Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ କଣ କହିଲେ ଉପରାଷ୍ଟ୍ରପତି !
ଜାତୀୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ କଣ କହିଲେ ଉପରାଷ୍ଟ୍ରପତି !

April 3, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ କଣ କହିଲେ ଉପରାଷ୍ଟ୍ରପତି !

ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର 50 ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ। ତେବେ ପ୍ରଥମ କେତେ ଧାଡି ସେ ଓଡିଆରେ ଅଭିଭାଷଣ ରଖିଥିଲେ। ଏହି ଅବସରରେ ସେ ଯାହା କହିଲେ ତାହା ହେଲା..

ମନୋରମ ମନ୍ଦିର ନଗରୀ ଭୁବନେଶ୍ୱରରେ ଅବସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମୁଁ ବିଶେଷ ଆନନ୍ଦିତ । ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଥମ ତଥା ଅବିଭକ୍ତ ଭାରତର ସପ୍ତଦଶ ବିଶ୍ୱବିଦ୍ୟାଳୟ ହୋଇଥିବା ଜାଣି ଖୁସି ହେଲି । ମୋଟ ୨୭ଟି ସ୍ନାତକୋତ୍ତର ବିଭାଗ, ୮ଟି ସେଣ୍ଟର ଅଫ ଏକ୍ସଲେନ୍ସ ଓ ଗୋଟିଏ ଇଣ୍ଟର ନ୍ୟାସନାଲ ସେଲ୍ ସହିତ ଏହି ବିଶ୍ୱବିଦ୍ୟାଳୟ ଯଥାର୍ଥରେ ଓଡ଼ିଶାର ଶିକ୍ଷା କ୍ଷେତ୍ରର ଏକ ଆକର୍ଷଣ । ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ ବା ‘ନ୍ୟାକ୍‌’ ଦ୍ୱାରା ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏ+ ଗ୍ରେଡ୍ ମାନ୍ୟତା ପାଇଥିବାରୁ ମୁଁ ଏହି ଶିକ୍ଷାନୁଷ୍ଠାନକୁ ଅଭିନନ୍ଦନ ଜଣାଉଛି । ଏହି ମାନ୍ୟତା ଉତ୍କଳ ବିଶ୍ୱବିଦ୍ୟାଳୟର ଉଚ୍ଚଶିକ୍ଷାର ମାନ ଏବଂ ଉତ୍କର୍ଷ ପାଇଁ ସାଲିସହୀନ ନୀତିର ଅନୁପାଳନକୁ ପ୍ରତିଫଳିତ କରୁଛି ।

ପ୍ରିୟ ଛାତ୍ରଛାତ୍ରୀ,

କହିବା ଅନାବଶ୍ୟକ ଯେ ସମାବର୍ତ୍ତନ ଆପଣମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ତଥାପି ଏହି ମାଇଲଖୁଣ୍ଟ ଏକ ଯାତ୍ରାର ଆରମ୍ଭ ମାତ୍ର ।

ଏ ପର୍ଯ୍ୟନ୍ତ ପହଞ୍ଚି ପାରିବା ସ୍ୱୟଂ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ସେଥିପାଇଁ ଆପଣମାନଙ୍କୁ ଅଭିନନ୍ଦନ । ଉତ୍ସାହ, ଅଧ୍ୟବସାୟ, ତପସ୍ୟା ଏବଂ ଶିଖିବା ପାଇଁ ମୁକ୍ତ ମନ ଭଳି ବ୍ୟକ୍ତିଗତ ଯୋଗ୍ୟତା ଯାହା ସବୁ ଆପଣମାନେ ଏଠାରେ ଅର୍ଜନ କରିଛନ୍ତି ସେ ସବୁ ସାରା ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ । ସେହିସବୁ ଉପଲବ୍ଧିକୁ ଅବ୍ୟାହତ ରଖିବାର ଆବଶ୍ୟକତା ରହିଛି। ସେସବୁ ଗୁଣ ଆପଣମାନଙ୍କୁ ଜୀବନବ୍ୟାପି ଦିଗ୍‌ଦର୍ଶନ ଦେବ ।

ଆପଣମାନଙ୍କ ମଧ୍ୟରୁ ଅନେକ ବିଶ୍ୱବିଦ୍ୟାଳୟର ସୀମିତ ପରିସରରୁ ବାହାରି ନୂଆ ଦୁନିଆରେ ପ୍ରବେଶ କରିବେ; ଯେଉଁଠି ଅନେକ ସମସ୍ୟା ଓ ଆହ୍ଵାନ ରହିଛି ।

