Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏନ୍‍ଆଇଟି ରାଉରକେଲାର ସମାବର୍ତ୍ତନ ଉତ୍ସବରେ କଣ କହିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଜାତୀୟ ଖବର

ଏନ୍‍ଆଇଟି ରାଉରକେଲାର ସମାବର୍ତ୍ତନ ଉତ୍ସବରେ କଣ କହିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

March 21, 2021No Comments7 Mins Read
Share Facebook Twitter LinkedIn Email WhatsApp Copy Link
ଏନ୍‍ଆଇଟି ରାଉରକେଲାର ସମାବର୍ତ୍ତନ ଉତ୍ସବରେ କଣ କହିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ରାଉରକେଲା, ଆଜି ରାଉରକେଲାସ୍ଥି ଏନଆଇଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯାହା କହିଲେ ତାହାର ସଂକ୍ଷିପ୍ତ ବିବରଣୀ ହେଲା..

୧. ଏନ୍‍ଆଇଟି ରାଉରକେଲାର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଥିବାରୁ ମୁଁ ବିଶେଷ ଆନନ୍ଦିତ । ରାଉରକେଲା ଏନଆଇଟି ଚଳିତ ବର୍ଷଏହାର ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ଜାଣି ମୁଁ ଅତ୍ୟନ୍ତ ଖୁସି ।

୨. ଆଜିର ଓଡ଼ିଶା, ଇତିହାସ ଓ ସଂସ୍କୃତି ଦୃଷ୍ଟିରୁ ବେଶ୍‍ ସମୃଦ୍ଧ । ବହୁ ପୁରୁଣାକାଳରୁ ଏହା ବିଜ୍ଞାନ ଭିତ୍ତିକ ଆଭିମୁଖ୍ୟର ଭୂମି ଥିଲା । ୮୦୦ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା କୋଣାର୍କର ସୂର୍ଯ୍ୟମନ୍ଦିର କଳା ଓ ବିଜ୍ଞାନର ଏକ ଅନୁପମ ସମନ୍ୱୟ । ଆସନ୍ତାକାଲି ମୁଁ ଏହି ମନ୍ଦିର ପରିଦର୍ଶନରେ ଯିବି। ଏହା ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ତାଲିକାରେ ସ୍ଥାନିତ ହୋଇଛି ।

୩. ସ୍ୱାଧୀନତା ପରେ ଓଡ଼ିଶା ଆମ ରାଷ୍ଟ୍ରର ପୁନଃ ନିର୍ମାଣ କାର୍ଯ୍ୟରେ ସଂପୃକ୍ତ ହୋଇ ଆସିଛି। ଏହି ରାଉରକେଲାରେ ମୋର ମହାନ ପୂର୍ବଜ ତଥା ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଭାରତର ଏକ ବୃହତ୍‍ ଷ୍ଟିଲ ପ୍ଲାଣ୍ଟର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଭାରତର ଅନ୍ୟତମ ପ୍ରଥମ ଶିଳ୍ପନଗରୀଭାବେ ପରିଚିତ ରାଉରକେଲା ଆଧୁନିକତା ସହ ତାଳ ଦେଇ ଆଗେଇ ଚାଲିଛି ।

୪. ଏନ୍‍ଆଇଟି ପୂର୍ବ ଭାରତର ଦ୍ୱିତୀୟ ସର୍ବବୃହତ୍‍ ସରକାରୀ ବୈଷୟିକ ପ୍ରତିଷ୍ଠାନ ଭାବେ ଇଂଜିନିୟରିଂ ଓ ଟେକ୍‍ନୋଲୋଜି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛି । ଛ’ ଦଶକରୁ ଅଧିକ କାଳ ଧରିଏହି ଇଂଜିନିୟରିଂକଲେଜ ଦେଶର ବୈଷୟିକ ବୃତ୍ତିଧାରୀଙ୍କୁ ସମୃଦ୍ଧ କରି ଆସୁଛି । ୨୦୦୨ରେ ଏହାକୁ ଜାତୀୟ ବୈଷୟିକ ପ୍ରତିଷ୍ଠାନର ମାନ୍ୟତା ପ୍ରଦାନ କରାଯାଇ ଥିଲା । ଆମ ସମାଜ ଓ ଅର୍ଥନୀତି ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁଏହି ଅନୁଷ୍ଠାନର ଯୁବ ଛାତ୍ରଛାତ୍ରୀମାନଙ୍କୁ ସମାଧାନର ସୂତ୍ର ବାହାର କରିବା ପାଇଁ ସୁଯୋଗ ଦିଆଯାଉ ଥିବା ଜାଣି ମୁଁ ଖୁସି।

