Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦିଦି ବନାମ ମୋଦୀ, ପଶ୍ଚିମବଙ୍ଗ ନିର୍ବାଚନରେ ଗଣତନ୍ତ୍ରର ଅଗ୍ନି ପରୀକ୍ଷା
ଜାତୀୟ ଖବର

ଦିଦି ବନାମ ମୋଦୀ, ପଶ୍ଚିମବଙ୍ଗ ନିର୍ବାଚନରେ ଗଣତନ୍ତ୍ରର ଅଗ୍ନି ପରୀକ୍ଷା

March 11, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଦିଦି ବନାମ ମୋଦୀ, ପଶ୍ଚିମ ବଙ୍ଗ ନିର୍ବାଚନରେ ଗଣତନ୍ତ୍ରର ଅଗ୍ନି ପରୀକ୍ଷା

କେଦାର ମିଶ୍ର

ଆଠଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରାୟ ଦୁଇ ମାସ ଧରି ଗୋଟେ ରାଜ୍ୟର ବିଧାନସଭା ନିର୍ବାଚନ ହେବା, ଗୋଟେ ବିରଳ ଘଟଣା। ଏହି ସମାନ ସମୟରେ ଆଉ ଚାରୋଟି ରାଜ୍ୟ ବିଧାନସଭା ଲାଗି ନିର୍ବାଚନ ହେବ। ତାମିଲନାଡୁ ଭଳି ବଡ ରାଜ୍ୟର ନିର୍ବାଚନ ପଶ୍ଚିମ ବଙ୍ଗ ସହିତ ହେବାକୁ ଯାଉଛି। ତାମିଲନାଡୁରେ ବିଧାନସଭା ଆସନ ସଂଖ୍ୟା ୨୩୪ ହୋଇଥିବା ବେଳେ ପଶ୍ଚିମ ବଙ୍ଗ ବିଧାନସଭାର ଆସନ ସଂଖ୍ୟା ୨୯୪।

ନିର୍ବାଚନ କମିଶନ ତାମିଲନାଡୁରେ ଏପ୍ରିଲ ୬ ତାରିଖ ଦିନ ଗୋଟିଏ ପର୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପଶ୍ଚିମ ବଙ୍ଗରେ ୨୭ ମାର୍ଚ୍ଚ ରୁ ୨୯ ଏପ୍ରିଲ ପର୍ୟନ୍ତ ୮ ଟି ପର୍ୟାୟରେ ନିର୍ବାଚନ ହେବ। ରାଜନୈତିକ ହିଂସା କାରଣରୁ ଏ ପ୍ରକାର ନିର୍ବାଚନ କରିବା ଜରୁରୀ ଥିଲା ବୋଲି ନିର୍ବାଚନ କମିଶନ କହିଛନ୍ତି। ତେବେ ପଶ୍ଚିମ ବଙ୍ଗ ନିର୍ବାଚନରେ କେବଳ ରାଜନୈତିକ ହିଂସା ହେଉଛି ନା ଏହା ଅନ୍ୟ ରାଜ୍ୟରେ ମଧ୍ୟ ଘଟୁଛି, ତାର କୌଣସି ଯଥାର୍ଥ ଉତ୍ତର କାହା ପାଖରେ ନାହିଁ।

ପଶ୍ଚିମ ବଙ୍ଗ ନିର୍ବାଚନ ସମ୍ପର୍କରେ ଦେଶର ପ୍ରାୟ ଗଣମାଧ୍ୟମ ସଂସ୍ଥାଙ୍କର ଆକଳନ ହେଉଛି, ରାଜ୍ୟରେ ପୁଣି ଥରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି। ଏପରିକି ବିଜେପି ସମର୍ଥିତ ଟେଲିଭିଜନ ସସ୍ଥା ଗୁଡିକ ମଧ୍ୟ ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ବୋଲି କହୁଛନ୍ତି। ଗତ ସପ୍ତାହରେ “ଟାଇମ୍ସ ନାଓ” ର ଜନମତ ସର୍ଭେ ଅନୁଯାୟୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପୁଣିଥରେ ସରକାର ଗଢିବ।

