Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»6 ଦିନିଆ ଲକଡାଉନ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲା ଯାହା କହିଲେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜାତୀୟ ଖବର

6 ଦିନିଆ ଲକଡାଉନ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲା ଯାହା କହିଲେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

April 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଦେଶର ରାଜଧାନୀରେ ବର୍ତ୍ତମାନ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଏପରି ହୋଇଛି ଯେ, ସରକାର ବର୍ତ୍ତମାନ ସମ୍ଭାଳିବା ସ୍ଥିତିରେ ନାହାଁନ୍ତି। ସେଥିପାଇଁ ଆଜି ରାତି 10ଟାରୁ 6 ଦିନ ପାଇଁ ଦିଲ୍ଲୀରେ ଲକଡାଉନ ଘୋଷଣା କରାଯାଇଛି। କେବଳ ଜରୁରୀ ସେବା ଛାଡି ଦେଲେ ଆଉ ସବୁ ବନ୍ଦ। ଏକ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା।

ସେ କହିଛନ୍ତି ଯେ, ଏହା ହେଉଛି ଏକ ଛୋଟିଆ ଲକଡାଉନ, ମୁଁ ଜାଣେ ଲକଡାଉନ ହେଲେ ଗରିବ ଲୋକଙ୍କର କଣ ଅସୁବିଧା ହେବ। ମୁଁ ନିଜେ ଲକଡାଉନକୁ ବିରୋଧ କରେ। ହେଲେ ବର୍ତ୍ତମାନ ପରିସ୍ଥିତି ଯାହା, ଜୀବନ ରକ୍ଷା ପାଇଁ ଏହା ନିହାତି ଜରୁରୀ ବୋଲି କହିଛନ୍ତି କେଜ୍ରିୱାଲା। ଏପରି ନିଷ୍ପତି ଉପରାଜ୍ୟପାଳଙ୍କ ସହିତ ଆଲୋଚନା କରି ବହୁ କଷ୍ଟରେ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ମୁଖ୍ୟମନ୍ତ୍ରୀ ହାତଯୋଡି ସମସ୍ତଙ୍କୁ ନିବେଦନ କରି କହିଛନ୍ତି ଯେ, ଆପଣମାନେ ଦିଲ୍ଲୀ ଛାଡି କେଉଁଆଡେ ଯାଆନ୍ତୁ ନାହିଁ। ଗତଥର ଯେପରି ଶ୍ରମିକମାନେ ଚାଲିଚାଲି ଗଲେ ତାହା ବଡ ହୃଦୟ ବିଦାରକ ଥିଲା। ଦିଲ୍ଲୀ ଆପଣଙ୍କର, ମୁଁ ଅଛି, ଆପଣମାନେ ଦିଲ୍ଲୀ ଛାଡି ଯିବାର କୌଣସି ଆବଶ୍ୟକତା ନାହିଁ ବୋଲି କେଜ୍ରିୱାଲା ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଯେପରି ସ୍ବାସ୍ଥ୍ୟ ପରିସ୍ଥିତି ହୋଇଛି ତାହା ଦିଲ୍ଲୀରେ ହୋଇ ନାହିଁ। ଆକ୍ରାନ୍ତମାନଙ୍କୁ ବେଡ ନ ମିଳିବାରୁ ବାରଣ୍ଡାରେ ଏପରିକି ରାସ୍ତାରେ ମଧ୍ୟ ରହି ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କୁ ଅମ୍ଳଜାନ ମିଳୁ ନାହିଁ, ଆଇସିୟୁ ମିଳୁ ନାହିଁ। ହେଲେ ଦିଲ୍ଲୀର ସେପରି ପରିସ୍ଥିତି ସୃଷ୍ଟି ହୋଇ ନାହିଁ। କିନ୍ତୁ ଏହା ସତ ଯେ ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ପାଇଁ ଯେତିକି ସମ୍ବଳ ଅଛି ତାହା ଶେଷ ହୋଇଗଲାଣି।

ଦିଲ୍ଲୀର ପରିସ୍ଥିତିକୁ ନେଇ କେଜ୍ରିୱାଲା କହିଛନ୍ତି ଯେ, ବର୍ତ୍ତମାନ ଦୈନିକ 25 ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମୁଁ ନିର୍ଦ୍ଦେଶ ଦେଇଛି ଯେ, ଯେତେ ସମ୍ଭବ କୋଭିଡ ପରୀକ୍ଷା କରାଯାଉ। ମୁଁ କୈଣସି କଥା କେବେ ଲୁଚାଇବାକୁ ଚାହୁଁ ନାହିଁ। ଦୈନିକ କୋଭିଡ ପରୀକ୍ଷା ହେବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ବଢୁ ପଛେ କୋଭିଡ ପରୀକ୍ଷା ଦ୍ରୁତ ଗତିରେ କରିବା ପାଇଁ କୁହାଯାଇଛି ବୋଲି କେଜ୍ରିୱାଲା କହିଛନ୍ତି।

ଦିଲ୍ଲୀରେ ବର୍ତ୍ତମାନ ଯେତେ ହସପିଟାଲ ରହିଛି ଏବଂ ଯେତେ ସଂଖ୍ୟକ ବେଡ ରହିଛି ତାହା ବର୍ତ୍ତମାନ ନିଅଣ୍ଟିଆ ଅବସ୍ଥାକୁ ଆସିଗଲାଣି। ହେଲେ ସ୍ବାସ୍ଥ୍ୟ ସେବା ଭୁଷିଡି ପଡି ନାହିଁ। ବର୍ତ୍ତମାନ ଦୈନିକ 25 ହଜାର ଆକ୍ରାନ୍ତ ଆସୁଥିବାରୁ କଷ୍ଟେମଷ୍ଟେ ସମ୍ଭାଳି ହେଉଛି। ହେଲେ ଯଦି ଏହାଠାରୁ ଅଧିକ ଆକ୍ରାନ୍ତ ବାହାରିବେ ତେବେ ଦିଲ୍ଲୀର ସ୍ବାସ୍ଥ୍ୟ ସେବା ଭୂଷୁଡି ପଡିବ। ଏହା ଖୋଦ ସ୍ବୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା। ସେଥିପାଇଁ 6 ଦିନିଆ ଲକଡାଉନ ଘୋଷଣା କରାଗଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା। ଦିଲ୍ଲୀ ଲକଡାଉନ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.