୫. ଏ କଥା ଜାଣି ମୁଁ ଆହୁରି ଆନନ୍ଦିତ ଯେ ରାଉରକେଲା ଏନ୍‍ଆଇଟିରେ ସମଗ୍ର ଦେଶର ବିଭିନ୍ନ ଭାଗରୁ ଏବଂ ବିଦେଶରୁ ଛାତ୍ରଛାତ୍ରୀ ଆସି ପାଠ ପଢୁଛନ୍ତି । ଏହି ଅନୁଷ୍ଠାନରେ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୩୩ଟିରୁ ଛାତ୍ରଛାତ୍ରୀ ଆସି ପାଠ ପଢୁଥିବାରୁ ମୁଁ ବିଶେଷ ଖୁସି । ଆହୁରି ମଧ୍ୟ ମୁଁ ଜାଣିବାକୁ ପାଇଲି ଯେ ଏଠାରେ ୧୭ଟି ଦେଶରୁ ପିଲା ଆସି ପାଠ ପଢୁଛନ୍ତି ଏବଂ ଏହା ଏକ ବଡ଼ ଆନନ୍ଦର ବିଷୟ। ଏହି ୭୦୦ ଏକର ବିଶିଷ୍ଟ କ୍ୟାମ୍ପସରେ ୭୦୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବା ଘଟଣା ଏକ ବିବିଧତାର ପରିଚୟବହନ କରେ । ଶିକ୍ଷା କ୍ଷେତ୍ରରେ ଜ୍ଞାନର ସଂଗମକୁ ଏହା ଉତ୍ସାହିତ କରିବା ସହ ବିଭିନ୍ନ ସଂସ୍କୃତି ମଧ୍ୟରେ ବୁଝାମଣାକୁ ପ୍ରୋତ୍ସାହିତ କରିବ । ଏହା ମଧ୍ୟଦେଶ-ଦେଶ ମଧ୍ୟରେ ଲୋକସ୍ତରୀୟ ସଂପର୍କ ବୃଦ୍ଧିରେ ସହାୟକ ହେବ।

୬. ଏହି ଅନୁଷ୍ଠାନର ୨୫୦୦୦ରୁ ଅଧିକ ପୂର୍ବତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକ ଉଦ୍ୟୋଗ ଜଗତ, ଶିକ୍ଷା, ଗବେଷଣା ଆଦି କ୍ଷେତ୍ରରେ ଦେଶବିଦେଶରେ ନେତୃତ୍ୱ ସ୍ଥାନରେ ରହିଛନ୍ତି । ଏହି ମର୍ଯ୍ୟାଦାପୂର୍ଣ୍ଣ ଅନୁଷ୍ଠାନର ପ୍ରାକ୍ତନ ଛାତ୍ରଛାତ୍ରୀ ଏନ୍‍ଆଇଟି ରାଉରକେଲାର ବିଦ୍ୟାର୍ଥୀଙ୍କ ପାଇଁ ନିଶ୍ଚୟ ପ୍ରେରଣାର ଉତ୍ସ ହେବେ । ମୁଁ ନିଶ୍ଚିତ ଯେ ଆଜି ଯେଉଁ ଛାତ୍ରଛାତ୍ରୀ ସ୍ନାତକ ହେବେ ସେମାନେ ଅନୁଷ୍ଠାନର ସେହି ଉଚ୍ଚ ପରମ୍ପରାକୁ ବଜାୟ ରଖିବେ ।

ପ୍ରିୟଛାତ୍ରଛାତ୍ରୀ

୭. ସ୍ନାତକତ୍ୱ ଲାଭ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ । ମୁଁ ନିଶ୍ଚିତ ଯେ ଆପଣମାନେ ସମସ୍ତେ ଏହି ପର୍ଯ୍ୟାୟରେ ପହଞ୍ଚିବା ପାଇଁ କଠୋର ପରିଶ୍ରମ କରିଥିବେ । ଆହୁରି ମଧ୍ୟ ବିଶ୍ୱ ପାଇଁ ଅବଦାନ ରଖି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଆପଣମାନେ ବିଶେଷ ଆଗ୍ରହୀ ଥିବେ ବୋଲି ମୋର ବିଶ୍ୱାସ । ଆଜି ଆପଣମାନେ ଅସଂଖ୍ୟ ସ୍ମୃତିବହନ କରୁଥିବେ। ମୁଁ ଜାଣିବାକୁ ପାଇଲି ଯେ ଆପଣଙ୍କର ଏହି ସୁନ୍ଦର କ୍ୟାମ୍ପସରେ ଅତିରିକ୍ତ ପାଠ୍ୟକ୍ରମର ଅନେକ ସୁବିଧା ରହିଛି । ବିତର୍କ, ନାଟକ, ସଂଗୀତ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏଠାରେ ଅନେକ କ୍ଲବ ରହିଛି । ମୁଁ ଜାଣିବାକୁ ପାଇଲି ଯେ ଏଠାରେ ମଧ୍ୟ ମାଭେରିକ୍ସ ଓ ପାଣ୍ଟୋମାଇମ୍‍ ଭଳି ବେଶ୍‍ ମଜାଦାର ନାମ ସବୁ ଏଠାରେ ରହିଛି । ଆହୁରି ମଧ୍ୟ ଜାଣିବାକୁ ପାଇଲି ଏଠାରେ ଏପରି କ୍ୟାଣ୍ଟିନ ରହିଛି, ଯାହାର ନାମ ହେକ୍ସାଗନ । ସେହିଭଳି ହୋମିଭାବାଙ୍କ ଭଳି ପ୍ରସିଦ୍ଧ ନାମ ବହନ କରୁଥିବା କ୍ୟାଣ୍ଟିନ ମଧ୍ୟ ଏଠାରେ ରହିଛି । ଅବଶ୍ୟ ଲୋକେ ଏହାକୁ ସଂକ୍ଷେପରେ ଏଚ୍‍ବି କ୍ୟାଣ୍ଟିନ କହିଥାନ୍ତି ।

୮. ଏହି ସ୍ୱଳ୍ପ ଆନନ୍ଦ ଓ ବିଷାଦ, ଯାହା ଆପଣ ଏଠାରେ ଅନୁଭବ କରୁଛନ୍ତି ତାହା ବାହାରେ ଏକ ବିରାଟ ଦାୟିତ୍ୱ ରହିଛି । ସେ ଦାୟିତ୍ୱ ଆପଣଙ୍କୁ ନିର୍ବାହ କରିବାକୁ ପଡିବ । ଆପଣମାନଙ୍କର ଶିକ୍ଷା ଓ ସଫଳତା ପାଇଁ ଦେଶ ଓ ସମାଜ ଯାହା ଦେଇଛି ତାହା ଆପଣଙ୍କୁ ପ୍ରତିଦାନରେ ଫେରାଇବାକୁ ହେବ । ଆପଣମାନଙ୍କ ମଧ୍ୟରୁ କେତେକ ଚାକିରି କରିପାରନ୍ତି । ଆଉ କେତେକ ଉଚ୍ଚଶିକ୍ଷା ପାଇଁ ଯାଇପାରନ୍ତି । ନିଜ ଜୀବନର ଯେଉଁ ପର୍ଯ୍ୟାୟରେ ଆପଣମାନେ ନିଜକୁ ପାଇଛନ୍ତି ସେଠି ବାସ୍ତବରେ ଅନେକ ସ୍ୱପ୍ନ ଓ ଅଭିଳାଷା ରହିଛି । ଅନ୍ୟପଟରେ ମଧ୍ୟଏହି ପର୍ଯ୍ୟାୟରେ ଅନିଶ୍ଚିତତା ଓ ଆଶଙ୍କାର ମଧ୍ୟ ଅବକାଶ ଅଛିା ଏହି ସମୟ ଜୀବନର ବଡ଼ ନିଷ୍ପତ୍ତି ନେବାର ଅର୍ଥ ନୂଆ ଚାକିରି ଆରମ୍ଭ କରିବା ସ୍ୱପ୍ନସାକାର ପାଇଁ ଉଦ୍ୟମ ଚଳାଇବା, ପରିବାରକୁ ସହାୟତା ଦେବା ଅନ୍ୟ କିଛି ନୂଆ କରିବାଏହି ପର୍ଯ୍ୟାୟରେ ଆରମ୍ଭ ହୋଇଥାଏ ।ଏସବୁ କରିବା ଭିତରେ ଆପଣମାନେ ସମସ୍ତେ ଆତ୍ମନିରୀକ୍ଷଣ କରିବାକୁ ମୁଁ ପ୍ରସ୍ତାବ ଦେଉଛି ଜୀବନରେ କେଉଁ ମୂଲ୍ୟବୋଧ ଓ ନୀତି ଉପରେ ଆପଣ ଦଣ୍ଡାୟମାନ? ଆପଣ କିପରି ବୃତ୍ତି ଗ୍ରହଣ କରିବାକୁ ଚାହୁଁଛନ୍ତି ? ଆପଣ କିପରି ବ୍ୟକ୍ତି ହେବାକୁ ଚାହାନ୍ତି? କାରଣ ଆପଣ କିପରି ଲୋକ ହେବାକୁ ଚାହାନ୍ତି ତାହା ସବୁଠୁ ଗୁରୁତ୍ୱ ପୂର୍ଣ୍ଣ। ମୁଁ ଜାଣେ ପ୍ରତ୍ୟେକ ବ୍ୟକ୍ତି ଜଣେ ସୁନାଗରିକ ହେବାକୁ ଚାହାନ୍ତିା ପ୍ରତ୍ୟେକ ଉତ୍ତମ ନାଗରିକ ଦେଶର ସ୍ୱାର୍ଥକୁ ସର୍ବଦା ଅଗ୍ରାଧିକାର ଦେଇଥାନ୍ତି ।

୯. ମୋର ପ୍ରସ୍ତାବନାହେଲା ଆପଣମାନେ ଜୀବନସାରାମହାତ୍ମାଗାନ୍ଧୀଙ୍କ ପ୍ରଖ୍ୟାତତାବିଜ କଥା ସ୍ମରଣକରନ୍ତୁ । ଏହିତାବିଜରବାର୍ତ୍ତାହେଲା ଆପଣ କୌଣସିକାର୍ଯ୍ୟ କରିବାବେଳେ ଆପଣ ଦେଖିଥିବା ଦରିଦ୍ରତମ ଓ ଦୁର୍ବଳତମବ୍ୟକ୍ତିଟିରମୁହଁମନେ ପକାନ୍ତୁ । ଆପଣଙ୍କ କାର୍ଯ୍ୟ ଦ୍ୱାରାସେଲୋକଟିରକିଛିଉପକାରହେବକି ନାହିଁସେକଥା ଭାବନ୍ତୁ । ଆପଣଙ୍କ କାମ ଦ୍ୱାରାସେହିଲୋକଟିରଭାଗ୍ୟରେ ପରିବର୍ତ୍ତନ ଘଟେବୋଲି ଆପଣ ଯଦି ବିଚାରକରନ୍ତି, ତଦନୁସାରେକାର୍ଯ୍ୟ କରନ୍ତୁ ।

୧୦. ଆପଣମାନଙ୍କୁ ମୋର ପରାମର୍ଶ ହେଲା ବସ୍ତୁବାଦୀ ଲାଭରେ ନିଜର ସଫଳତାକୁ ବିଚାର କରନ୍ତୁ ନାହିଁ । ସାମାଜିକ ଏବଂ ପାରମ୍ପରିକ ସଫଳତାର ବିଚାର ଜନିତ ଚାପ ଭିତରେ ନିଜକୁ ସଂକୁଚିତ ନ ରଖି ତାହାଠାରୁ ଊର୍ଦ୍ଧ୍ୱକୁ ଉଠନ୍ତୁ । ନିଜ ଜୀବନରେ ଆପଣ ଯଥାର୍ଥରେ କ’ଣ କରିବାକୁ ଚାହାନ୍ତି ତାହା ସ୍ଥିର କରନ୍ତୁ । ଯେଉଁ କାମରେ ନିଜକୁ ଆତ୍ମସନ୍ତୋଷ ଓ ଖୁସି ମିଳୁଛି ସେହି କାମ ବାଛନ୍ତୁ ଏବଂ ଏହା ହିଁ ଆପଣଙ୍କୁ ପୂର୍ଣ୍ଣତା ଆଣି ଦେଇପାରିବ । ଯାହା ଆପଣଙ୍କୁ ଆକାଂକ୍ଷାର ନିକଟବର୍ତ୍ତୀ କରିପାରିବ ତାହା ହିଁ କରନ୍ତୁ । ଯେଉଁ କାର୍ଯ୍ୟ ଦ୍ୱାରା ଆପଣଙ୍କ ପରିବାର ଗର୍ବିତ ହୋଇପାରିବେ ସେହି କାମ କରନ୍ତୁ । ନିଜର ଏକ ଫଳପ୍ରଦ, ସଫଳ ମାର୍ଗ ନିଜେ ପ୍ରସ୍ତୁତ କରି ସେଥିରେ ଆଗେଇ ଚାଲନ୍ତୁ ।

