Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ ସରକାର ଜାରି କଲେ ନୂଆ ମାର୍ଗଦର୍ଶିକା: ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ
ବିଶେଷ ଖବର

ରାଜ୍ୟ ସରକାର ଜାରି କଲେ ନୂଆ ମାର୍ଗଦର୍ଶିକା: ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ

April 15, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯିବ। ଛତିଶଗଡ ରାଜ୍ୟ ସୀମାକୁ ଲାଗିଥିବା ସମସ୍ତ ୧୦ ଟି ଜିଲ୍ଲାରେ ସନ୍ଧ୍ୟା ୬ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ରହିବ।

ସେହିଭଳି ବାକି ୨୦ ଟି ଜିଲ୍ଲାର ସବୁ ସହରାଞ୍ଚଳରେ ରାତ୍ରି ୯ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ଏହା ସହିତ ଛତିଶଗଡ ସୀମାକୁ ଲାଗିଥିବା ସମସ୍ତ ୧୦ ଟି ଜିଲ୍ଲାରେ ସପ୍ତାହନ୍ତ ଲକଡାଉନକୁ କାର୍ଯ୍ୟକାରୀ କରାଯିବ। ଆସନ୍ତା ଶନିବାର ଠାରୁ ସପ୍ତାହନ୍ତ ଲକଡାଉନ ଆରମ୍ଭ ହେବ। ଏହିସବୁ କଟକଣା ସମୟରେ ଜରୁରୀକାଳିନ ସେବା ଉପଲବ୍ଧ ହେବ।

ଜିନିଷ କିଣିଲା ବେଳେ ଗ୍ରାହକ କିମ୍ବା ଦୋକାନୀଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୁରତ୍ଵକୁ ବାଧ୍ୟତାମୂଳକ କରାଯାଇଛି। ନଚେତ ଦୋକାନ ସିଲ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଆନ୍ତରାଜ୍ୟ ବସ ସେବାକୁ ବାରଣ କରାଯାଇଛି। କେବଳ ରାଜ୍ୟ ଭିତରେ ବସ ସେବା ଜାରି ରହିବ। ଅଟୋ ଏବଂ ଟ୍ୟାକ୍ସିରେ କେବଳ ୨ ଜଣ ଯାତ୍ରୀ ଯାତ୍ରା କରିପାରିବେ।

ଧାର୍ମିକ କାର୍ଯ୍ୟକ୍ରମ ଏବଂ ରାଜନୈତିକ ସମାବେଶ ଉପରେ କଟକଣା ଲାଗିଛି। ସିନେମା ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ। ସରକାରୀ ଅଫିସ ପାଇଁ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ଅନୁମତି ମିଳିଥିବା ବେଳେ ଘରୋଇ ଅଫିସରେ କର୍ମଚାରୀଙ୍କୁ ହ୍ରାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ କର୍ମଚାରୀଙ୍କୁ ମାସ୍କ ଏବଂ ସାନିଟାଇଜର ବ୍ୟବହାର ଲାଗି ବାଧ୍ୟତାମୂଳକ କରାଯାଇଛି। ଯାତ୍ରା ପାଇଁ ଦର୍ଶକଙ୍କ ସଂଖ୍ୟା ୨୦୦୦ ରୁ ୧୦୦୦ କୁ ହ୍ରାସ କରାଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ଓଡିଶା ନୂଆ ମାର୍ଗଦର୍ଶିକା ରାଜ୍ୟ ସରକାର ରାତ୍ରୀକାଳୀନ କର୍ଫ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.