ବାଲୁଗାଁ: ଭୋଟର ସଚେତନତା ରାଲି

Published: May 3, 2024, 11:20 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପଞ୍ଚାୟତ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟର ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଚିଲିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରିଡାଙ୍କ ତତ୍ୱାବଧାନରେ ଏହି ରାଲି କରାଯାଇଥିଲା।

ଉକ୍ତ ରାଲି ବଡକୁଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବାହାରି ଏନଏସିର ବିଭିନ୍ନ ୱାର୍ଡ ସମେତ ବାଲୁଗାଁ ସହର ପରିକ୍ରମା କରିଥିଲା। ଏଥିରେ ଚିଲିକା ବ୍ଲକ, ବାଲୁଗାଁ ଏନଏସିର ସମସ୍ତ ସେକ୍ଟର ଅଫିସର, କର୍ମଚାରୀ, ବାଲୁଗାଁ ଥାନା କର୍ମଚାରୀ, ଏଫଏସଟି, ଭିଏସଟି, ଏସଏସଟି ପ୍ରମୁଖ ଯୋଗ ଦେଇ ନୂତନ ଯୁବ ଭୋଟର ଓ ସମସ୍ତ ଭୋଟରଙ୍କୁ ନିଜର ଅଧିକାର ମୁତାବକ ଶତ ପ୍ରତିଶତ ମତଦାନ କରିବାପାଇଁ ସଚେତନତା ବାର୍ତା ବାଣ୍ଟିଥିଲେ।

ଆସନ୍ତା ମେ ୨୫ ତାରିଖରେ ନିଜ ନିଜ ମତଦାନ କେନ୍ଦ୍ରରେ ପହଞ୍ଚି ଶାନ୍ତି ଶୃଙ୍ଖଳାର ସହ ନିଜ ମତଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ।

Related posts