ଯାତ୍ରୀବାହୀ ବସ୍ ରୁ ଖସି ବୃଦ୍ଧା ଗୁରୁତର

Published: May 4, 2024, 6:51 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଛକରେ ଏକ ଯାତ୍ରୀବାହୀ ବସରୁ ଖସି ନିକଟସ୍ଥ କୀର୍ତ୍ତିପୁର ଗ୍ରାମର ୬୫ ବର୍ଷ ବୟସ୍କା ରଙ୍ଗବତୀ ସ୍ବାଇଁ ନାମ୍ନୀ ଜନୈକା ବୃଦ୍ଧା ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଖବରରୁ ଜଣାପଡିଛି ଯେ, ନିଜର ଚିକିତ୍ସା ନିମନ୍ତେ ହିଞ୍ଜିଳି ଡାକ୍ତରଖାନାକୁ ଯିବା ପାଇଁ ଉକ୍ତ ଛକରେ ବସ୍ କୁ ଅପେକ୍ଷା କରିଥିଲେ ଓ ପୋଲସରାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ବସ୍ ରେ ଚଢ଼ିବା ବେଳେ ବସ୍ ରୁ ଖସି ଯିବାରୁ ବସ୍ ର ପଛ ଚକା ତାଙ୍କର ବାମ ଗୋଡ ଉପରେ ଚଢ଼ି ଯାଇଥିଲା। ଯାହା ଫଳରେ ତାଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା।

ଘଟଣାସ୍ଥଳରେ ଉପସ୍ଥିତ ଲୋକମାନଙ୍କ ସହାୟତାରେ ରଙ୍ଗବତୀଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts