Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାଞ୍ଚୋଟି ରାଜ୍ୟର କରୋନା ସ୍ଥିତି ଗମ୍ଭୀର, କ୍ରମାଗତ ଭାବେ ଦୈନିକ କରୋନା ମାମଲାରେ ବୃଦ୍ଧି
ଜାତୀୟ ଖବର

ପାଞ୍ଚୋଟି ରାଜ୍ୟର କରୋନା ସ୍ଥିତି ଗମ୍ଭୀର, କ୍ରମାଗତ ଭାବେ ଦୈନିକ କରୋନା ମାମଲାରେ ବୃଦ୍ଧି

March 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୨୯୧ ଟି ନୂଆ କରୋନା ମାମଲା ଆସିଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୬,୬୨୦ ଅର୍ଥାତ ଦୈନିକ ନୂଆ ମାମଲାର ୬୩.୨୧%  ଆସିଛି । ଏହା ପଛକୁ କେରଳରୁ ୧୭୯୨ ଏବଂ ପଞ୍ଜାବରୁ ୧୪୯୨ଟି ମାମଲା ଆସିଛି ।

ଆଠଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧିର ସ୍ପଷ୍ଟ ତଥ୍ୟ ଆସୁଛି । ଏସବୁ ରାଜ୍ୟ ହେଲା ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆନା ।

ଗତ ଏକ ମାସ ହେଲା କେରଳରେ ନୂଆ ମାମଲାର ଧାରା ନିମ୍ନମୁଖୀ ରହିଛି ।
ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ରହିଛି ୨,୧୯,୨୬୨ । ମୋଟ ପଜିଟିଭ୍ ମାମଲାର ଏହା ୧.୯୩% । ବର୍ତ୍ତମାନ ଦେଶରେ ଥିବା ମୋଟ ସକ୍ରିୟ ମାମଲାର ୭୭% ତିନୋଟି ରାଜ୍ୟ ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ ରହିଛି।
ଦେଶର ମୋଟ ସକ୍ରିୟ ମାମଲାର ୫୮% କେବଳ ଅଛି ଏକାକୀ ମହାରାଷ୍ଟ୍ରରେ ଅଛି।

ଅପରପକ୍ଷରେ ଭାରତ ଟିକାକରଣକୁ ୩ କୋଟିରେ ପହଞ୍ଚାଇବା ଦିଗରେ ଦ୍ରୁତଗତିରେ ଚାଲିଛି । ଆଜି ସକାଳ ୭ଟା ସୁଦ୍ଧା ୫,୧୩,୦୬୫ ସେସନରେ ମୋଟ ୨,୯୯,୦୮,୦୩୮ ଡୋଜ୍ ଟିକା ପ୍ରଦାନ କରାଯାଇଛି ।

ଏହା ମଧ୍ୟରେ ରହିଛି, ୭୩,୫୫,୭୫୫ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୪୩,୦୫,୧୧୮ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୩,୪୦,୪୨୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୧୧,୫୦,୫୩୫ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ରୋଗାକ୍ରାନ୍ତ ୧୪,୬୪,୦୧୪ ହିତାଧିକାରୀ ଓ ୬୦ ବର୍ଷରୁ ଅଧିକ ବୟସର ୮୨,୯୨,୧୯୩ ଜଣ ହିତାଧିକାରୀ ।

ଟିକାକରଣ ଅଭିଯାନର ୫୮ତମ ଦିବସ (୧୪ ମାର୍ଚ୍ଚ ୨୦୨୧)ରେ ୧,୪୦,୮୮୦ ଡୋଜ୍ ଟିକା ପ୍ରଦାନ କରାଯାଇଛି । ରବିବାର ଥିବାରୁ ଅନେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତକାଲି ଟିକାକରଣ ପ୍ରକ୍ରିୟା ବନ୍ଦ ରହିଥିଲା ।

ଏହା ମଧ୍ୟରେ ୨୨୧୧ ସେସନରେ ୧,୨୦୮୮୫ ଜଣ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍ ଏବଂ ୧୯,୯୯୫ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଭାରତରେ ମୋଟ ୧,୧୦,୦୭,୩୫୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଜାତୀୟ ସୁସ୍ଥତା ହାର ରହିଛି ୯୬.୬୮% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭,୪୫୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ମଧ୍ୟରୁ ୮୪.୧୦% ଅଛନ୍ତି ୬ ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୮୮୬୧ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

ଏମାନଙ୍କ ମଧ୍ୟରୁ ୮୨.୨୦% ପ୍ରାଣ ହରାଇଛନ୍ତି ୬ଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୫୦ ଜଣ ପ୍ରାଣ ହରାଇଛନ୍ତି । ଏହା ପଛକୁ ପଞ୍ଜାବରେ ୨୦ ଜଣ ଏବଂ କେରଳରେ ୧୫ ଜଣ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏଗୁଡ଼ିକ ହେଲା ଆସାମ, ଚଣ୍ଡିଗଡ଼, ଜମ୍ମୁ ଏବଂ କାଶ୍ମୀର (କେନ୍ଦ୍ରଶାସିତ ଅଞ୍ଚଳ), ଓଡ଼ିଶା, ଝାଡ଼ଖଣ୍ଡ, ଲାକ୍ଷାଦ୍ୱୀପ, ସିକିମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମଣିପୁର, ଦାଦ୍ରା ଓ ନଗର ହାବେଲି ଏବଂ ଦାମନ ଓ ଡିଉ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ।

କରୋନା ସ୍ଥିତି ଦେଶରେ କରୋନା ସ୍ଥିତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.