ଦେଶରେ କରୋନା ମୃତ୍ୟୁ ୫୮୫ ହୋଇଥିବା ବେଳେ, କେବଳ କେରଳର ସଂଖ୍ୟା ସମସ୍ତଙ୍କୁ କରିଛି ଚକିତ

Published: Oct 27, 2021, 12:37 pm IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୮୫ ହୋଇଥିବା ବେଳେ କେବଳ କେରଳର ମୃତ୍ୟୁ ସଂଖ୍ୟା ୪୮୨ ଜଣ ବୋଲି ଜଣାପଡିଛି। ଏହାଦ୍ବାରା ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫ ହଜାର ୬୫୩ କୁ ବୃଦ୍ଧି ପାଇଛି। କିଛି ମାସ ଧରି କେରଳର କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି।

ବିଭିନ୍ନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟରେ କେରଳ ରାଜ୍ୟ ସର୍ବାଧିକ ରହିଛି। ଏହି ସଂଖ୍ୟାକୁ ମିଶାଇଲେ ବର୍ତ୍ତମାନ କେରଳର ମୋଟ ମୃତ୍ୟୁ ସଂଖ୍ୟା ୨୯ ହଜାର ୩୫୫ରେ ରହିଛି। ଏହି ରାଜ୍ୟକୁ ଛାଡିଦେଲେ ଅନ୍ୟ ରାଜ୍ୟର ମୃତ୍ୟୁ ସଂଖ୍ୟା ଗତ ୨୪ ଘଣ୍ଟାରେ ପଚାଶ ତଳେ ମୃତ୍ୟୁ ସଂଖ୍ୟା ରହିଛି।

ହିସାବ ଅନୁସାରେ କେରଳ ପରେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଗତ ୨୪ ଘଣ୍ଟାରେ ୩୨ ଜଣଙ୍କର ହୋଇଛି। ସେହିପରି ତାମିଲନାଡୁ ଏବଂ ପଶ୍ଚିିମବଂଗରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ଜଣ ଲେଖାଏଁ ରହିଛି। ମିଜୋରାମରେ ୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ କର୍ଣ୍ଣାଟକରେ ୭ ଜଣ ମୃତ୍ୟୁବରଣ କରିଛନ୍ତି। ଓଡିଶା ଏବଂ ଗୋଆରେ ୪ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

ଗତ ୨୪ ଘଣ୍ଟାରେ ୧୯ଟି ରାଜ୍ୟରେ କୌଣସି ମୃତ୍ୟୁ ହୋଇ ନ ଥିବାର ଜଣାପଡିଛି। ହିସାବ ଅନୁସାରେ ବର୍ତ୍ତମାନ ସମଗ୍ର ଦେଶରେ ସମୁଦାୟ ୩ କୋଟି ୩୫ ଲକ୍ଷ ୯୭ ହଜାର ୩୩୯ ଆରୋଗ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୨୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟ ହାର ୯୮.୧୯ ପ୍ରତିଶତକୁ ବୃଦ୍ଧି ପାଇଛି।

Related posts