ଚିଲିକା ନିର୍ବାଚନ ମଣ୍ଡଳୀର ଆପ୍ ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଜଣେ ଯୁବକ

Published: May 4, 2024, 9:19 pm IST

ଖୋର୍ଦ୍ଧା: ଆଜି ଆମ ଆଦମି ପାର୍ଟି ତରଫରୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ସଂଗ୍ରାମ କେଶରୀ ପରିଡା ଖୋର୍ଦ୍ଧାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସମର୍ଥକଙ୍କ ସହ ନିରାଡ଼ମ୍ବର ଭାବରେ ଆସି ଏଡିଏମଙ୍କ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସଂଗ୍ରାମ ଜଣେ ଉଚ୍ଚ ଶିକ୍ଷିତ ଏବଂ ଇଞ୍ଜିନିୟରିଂ ଚାକିରୀ ଛାଡି ରାଜନୀତିରେ ପାଦ ଦେଇଛନ୍ତି। ଓଡିଶାକୁ ଏକ ସମୃଦ୍ଧ ରାଜ୍ୟରେ କେବଳ ଆମ ଆଦମୀ ପାର୍ଟି ହିଁ ସୁ ଶାସନ ଦେଇପାରିବ ବୋଲି ସଂଗ୍ରାମ କହିଛନ୍ତି। ଚିଲିକାର ଭୋଟର ବହୁ ସଚେତନ ଅଛନ୍ତି। ଚିଲିକା ପାଇଁ ମୋର ସ୍ୱତନ୍ତ୍ର ଭିଜନ ଅଛି। ଆଇଟି ସେକ୍ଟରରେ ମୁଁ ଏକଲକ୍ଷ୍ୟ ଟଙ୍କାର ଚାକିରୀ ଛାଡି ଅଂଚଳର ଦୁରାବସ୍ତାକୁ ସୁଧାରିବାକୁ ଚେଷ୍ଟିତ ହେବି ବୋଲି ସଂଗ୍ରାମ କହିଛନ୍ତି।

ତେଣୁ ଆମ ଆଦମୀ ପାର୍ଟି ଯେଉଁଭଳି ଅନ୍ୟ ରାଜ୍ୟରେ ଶିକ୍ଷା, ସ୍ଵାସ୍ଥ୍ୟ, ପାଣି ଓ ବିଜୁଳି ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ସେଥିରେ ଅନୁପ୍ରାଣିତ ହୋଇ ମୁଁ ଦଳରୁ ପ୍ରାର୍ଥୀ ହୋଇଛି ବୋଲି କହିଛନ୍ତି ସଂଗ୍ରାମ କେଶରୀ।

Related posts