Categories
ଆଜିର ଖବର ରାଜ୍ୟ ଖବର

ଦେଶରେ କରୋନା ସହ ବୃଦ୍ଧି ପାଇବାରେ ଲାଗିଛି ଓମିକ୍ରନ ମାମଲା , ଆଜି ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୬୮ ହଜାର ୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ମୋଟ ଓମିକ୍ରନ୍ ମାମଲା ୬, ୦୪୧ କୁ ବୃଦ୍ଧି ପାଇଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୬୮ ଲକ୍ଷ ୫୦ ହଜାର ୯୬୨ କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ବର୍ତ୍ତମାନ ସକ୍ରିୟ ମାମଲା ୧୪, ୧୭, ୮୨୦ ଅଛନ୍ତି। ସମଗ୍ର ଦେଶରେ ସମୁଦାୟ ୩,୪୯,୪୭,୩୯୦ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧,୨୨,୬୮୪ ରୋଗୀ ସୁସ୍ଥ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୦୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୫,୭୫୨ କୁ ବୃଦ୍ଧି ପାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଦେଶରେ କରୋନା ମୃତ୍ୟୁ ୫୮୫ ହୋଇଥିବା ବେଳେ, କେବଳ କେରଳର ସଂଖ୍ୟା ସମସ୍ତଙ୍କୁ କରିଛି ଚକିତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୮୫ ହୋଇଥିବା ବେଳେ କେବଳ କେରଳର ମୃତ୍ୟୁ ସଂଖ୍ୟା ୪୮୨ ଜଣ ବୋଲି ଜଣାପଡିଛି। ଏହାଦ୍ବାରା ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫ ହଜାର ୬୫୩ କୁ ବୃଦ୍ଧି ପାଇଛି। କିଛି ମାସ ଧରି କେରଳର କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି।

ବିଭିନ୍ନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟରେ କେରଳ ରାଜ୍ୟ ସର୍ବାଧିକ ରହିଛି। ଏହି ସଂଖ୍ୟାକୁ ମିଶାଇଲେ ବର୍ତ୍ତମାନ କେରଳର ମୋଟ ମୃତ୍ୟୁ ସଂଖ୍ୟା ୨୯ ହଜାର ୩୫୫ରେ ରହିଛି। ଏହି ରାଜ୍ୟକୁ ଛାଡିଦେଲେ ଅନ୍ୟ ରାଜ୍ୟର ମୃତ୍ୟୁ ସଂଖ୍ୟା ଗତ ୨୪ ଘଣ୍ଟାରେ ପଚାଶ ତଳେ ମୃତ୍ୟୁ ସଂଖ୍ୟା ରହିଛି।

ହିସାବ ଅନୁସାରେ କେରଳ ପରେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଗତ ୨୪ ଘଣ୍ଟାରେ ୩୨ ଜଣଙ୍କର ହୋଇଛି। ସେହିପରି ତାମିଲନାଡୁ ଏବଂ ପଶ୍ଚିିମବଂଗରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ଜଣ ଲେଖାଏଁ ରହିଛି। ମିଜୋରାମରେ ୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ କର୍ଣ୍ଣାଟକରେ ୭ ଜଣ ମୃତ୍ୟୁବରଣ କରିଛନ୍ତି। ଓଡିଶା ଏବଂ ଗୋଆରେ ୪ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

ଗତ ୨୪ ଘଣ୍ଟାରେ ୧୯ଟି ରାଜ୍ୟରେ କୌଣସି ମୃତ୍ୟୁ ହୋଇ ନ ଥିବାର ଜଣାପଡିଛି। ହିସାବ ଅନୁସାରେ ବର୍ତ୍ତମାନ ସମଗ୍ର ଦେଶରେ ସମୁଦାୟ ୩ କୋଟି ୩୫ ଲକ୍ଷ ୯୭ ହଜାର ୩୩୯ ଆରୋଗ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୨୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟ ହାର ୯୮.୧୯ ପ୍ରତିଶତକୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର

ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ଦେଶର କରୋନା ସଂକ୍ରାମଣ ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କରୋନା ସଂକ୍ରମଣ ସଂଖ୍ୟା ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ହିସାବ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାର ୪୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧ ଲକ୍ଷ ୬୨ ହଜାର ୬୬୧ ରହିଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୮ ପ୍ରତିଶତ ଅଟେ।

