ଆନ୍ତର୍ଜାତୀୟ ମହିଳା ଦିବସ, ଏବେ ବି ଓଡିଶାରେ ମହିଳାମାନେ ସେହି ସ୍ଥାନକୁ ଛୁଇଁବାରେ ବାକି ଅଛି

Published: Mar 8, 2021, 10:36 am IST

ଭୁବନେଶ୍ବର, ଓଡିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର 85 ବର୍ଷରେ ପଦାର୍ପଣ କଲାଣି। ହେଲେ ଏ ପର୍ଯ୍ୟନ୍ତ ନାରୀମାନେ ଯେପରି ଉପରକୁ ଯିବା କଥା ସେହିପରି ସ୍ଥିତି ସୃଷ୍ଟି ହୋଇ ନାହିଁ। ଏହିପରି କେତୋଟି ପ୍ରସଂଗ ଆମେ ଉପସ୍ଥାପିତ କରୁଛୁ ଯାହା ନାରୀମାନେ ସେହିପରି ସ୍ଥିତିକୁ ଉଠି ପାରି ନାହାଁନ୍ତି।

  • ୧୯୩୬ ରୁ ୨୦୨୦, ୮୪ ବର୍ଷର ଓଡିଶା ରାଜ୍ୟରେ ମାତ୍ର ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ୧୪/୬/୧୯୭୨ ରୁ ୩/୩/୧୯୭୩ ଓ ୬/୩/୭୪ ରୁ ୧୬/୧୨/୭୬, ପାଖାପାଖି ତିନି ବର୍ଷ ଓଡିଶା ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପଥି ଦାୟିତ୍ଵ ତୁଲାଇଥିଲେ। ସେ ଥିଲେ ଓଡିଶାର ପ୍ରଥମ ଓ ଅନ୍ତିମ ମହିଳା ମୁଖ୍ୟମନ୍ତ୍ରୀ।
  • ଓଡିଶାରେ ଜଣେ ବି ମହିଳା ରାଜ୍ୟପାଳ ଆଜିଯାଏଁ ନିଯୁକ୍ତି ପାଇନାହାନ୍ତି।
  • ମନ୍ତ୍ରୀମଣ୍ଡଳର ତିନି ପ୍ରମୁଖ ବିଭାଗ- ଅର୍ଥ, ଗୃହ ଓ ରାଜସ୍ୱ ବିଭାଗ ଦାୟିତ୍ଵ କେବେ ବି କୌଣସି ମହିଳାଙ୍କ ହାତକୁ ଯାଇନାହିଁ।
  • ଓଡିଶା ବିଧାନସଭାର ବାଚସ୍ପତି ପଦରେ ଆଜି ପର୍ଯ୍ୟନ୍ତ କୌଣସି ମହିଳା ନିର୍ବାଚିତ ହୋଇ ନାହାନ୍ତି।
  • ବିଧାନସଭାର ବିରୋଧୀ ଦଳ ନେତା ଭାବେ ଆଜିଯାଏ ଜଣେ ବି ମହିଳାଙ୍କୁ ଦାୟିତ୍ଵ ମିଳିନାହିଁ।
  • ରାଜ୍ୟର ମୁଖ୍ୟ ଶାସନ ସଚିବ ବା ପୋଲିସ ମହାନିର୍ଦ୍ଦେଶକ ପଦରେ କୌଣସି ମହିଳା ଆଜି ଯାଏଁ ଅବସ୍ଥାପିତ ହୋଇ ନାହାନ୍ତି।
  • ଓଡିଶା ହାଇକୋର୍ଟରେ କେହି ବି ମହିଳା ମୁଖ୍ୟ ବିଚାରପତି ଏ ଯାବତ ସ୍ଥାୟୀ ନିଯୁକ୍ତି ପାଇନହାନ୍ତି। ପ୍ରଥମଥର ଲାଗି ବର୍ତ୍ତମାନ ଜଷ୍ଟିସ ସଞ୍ଜୁ ପଣ୍ଡା ଓଡିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଦାୟିତ୍ବରେ ରହିଛନ୍ତି।
  • ଓଡିଶା ବିଧାନସଭାର ଇତିହାସରେ କେବେହେଲେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ୧୫% ରୁ ଅଧିକ ହୋଇନାହିଁ।
  • ଚଳିତ ବିଧାନସଭାରେ ମାତ୍ର ୧୫ ଜଣ ମହିଳା ବିଧାୟକ ରହିଛନ୍ତି।
  • ଲୋକସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ନୀତିକୁ ସମର୍ଥନ କରି ଓଡିଶାର ବିଜୁ ଜନତା ଦଳ ୨୧ ଲୋକସଭା ଆସନରୁ ୮ ଟିରେ ମହିଳାଙ୍କୁ ଟିକଟ ଦେଇଥିଲା। ପ୍ରଥମଥର ଲାଗି ଓଡିଶାରୁ ୭ ଜଣ ମହିଳା ଲୋକସଭା ସଦସ୍ୟ ନିର୍ବାଚିତ ହୋଇଛନ୍ତି। ତେବେ ବିଧାନସଭାରେ ଏହି ନିୟମ ବିଲକୁଲ ଲାଗୁ ହୋଇନାହିଁ।
  • ଆଜିର ଓଡିଶା ମନ୍ତ୍ରୀମଣ୍ଡଳରେ ମାତ୍ର ଦୁଇଜଣ ମହିଳା ମନ୍ତ୍ରୀ ରହିଛନ୍ତି।

Related posts