ଏହି ପରିବର୍ତ୍ତନ ସହଜ ନୁହେଁ । ମୁଁ କିନ୍ତୁ ନିଶ୍ଚିତ ଯେ ଆପଣମାନେ ବିଶ୍ୱବିଦ୍ୟାଳୟରୁ ଯେଉଁ ମୂଲ୍ୟବୋଧ ଓ ତାଲିମ ପାଇଛନ୍ତି ତାହା ଦ୍ୱାରା ଆତ୍ମବିଶ୍ୱାସର ସହିତ ଦୁନିଆର ମୁକାବିଲା କରିପାରିବେ । “ଆତ୍ମବିଶ୍ୱାସର ସହ ବିଶ୍ଵର ସମ୍ମୁଖୀନ ହୁଅ” – ଏହି ବିଚାର ଓ ସାମର୍ଥ୍ୟ ଆମର ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବେଶ କରାଇବା ନୂଆ ଶିକ୍ଷାନୀତିର ମୂଳ ଉଦ୍ଦେଶ୍ୟ । ଶିକ୍ଷାର ଲକ୍ଷ୍ୟ କେବଳ ବୌଦ୍ଧିକ ବିକାଶରେ ସୀମିତ ନୁହେଁ । ଏହା ମଧ୍ୟ ଚରିତ୍ର ନିର୍ମାଣ ଏବଂ ଏକବିଂଶ ଶତାବ୍ଦୀର ଦକ୍ଷତାରେ ଭୂଷିତ ତଥା ଏକ ସାମଗ୍ରିକ ସ୍ୱୟଂ ସମ୍ପୂର୍ଣ୍ଣ ବ୍ୟକ୍ତି ଗଢ଼ିବା ପାଇଁ ଉଦ୍ଦିଷ୍ଟ ।

ପ୍ରିୟ ବନ୍ଧୁଗଣ,

ଆନ୍ତର୍ଜାତିକ ଶିକ୍ଷା କ୍ଷେତ୍ରରେ ଭାରତର ଗୌରବମୟ ପରମ୍ପରାକୁ ଆମେ ଭୁଲିଯିବା ଅନୁଚିତ। ତକ୍ଷଶୀଳା, ନାଳନ୍ଦା, ବଲ୍ଲଭି ଓ ବିକ୍ରମଶୀଳା ଭଳି ପ୍ରାଚୀନ ଭାରତୀୟ ବିଶ୍ୱବିଦ୍ୟାଳୟରେ ଏକଦା ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ବିଦ୍ୟାର୍ଥୀ ବହୁବିଷୟକ ଓ ଜୀବନ୍ତ ପରିବେଶରେ ଅଧ୍ୟୟନ କରୁଥିଲେ ।

ପରିପୂର୍ଣ୍ଣ ଓ ସୃଜନଶୀଳ ବ୍ୟକ୍ତିବିଶେଷ ସୃଷ୍ଟି କରିବାକୁ ଆମକୁ ସେହି ମହାନ ଭାରତୀୟ ପରମ୍ପରାକୁ ପୁନଃସ୍ଥାପିତ କରିବାକୁ ପଡ଼ିବ । ଦେଶକୁ ଉଭୟ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପରିବର୍ତ୍ତନ କରିବାର ବିଶେଷ ଦକ୍ଷତା ସେହିଭଳି ବ୍ୟକ୍ତି ବିଶେଷଙ୍କର ରହିବ ।

ଓଡ଼ିଶାର ଇତିହାସ ସମୃଦ୍ଧ ଓ ପ୍ରେରଣାଦାୟୀ । ଏହି ମହାନ କଳିଙ୍ଗଭୂମି ସମ୍ରାଟ ଅଶୋକଙ୍କୁ ଶାନ୍ତିର ଶିକ୍ଷା ଦେଇଥିଲା; ଯାହା ଫଳରେ ସେ ଧର୍ମବିଜୟ ନୀତି ଅନୁସରଣ କରିଥିଲେ । ଓଡ଼ିଶାର ନରପତିମାନେ ଦକ୍ଷିଣ ପୂର୍ବ ଏସିଆ ସହିତ ସାଂସ୍କୃତିକ ସମ୍ପର୍କ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ସେଠାରେ ହିନ୍ଦୁ ଧର୍ମ ଓ ବୌଦ୍ଧଧର୍ମର ପ୍ରଚାର ପ୍ରସାର କରାଇଥିଲେ ।

