ପାଞ୍ଚୋଟି ରାଜ୍ୟର କରୋନା ସ୍ଥିତି ଗମ୍ଭୀର, କ୍ରମାଗତ ଭାବେ ଦୈନିକ କରୋନା ମାମଲାରେ ବୃଦ୍ଧି

Published: Mar 15, 2021, 6:52 pm IST

ନୂଆଦିଲ୍ଲୀ,  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୨୯୧ ଟି ନୂଆ କରୋନା ମାମଲା ଆସିଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୬,୬୨୦ ଅର୍ଥାତ ଦୈନିକ ନୂଆ ମାମଲାର ୬୩.୨୧%  ଆସିଛି । ଏହା ପଛକୁ କେରଳରୁ ୧୭୯୨ ଏବଂ ପଞ୍ଜାବରୁ ୧୪୯୨ଟି ମାମଲା ଆସିଛି ।

ଆଠଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧିର ସ୍ପଷ୍ଟ ତଥ୍ୟ ଆସୁଛି । ଏସବୁ ରାଜ୍ୟ ହେଲା ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆନା ।

ଗତ ଏକ ମାସ ହେଲା କେରଳରେ ନୂଆ ମାମଲାର ଧାରା ନିମ୍ନମୁଖୀ ରହିଛି ।
ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ରହିଛି ୨,୧୯,୨୬୨ । ମୋଟ ପଜିଟିଭ୍ ମାମଲାର ଏହା ୧.୯୩% । ବର୍ତ୍ତମାନ ଦେଶରେ ଥିବା ମୋଟ ସକ୍ରିୟ ମାମଲାର ୭୭% ତିନୋଟି ରାଜ୍ୟ ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ ରହିଛି।
ଦେଶର ମୋଟ ସକ୍ରିୟ ମାମଲାର ୫୮% କେବଳ ଅଛି ଏକାକୀ ମହାରାଷ୍ଟ୍ରରେ ଅଛି।

ଅପରପକ୍ଷରେ ଭାରତ ଟିକାକରଣକୁ ୩ କୋଟିରେ ପହଞ୍ଚାଇବା ଦିଗରେ ଦ୍ରୁତଗତିରେ ଚାଲିଛି । ଆଜି ସକାଳ ୭ଟା ସୁଦ୍ଧା ୫,୧୩,୦୬୫ ସେସନରେ ମୋଟ ୨,୯୯,୦୮,୦୩୮ ଡୋଜ୍ ଟିକା ପ୍ରଦାନ କରାଯାଇଛି ।

ଏହା ମଧ୍ୟରେ ରହିଛି, ୭୩,୫୫,୭୫୫ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୪୩,୦୫,୧୧୮ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୩,୪୦,୪୨୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୧୧,୫୦,୫୩୫ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ରୋଗାକ୍ରାନ୍ତ ୧୪,୬୪,୦୧୪ ହିତାଧିକାରୀ ଓ ୬୦ ବର୍ଷରୁ ଅଧିକ ବୟସର ୮୨,୯୨,୧୯୩ ଜଣ ହିତାଧିକାରୀ ।

ଟିକାକରଣ ଅଭିଯାନର ୫୮ତମ ଦିବସ (୧୪ ମାର୍ଚ୍ଚ ୨୦୨୧)ରେ ୧,୪୦,୮୮୦ ଡୋଜ୍ ଟିକା ପ୍ରଦାନ କରାଯାଇଛି । ରବିବାର ଥିବାରୁ ଅନେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତକାଲି ଟିକାକରଣ ପ୍ରକ୍ରିୟା ବନ୍ଦ ରହିଥିଲା ।

ଏହା ମଧ୍ୟରେ ୨୨୧୧ ସେସନରେ ୧,୨୦୮୮୫ ଜଣ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍ ଏବଂ ୧୯,୯୯୫ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଭାରତରେ ମୋଟ ୧,୧୦,୦୭,୩୫୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଜାତୀୟ ସୁସ୍ଥତା ହାର ରହିଛି ୯୬.୬୮% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭,୪୫୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ମଧ୍ୟରୁ ୮୪.୧୦% ଅଛନ୍ତି ୬ ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୮୮୬୧ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

ଏମାନଙ୍କ ମଧ୍ୟରୁ ୮୨.୨୦% ପ୍ରାଣ ହରାଇଛନ୍ତି ୬ଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୫୦ ଜଣ ପ୍ରାଣ ହରାଇଛନ୍ତି । ଏହା ପଛକୁ ପଞ୍ଜାବରେ ୨୦ ଜଣ ଏବଂ କେରଳରେ ୧୫ ଜଣ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏଗୁଡ଼ିକ ହେଲା ଆସାମ, ଚଣ୍ଡିଗଡ଼, ଜମ୍ମୁ ଏବଂ କାଶ୍ମୀର (କେନ୍ଦ୍ରଶାସିତ ଅଞ୍ଚଳ), ଓଡ଼ିଶା, ଝାଡ଼ଖଣ୍ଡ, ଲାକ୍ଷାଦ୍ୱୀପ, ସିକିମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମଣିପୁର, ଦାଦ୍ରା ଓ ନଗର ହାବେଲି ଏବଂ ଦାମନ ଓ ଡିଉ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ।

Related posts