Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଜାଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ
ଅନ୍ତରାଷ୍ଟ୍ରୀୟ

ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଜାଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

April 21, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଜାଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ଜଳବାୟୁ ପ୍ରସଙ୍ଗରେ ନେତୃବର୍ଗଙ୍କ ଶିଖର ସମ୍ମିଳନୀ ଆସନ୍ତା ଏପ୍ରିଲ ୨୨ ଏବଂ ୨୩ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଜଳବାୟୁ ଉପରେ ଆୟୋଜିତ ନେତୃବର୍ଗଙ୍କ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ, ଯାହାକି  ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ୨୨ ଏପ୍ରିଲ ୨୦୨୧ ଅପରାହ୍ଣ ୫.୩୦ରୁ ୭.୩୦ ମଧ୍ୟରେ “୨୦୩୦କୁ ଆମର ମିଳିତ ଦ୍ରୁତ ଦୌଡ଼” ବିଷୟରେ ନେତୃବୃନ୍ଦଙ୍କ ଅଧିବେଶନ ୧ରେ ତାଙ୍କର ବକ୍ତବ୍ୟ ରଖିବେ।

ଏହି ସମ୍ମିଳନୀରେ ଅନ୍ୟ ୪୦ ଜଣ ବିଶ୍ବ ନେତୃବୃନ୍ଦ ମଧ୍ୟ ଅଂଶଗ୍ରହଣ କରିବେ। ବୃହତ ଅର୍ଥବ୍ୟବସ୍ଥା ମଞ୍ଚର ସଦସ୍ୟ ରାଷ୍ଟ୍ର (ଯେଉଁଥିରେ ଭାରତ ଏକ ସଦସ୍ୟ), ଜଳବାୟୁ ପରିବର୍ତ୍ତନ ବିପଦ ରହିଥିବା ରାଷ୍ଟ୍ର ଓ ଅନ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଭାବେ ଏହି ନେତାମାନେ ଯୋଗଦେବେ। ଏହି ନେତାମାନେ ଜଳବାୟୁ ପରିବର୍ତ୍ତନ, ଜଳବାୟୁ କାର‌୍ୟ୍ୟାନୁଷ୍ଠାନ ବୃଦ୍ଧି, ଜଳବାୟୁ ପ୍ରଶମନ ଓ ଅନୁକୂଳନ ପାଇଁ ପାଣ୍ଠି ସଂଗ୍ରହ, ପ୍ରକୃତି ଆଧାରିତ ସମାଧାନ, ଜଳବାୟୁ ସୁରକ୍ଷା ସମେତ ସ୍ବଚ୍ଛ ଶକ୍ତି ପାଇଁ ପ୍ରଯୁକ୍ତିଭିତ୍ତିକ ନବୋନ୍ମେଷ ଆଦି ପ୍ରସଙ୍ଗରେ ମତ ବିନିମୟ କରିବେ।

ଜାତୀୟ ପରିସ୍ଥିତି ଏବଂ ସ୍ଥାୟୀ ବିକାଶ ପ୍ରାଥମିକତାକୁ ସମ୍ମାନ ଦେବା ସହିତ ସମାବେଶୀ ଓ ସହନଶୀଳ ଆର୍ଥିକ ବିକାଶ ସହିତ ଜଳବାୟୁ କାର‌୍ୟ୍ୟକୁ କିପରି ଭାବେ ଆଗକୁ ନିଆଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ନେତାମାନେ ବିଚାରବିମର୍ଶ କରିବେ।୨୦୨୧ ନଭେମ୍ବରରେ ସିଓପି ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜଳବାୟୁ ପ୍ରସଙ୍ଗ ଉପରେ କେନ୍ଦ୍ରିତ ବିଶ୍ବସ୍ତରୀୟ ବୈଠକ ଶୃଙ୍ଖଳାର ଏକ ଅଂଶବିଶେଷ ସ୍ବରୂପ ଏହି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି। ସମସ୍ତ ଅଧିବେଶନର ସିଧା ପ୍ରସାରଣ ହେବ ଏବଂ ଗଣମାଧ୍ୟମ ଓ ଜନସାଧାରଣଙ୍କ ପାଇଁ ଖୋଲା ରହିବ।

ଆମେରିକାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.