କଲବଲ କଲାଣି କରୋନା ଭାଇରସ, ଗୋଟିଏ ମାସରେ 3 ରୁ 13 ପ୍ରତିଶତକୁ ଦେଲା ଲମ୍ପ

Published: Apr 18, 2021, 10:00 pm IST

ନୂଆଦିଲ୍ଲୀ, ଭାରତରେ ଦୈନିକ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୬୧ ହଜାର ୫୦୦ କରୋନା ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, କେରଳ, ଗୁଜରାଟ, ତାମିଲନାଡ଼ୁ ଏବଂ ରାଜସ୍ଥାନରେ ନୂଆ ମାମଲା ମଧ୍ୟରୁ ୭୮.୫୬ ପ୍ରତିଶତ ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୭ ହଜାର୧୨୩ ମାମଲା ଆସିଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୨୭ ହଜାର ୩୩୪ ଏବଂ ଦିଲ୍ଲୀରେ ୨୪ ହଜାର ୩୭୫ ମାମଲା ଆସିଛି ।

ଜାତୀୟ ସାପ୍ତାହିକ ପଜିଟିଭିଟି ହାର ଗତ ଏକ ମାସ ମଧ୍ୟରେ ୩.୦୫ ପ୍ରତିଶତରୁ ୧୩.୫୪ ପ୍ରତିଶତକୁ ବୃଦ୍ଧି ପାଇଛି । ଛତିଶଗଡ଼ରେ ସର୍ବାଧିକ ସାପ୍ତାହିକ ପଜିଟିଭିଟି ହାର ୩୦.୩୮ ପ୍ରତିଶତ ରହିଛି ।

ଭାରତରେ ମୋଟ କରୋନା ସକ୍ରିୟ ମାମଲା ୧୮ ଲକ୍ଷ ୧ ହଜାର ୩୧୬ରେ ପହଞ୍ଚିଛି । ଏହା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୧୨.୧୮ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ କରୋନା ମାମଲାରେ ସିଧାସଳଖ ୧ ଲକ୍ଷ ୨୧ ହଜାର ୫୭୬ ମାମଲା ବୃଦ୍ଧି ହୋଇଛି ।

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ମାମଲାର ୬୫.୦୨ ପ୍ରତିଶତ ମାମଲା ରହିଛି । ଦେଶର ମୋଟ ସକ୍ରିୟ ମାମଲାର ୩୮.୦୯ ପ୍ରତିଶତ ମାମଲା କେବଳ ମହାରାଷ୍ଟ୍ରରେ ରହିଛି ।
ଭାରତରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ୧ କୋଟି ୨୮ ଲକ୍ଷ ୯ ହଜାର ୬୪୩ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ଏବେ ଅଛି ୮୬.୬୨ ପ୍ରତିଶତ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩୮ ହଜାର ୪୨୩ ଜଣ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୦୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।
ଏହି ନୂଆ ମୃତ୍ୟୁ ୮୨.୯୪ ପ୍ରତିଶତ ମୃତ୍ୟୁ ହୋଇଛି ୧୦ଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୪୧୯ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଦିଲ୍ଲୀରେ ୧୬୭ ଜଣଙ୍କ ମୃତ୍ୟୁ ହୋଇଛି।

୯ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏସବୁ ହେଲା ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ମେଘାଳୟ, ତ୍ରିପୁରା, ସିକିମ, ମିଜୋରାମ, ମଣିପୁର, ଲାକ୍ଷାଦ୍ୱୀପ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ।

Related posts