ହିସାବ ଅନୁସାରେ ବର୍ତ୍ତମାନ ସମଗ୍ର ଦେଶରେ ସମୁଦାୟ ୩ କୋଟି ୩୫ ଲକ୍ଷ ୯୭ ହଜାର ୩୩୯ ଆରୋଗ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୨୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟ ହାର ୯୮.୧୯ ପ୍ରତିଶତକୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର

ସାରା ଦେଶର ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୭,୫୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ବର୍ତ୍ତମାନ ସଂକ୍ରିୟ ମାମଲା ୩ ଲକ୍ଷ ୨୨ ହଜାର ୩୨୭ କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୯୯% ଅଟେ। ସମଗ୍ର ଦେଶରେ ସମୁଦାୟ ୩ କୋଟି ୧୭ ଲକ୍ଷ ୫୪ ହଜାର ୨୮୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ୧୬୯ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୭.୬୭% କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୫ ଲକ୍ଷ ୧୨ ହଜାର ୩୬୬ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨ ହଜାର ୭୭୬ ଜଣ।  ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୪୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୫ ହଜାର ୭୫୮ କୁ ବୃଦ୍ଧି ପାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଦେଶବ୍ୟାପୀ ଟିକାକରଣ ୧୬ କୋଟିକୁ ଅତିକ୍ରମ କଲା,ଗତ ୨୪ ଘଣ୍ଟାରେ ୩.୨୯ ଲକ୍ଷ ଆକ୍ରାନ୍ତ ସୁସ୍ଥ

ନୂଆଦିଲ୍ଲୀ, ଗତ କିଛି ସପ୍ତାହ ମଧ୍ୟରେ ଦେଶରେ କୋଭିଡ-୧୯ ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଛି । ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ମାମଲା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବାରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅତ୍ୟଧିକ ଚାପ ପଡ଼ିବା ଆରମ୍ଭ ହୋଇଯାଇଛି ।

୨୭ ଏପ୍ରିଲ ୨୦୨୧ରୁ କୋଭିଡ-୧୯ ରିଲିଫ ସ୍ୱରୂପ ବିଭିନ୍ନ ମେଡିକାଲ ସାମଗ୍ରୀ ଓ ଯନ୍ତ୍ରାଂଶ ଭାରତ ଆନ୍ତର୍ଜାତିକ ସହାୟତା ଭାବେ ଗ୍ରହଣ କରୁଛି । ମିଳିଥିବା ସମସ୍ତ ସହାୟତାକୁ ଉପଯୁକ୍ତ ଭାବେ ଆବଶ୍ୟକ କରୁଥିବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବଣ୍ଟନ କରାଯାଇଛି । ଏହା ଏକ କ୍ରମାନ୍ୱୟ ପ୍ରକ୍ରିୟା । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ବିଭିନ୍ନ ସହାୟତା ମାଧ୍ୟମରେ ସୁଦୃଢ଼ କରିବା ହିଁ ମୂଳ ଉଦ୍ଦେଶ୍ୟ ।

ଅନ୍ୟପକ୍ଷରେ, ଦେଶରେ କୋଭିଡ-୧୯ ଟିକାକରଣ ଅଭିଯାନର ତୃତୀୟ ପଯ୍ୟାୟ ବ୍ୟାପକ ହୋଇଥିବା ବେଳେ ମୋଟ ଟିକାକରଣ ୧୬.୨ କୋଟିକୁ ଅତିକ୍ରମ କରିପାରିଛି ।

୧୨ ରାଜ୍ୟରେ ୧୮-୪୪ ବର୍ଷ ବର୍ଗର ୯ ଲକ୍ଷ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ଏସବୁ ରାଜ୍ୟ ହେଲା