ପ୍ରିୟଛାତ୍ରଛାତ୍ରୀ
୧୧. ଏହା ଆପଣଙ୍କର ପରିବାର, ବନ୍ଧୁବାନ୍ଧବ, ଅଭିଭାବକ ଓ ଦିଗ୍‍ଦର୍ଶକମାନଙ୍କ ପାଇଁ ମଧ୍ୟ ଆନନ୍ଦ ଓ ସନ୍ତୋଷରକ୍ଷଣ । ସେମାନେ ଆପଣଙ୍କ ଯାତ୍ରାରେ ଅନେକ ସହଯୋଗ ଯୋଗାଇଛନ୍ତି । ସବୁ ଡିଗ୍ରୀଧାରୀ ଏବଂ ପଦକ ବିଜେତା ଯେଉଁମାନେ ଏଠି ଉପସ୍ଥିତ ଅଛନ୍ତି ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଜାଣିବାକୁ ପାଇଲି ଯେ ଏଠାରେ ପାଠପଢୁଥିବା ୭୧୧୬ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୧୫୧୮ ବା ପ୍ରାୟ ୨୧ ଶତାଂଶ ଛାତ୍ରୀ। ମୁଁ ଦେଖୁଛି ଆଜି ୭ଟି ସ୍ୱର୍ଣ୍ଣପଦକ ମଧ୍ୟରୁ ୩ଟି ଛାତ୍ରୀମାନେ ପାଇଛନ୍ତି। ଭାରତର ରାଷ୍ଟ୍ରପତି ଭାବରେ ମୁଁ ଦେଶର ପ୍ରାୟ ୧୫୦ କେନ୍ଦ୍ରୀୟ ଅନୁଷ୍ଠାନର ଭିଜିଟର ବା ପରିଦର୍ଶକ । ଅଧିକାଂଶ ସମାବର୍ତ୍ତନ ଉତ୍ସବରେ ଯେଉଁଠି ଯୋଗ ଦେଇଛି ମୁଁ ଦେଖିବାକୁ ପାଇଛି ଯେ ଆମ ଝିଅମାନେ ପୁଅମାନଙ୍କ ତୁଳନାରେ ଭଲ ପ୍ରଦର୍ଶନ କରୁଛନ୍ତି । ସେମାନେ ଉଦାରକଳା, ମନୁଷ୍ୟ ଜାତି ସମନ୍ଧୀୟ ବିଜ୍ଞାନ ଓ କଳା, ଭେଷଜ ବିଜ୍ଞାନ, ଆଇନ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିବା ସହ ସ୍ୱର୍ଣ୍ଣପଦକ ଲାଭ କରୁଛନ୍ତି । ଏହା ଏକ ଆନନ୍ଦଦାୟକ ଧାରାଏବଂ ଆମ କନ୍ୟାମାନଙ୍କର ଦକ୍ଷତାକୁ ପ୍ରତିପାଦନ କରୁଛି ।

