୫,୨୫୪

ମହାରାଷ୍ଟ୍ର – ୫,୭୫୩

ପଶ୍ଚିମବଙ୍ଗ – ୩,୫୯୧

ରାଜସ୍ଥାନ – ୩୨୬୦

ଉତ୍ତରପ୍ରଦେଶ – ୨୫୮୮

ହରିୟାଣା – ୨୨୭୯

ଛତିଶଗଡ – ୧୭୪୮

ତାମିଲନାଡୁ – ୧,୬୫୫

ଆନ୍ଧ୍ରପ୍ରଦେଶ ୧,୧୨୧

ଏହି ରାଜ୍ୟଗୁଡିକରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ହାର ମଧ୍ୟ କିଛି କମ ନୁହେଁ। ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ଯେଉଁ ମୃତ୍ୟୁ ସଂଖ୍ୟା ରହିଛି ତାହା ହେଉଛି..

ଦିଲ୍ଲୀ – ୧୨୧

ମହାରାଷ୍ଟ୍ର – ୫୦

ପଶ୍ଚିମବଙ୍ଗ – ୪୯

ଉତ୍ତରପ୍ରଦେଶ – ୩୫

କେରଳ – ୨୭

ହରିୟାଣା – ୨୫

ତାମିଲନାଡୁ – ୧୯

ଛତିଶଗଡ – ୧୯

ପଞ୍ଜାବ – ୧୯

ହିମାଚଳ ପ୍ରଦେଶ – ୧୯

ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟାରେ ସବୁଠାରୁ ଆଗରେ ରହିଛି ଦିଲ୍ଲୀ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ରଣନୀତି ପରିବର୍ତ୍ତନ କରାଯାଉଛି। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅନୁଯାୟୀ, ପ୍ରଥମ ଥର ପାଇଁ ଦିଲ୍ଲୀରେ ଆରଟିପିସିଆର ପରୀକ୍ଷା ସଂଖ୍ୟା ଆଣ୍ଟିଜେନ ଟେଷ୍ଟକୁ ଅତିକ୍ରମ କରିଛି। ଦିଲ୍ଲୀରେ ଘରକୁ ଘର ସର୍ବେକ୍ଷଣ ପୁଣି ଆରମ୍ଭ ହୋଇଛି। ତଥାପି, ରୋଗୀଙ୍କୁ ଆଇସିୟୁ ମିଳିବା କଷ୍ଟସାଧ୍ୟ ହୋଇଯାଉଛି। ବର୍ତ୍ତମାନ ଦିଲ୍ଲୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୨୯ ହଜାର ୮୬୩ ରହିଛି। ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୩୯୧ ରହିଛି।

ସେହିପରି ଦେଶର ଅନ୍ୟତମ ମେଟ୍ରୋ ସହର ମୁମ୍ବାଇରେ ମଧ୍ୟ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଉଛି। ପ୍ରତିଦିନ ନୂତନ ରୋଗୀଙ୍କ ସଂଖ୍ୟା ପୁଣି ଏକ ହଜାରରେ ପହଞ୍ଚିଛି। ନଭେମ୍ବର ଆରମ୍ଭରେ ଏହି ସଂଖ୍ୟା ୧ ହଜାରରୁ କମ୍ ହୋଇଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ୧୧୩୫ ନୂତନ ମାମଲା ଆସିବା ସହିତ ଉଦ୍ଧବ ସରକାରଙ୍କ ଚିନ୍ତା ମଧ୍ୟ ବୃଦ୍ଧି ପାଇଛି। ଦିଲ୍ଲୀର ସଂକ୍ରମଣରେ ମହାରାଷ୍ଟ୍ର ସରକାର ମଧ୍ୟ ଅସୁବିଧାରେ ପଡିଛନ୍ତି। ତେଣୁ ଦିଲ୍ଲୀ-ମୁମ୍ବାଇ ଟ୍ରେନ୍ ଏବଂ ବିମାନ ଚଳାଚଳ ବନ୍ଦ କରିବାକୁ ଯୋଜନା ଚାଲିଛି। ବର୍ତ୍ତମାନ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭ ଲକ୍ଷ ୮୦ ହଜାର ୨୦୮ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୭ ହଜାର ୬୩୨ ରହିଛି।

କରୋନା ସଂକ୍ରମଣର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଗୁଜୁରାଟର ୪ ଟି ବଡ ସହରରେ ରାତ୍ରି କର୍ଫ୍ୟୁ ଘୋଷଣା କରାଯାଇଛି। ସୋମବାର ରାତି ୯ ଟାରୁ ୬ ଟା ପର‌୍ୟ୍ୟନ୍ତ ଅହମ୍ମଦାବାଦ, ରାଜକୋଟ, ସୁରଟ ଏବଂ ଭଦୋଦରା ଠାରେ ଏକ ଅନିର୍ଦ୍ଦିଷ୍ଟ ରାତିର କର୍ଫ୍ୟୁ ଲାଗୁ କରାଯାଇଛି।

ବର୍ତ୍ତମାନ ଦେଶରେ ସମୁଦାୟ କରୋନା ସଂକ୍ରାମଣ ସଂଖ୍ୟା ହେଉଛି ୯୧ ଲକ୍ଷ ୩୯ ହଜାର ୮୬୬, ସମୁଦାୟ ମୃତ୍ୟୁ ସଂଖ୍ୟା ହେଲା ୧ ଲକ୍ଷ ୩୩ ହଜାର ୭୩୮, ସମୁଦାୟ ସକ୍ରିୟ ମାମଲା ହେଲା ୪ ଲକ୍ଷ ୪୩ ହଜାର ୪୮୬। ଆରୋଗ୍ୟଙ୍କ ମୋଟ ସଂଖ୍ୟା ହେଲା ୮୫ ଲକ୍ଷ ୬୨ ହଜାର ୬୪୨।