Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»କୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମୁଖ୍ୟମନ୍ତ୍ରୀ କଲେ ପ୍ରଚାର
ନିର୍ବାଚନ ଖବର

କୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମୁଖ୍ୟମନ୍ତ୍ରୀ କଲେ ପ୍ରଚାର

May 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମୁଖ୍ୟମନ୍ତ୍ରୀ କଲେ ପ୍ରଚାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମଧ୍ୟ ମର୍ଯ୍ୟାଦାପୂର୍ଣ୍ଣ ନିର୍ବାଚନ ପ୍ରଚାର କରି ରାଜନୀତିର ପରିଭାଷାକୁ ମାର୍ଜିତ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଲୋକଙ୍କ ଭିତରେ ଅଭୂତପୂର୍ବ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସେମାନେ ସମସ୍ତେ ବିଭୋର ହୋଇ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀରେ ସଭାସ୍ଥଳକୁ ପ୍ରକମ୍ପିତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଶାନ୍ତ, ସରଳ ‘ପ୍ରଶ୍ନୋତ୍ତର’ ପ୍ରଚାର ଷ୍ଟାଇଲ ଲୋକଙ୍କ ଭିତରେ ବେଶ ଆଦୃତି ଲାଭ କରିଥିଲା। ରାଜ୍ୟ ସରକାରଙ୍କ ସବୁ ପ୍ରମୁଖ ଯୋଜନାର ନା ଧରି ମୁଖ୍ୟମନ୍ତ୍ରୀ ପଚାରିଲେ ଏ ସବୁ ଭଲ କାମ କରୁଛି ତ? ମୁଖ୍ୟମନ୍ତ୍ରୀ ପ୍ରଥମେ ଖରା ଓ ଗରମରେ ଲୋକମାନେ ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ, ତାପରେ ପଚାରିଥିଲେ ‘ଆପଣମାନେ ଭଲ ଅଛନ୍ତି ତ?’। ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ କାମ କରୁଛି ତ?’। ମମତା ଯୋଜନା, ଲକ୍ଷ୍ମୀ ବସ୍‌, ମଧୁବାବୁ ପେନ୍‌ସନ୍‌, କାଳିଆ ଯୋଜନା, ମିଶନ ଶକ୍ତି ଆଦି ସବୁ ଯୋଜନା ଭଲ କାମ କରୁଛି ତ?

ସବୁର ଉତ୍ତର ଥିଲା ‘ହଁ’ ।

ଶେଷରେ ସେ ପଚାରିଥିଲେ ‘ନବୀନ ପଟ୍ଟନାୟକ ଭଲ ତ?’ ଏହାପରେ ସମବେତ ଜନତା ବିପୁଳ ଉତ୍ସାହରେ ଠିଆ ହୋଇ ‘ହଁ’ ଶବ୍ଦ ଧ୍ୱନି ସହିତ କରତାଳି ଦେଇଥିଲେ।

ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ବିଜେପି ଦଳର ଯଦି ସତ୍‌ ସାହସ ଅଛି, ତାହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଘୋଷଣା କରନ୍ତୁ । ସେ ପୁଣି କହିଥିଲେ ଯେ ଯଦି କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରନ୍ତି, ତାହେଲେ ୧୦ ପ୍ରତିଶତ ସିଟ୍‌ ମଧ୍ୟ ପାଇବେ ନାହିଁ।

ବିଜେପି ଦଳ ଉପରେ ପ୍ରଚଣ୍ଡ ଆକ୍ରମଣ କରି ପାଣ୍ଡିଆନ କହିଲେ ଯେ ବର୍ଷକୁ ୨ କୋଟି ଚାକିରୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶୃତି ଦେଇଥିଲେ। ଦଶ ବର୍ଷରେ ୨୦ କୋଟି ନିଯୁକ୍ତି ମିଳିବା କଥା । ସେହି ହିସାବରେ ଓଡିଶାରେ ୮୦ ଲକ୍ଷ ଚାକିରୀ ମିଳିବା କଥା। କୁଆଡେ ଗଲା ସେ ଚାକିରୀ ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ। ସେ କହିଥିଲେ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁ ଓଡିଶାରେ ବେକାରୀ ସମସ୍ୟା ସବୁଠୁ କମ୍‌ ରହିଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଓଡିଶାରେ ବେକାରୀ କମ୍।

ରାୟଗଡାରେ ଲୋକସଭା ପ୍ରାର୍ଥୀ ଶ୍ରୀମତୀ କୌଶଲ୍ୟା ହିକକା କହିଥିଲେ ଯେ ନବୀନ ବାବୁ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି। 5T ଗ୍ୟାରେଣ୍ଟି ହେଉଛି ସବଠୁ ବଡ ଗ୍ୟାରେଣ୍ଟି। ସେ କହିଥିଲେ ଯେ ନବୀନ ପଟ୍ଟନାୟକ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ଅଛନ୍ତି ଏବଂ ଓଡିଶାବାସୀ ତାଙ୍କ ହୃଦୟରେ ଅଛନ୍ତି।

ପାରଳାଖେମୁଣ୍ଡିରେ ଲୋକସଭା ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ଓଡିଶାର ସବୁ ପରିବାର ପାଖରେ ପହଞ୍ଚିଛି। ବିରୋଧୀ ଦଳ ଯଦି କ୍ଷମତାକୁ ଆସେ ତାହେଲେ ଏସବୁ ଜନକଲ୍ୟାଣକାରୀ କାର୍ଯ୍ୟକ୍ରାମ ବନ୍ଦ କରିଦେବେ। ନବୀନ ବାବୁଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ନୂଆ ଇତିହାସ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ।

ରାୟଗଡାରେ ବିଧାୟକ ପ୍ରାର୍ଥୀ ଅନସୂୟା ମାଝୀ, ବିଷମକଟକ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା, ଗୁଣୁପୁରରେ ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗୋ ଏବଂ ପାରଳାଖେମୁଣ୍ଡିରେ ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଓ ମୋହନାରେ ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗୋ BJD ସପକ୍ଷରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ।

Naveen Patnaik ଓଡିଶାନିର୍ବାଚନ2024 କୋରାପୁଟରେ ନବୀନ ନବୀନଙ୍କ ପ୍ରଚାର
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026

ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଶୋଭାଯାତ୍ରା: ସହର ବୁଲି ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା

October 2, 2026

ନିଶାମୁକ୍ତ ଯୁବ ଭାରତ ପାଇଁ ଗଣ ଦୌଡ଼

October 2, 2026

କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ

October 2, 2026
Latest News

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026

ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଶୋଭାଯାତ୍ରା: ସହର ବୁଲି ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା

October 2, 2026

ନିଶାମୁକ୍ତ ଯୁବ ଭାରତ ପାଇଁ ଗଣ ଦୌଡ଼

October 2, 2026

ଭାରତୀୟ ସେନାର ସଫଳତା: BSF ଗୁଳିରେ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

October 2, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ପଥପ୍ରାନ୍ତ ନାଟକ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.