୧୨. ତେବେ ସେ ଯାହା ହେଉ ଏହା ଅନୁଭୂତ ହେଉଛି ଯେ ବୈଷୟିକ ଓ ବୈଜ୍ଞାନିକ ଶିକ୍ଷାରେ ଝିଅମାନଙ୍କ ନାମଲେଖା ଓ ପାଠପଢା ହାର କମ୍‍ ରହୁଛି । ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ଭାରତରେ ଇଂଜିନିୟରିଂ ଓ ଟେକ୍‍ନିକାଲ ପ୍ରତିଷ୍ଠାନରେ ଝିଅମାନଙ୍କ ନାମଲେଖା ହାର ମାତ୍ର ୨୦ ଶତାଂଶ । ଆମ ଝିଅମାନେ ଏ କ୍ଷେତ୍ରରେ ଅଧିକରୁ ଅଧିକ ନାମ ଲେଖାଇ ଅନ୍ୟାନ୍ୟ କ୍ଷେତ୍ର ଭଳି ଉତ୍କର୍ଷ ପ୍ରତିପାଦନ କରିବାକୁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି । ଉଚ୍ଚତ୍ତର ଶିକ୍ଷା, ବିଶେଷ କରି ଇଂଜିନିୟରିଂ, ବିଜ୍ଞାନ, ଟେକ୍‍ନୋଲୋଜି ଓ ଗଣିତ ଆଦି କ୍ଷେତ୍ରରେ ଝିଅମାନଙ୍କର ଅଧିକ ପ୍ରତିନିଧିତ୍ୱର ଆବଶ୍ୟକତା ରହିଛି । ବୈଷୟିକ କ୍ଷେତ୍ରରେ ମହିଳାମାନଙ୍କର ଅଭିବୃଦ୍ଧି ଓ ଉତ୍କର୍ଷ ଆମ ଜାତୀୟ ବିକାଶକୁ ନୂଆ ଦିଗ୍‍ଦର୍ଶନ ଦେବ । ଏହା ବିଜ୍ଞାନ ଓ କାରିଗରୀ ଭଳି ଉଚ୍ଚସ୍ତରରେ ଲିଙ୍ଗଗତ ସଶକ୍ତୀକରଣକୁ ମଜଭୁତ କରିବ । ଆହୁରି ମଧ୍ୟ ଏକବିଂଶ ଶତାବ୍ଦୀରେ ମହିଳାମାନେ ନୂଆ ଉଚ୍ଚତାକୁ ସ୍ପର୍ଶ କରି ସେ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ଭାଙ୍ଗି ପାରିବେ ।

ଭଦ୍ରମଣ୍ଡଳୀଏବଂ ପ୍ରିୟଛାତ୍ରଛାତ୍ରୀ
୧୩. ଏକ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ ଏହାର ପାରିପାଶ୍ୱର୍ରେ ଥିବା ସମୁଦାୟକୁ ସଶକ୍ତ କରିବା ଦିଗରେ ଅବଦାନ ରଖିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟ ସାମାଜିକ ଦାୟିତ୍ୱବୋଧ ବିଷୟକୁ ମୁଁ ଗୁରୁତ୍ୱ ଦେଇ ଆସୁଛି । ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ ଢାଞ୍ଚାରେ ଏହା କାର୍ଯ୍ୟକାରୀ ହେବା ଉଚିତ । ଜାଣି ଖୁସି ହେଲି ଯେ ରାଉରକେଲା ଏନ୍‍ଆଇଟି ୫ଟି ଗାଁକୁ‘ଉନ୍ନତ ଭାରତ ଅଭିଯାନ’କାର୍ଯ୍ୟକ୍ରମରେ ପୋଷ୍ୟ ଭାବେ ଗ୍ରହଣ କରିଛି । ଆହୁରି ମଧ୍ୟ ଜାଣିବାକୁ ପାଇଲି ଯେ ଏହି ଅନୁଷ୍ଠାନ ଏହାର ବିଜ୍ଞାନ ଲ୍ୟାବକୁ ବିକଶିତ କରି ସଂପୃକ୍ତ ଗ୍ରାମଗୁଡିକରେ କଂପ୍ୟୁଟର ଶିକ୍ଷା ଯୋଗାଇ ଦେଉଛି ।ଏହାଛଡା ରାଉରକେଲା ଏନଆଇଟି କ୍ୟାମ୍ପସରେ ଏକ ଦାରିଦ୍ର‌୍ୟ ଦୂରୀକରଣ ଗବେଷଣା କେନ୍ଦ୍ର ଖୋଲା ଯାଇ କଳାହାଣ୍ଡି, ବଲାଙ୍ଗିର ଓ କୋରାପୁଟ ଅଞ୍ଚଳର ଦରିଦ୍ର ଅନଗ୍ରସର ଲୋକଙ୍କ ପାଇଁ କାମ କରାଯାଉଛି । ଆପଣମାନଙ୍କର ଏସବୁ ମହନୀୟ କାର୍ଯ୍ୟକୁ ମୁଁ ପ୍ରଶଂସା କରୁଛି ।

