Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ କ’ଣ ପାଇଲା ଅରବିନ୍ଦ କେଜ୍ରିୱାଲଙ୍କ AAP? ଜାଣନ୍ତୁ ସ୍ଥିତି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାର ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଛତିଶଗଡ ଏବଂ ରାଜସ୍ଥାନରେ ଶାସକ କଂଗ୍ରେସକୁ ବିଜେପି ଝଟକା ଦେଇଛି। ଏହା ବ୍ୟତୀତ ମଧ୍ୟପ୍ରଦେଶରେ ବିଜେପି ବଡ଼ ବ୍ୟବଧାନରେ ଜିତିଛି। ସେପଟେ ତେଲେଙ୍ଗାନାରେ ଶାସକ ବିଆରଏସକୁ କଂଗ୍ରେସ ପରାସ୍ତ କରିଛି। ଏହି ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ମଧ୍ୟ ଶକ୍ତିର ସହିତ ନିର୍ବାଚନ ମଇଦାନକୁ ପ୍ରବେଶ କରିଥିଲା, କିନ୍ତୁ ଦଳଜୁ ସବୁ ସ୍ଥାନରେ ପରାଜୟର ସାମ୍ନା କରିବାକୁ ପଡିଛି।

ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଆମ ଆଦମି ପାର୍ଟି ଗୋଟିଏ ବି ଆସନ ପାଇନାହିଁ। ଛତିଶଗଡରେ ଆମ୍ ଆଦମୀ ପାର୍ଟିକୁ ୦.୯୪ ପ୍ରତିଶତ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଛି। ମଧ୍ୟପ୍ରଦେଶରେ ଆପ କୁ ମାତ୍ର ୦.୪୩ ପ୍ରତିଶତ ଏବଂ ରାଜସ୍ଥାନରେ ୦.୩୮ ପ୍ରତିଶତ ଭୋଟ୍ ପାଇଛି। ଅରବିନ୍ଦ କେଜ୍ରିୱାଲଙ୍କ ଦଳ AAP ରାଜସ୍ଥାନର ୮୮ ଟି, ଛତିଶଗଡରେ ୫୭ ଟି ଏବଂ ମଧ୍ୟପ୍ରଦେଶର ୭୦ ରୁ ଅଧିକ ଆସନରେ ପ୍ରାର୍ଥୀ କରିଥିଲା।

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବ ନିର୍ବାଚନ ଫଳାଫଳ: ବିପୁଳ ବିଜୟ ଆଡକୁ ଆମ ଆଦମି ପାର୍ଟି, ବହୁତ ପଛରେ କଂଗ୍ରେସ

ଚଣ୍ଡିଗଡ: ଆଜି ପଞ୍ଜାବ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୧୧୭ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ବିପୁଳ ବିଜୟ ଆଡକୁ ଆମ ଆଦମି ପାର୍ଟି ଅଗ୍ରସର ହେଉଥିବା ବେଳେ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ଅଛି। ସେହିଭଳି ଶିରୋମଣି ଅକାଳୀ ଦଳ ତୃତୀୟ ସ୍ଥାନରେ ଥିବା ବେଳେ ବିଜେପି ଚତୁର୍ଥ ସ୍ଥାନରେ ରହିଛି।

ପଞ୍ଜାବ ମୋଟ ଆସନ ୧୧୭/୧୧୭ (ଆଗୁଆ/ବିଜୟୀ):

ଆମ ଆଦମି ପାର୍ଟି- ୯୦

କଂଗ୍ରେସ- ୧୮

ଅକାଳୀ ଦଳ+- ୦୬

ବିଜେପି+- ୦୨

ଅନ୍ୟ- ୦୧

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବ ନିର୍ବାଚନ ଫଳାଫଳ: ବହୁତ ଆଗରେ ଆମ ଆଦମି ପାର୍ଟି, ଦ୍ଵିତୀୟ ସ୍ଥାନରେ କଂଗ୍ରେସ

ଚଣ୍ଡିଗଡ: ଆଜି ପଞ୍ଜାବ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୧୧୭ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଆମ ଆଦମି ପାର୍ଟି  ଆଗୁଆ ଥିବା ବେଳେ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ଅଛି। ସେହିଭଳି ଶିରୋମଣି ଅକାଳୀ ଦଳ ତୃତୀୟ ସ୍ଥାନରେ ଥିବା ବେଳେ ବିଜେପି ଚତୁର୍ଥ ସ୍ଥାନରେ ରହିଛି। ଏହା ପ୍ରାରମ୍ଭିକ ଟ୍ରେଣ୍ଡ ହୋଇଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ କିଏ ଆଗେ ରହିବ ଏବଂ କିଏ ରହିବ ପଛେ, ତାହା ସ୍ପଷ୍ଟ ହେବ। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଆମ ଆଦମି ପାର୍ଟି କୁ ସ୍ପଷ୍ଟ ବହୁମତ ମିଳୁଥିବା ଦେଖାଯାଉଛି। ଯଦି ଏଭଳି ଟ୍ରେଣ୍ଡ ରହିବ, ତେବେ ପ୍ରଥମ ଥର ପାଇଁ ପଞ୍ଜାବରେ ଏକ ନୂଆ ଦଳ ସରକାର ଗଠନ କରି ଇତିହାସ ରଚିବ।

ପଞ୍ଜାବ ମୋଟ ଆସନ ୧୧୭/୧୦୭ (ଗଣତି):

ଆମ ଆଦମି ପାର୍ଟି- ୭୫

କଂଗ୍ରେସ- ୧୮

ଅକାଳୀ ଦଳ+- ୦୯

ବିଜେପି+- ୦୪

ଅନ୍ୟ- ୦୧