ତେବେ ୨୦୧୬ ତୁଳନାରେ ଭାରତୀୟ ଜନତା ପାର୍ଟି ସେଠାରେ ଆଶାତୀତ ସଫଳତା ପାଇବ ବୋଲି କୁହା ଯାଉଛି। ବିଜେପି ତରଫରୁ ପଶ୍ଚିମ ବଙ୍ଗରେ ଯେ କୌଣସି ଉପାୟରେ କ୍ଷମତା ଦଖଲ କରିବାର ଉଦ୍ୟମ ଚାଲିଛି। ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମ ବଙ୍ଗରେ ବିଜେପି ସରକାର ଗଠନ ଲାଗି ଗତ କିଛି ବର୍ଷ ଧରି ପ୍ରବଳ ପରିଶ୍ରମ କରୁଛନ୍ତି। ତେବେ ୨୦୧୬ ନିର୍ବାଚନରେ ବିଜେପିର ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିଥିଲା। ୨୦୧୬ ରେ ବିଜେପିକୁ ମାତ୍ର ୫.୫୬% ଭୋଟ ଓ ୩ ଟି ଆସନ ମିଳିଥିଲା।

ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟର ଦ୍ଵିତୀୟ ସର୍ବାଧିକ ଭୋଟ ପାଇଥିବା ଦଳ ଭାବେ ଉଭା ହୋଇଥିଲା। ୨୦୧୬ ରୁ ୨୦୧୯, ଏହି ତିନି ବର୍ଷ ଭିତରେ ବିଜେପିର ଭୋଟ ହାର ୫.୫୬% ରୁ ୪୦.୬୪% କୁ ବୃଦ୍ଧି ପାଇଥିଲା। ଲୋକସଭାରେ ବିଜେପିକୁ ୧୮ ଆସନ ମିଳିବା ପରେ ପଶ୍ଚିମ ବଂଗର କ୍ଷମତା ଦଖଲ ସ୍ଵପ୍ନ ସତ ହେବାକୁ ଯାଉଛି ବୋଲି ଭାବିବା ବିଜେପି ପାଇଁ ସ୍ଵାଭାବିକ।

ଭୋଟ ଗଣିତକୁ ଦେଖିଲେ, ବିଜେପି ପଶ୍ଚିମ ବଙ୍ଗରେ ବେଶ ଭଲ ପ୍ରଦର୍ଶନ କରିଛି। ତେବେ ତୃଣମୂଳ କଂଗ୍ରେସ ଓ ମମତା ବାନାର୍ଜୀଙ୍କୁ ହରାଇବା ଲାଗି ଏହି ଗଣିତ ଯଥେଷ୍ଟ କି? ଲୋକସଭା ନିର୍ବାଚନରେ ତୃଣମୂଳକୁ ୪୩.୬୩% ଭୋଟ ଏବଂ ୨୨ ଟି ଲୋକସଭା ଆସନ ମିଳିଥିବା ବେଳେ ବିଜେପିକୁ ୪୦.୬୪%  ଭୋଟ ଓ ୧୮ ଟି ଲୋକସଭା ଆସନ ମିଳିଥିଲା।