ଛତିଶଗଡ଼ -୧,୦୨୬

ଦିଲ୍ଲୀ-୧,୨୯,୦୯୬

ଗୁଜରାଟ-୧,୯୬,୮୬୦

ଜମ୍ମୁ ଏବଂ କାଶ୍ମୀର-୧୬,୩୮୭

ହରିଆନା-୧,୨୩,୪୮୪

କର୍ଣ୍ଣାଟକ-୫,୩୨୮

ମହାରାଷ୍ଟ୍ର-୧,୫୩,୯୬୬

ଓଡ଼ିଶା-୨୧,୦୩୧

ପଞ୍ଜାବ-୧,୫୩୫

ରାଜସ୍ଥାନ-୧,୮୦,୨୪୨

ତାମିଲନାଡ଼ୁ- ୬,୪୧୫

ଉତ୍ତର ପ୍ରଦେଶ – ୬୮,୮୯୩

ଆଜି ସକାଳ ୭ଟା ସୁଦ୍ଧା ୨୯ ଲକ୍ଷ ସେସନରେ ମୋଟ ୧୬ କୋଟି ୨୫ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ଅଛି, ୯୪ ଲକ୍ଷ ୮୦ ହଜାର ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୬୩ ଲକ୍ଷ ୫୪ ହଜାର ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୧ କୋଟି ୩୬ ଲକ୍ଷ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୭୪ ଲକ୍ଷ ୨୫ ହଜାର ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୧୮.୪୫ ବର୍ଷ ବର୍ଗର ୯ ଲକ୍ଷ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୬୦ ବର୍ଷରୁ ଅଧିକ ବୟସର ୫ କୋଟି ୩୧ ଲକ୍ଷ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୧ କୋଟି ୨୯ ଲକ୍ଷ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ ରୁ ୬୦ ବର୍ଷ ବର୍ମର ୫ କୋଟି ୩୮ଲକ୍ଷ ଜଣଙ୍କୁ ପ୍ରଥମ ଡୋଜ୍ ଓ ୪୮ ଲକ୍ଷ ୪୩ ହଜାର ଜଣଙ୍କ ଦ୍ୱିତୀୟ ଡୋଜ୍ ।

Categories
ଜାତୀୟ ଖବର ବିଶେଷ ଖବର

ଗମ୍ଭୀର ହେବାରେ ଲାଗିଛି ଦେଶର କରୋନା ସ୍ଥିତି, ଆଠଟି ରାଜ୍ୟ ଚିନ୍ତାର କାରଣ ପାଲଟିଛି

ନୂଆଦିଲ୍ଲୀ, ୮ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ତାମିଲନାଡୁ ଓ କେରଳରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ଦେଖାଦେଇଥିବା ମୋଟ ନୂଆ ମାମଲା ମଧ୍ୟରୁ ୮୦.୭୦% ଏହି ୮ଟି ରାଜ୍ୟରୁ ଆସିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୫,୪୬୯ ନୂଆ ମାମଲା ରେକର୍ଡ କରାଯାଇଛି । ଏହା ପଛକୁ ଥିବା ଛତିଶଗଡ଼ରେ ୯,୯୨୧ ନୂଆ ମାମଲା ଦେଖାଦେଇଥିବା ବେଳେ କର୍ଣ୍ଣାଟକରେ ୬,୧୫୦ ମାମଲା ସାମ୍ନାକୁ ଆସିଛି ।

ଭାରତର ମୋଟ ସକ୍ରିୟ କରୋନା ମାମଲା ୮,୪୩,୪୭୩ରେ ପହଞ୍ଚିଛି । ଭାରତର ମୋଟ କରୋନା ମାମଲାର ଏହା ଏବେ ୬.୫୯% ରହିଛି । ଗତ ୨୪ ଘଣ୍ଟାରେ ଦେଶର ମୋଟ ସକ୍ରିୟ ମାମଲାରେ ଆଉ ୫୫,୨୫୦ ଯୋଡ଼ି ହୋଇଯାଇଛି ।

ଭାରତର ମୋଟ କରୋନା ସକ୍ରିୟ ମାମଲା ମଧ୍ୟରୁ ୭୪.୫% ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, କେରଳ ଓ ଉତ୍ତର ପ୍ରଦେଶରୁ ରହିଛି । ଦେଶର ମୋଟ ସକ୍ରିୟ ମାମଲାର ୫୬.୧୭% କେବଳ ମହାରାଷ୍ଟ୍ରରୁ ରହିଛି ।

ଏଭଳି ସ୍ଥିତିରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ସକ୍ରିୟ ଭାବେ ସାମିଲ ରହି କାର‌୍ୟ୍ୟ କରୁଛି । ବିଶେଷକରି ଅଧିକ ନୂଆ ମାମଲା ବଢୁଥିବା ଏବଂ ସକ୍ରିୟ ମାମଲା ଅଧିକ ରହିଥିବା ରାଜ୍ୟଗୁଡ଼ିକ ଉପରେ ଅଧିକ ଫୋକସ ଦିଆଯାଉଛି ।