୧୪. ଜାତୀୟ ଶିକ୍ଷାନୀତି ୨୦୨୦ର କାର୍ଯ୍ୟକାରିତା ପୂର୍ବରୁ ମୁଁ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନର କୁଳପତିଏବଂ ନିର୍ଦେଶକମାନଙ୍କସହ ଆଲୋଚନା ଓ ମତ ବିନିମୟ କରିଥିଲି । ଏହି ଶିକ୍ଷାନୀତିରେ ଉଲ୍ଲେଖ ଅଛି ଯେ ଇଂଜିନିୟରିଂ ପ୍ରତିଷ୍ଠାନଗୁଡିକ ଅଧିକ ସାମଗ୍ରିକ ଏବଂ ବହୁ ବିଷୟକ ଶିକ୍ଷାବ୍ୟବସ୍ଥା ପ୍ରବର୍ତ୍ତନ କରିବା ଉଚିତ । ଆହୁରି ମଧ୍ୟ କଳା ଓ ମାନବୀୟ ବିଜ୍ଞାନ ବିଷୟକ ଶିକ୍ଷା ଉପରେଏହା ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ।ମୁଁ ଜାଣି ଖୁସି ହେଲି ଯେ ଏନଆଇଟି ରାଉରକେଲା ଇତି ମଧ୍ୟରେ ଏ ଦିଗରେ ଅନେକ କିଛି କାର୍ଯ୍ୟକ୍ରମ ଆରମ୍ଭ କରିଛି । ମୁଁ ନିଶ୍ଚିତ ଯେ ଆପଣମାନେ ଏହି ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ସହିତ ଜାତୀୟ ଶିକ୍ଷାନୀତିର ସୁପାରସିଗୁଡିକୁ କାର୍ଯ୍ୟକାରୀ କରିବେ ଏବଂ ଏକବିଂଶ ଶତାବ୍ଦୀରେ ଭାରତକୁ ବିଶ୍ୱର ଜ୍ଞାନ ଶକ୍ତିରେ ପରିଣତ କରିବାରେ ସହାୟକ ହେବେ । ଏହି ଜାତୀୟ ଲକ୍ଷ୍ୟ ହାସଲରେ ଏନ୍‍ଆଇଟି ରାଉରକେଲା ଭଳି ଅନୁଷ୍ଠାନ ଗୁଡିକୁ ଏକ ବଡ଼ ଭୂମିକା ନିର୍ବାହକରିବାକୁ ପଡିବ ।

୧୫. ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସୁଖି, ସଫଳ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । ମୁଁ ମଧ୍ୟ ଏହି ଅନୁଷ୍ଠାନର ଶିକ୍ଷକ, ଅଣଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀମାନଙ୍କର ପରିବାର ସଦସ୍ୟ, ଅଭିଭାବକମାନଙ୍କୁ ଆଜିର ଏହି ସ୍ମରଣୀୟ ଦିବସରେ ଅଭିନନ୍ଦନ ଜଣାଉଛି ।

ଧନ୍ୟବାଦ । ଜୟହିନ୍ଦ୍‍ ।

nit ଏନ୍‍ଆଇଟି ରାଷ୍ଟ୍ରପତି ରାମନାଥ କୋବିନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ “ଆସ ସ୍କୁଲ ଯିବା” ପଦଯାତ୍ରା

August 19, 2025

ରାଜ୍ୟସଭାରେ ଭାରତୀୟ ବନ୍ଦର ବିଲ୍, ୨୦୨୫ ପାରିତ

August 19, 2025

ଆଜି ଅଗଷ୍ଟ ୧୯ ତାରିଖ, ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2025

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025
Latest News

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ “ଆସ ସ୍କୁଲ ଯିବା” ପଦଯାତ୍ରା

August 19, 2025

ରାଜ୍ୟସଭାରେ ଭାରତୀୟ ବନ୍ଦର ବିଲ୍, ୨୦୨୫ ପାରିତ

August 19, 2025

ଆଜି ଅଗଷ୍ଟ ୧୯ ତାରିଖ, ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2025

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.