୨୦୧୬ ବିଧାନସଭା ତୁଳନାରେ ଲୋକସଭା ନିର୍ବାଚନରେ ପ୍ରାୟ ୧% ଭୋଟ କମ ମିଳିଥିଲା। ଅର୍ଥାତ ତୃଣମୂଳ ନିଜ ଭୋଟ ବ୍ୟାଙ୍କକୁ ଅକ୍ଷୁଣ୍ଣ ରଖିବାରେ ୨୦୧୯ ରେ ମଧ୍ୟ ସଫଳ ହୋଇଥିଲା। ବିଜେପିକୁ ଯେଉଁ ୪୦% ଭୋଟ ଆସିଥିଲା, ତାହା ମୁଖ୍ୟତଃ କଂଗ୍ରେସ ଏବଂ ବାମପନ୍ଥୀ ଭୋଟ ଖାତାରୁ ହିଁ ବଦଳି ହୋଇଥିଲା। ୨୦୧୬ ବିଧାନସଭା ନିର୍ବାଚନରେ କଂଗ୍ରେସ-ବାମପନ୍ଥୀ ମେଣ୍ଟ ୩୬% ଭୋଟ ପାଇଥିଲେ, ଯାହାକି ଲୋକସଭା ନିର୍ବାଚନରେ ୧୨% କୁ ଖସି ଆସିଥିଲା।

ନିର୍ବାଚନୀ ଗଣିତରେ ଆଜି ମଧ୍ୟ ତୃଣମୂଳ ବିଜେପି ଠାରୁ ସୁବିଧାଜନକ ସ୍ଥିତି ରେ ରହିଛି। ବିଜେପି ନିର୍ବାଚନୀ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ଵ ଉପରେ ଭରା ଦେଇ ଚାଲିଛି। ବିଧାନସଭା ନିର୍ବାଚନରେ ବିଜେପି ପାଇଁ ରାଜ୍ୟର କୌଣସି ପ୍ରଭାବଶାଳୀ ମୁଖ୍ୟମନ୍ତ୍ରୀ ଚେହେରା ନାହାନ୍ତି।

ମମତା ବାନାର୍ଜୀଙ୍କ ବ୍ୟକ୍ତିତ୍ବ ଓ ନେତୃତ୍ବକୁ ସାମ୍ନା କଲା ଭଳି ରାଜ୍ୟ ବିଜେପି ନେତୃତ୍ଵ ନ ଥିବାରୁ ଦଳ ତରଫରୁ ସିନେ ତାରକା ମିଥୁନ ଚକ୍ରବର୍ତ୍ତୀ ଓ କ୍ରିକେଟ ତାରକା ସୌରଭ ଗାଙ୍ଗୁଲିଙ୍କୁ ଦଳକୁ ଆଣିବାର ଉଦ୍ୟମ ହୋଇଛି। ମିଥୁନଙ୍କୁ ବିଜେପିରେ ମିଶାଇବାକୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁଖିଆ ମୋହନ ଭାଗବତ ଖୋଦ ତାଙ୍କ ଘରକୁ ଯାଇଥିଲେ। ପୂର୍ବରୁ ସଂଘର ମୁଖିଆ ଏଇ ସ୍ତରକୁ ଆସି ଦଳ ପାଇଁ କାମ କରିଥିବାର ଉଦାହରଣ ନାହିଁ। ପଶ୍ଚିମ ବଙ୍ଗ ରେ କ୍ଷମତା ହାସଲ କରିବା ଲାଗି ସଂଘ ପରିବାର ଓ ବିଜେପିର ଲାଳସା ଏବେ ଅତ୍ୟନ୍ତ ତୀବ୍ର। ହେଲେ ମମତା ବାନାର୍ଜୀଙ୍କ ବ୍ୟକ୍ତିତ୍ବକୁ ମାତ ଦେବା ଭଳି ସ୍ଥିତି ଏ ଯାଏଁ ବିଜେପି ସୃଷ୍ଟି କରି ପାରିନାହିଁ।

ମମତାଙ୍କ ଲାଗି ପଶ୍ଚିମ ବଙ୍ଗ ରାଜନୀତିରେ ସବୁଠୁ ବଡ ସୁବିଧା ହେଉଛି, ସେଠିକାର ବିଶାଳକାୟ ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ। ୨୦୧୧ ଜଣ ଗଣନା ଅନୁଯାୟୀ ପଶ୍ଚିମ ବଙ୍ଗରେ ୨୭.୦୧ ମୁସଲମାନ ବାସିନ୍ଦା ରହିଥିବା ବେଳେ ପ୍ରାୟ ୧୦୨ଟି ଆସନରେ ସଂଖ୍ୟାଲଘୁ ଭୋଟରଙ୍କର ସ୍ଥିତି ଅଧିକ। ବିଜେପିର ସଂଖ୍ୟାଲଘୁ ନୀତି ବିରୋଧରେ ଏହି ସଂଖ୍ୟା ସବୁବେଳେ ଏକାଠି ହେବାକୁ ରାଜନୈତିକ କାରଣରୁ ବାଧ୍ୟ।