କଳିଙ୍ଗ ସାମ୍ରାଜ୍ୟ ମଧ୍ୟ ତାହାର ଗୌରବମୟ ସାମୁଦ୍ରିକ ପରମ୍ପରା ପାଇଁ ଖ୍ୟାତ । କାଳିଦାସ ତାଙ୍କର ପ୍ରସିଦ୍ଧ କୃତି ରଘୁବଂଶରେ କଳିଙ୍ଗ ନୃପତିଙ୍କୁ ସାଗରାଧିପତି ଭାବେ ବର୍ଣ୍ଣନା କରିଛନ୍ତି । ଏଥିରୁ ସାଗର ଉପରେ କଳିଙ୍ଗର ପ୍ରଭାବର ସୂଚନା ମିଳେ । କଳିଙ୍ଗର ଦୁଃସାହସୀ ସାଧବମାନେ ଶ୍ରୀଲଙ୍କା, ଜାଭା, ବୋର୍ଣ୍ଣିଓ, ବାଲି ଓ ବର୍ମା ସହିତ ବାଣିଜ୍ୟ ସମ୍ପର୍କ ସ୍ଥାପନ କରିଥିଲେ । ବିଭିନ୍ନ ସ୍ଥାନରେ ହୋଇଥିବା ଉତ୍‌ଖନନରୁ ମିଳିଥିବା ବହୁସଂଖ୍ୟକ ମୁଦ୍ରା, କଳାକୃତି ଓ ରୋମାନ ସାମଗ୍ରୀ ଆଦିରୁ ପ୍ରାଚୀନ ଓଡ଼ିଶାର ସମୃଦ୍ଧ ବାଣିଜ୍ୟିକ ସମାଜର ପରିଚୟ ମିଳେ ।

ଏବେ ମଧ୍ୟ ଏଠାକାର ଲୋକେ ସେମାନଙ୍କ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସାଧବଙ୍କ ସ୍ମୃତିରେ ବାଲିଯାତ୍ରା ପାଳନ କରୁଛନ୍ତି । ସେହି ସାଧବମାନଙ୍କ ଦକ୍ଷତା, ଉଦ୍ୟମିତା ଓ ସାହସିକତା ଦ୍ୱାରା କଳିଙ୍ଗ ଏକଦା ଏକ ସମୃଦ୍ଧ ସାମ୍ରାଜ୍ୟରେ ପରିଣତ ହୋଇଥିଲା ।

ପ୍ରିୟ ଛାତ୍ରଛାତ୍ରୀ,

ମୁଁ ଚାହେଁ ଆପଣମାନେ ସେମାନଙ୍କ କାହାଣୀରୁ ପ୍ରେରଣା ନେଇ ଉଦ୍ୟମିତା ଓ ନବସୃଜନର ଆଗ୍ରହ ନିଜ ଭିତରେ ସୃଷ୍ଟି କରନ୍ତୁ । ଆମର ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସମୂହର ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ବିଦ୍ୟାର୍ଥୀଙ୍କୁ ଆବଶ୍ୟକ କୌଶଳ ଓ ଦକ୍ଷତା ଯୋଗାଇ ସମର୍ଥ କରିବା ଆବଶ୍ୟକ । ଏହା ଦ୍ୱାରା ସେମାନେ କେବଳ ନିଯୁକ୍ତି ଆଶାୟୀ ନ ହୋଇ ନିଯୁକ୍ତି ସୃଷ୍ଟିକାରୀ ହୋଇପାରିବେ ।

ମୁଁ ମଧ୍ୟ ଆପଣମାନଙ୍କୁ ଓଡ଼ିଶାର ଭୌମକର ବଂଶର ବିଶେଷତ୍ୱ ସମ୍ପର୍କରେ ସ୍ମରଣ କରାଇଦେବାକୁ ଚାହେଁ । ଏହି ରାଜବଂଶର ଅନେକ ମହିଳା ଶାସକ କ୍ରମାଗତ ଭାବେ ନବମରୁ ଦଶମ ଶତାବ୍ଦୀ ଯାଏ ଶାସନ କରିଥିଲେ । ଭୌମକର ରାଣୀମାନେ ପୁରୁଷ ପ୍ରଧାନ ଶାସନ ବ୍ୟବସ୍ଥାକୁ ଭାଙ୍ଗି ପ୍ରାୟ ୨୦୦ବର୍ଷ ଯାଏ ରାଜ୍ୟ ଶାସନ କରିବାରେ ସଫଳ ହୋଇଥିଲେ । ଏହି ଉଜ୍ଜ୍ୱଳ ଉଦାହରଣ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଆବଶ୍ୟକ । ମୁଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଉଛି ସେମାନେ ଏହି କାହାଣୀ ସବୁ ପଢ଼ନ୍ତୁ ଏବଂ ଲିଙ୍ଗଗତ ପାତର ଅନ୍ତର ବିରୋଧରେ ଲଢ଼ିବାକୁ ଶପଥ ନିଅନ୍ତୁ । ବାସ୍ତବରେ ଜାତିବାଦ, ସାମ୍ପ୍ରଦାୟିକତା, ଦୁର୍ନୀତି ଓ ହିଂସା ବିରୋଧରେ ଲଢ଼େଇ କରିବା ପାଇଁ ଆମ ଯୁବ ସମାଜ ସର୍ବଦା ଆଗରେ ରହିବା ଆବଶ୍ୟକ ।

ଉପରାଷ୍ଟ୍ରପତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ
Share. Facebook Twitter LinkedIn Email WhatsApp Copy Link

Related Posts

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା: ବଙ୍ଗଳାରେ ବିଚାରପତିମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି

April 22, 2026
Latest News

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.