Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆନ୍ତର୍ଜାତୀୟ ମହିଳା ଦିବସ, ଏବେ ବି ଓଡିଶାରେ ମହିଳାମାନେ ସେହି ସ୍ଥାନକୁ ଛୁଇଁବାରେ ବାକି ଅଛି
ଜାତୀୟ ଖବର

ଆନ୍ତର୍ଜାତୀୟ ମହିଳା ଦିବସ, ଏବେ ବି ଓଡିଶାରେ ମହିଳାମାନେ ସେହି ସ୍ଥାନକୁ ଛୁଇଁବାରେ ବାକି ଅଛି

March 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନନ୍ଦିନୀ ଶତପଥି
ଆନ୍ତର୍ଜାତୀୟ ମହିଳା ଦିବସ: ଏବେ ବି ଓଡିଶାରେ ମହିଳାମାନେ ସେହି ସ୍ଥାନକୁ ଛୁଇଁବାରେ ବାକି ଅଛି

ଭୁବନେଶ୍ବର, ଓଡିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର 85 ବର୍ଷରେ ପଦାର୍ପଣ କଲାଣି। ହେଲେ ଏ ପର୍ଯ୍ୟନ୍ତ ନାରୀମାନେ ଯେପରି ଉପରକୁ ଯିବା କଥା ସେହିପରି ସ୍ଥିତି ସୃଷ୍ଟି ହୋଇ ନାହିଁ। ଏହିପରି କେତୋଟି ପ୍ରସଂଗ ଆମେ ଉପସ୍ଥାପିତ କରୁଛୁ ଯାହା ନାରୀମାନେ ସେହିପରି ସ୍ଥିତିକୁ ଉଠି ପାରି ନାହାଁନ୍ତି।

  • ୧୯୩୬ ରୁ ୨୦୨୦, ୮୪ ବର୍ଷର ଓଡିଶା ରାଜ୍ୟରେ ମାତ୍ର ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ୧୪/୬/୧୯୭୨ ରୁ ୩/୩/୧୯୭୩ ଓ ୬/୩/୭୪ ରୁ ୧୬/୧୨/୭୬, ପାଖାପାଖି ତିନି ବର୍ଷ ଓଡିଶା ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପଥି ଦାୟିତ୍ଵ ତୁଲାଇଥିଲେ। ସେ ଥିଲେ ଓଡିଶାର ପ୍ରଥମ ଓ ଅନ୍ତିମ ମହିଳା ମୁଖ୍ୟମନ୍ତ୍ରୀ।
  • ଓଡିଶାରେ ଜଣେ ବି ମହିଳା ରାଜ୍ୟପାଳ ଆଜିଯାଏଁ ନିଯୁକ୍ତି ପାଇନାହାନ୍ତି।
  • ମନ୍ତ୍ରୀମଣ୍ଡଳର ତିନି ପ୍ରମୁଖ ବିଭାଗ- ଅର୍ଥ, ଗୃହ ଓ ରାଜସ୍ୱ ବିଭାଗ ଦାୟିତ୍ଵ କେବେ ବି କୌଣସି ମହିଳାଙ୍କ ହାତକୁ ଯାଇନାହିଁ।
  • ଓଡିଶା ବିଧାନସଭାର ବାଚସ୍ପତି ପଦରେ ଆଜି ପର୍ଯ୍ୟନ୍ତ କୌଣସି ମହିଳା ନିର୍ବାଚିତ ହୋଇ ନାହାନ୍ତି।
  • ବିଧାନସଭାର ବିରୋଧୀ ଦଳ ନେତା ଭାବେ ଆଜିଯାଏ ଜଣେ ବି ମହିଳାଙ୍କୁ ଦାୟିତ୍ଵ ମିଳିନାହିଁ।
  • ରାଜ୍ୟର ମୁଖ୍ୟ ଶାସନ ସଚିବ ବା ପୋଲିସ ମହାନିର୍ଦ୍ଦେଶକ ପଦରେ କୌଣସି ମହିଳା ଆଜି ଯାଏଁ ଅବସ୍ଥାପିତ ହୋଇ ନାହାନ୍ତି।
  • ଓଡିଶା ହାଇକୋର୍ଟରେ କେହି ବି ମହିଳା ମୁଖ୍ୟ ବିଚାରପତି ଏ ଯାବତ ସ୍ଥାୟୀ ନିଯୁକ୍ତି ପାଇନହାନ୍ତି। ପ୍ରଥମଥର ଲାଗି ବର୍ତ୍ତମାନ ଜଷ୍ଟିସ ସଞ୍ଜୁ ପଣ୍ଡା ଓଡିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଦାୟିତ୍ବରେ ରହିଛନ୍ତି।
  • ଓଡିଶା ବିଧାନସଭାର ଇତିହାସରେ କେବେହେଲେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ୧୫% ରୁ ଅଧିକ ହୋଇନାହିଁ।
  • ଚଳିତ ବିଧାନସଭାରେ ମାତ୍ର ୧୫ ଜଣ ମହିଳା ବିଧାୟକ ରହିଛନ୍ତି।
  • ଲୋକସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ନୀତିକୁ ସମର୍ଥନ କରି ଓଡିଶାର ବିଜୁ ଜନତା ଦଳ ୨୧ ଲୋକସଭା ଆସନରୁ ୮ ଟିରେ ମହିଳାଙ୍କୁ ଟିକଟ ଦେଇଥିଲା। ପ୍ରଥମଥର ଲାଗି ଓଡିଶାରୁ ୭ ଜଣ ମହିଳା ଲୋକସଭା ସଦସ୍ୟ ନିର୍ବାଚିତ ହୋଇଛନ୍ତି। ତେବେ ବିଧାନସଭାରେ ଏହି ନିୟମ ବିଲକୁଲ ଲାଗୁ ହୋଇନାହିଁ।
  • ଆଜିର ଓଡିଶା ମନ୍ତ୍ରୀମଣ୍ଡଳରେ ମାତ୍ର ଦୁଇଜଣ ମହିଳା ମନ୍ତ୍ରୀ ରହିଛନ୍ତି।
ଆନ୍ତର୍ଜାତୀୟ ମହିଳା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026
Latest News

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026

ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ: ୪୦୦ ମୃତ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.