ଅନ୍ୟ ରାଜ୍ୟ ଭଳି ସଂଖ୍ୟାଲଘୁଙ୍କ ବିରୋଧରେ ଧ୍ରୁବିକରଣ ରାଜନୀତି ପଶ୍ଚିମବଙ୍ଗରେ କାମ ଦେଉନାହିଁ। ସମୟ କ୍ରମେ କଂଗ୍ରେସ ଓ ବାମ ମେଣ୍ଟ ପାଉଥିବା ସଂଖ୍ୟାଲଘୁ ଭୋଟ ଏବେ ତୃଣମୂଳ ସପକ୍ଷରେ କେନ୍ଦ୍ରୀଭୂତ ହେଉଛି। ବିଜେପି ସଂଖ୍ୟାଲଘୁ ଭୋଟକୁ ବିଭାଜିତ କରି ନିଜ ସପକ୍ଷରେ ସଂଖ୍ୟା ଗରିଷ୍ଠ ଧର୍ମର ଲୋକଙ୍କୁ ମେଣ୍ଟ କରାଇବାରେ ସଫଳ ହୋଇନାହିଁ ।

ନିର୍ବାଚନ ପ୍ରଚାର ବେଳକୁ ମମତା ବାନାର୍ଜୀଙ୍କ ଉପରେ ଶାରୀରିକ ଆକ୍ରମଣ ତାଙ୍କ ପ୍ରତି ଅନୁକମ୍ପାର ଏକ ହାୱା ତିଆରି କରୁଛି। ବର୍ତ୍ତମାନର ସ୍ଥିତିରେ ତୃଣମୂଳ ନିଜ ଦୁର୍ଗ ବଞ୍ଚାଇବାରେ ସଫଳ ହେବ ଭଳି ଦିଶୁଥିଲେ ମଧ୍ୟ ବିଜେପି ପଶ୍ଚିମ ବଙ୍ଗରେ ନିଜ ଶକ୍ତି ବଢାଇବ ନିଶ୍ଚୟ।

Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସ ଆରମ୍ଭ କଲା ସଙ୍ଗଠନ ସୃଜନ ଅଭିଯାନ, ବଛାହେବେ ନୂତନ ଜିଲ୍ଲା ସଭାପତି

September 1, 2025

ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଉଦଘାଟନ ଏବଂ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

September 1, 2025

ଇଗ୍ନୋର ନାମଲେଖା ସମୟ ବୃଦ୍ଧି ପାଇଲା, ଜାଣନ୍ତୁ କେତେ ତାରିଖ

September 1, 2025

ପଞ୍ଚବିଂଶତମ ଏସସିଓ ଶିଖର ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି

September 1, 2025
Latest News

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ କୀର୍ତ୍ତି

September 1, 2025

କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚକୁ ନେଇ ବ୍ୟାପକ ପ୍ରସ୍ତୁତି

September 1, 2025

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ

September 1, 2025

ପୁରୀ–ବାଙ୍ଗିରିପୋସି–ପୁରୀ ଏକ୍ସପ୍ରେସରେ ବଢିଲା ସିଟ୍ ସଂଖ୍ୟା, ମିଳିବ ଅଧିକ ସୁବିଧା

September 1, 2025

କଂଗ୍ରେସ ଆରମ୍ଭ କଲା ସଙ୍ଗଠନ ସୃଜନ ଅଭିଯାନ, ବଛାହେବେ ନୂତନ ଜିଲ୍ଲା ସଭାପତି

September 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.