ଗତ ଏପ୍ରିଲ ୪ ତାରିଖରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଦେଶର କରୋନା ମହାମାରୀ ଓ ଦେଶବ୍ୟାପୀ ଚାଲିଥିବା ଟିକାକରଣ ସ୍ଥିତିର ସମୀକ୍ଷା କରିଥିଲେ । ଏହାଛଡ଼ା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଗତକାଲି ଭିଡିଓ କନଫରେନ୍ସ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କୋଭିଡ-୧୯ ମାମଲା ସଂଖ୍ୟା ଅଧିକ ଥିବା ଏବଂ ଅଧିକ ମୃତ୍ୟୁ ହାର ଥିବା ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସଂକ୍ରମଣ ଓ ଟିକାକରଣ ସ୍ଥିତି ବାବଦରେ ସମୀକ୍ଷା କରିଥିଲେ ।

ସେହିଭଳି ଗତ ଏପ୍ରିଲ ୨ ତାରିଖ ଅର୍ଥାତ ଶୁକ୍ରବାର କ୍ୟାବିନେଟ ସଚିବ ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ଡିଜିପି ଏବଂ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ । ବୈଠକରେ ବିଶେଷକରି ଗତ ଦୁଇ ସପ୍ତାହ ହେଲା ଦୈନିକ ମାମଲା ଅଧିକ ରହିଥିବା ଏବଂ ଦୈନିକ କରୋନା ମୃତ୍ୟୁ ହାର ଅଧିକ ଦେଖିଥିବା ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହାଛଡ଼ା ନିୟମିତ ଭାବେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବମାନଙ୍କ ସହ ବୈଠକ କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସ୍ଥିତି ଉପରେ ନଜର ରଖିଛନ୍ତି ।

କେନ୍ଦ୍ର ସରକାର ଇତିମଧ୍ୟରେ ମହାରାଷ୍ଟ୍ର, ପଂଜାବ ଓ ଛତିଶଗଡ଼କୁ ୫୦ଟି ଉଚ୍ଚସ୍ତରୀୟ ଟିମ ପଠାଇଛନ୍ତି । କୋଭିଡ ନିୟନ୍ତ୍ରଣ ଓ ପରିଚାଳନା ବାବଦରେ ପଦକ୍ଷେପ ନେବା ପାଇଁ ରାଜ୍ୟଗୁଡ଼ିକୁ ଏହି ଟିମଗୁଡ଼ିକ ସହଯୋଗ ପ୍ରଦାନ କରିବେ । ଏହି ଟିମଗୁଡ଼ିକ ରାଜ୍ୟଗୁଡ଼ିକରେ ୩-୫ ଦିନ ପାଇଁ ରହିବେ ।

ଅନ୍ୟପକ୍ଷରେ ଭାରତର ମୋଟ କରୋନା ଆରୋଗ୍ୟ ମାମଲା ଆଜି ୧,୧୭,୯୨,୧୩୫ରେ ପହଞ୍ଚିଛି । ଜାତୀୟ ଆରୋଗ୍ୟ ହାର ଏବେ ୯୨.୧୧% ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୫୯,୮୫୬ ଜଣ ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୬୩୦ କରୋନା ମୃତ୍ୟୁ ରେକର୍ଡ କରାଯାଇଛି ।

ନୂଆ ଦୈନିକ କରୋନା ମୃତ୍ୟୁ ମଧ୍ୟରୁ ୮ଟି ରାଜ୍ୟର ଅଂଶ ୮୪.୪୪% ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୨୯୭ ରୋଗୀ ପ୍ରାଣ ହରାଇଥିବା ବେଳେ ଏହା ପଛକୁ ଥିବା ପଂଜାବରେ ୬୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶର କରୋନା ମୃତ୍ୟୁ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ଏବଂ ଏହା ଏବେ ୧.୩୦% ରହିଛି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ବି କୋଭିଡ-୧୯ ମୃତ୍ୟୁ ରିପୋର୍ଟ ହୋଇନାହିଁ । ଏଗୁଡ଼ିକ ମଧ୍ୟରେ ଓଡ଼ିଶା, ଲଦାଖ (ୟୁଟି), ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳି, ନାଗାଲାଣ୍ଡ, ମେଘାଳୟ, ସିକ୍କିମ, ମଣିପୁର, ଲାକ୍ଷାଦ୍ୱୀପ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜ ଏବଂ ଅରୁଣାଚଳ ପ୍ରଦେଶ ରହିଛି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୯୪୬ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୯୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୯୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫ ଲକ୍ଷ ୧୨ ହଜାର ୯୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୭୨୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୪୬ ହଜାର ୭୬୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୧୩ ହଜାର ୬୦୩ ଆକ୍ଟିଭ୍‌ କେସ୍ ରହିଛି।